‘ସିଟିଜ୍‌ ପ୍ରକଳ୍ପ’ରେ ବଦଳିବ ସହର ନକ୍ସା

ଭୁବନେଶ୍ୱର, ୨୪।୩ (ବ୍ୟୁରୋ):ସ୍ମାର୍ଟସିଟି ଭୁବନେଶ୍ୱରର ଚେହେରା ଧୀରେ ଧୀରେ ବଦଳିବାକୁ ଲାଗିଛି। ସହରକୁ ଆହୁରି ସୁନ୍ଦର କରି ଗଢ଼ିତୋଳିବା ସହ ପୂର୍ଣ୍ଣାଙ୍ଗ ସ୍ମାର୍ଟସିଟିରେ ପରିଣତ କରିବା ପାଇଁ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହି କ୍ରମରେ ସ୍ମାର୍ଟସିଟି ମିଶନ ଅନ୍ତର୍ଗତ ‘ସିଟିଜ୍‌ ପ୍ରକଳ୍ପ’ ଜରିଆରେ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ସ୍ମାର୍ଟସିଟି ମିଶନରେ ସହରର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏହି ପ୍ରକଳ୍ପରେ ସହରର ବିଭିନ୍ନ ସ୍ଥାନର ବିକାଶ କରାଯାଉଛି। ସର୍ବସାଧାରଣଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ ପାର୍କଗୁଡିକର ବିକାଶ କରାଯିବ। ସେଥିମଧ୍ୟରୁ ୪ଟି ପାର୍କର ନବୀକରଣ କରାଯିବାକୁ ଥିବାବେଳେ ଆଉ ୪ଟି ନୂତନ ପାର୍କ ନିର୍ମାଣ ହେବ। ସୂର୍ଯ୍ୟନଗରରେ ଥିବା ମମ୍‌ତାଜ ଅଲ୍ଲୀ ପାର୍କ, ଖାରବେଳ ନଗରରେ ଥିବା ପାର୍କ, ବିଏସ୍‌ଏନ୍‌ଏଲ୍‌ କଲୋନୀ ଭୋଇ ନଗର ଏବଂ ଏଜି କଲୋନୀରେ ଥିବା ଚିଲ୍‌ଡ୍ରେନ୍‌ ପାର୍କର ନବୀକରଣ କରାଯିବ। ସେହିପରି ପୁରୁଣା ଏଜି କଲୋନୀରେ ୨ଟି, କଳିଙ୍ଗନଗର-୩ ବି, ଏବଂ କଳିଙ୍ଗନଗର-୯ ଏ ରେ ନୂତନ ପାର୍କ ନିର୍ମାଣ କରାଯିବ। ପୂର୍ବରୁ ଭୋଇନଗରରେ ୨ଟି ପାର୍କ ହେବାର ଯୋଜନା ରହିଥିଲା। ମାତ୍ର ଜିଏ ବିଭାଗରୁ ଅନୁମତି ନ ମିଳିବାରୁ ଏହାକୁ କଳିଙ୍ଗନଗର-୩ ଏବଂ କଳିଙ୍ଗନଗର-୯ରେ ନିର୍ମାଣ କରାଯିବ। ଭିନ୍ନ ଭିନ୍ନ ଥିମ୍‌କୁ ନେଇ ପ୍ରତ୍ୟେକ ପାର୍କ ପ୍ରସ୍ତୁତ କରାଯିବ। ଯେପରିକି ମମ୍‌ତାଜ୍‌ଅଲ୍ଲୀ ପାର୍କରେ ହେଲ୍‌ଥ ଏବଂ ଫିଟ୍‌ନେସ୍‌ ଥିମ୍‌, ଏଜି କେଲାନୀରେ ଜଙ୍ଗଲଥିମ୍‌ ସାଇକେଲ ପାର୍କ, ଖାରବେଳନଗରରେ ଥିବା ପାର୍କ ୩ବି (ବାର୍ଡ, ବି, ବଟରଫ୍ଲାଏ) ଥିମ୍‌, ପ୍ରସ୍ତୁତ କରାଯାଉଛି। ସେହିପରି ବିଏସ୍‌ଏନ୍‌ଏଲ୍‌ କଲୋନୀ ପାର୍କ ସବୁ ବର୍ଗର ଲୋକଙ୍କ ପାଇଁ ଏବଂ କଳିଙ୍ଗନଗରରେ ୯ବର୍ଗ ପ୍ଲାଜା, ସ୍ପଞ୍ଜ ପାର୍କ ଆଦି ବିଭିନ୍ନ ଥିମ୍‌ରେ ପାର୍କ ନିର୍ମାଣ କରାଯିବାକୁ ଯୋଜନା ରହିଛି। ଖାରବେଳନଗରରେ ଥିବା ୩ବି ପାର୍କର ନବୀକରଣ କାର୍ଯ୍ୟ ସରିଥିବାବେଳେ ଅନ୍ୟ ୫ଟି ପାର୍କର କାମ ଚାଲିଛି। ସେହିପରି ଆଉ ୨ଟି ପାର୍କ ପାଇଁ ଟେଣ୍ଡର ପ୍ରକ୍ରିୟା ଜାରି ରହିଥିବା ସୂଚନା ଦିଆଯାଇଛି। ଏଥିପାଇଁ ମୋଟ୍‌ ୭.୫ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି।
ସେହିପରି ସହରର ୫ଟି ଭିନ୍ନ ଭିନ୍ନ ସ୍ଥାନରେ ପ୍ଲେସ୍‌ମେକିଂ କରାଯିବା ପାଇଁ ମଧ୍ୟ ଧାର୍ଯ୍ୟ କରାଯାଇଛି। ହକି ବିଶ୍ୱକପ୍‌ ସମୟରେ ରାଜଧାନୀର ୨୭ଟି ସ୍ଥାନରେ ବିଏମ୍‌ସି ଏବଂ ବିଡିଏ ପକ୍ଷରୁ ପ୍ଲେସ୍‌ମେକିଂ କରାଯାଇଥିଲା। ମାତ୍ର ଏବେ ସ୍ମାର୍ଟସିଟି ପ୍ଲେସ୍‌ମେକିଂ ଦାୟିତ୍ୱ ନେଇଛି। ଏହି କ୍ରମରେ ସଚିବାଳୟ ମାର୍ଗରେ ଥିବା ଓପିଟିସିଏଲ୍‌ କଲୋନୀ ସ୍ଥିତ ‘ଚା ବିସ୍କୁଟ ସେଣ୍ଟର’, ଓପିଟିସିଏଲ୍‌ କଲୋନୀ ନିକଟସ୍ଥ ଆନନ୍ଦ ବଜାର, ରବିନ୍ଦ୍ର ମଣ୍ଡପ ସମ୍ମୁଖ, ୟୁନିଟ-୨ ମାର୍କେଟ ବିଲ୍ଡିଂ ସମ୍ମୁଖ ଏବଂ ରୂପାଲି ନିକଟସ୍ଥ ପଞ୍ଚଦେବୀ ଭବନର ନକ୍ସା ବଦଳିବ। ସମ୍ପୃକ୍ତ ସ୍ଥାନଗୁଡିକରେ ପେଭର ବ୍ଲକ ପଡିବା ସହ ଲୋକମାନଙ୍କ ବସିବା ପାଇଁ ଚେୟାର ପକାଯିବ। ସେହିପରି ମୋଟ୍‌ ୫ଟି ସ୍ଥାନରେ ହେବାକୁ ଥିବା ଏହି ନବକଳେବର ପାଇଁ ୯୦ଲକ୍ଷ ଟଙ୍କା ବଜେଟ୍‌ ରଖାଯାଇଛି। ଏବେ ସୁଦ୍ଧା ଆନନ୍ଦ ବଜାର ଏବଂ ପଞ୍ଚଦେବୀ ଭବନଠାରେ କାମ ଆରମ୍ଭ ହୋଇ ଗଲାଣି। ଚଳିତ ଜୁନ୍‌ ମାସ ସୁଦ୍ଧା ଏ ସମସ୍ତ କାର୍ଯ୍ୟ ସାରିବାକୁ ସ୍ମାର୍ଟସିଟି ଲକ୍ଷ୍ୟ ରଖିଛି। ସ୍ମାର୍ଟସିଟି ଏହାର ନକ୍ସା ପ୍ରସ୍ତୁତ କରିଥିବାବେଳେ ପ୍ଲେସ୍‌ମେକିଂର ଦାୟିତ୍ୱ ବିଡିଏକୁ ହସ୍ତାନ୍ତର କରାଯାଇଛି। ତେବେ ସିଟିଜ୍‌ ପ୍ରକଳ୍ପ ଜରିଆରେ ସ୍ମାର୍ଟସିଟି ଏ ସମସ୍ତ ପ୍ରକଳ୍ପର ଖର୍ଚ୍ଚ ବହନ କରିବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri