Posted inଖେଳ

୨୨ରୁ ଚନ୍ଦ୍ରଭାଗା ବିଚ୍‌ରେ ସିଆଇଆଇ ବିଚ୍‌ ସକର

ଭୁବନେଶ୍ୱର,୨୦।୨(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶାରେ ପ୍ରଥମଥର ପାଇଁ ‘ବିଚ୍‌ ସକର ୨୦୨୧’ ଆୟୋଜନ ହେବାକୁ ଯାଉଛି। କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ମିଳିତ ଆନୁକୂଲ୍ୟରେ ଆସନ୍ତା ୨୨ ତାରିଖରୁ କୋଣାର୍କସ୍ଥିତ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଏହି ମେଗା ଇଭେଣ୍ଟ ଆୟୋଜନ ହେବ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଇଭେଣ୍ଟରେ ଓଡ଼ିଶା ଫୁଟ୍‌ବଲ କ୍ଲବ (ଓଏଫ୍‌ସି) ଟେକ୍‌ନିକାଲ ପାର୍ଟନର ଭାବେ ଦାୟିତ୍ୱ ତୁଲାଇବ।
କୋଣାର୍କରେ ଥିବା ଦୀର୍ଘ ସମୁଦ୍ର ଉପକୂଳକୁ ଆହୁରି ଆକର୍ଷଣୀୟ କରିବାକୁ ଓ ଫୁଟ୍‌ବଲର ବିକାଶ ପାଇଁ ପ୍ରଥମଥର ପାଇଁ ଏଭଳି ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି। ଏଥିରେ ୧୦ଟି ଦଳ ଅଂଶଗ୍ରହଣ କରିବ। ଦଳଗୁଡିକ ହେଲା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର, ନାଲ୍‌କୋ, ଟାଟା ଷ୍ଟିଲ୍‌, ଗୁପ୍ତା ପାଓ୍ବାର, ଇଣ୍ଡିଆନ ଅଏଲ, ସିଏସ୍‌ଏମ୍‌, ପାରାଦୀପ ଫସ୍‌ଫେଟ୍ସ ଲିମିଟେଡ, ପାରାଦୀପ ପୋର୍ଟ ଟ୍ରଷ୍ଟ, ଗ୍ରୀଡ୍‌କୋ ଓ କ୍ୟାପ୍‌ଜେମିନି। ଏହି ଦଳଗୁଡିକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଗ୍ରୁପ୍‌ରେ ୫ଟି ଲେଖାଏ ଦଳ ସାମିଲ ରହିବେ। ଫ୍ଲଡ୍‌ ଲାଇଟ୍‌ ତଳେ ୩ ମିନିଟ୍‌ର ବ୍ରେକ୍‌ ସହ ମ୍ୟାଚ୍‌ଗୁଡିକ ୧୨ ମିନିଟ୍‌ ଧରି ଖେଳାଯିବ। ଆସନ୍ତା ୨୨ ଓ ୨୩ ତାରିଖରେ ସବୁ ମ୍ୟାଚ୍‌ଗୁଡିକ ଅପରାହ୍ନ ୪ଟାରୁ ଆରମ୍ଭ ହେବ। ୨୩ ତାରିଖ ସନ୍ଧ୍ୟା ୬.୩୦ ମିନିଟ୍‌ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ଇଭେଣ୍ଟ ଅବସରରେ ଦୁଇଟି ପ୍ରଦର୍ଶନୀ ମ୍ୟାଚ୍‌ ମଧ୍ୟ ଖେଳାଯିବ। ଅନ୍ତିମ ଦିବସରେ ସିଆଇଆଇ ଓ ମହିଳା ଦଳ ମଧ୍ୟରେ ଏହି ମ୍ୟାଚ୍‌ ଆୟୋଜନ ହେବ।
ପର୍ଯ୍ୟଟନ ବିଭାଗ ଓ ସିଆଇଆଇ ମିଳିତ ଭାବେ ଏହି ମେଗା ଇଭେଣ୍ଟ ଆୟୋଜନ କରିବେ ଓ ଏହା ଖୁସିର କଥା ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ କହିଛନ୍ତି। ଏହା ଦ୍ୱାରା ପର୍ଯ୍ୟଟନ ଓ କ୍ରୀଡ଼ାର ବିକାଶ ହେବ ଓ ବିଶ୍ୱରେ ଏହାର ପ୍ରଚାର ଓ ପ୍ରସାର ମଧ୍ୟ ହୋଇପାରିବ ବୋଲି ସେ କହିଛନ୍ତି।
ସେହିପରି ଫୁଟବଲ ସହିତ ବିଚ୍‌ ସକର ଅଙ୍ଗାଅଙ୍ଗି ଭାବେ ଜଡିତ ଓ ଏହି ଇଭେଣ୍ଟରେ ଚନ୍ଦ୍ରଭାଗା ବିଚ୍‌ରେ ଉତ୍ସବମୁଖର ପରିବେଶ ସୃଷ୍ଟିକରିବ ଓ ଏହାକୁ ଦେଖିବାକୁ ବହୁ ଲୋକ ଏକାଠି ହେବେ ବୋଲି ଓଡ଼ିଶା କାଉନସିଲର ଟାଟା ଷ୍ଟିଲ ଲମିଟେଡର ଅଧ୍ୟକ୍ଷ ତଥା କେ.ପି.ଓ. ପ୍ରୋଜେକ୍ଟର ଭାଇସ୍‌ ପ୍ରେସିଡେଣ୍ଟ ଓ ହେଡ୍‌ ଅପରେଶନ ରାଜୀବ କୁମାର କହିଛନ୍ତି। ଏହି ଦୁଇ ଦିନିଆ ଇଭେଣ୍ଟ ସଫଳ ହେବ ଓ ଏହା ଦ୍ୱାରା ବିଚ୍‌ ସହିତ ଜଡିତ ପରିବାର, ଯୁବ ସଂସ୍କୃତି, ଫିଟ୍‌ନେସ ଓ ଅନ୍ୟାନ୍ୟ ଜିନିଷଗୁଡିକର ମହତ୍ତ୍ୱ ବଢ଼ିବ ବୋଲି ସେ କହିଛନ୍ତି।
ଏହି ଭିନ୍ନ ପ୍ରକାରର ଇଭେଣ୍ଟରେ ସାମିଲ ବେହାକୁ ଯାଉଥିବାରୁ ବେଶ୍‌ ଆନନ୍ଦିତ ଅଛୁ ବୋଲି ଓଡ଼ିଶା ଏଫ୍‌ସିର ଗ୍ରାସ୍‌ରୁଟ ମ୍ୟାନେଜର ଶୁଭମ ଦାସ କହିଛନ୍ତି। ଏହା ଦ୍ୱାରା ରାଜ୍ୟ ସୁନ୍ଦର ସମୁଦ୍ର ଉପକୂଳ ଓ ଫୁଟ୍‌ବଲ ଏକାଠି ହୋଇପାରିବେ। ଏଭଳି କାର୍ଯ୍ୟକ୍ରମର ଆୟୋଜନ ପାଇଁ ଓଡ଼ିଶା ଏଫ୍‌ସି ସବୁବେଳେ ଉତ୍ସର୍ଗୀକୃତ ମନୋଭାବ ଆପଣେଇଛି। ଏହାଦ୍ୱାରା ଫୁଟ୍‌ବଲର ପ୍ରଚାର ଓ ପ୍ରସାର ହେବ। ଏଥିପାଇଁ ସିଆଇଆଇ ଓ ଓଡ଼ିଶା ପର୍ଯ୍ୟଟନ ବିଭାଗକୁ ଧନ୍ୟବାଦ ଜଣାଉଛୁ ବୋଲି ଶୁଭମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

IPL 2026: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ପ୍ରଥମ ମ୍ୟାଚ୍‌, କେଉଁଠି ଏବଂ କିପରି ଲାଇଭ ଦେଖିବେ ଜାଣନ୍ତୁ…

ବେଙ୍ଗାଲୁରୁର,୨୭।୩: IPL 2026 ସିଜିନର ପ୍ରଥମ ମ୍ୟାଚ୍‌ ଦୁଇଟି ଶକ୍ତିଶାଳୀ ଦଳ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। RCB ଘରୋଇ ପଡ଼ିଆରେ ବିଜୟ ସହିତ…

ଅନ୍ତର୍ଜାତୀୟ ଡେବ୍ୟୁ କରିପାରିବେ ବୈଭବ ସୂର୍ଯ୍ୟବଂଶୀ, ଆଉ ବାଧକ ସାଜିବନି ICC ନିୟମ

ନୂଆଦିଲ୍ଲୀ,୨୭।୩: ହରାରେ ସ୍ପୋଟର୍‌ସ କ୍ଲବରେ ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ରୌଦ୍ର ରୂପ ଦେଖାଇଥିଲେ। ଇଂଲଣ୍ଡ ବିପକ୍ଷରେ ଫାଇନାଲ…

ବେଙ୍ଗାଲୁରୁକୁ ବଡ଼ ଝଟକା, ଏହି ଖେଳାଳିଙ୍କୁ ମିଳିଲା ନାହିଁ ନୋ ଅବଜେକ୍ସନ ସାର୍ଟିଫିକେଟ

ନୂଆଦିଲ୍ଲୀ,୨୭ା୩: ଶ୍ରୀଲଙ୍କାର ପେସର ନୁଓ୍ୱାନ ଥୁସାରା ଆଗାମୀ ଆଇପିଏଲ୍‌ ମିସ କରିବେ। ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି)ର ନୂଆ କଡ଼ା ଫିଟ୍‌ନେସ ପଲିସୀ ଅନୁଯାୟୀ, ତାଙ୍କୁ ନୋ ଅବଜେକ୍ସନ…

ରିଙ୍କୁଙ୍କୁ ମିଳିଲା ସରକାରୀ ଚାକିରି, ଏତେ ପାଇବେ ଦରମା, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କୁ ସରକାରୀ ଚାକିରି ମିଳିଛି। ରିଙ୍କୁଙ୍କ ପାଇଁ ଏକାସାଙ୍ଗରେ ଦୁଇଟି ବଡ଼ ଖବର ଆସିଛି। କାରଣ ସେ ନିକଟରେ କୋଲକାତା ନାଇଟ…

ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ ବୋର୍ଡ, PSLକୁ ନେଇ ନେଲା ଏମିତି ନିଷ୍ପତ୍ତି ସାରା ବିଶ୍ୱ ଚକିତ

ଇସଲାମାବାଦ,୨୭।୩: ପାକିସ୍ତାନ ସୁପର ଲିଗ (PSL)ର ଚଳିତ ସିଜିନରେ କିଛି ଭିନ୍ନ ଘଟଣା ଘଟିଛି। PSL 2026 ଶୁକ୍ରବାରଠାରୁ ଆରମ୍ଭ ହୋଇଛି, ଏବଂ ଏହି ଲିଗ ଏହାର…

୧୦ ଲକ୍ଷ ଟଙ୍କିଆ ଚେକ୍‌ ବାଣ୍ଟିଲେ ହାର୍ଦ୍ଦିକ ପାଣ୍ଡ୍ୟା: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କେବଳ ତାଙ୍କ ଖେଳ ପାଇଁ ନୁହେଁ ବରଂ ତାଙ୍କ ବିଳାଶପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ଜଣାଶୁଣା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri