‘ସିଟିଜ୍‌ ପ୍ରକଳ୍ପ’ରେ ବଦଳିବ ସହର ନକ୍ସା

ଭୁବନେଶ୍ୱର, ୨୪।୩ (ବ୍ୟୁରୋ):ସ୍ମାର୍ଟସିଟି ଭୁବନେଶ୍ୱରର ଚେହେରା ଧୀରେ ଧୀରେ ବଦଳିବାକୁ ଲାଗିଛି। ସହରକୁ ଆହୁରି ସୁନ୍ଦର କରି ଗଢ଼ିତୋଳିବା ସହ ପୂର୍ଣ୍ଣାଙ୍ଗ ସ୍ମାର୍ଟସିଟିରେ ପରିଣତ କରିବା ପାଇଁ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହି କ୍ରମରେ ସ୍ମାର୍ଟସିଟି ମିଶନ ଅନ୍ତର୍ଗତ ‘ସିଟିଜ୍‌ ପ୍ରକଳ୍ପ’ ଜରିଆରେ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ସ୍ମାର୍ଟସିଟି ମିଶନରେ ସହରର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏହି ପ୍ରକଳ୍ପରେ ସହରର ବିଭିନ୍ନ ସ୍ଥାନର ବିକାଶ କରାଯାଉଛି। ସର୍ବସାଧାରଣଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ ପାର୍କଗୁଡିକର ବିକାଶ କରାଯିବ। ସେଥିମଧ୍ୟରୁ ୪ଟି ପାର୍କର ନବୀକରଣ କରାଯିବାକୁ ଥିବାବେଳେ ଆଉ ୪ଟି ନୂତନ ପାର୍କ ନିର୍ମାଣ ହେବ। ସୂର୍ଯ୍ୟନଗରରେ ଥିବା ମମ୍‌ତାଜ ଅଲ୍ଲୀ ପାର୍କ, ଖାରବେଳ ନଗରରେ ଥିବା ପାର୍କ, ବିଏସ୍‌ଏନ୍‌ଏଲ୍‌ କଲୋନୀ ଭୋଇ ନଗର ଏବଂ ଏଜି କଲୋନୀରେ ଥିବା ଚିଲ୍‌ଡ୍ରେନ୍‌ ପାର୍କର ନବୀକରଣ କରାଯିବ। ସେହିପରି ପୁରୁଣା ଏଜି କଲୋନୀରେ ୨ଟି, କଳିଙ୍ଗନଗର-୩ ବି, ଏବଂ କଳିଙ୍ଗନଗର-୯ ଏ ରେ ନୂତନ ପାର୍କ ନିର୍ମାଣ କରାଯିବ। ପୂର୍ବରୁ ଭୋଇନଗରରେ ୨ଟି ପାର୍କ ହେବାର ଯୋଜନା ରହିଥିଲା। ମାତ୍ର ଜିଏ ବିଭାଗରୁ ଅନୁମତି ନ ମିଳିବାରୁ ଏହାକୁ କଳିଙ୍ଗନଗର-୩ ଏବଂ କଳିଙ୍ଗନଗର-୯ରେ ନିର୍ମାଣ କରାଯିବ। ଭିନ୍ନ ଭିନ୍ନ ଥିମ୍‌କୁ ନେଇ ପ୍ରତ୍ୟେକ ପାର୍କ ପ୍ରସ୍ତୁତ କରାଯିବ। ଯେପରିକି ମମ୍‌ତାଜ୍‌ଅଲ୍ଲୀ ପାର୍କରେ ହେଲ୍‌ଥ ଏବଂ ଫିଟ୍‌ନେସ୍‌ ଥିମ୍‌, ଏଜି କେଲାନୀରେ ଜଙ୍ଗଲଥିମ୍‌ ସାଇକେଲ ପାର୍କ, ଖାରବେଳନଗରରେ ଥିବା ପାର୍କ ୩ବି (ବାର୍ଡ, ବି, ବଟରଫ୍ଲାଏ) ଥିମ୍‌, ପ୍ରସ୍ତୁତ କରାଯାଉଛି। ସେହିପରି ବିଏସ୍‌ଏନ୍‌ଏଲ୍‌ କଲୋନୀ ପାର୍କ ସବୁ ବର୍ଗର ଲୋକଙ୍କ ପାଇଁ ଏବଂ କଳିଙ୍ଗନଗରରେ ୯ବର୍ଗ ପ୍ଲାଜା, ସ୍ପଞ୍ଜ ପାର୍କ ଆଦି ବିଭିନ୍ନ ଥିମ୍‌ରେ ପାର୍କ ନିର୍ମାଣ କରାଯିବାକୁ ଯୋଜନା ରହିଛି। ଖାରବେଳନଗରରେ ଥିବା ୩ବି ପାର୍କର ନବୀକରଣ କାର୍ଯ୍ୟ ସରିଥିବାବେଳେ ଅନ୍ୟ ୫ଟି ପାର୍କର କାମ ଚାଲିଛି। ସେହିପରି ଆଉ ୨ଟି ପାର୍କ ପାଇଁ ଟେଣ୍ଡର ପ୍ରକ୍ରିୟା ଜାରି ରହିଥିବା ସୂଚନା ଦିଆଯାଇଛି। ଏଥିପାଇଁ ମୋଟ୍‌ ୭.୫ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି।
ସେହିପରି ସହରର ୫ଟି ଭିନ୍ନ ଭିନ୍ନ ସ୍ଥାନରେ ପ୍ଲେସ୍‌ମେକିଂ କରାଯିବା ପାଇଁ ମଧ୍ୟ ଧାର୍ଯ୍ୟ କରାଯାଇଛି। ହକି ବିଶ୍ୱକପ୍‌ ସମୟରେ ରାଜଧାନୀର ୨୭ଟି ସ୍ଥାନରେ ବିଏମ୍‌ସି ଏବଂ ବିଡିଏ ପକ୍ଷରୁ ପ୍ଲେସ୍‌ମେକିଂ କରାଯାଇଥିଲା। ମାତ୍ର ଏବେ ସ୍ମାର୍ଟସିଟି ପ୍ଲେସ୍‌ମେକିଂ ଦାୟିତ୍ୱ ନେଇଛି। ଏହି କ୍ରମରେ ସଚିବାଳୟ ମାର୍ଗରେ ଥିବା ଓପିଟିସିଏଲ୍‌ କଲୋନୀ ସ୍ଥିତ ‘ଚା ବିସ୍କୁଟ ସେଣ୍ଟର’, ଓପିଟିସିଏଲ୍‌ କଲୋନୀ ନିକଟସ୍ଥ ଆନନ୍ଦ ବଜାର, ରବିନ୍ଦ୍ର ମଣ୍ଡପ ସମ୍ମୁଖ, ୟୁନିଟ-୨ ମାର୍କେଟ ବିଲ୍ଡିଂ ସମ୍ମୁଖ ଏବଂ ରୂପାଲି ନିକଟସ୍ଥ ପଞ୍ଚଦେବୀ ଭବନର ନକ୍ସା ବଦଳିବ। ସମ୍ପୃକ୍ତ ସ୍ଥାନଗୁଡିକରେ ପେଭର ବ୍ଲକ ପଡିବା ସହ ଲୋକମାନଙ୍କ ବସିବା ପାଇଁ ଚେୟାର ପକାଯିବ। ସେହିପରି ମୋଟ୍‌ ୫ଟି ସ୍ଥାନରେ ହେବାକୁ ଥିବା ଏହି ନବକଳେବର ପାଇଁ ୯୦ଲକ୍ଷ ଟଙ୍କା ବଜେଟ୍‌ ରଖାଯାଇଛି। ଏବେ ସୁଦ୍ଧା ଆନନ୍ଦ ବଜାର ଏବଂ ପଞ୍ଚଦେବୀ ଭବନଠାରେ କାମ ଆରମ୍ଭ ହୋଇ ଗଲାଣି। ଚଳିତ ଜୁନ୍‌ ମାସ ସୁଦ୍ଧା ଏ ସମସ୍ତ କାର୍ଯ୍ୟ ସାରିବାକୁ ସ୍ମାର୍ଟସିଟି ଲକ୍ଷ୍ୟ ରଖିଛି। ସ୍ମାର୍ଟସିଟି ଏହାର ନକ୍ସା ପ୍ରସ୍ତୁତ କରିଥିବାବେଳେ ପ୍ଲେସ୍‌ମେକିଂର ଦାୟିତ୍ୱ ବିଡିଏକୁ ହସ୍ତାନ୍ତର କରାଯାଇଛି। ତେବେ ସିଟିଜ୍‌ ପ୍ରକଳ୍ପ ଜରିଆରେ ସ୍ମାର୍ଟସିଟି ଏ ସମସ୍ତ ପ୍ରକଳ୍ପର ଖର୍ଚ୍ଚ ବହନ କରିବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri