ଝାଉଁଳିଗଲେଣି କ୍ରୋମ୍‌ ଶିଳ୍ପସଂସ୍ଥା

ଯାଜପୁର ଅଫିସ,୧୦।୪: ଯାଜପୁର ଜିଲାର ସୁକିନ୍ଦା ଅଞ୍ଚଳରେ ଏସିଆର ୯୭% କ୍ରୋମାଇଟ୍‌ ଗଚ୍ଛିତ ରହିଛି। ଏହାସତ୍ତ୍ୱେ ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ କ୍ରୋମାଇଟ୍‌ ଉପରେ ନିର୍ଭର କରି ଗଢ଼ିଉଠିଥିବା କାରଖାନାଗୁଡ଼ିକ ବନ୍ଦ ହେବା ପରିସ୍ଥିତିକୁ ଆସିଗଲେଣି। ଏହାର ମୁଖ୍ୟ କାରଣ ହେଉଛି କ୍ରୋମାଇଟ୍‌ର ବ୍ୟାପକ ମୂଲ୍ୟ ବୃଦ୍ଧି। କଳିଙ୍ଗନଗର ଇଣ୍ଡଷ୍ଟ୍ରିଜ୍‌ ଆସୋସିଏଶନ (କେଏନ୍‌ଆଇଏ) ପକ୍ଷରୁ ମୁଖ୍ୟମନ୍ତ୍ରୀ, ଓଡିଶା ଖଣି ନିଗମ (ଓଏମ୍‌ସି) ନିକଟରେ ପୁଣିଥରେ ଲିଖିତ ଭାବେ ଦାବି ଜଣାଇଛନ୍ତି। ନିଗମର ୧୦ତାରିଖ ମୂଲ୍ୟ ନିର୍ଦ୍ଧାରଣ ବୈଠକ ଉପରେ ଶିଳ୍ପ ଗୋଷ୍ଠୀଙ୍କ ନଜର ରହିଛି। ପରାମର୍ଶଦାତା ସଂସ୍ଥା ପ୍ରାଇସ୍‌ ଓ୍ବାଟର କୁପର୍ସ (ପିଡବ୍ଲ୍ୟୁସି) ପ୍ରସ୍ତାବିତ ମୂଲ୍ୟ ନିର୍ଦ୍ଧାରଣ ନୀତିକୁ ନିଗମ ଗ୍ରହଣ ନ କଲେ କ୍ରୋମ୍‌ ଭିତ୍ତିକ ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରୁଥିବା ହଜାର ହଜାର ଶ୍ରମିକ, କର୍ମଚାରୀ ଜୀବିକା ହରାଇବା ନିଶ୍ଚିତ ହୋଇପଡିଛି ବୋଲି ଆସୋସିଏଶନ ପକ୍ଷରୁ କୁହାଯାଇଛି।
ଦୂରଦୃଷ୍ଟି ଅଭାବ ଏବଂ ଭୁଲ୍‌ ମୂଲ୍ୟ ନିର୍ଦ୍ଧାରଣ ନୀତି ପାଇଁ କ୍ରୋମାଇଟ ବିକ୍ରି ହୋଇପାରୁ ନ ଥିବାବେଳେ ଓଏମ୍‌ସି ବେପରୁଆ ଭାବେ ବାରମ୍ବାର ପ୍ରାରମ୍ଭିକ ମୂଲ୍ୟ ବୃଦ୍ଧି କରିଚାଲିଛି। ପରିସ୍ଥିତି ଏପରି ହୋଇଛି ଯେ, ଓଏମ୍‌ସି ମାସିକ ନିଲାମ ଡାକୁଥିବା କ୍ରୋମାଇଟ ନେବାକୁ କ୍ରେତା ଏବେ ଅମଙ୍ଗ ହେଉଛନ୍ତି। ତଥ୍ୟ ମୁତାବକ ଗତ ଫେବୃୟାରୀରେ ଓଏମ୍‌ସି ଦ୍ୱାରା ହୋଇଥିବା ନିଲାମରେ ୩୨,୭୦୦ ଟନ କ୍ରୋମାଇଟ୍‌ ନିଲାମ ପାଇଁ ଧାର୍ଯ୍ୟଲକ୍ଷ୍ୟ ହୋଇଥିଲା। ମାତ୍ର ୨୪୦୦ଟନ (ଯାହାକି ମୋଟ ପରିମାଣର ମାତ୍ର ୭.୩%) ବିକ୍ରି ହୋଇଥିଲା। ସେହିଭଳି ଭାବେ ମାର୍ଚ୍ଚରେ ହୋଇଥିବା ନିଲାମ ପ୍ରକ୍ରିୟାରେ ୩୨,୬୦୦ ଟନ ସ୍ଥାନରେ ମାତ୍ର ୨୫୦୦ ଟନ (୭.୫%)କ୍ରୋମାଇଟ ବିକ୍ରି ହୋଇଥିଲା। ଗତ ଫେବୃୟାରୀ ୧୬ ଠାରୁ ମାର୍ଚ୍ଚ ୧୭ ମଧ୍ୟରେ ଓଏମ୍‌ସି ୮୨,୯୮୩ ଟନ କ୍ରୋମାଇଟ ବିକ୍ରି କରିଥିବା ସ୍ଥଳେ ଗତ ୧୮ ମାର୍ଚ୍ଚରୁ ୩ ଏପ୍ରିଲ ମଧ୍ୟରେ ମାତ୍ର ୩୦୮୦ ମେଟ୍ରିକ ଟନ କ୍ରୋମାଇଟ୍‌ ବିକ୍ରି କରିପାରିଛି। ଅନ୍ୟପକ୍ଷରେ ବିଶ୍ୱ ବଜାରରେ ଫେରୋକ୍ରୋମର ବଜାର ମୂଲ୍ୟ ଟନ ପ୍ରତି ୧,୦୨,୫୦୦ ଟଙ୍କାରୁ ଖସି ଆସି ୯୨,୦୦୦ ଟଙ୍କାରେ ପହଞ୍ଚିଛି। ଫେରୋକ୍ରୋମର ବଜାର ଦର ଆଗାମୀ ଦିନରେ ଅଧିକ ନିମ୍ନଗାମୀ ହେବ ବୋଲି ବଜାର ବିଶେଷଜ୍ଞ ଅନୁମାନ କରୁଛନ୍ତି। ଏପରିସ୍ଥଳେ ଖଣି ନିଗମ ଉପଯୁକ୍ତ ମୂଲ୍ୟ ନିର୍ଦ୍ଧାରଣ ନ କରି ବୈଷୟିକ ପରାମର୍ଶଦାତା ସଂସ୍ଥା କେପିଏମ୍‌ଜି (କ୍ଲିନ୍‌ଭେଲ୍ଡ ପିଟ୍‌ ମାକଓ୍ବିକ୍‌ ଗୋର୍ଡେଲର୍‌)ର ପ୍ରସ୍ତାବ ଅନୁଯାୟୀ ମୂଲ୍ୟ ନିର୍ଦ୍ଧାରଣ କରିଆସୁଛି। ଫେରୋକ୍ରୋମ୍‌ ଶିଳ୍ପସଂସ୍ଥାଗୁଡ଼ିକର ଦୁରବସ୍ଥା ଏବଂ ବଜାରରେ ଉତ୍ପାଦର ମୂଲ୍ୟସୂଚୀକୁ ଅବଲୋକନ କଲେ କେପିଏମ୍‌ଜି ଦ୍ୱାରା ଦିଆଯାଉଥିବା ମୂଲ୍ୟ ଉପରେ ନିଲାମ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି। ଏହାଦ୍ୱାରା ଖଣି ନିଗମ ପ୍ରଭାବିତ ହୋଇଥିବାବେଳେ ଶିଳ୍ପସଂସ୍ଥାଗୁଡ଼ିକରେ ମଧ୍ୟ ଅସ୍ଥିରାବସ୍ଥା ସୃଷ୍ଟି ହୋଇଛି। ଫଳରେ ରାଜ୍ୟ ସରକାରଙ୍କ ଶିଳ୍ପନୀତିକୁ ମଧ୍ୟ ଜୋର୍‌ଦାର ଝଟକା ଲାଗିଛି । କଳିଙ୍ଗନଗରରେ ଅବସ୍ଥିତ ରୋହିତ ଫେରୋଟେକ୍‌ କାରଖାନା କ୍ରୋମାଇଟ ଅଭାବରୁ ୨ ସପ୍ତାହ ତଳେ ବନ୍ଦ ହୋଇଯାଇଥିବାବେଳେ ଭିସା ଷ୍ଟିଲ ଏବଂ ଜିନ୍ଦଲ ଷ୍ଟେନଲେସ୍‌ ପରି ବୃହତ୍‌ ଶିଳ୍ପସଂସ୍ଥାର ଫେରୋକ୍ରୋମ୍‌ ୟୁନିଟର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ଆହ୍ବାନରେ ସ୍ଥାୟୀ ଭାବେ କ୍ରୋମାଇଟ ଭିତ୍ତିକ ଶିଳ୍ପସଂସ୍ଥା ସ୍ଥାପନ କରିଥିବା ଶିଳ୍ପପତିମାନେ ଖଣି ନିଗମରୁ ସୁଲଭ ଭାବେ କ୍ରୋମାଇଟ ପାଇବାରୁ ବଞ୍ଚିତ ହୋଇଛନ୍ତି। ପରିସ୍ଥିତିରେ ସୁଧାର ପାଇଁ ଶିଳ୍ପ ଗୋଷ୍ଠୀ ସମୂହ ଖଣିଜର ମୂଲ୍ୟ ନିର୍ଦ୍ଧାରଣ ପାଇଁ ରହିଥିବା ଅନ୍ୟତମ ପରାମର୍ଶଦାତା ସଂସ୍ଥା ପିଡବ୍ଲ୍ୟୁସିର ନୀତିକୁ ଓଏମ୍‌ସି କାର୍ଯ୍ୟକାରୀ କରିବାକୁ ଆସୋସିଏଶନ ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri