ଅଭିନେତ୍ରୀଙ୍କଠାରୁ ଅଧିକ ପାରିଶ୍ରମିକ ନିଅନ୍ତି ଏହି କୋରିଓଗ୍ରାଫର

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କୁ ସମସ୍ତେ ଜାଣନ୍ତି। ସେମାନଙ୍କର କାର୍ଯ୍ୟ, ସୌନ୍ଦର୍ଯ୍ୟ, ଫ୍ୟାଶନକୁ ନେଇ ପ୍ରଶଂସକମାନେ ପାଗଳ। କିନ୍ତୁ ପରଦା ପଛରେ ଯିଏ ତାଙ୍କୁ ଡ୍ୟାନ୍ସ ଶିଖାଇଥାନ୍ତି ତାଙ୍କୁ ଖୁବ୍‌ କମ୍‌ ଲୋକ ଜାଣନ୍ତି ଏବଂ ତାଙ୍କ ପାରିଶ୍ରମିକ ବିଷୟରେ ମଧ୍ୟ କମ୍‌ ଜାଣିଥାନ୍ତି। ଏହି କୋରିଓଗ୍ରାଫରଙ୍କ ମଧ୍ୟରୁ ଫରାହ ଖାନ୍‌ ଅନ୍ୟତମ। ସେ ଫିଲ୍ମ ନିର୍ଦ୍ଦେଶିକା ମଧ୍ୟ। ସେ ନିଜ କାମ ସହିତ ବଲିଉଡ୍‌ରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଆଜି ଫରାହ ଖାନଙ୍କ ଜନ୍ମଦିନ। ସେ ମହାରାଷ୍ଟ୍ରର ମୁମ୍ବାଇ ସହରରେ ୯ ଜାନୁୟାରୀ ୧୯୬୫ରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ସେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି।
ଫରାହ ଖାନଙ୍କ କୋରିଓଗ୍ରାଫ ହୋଇଥିବା ଗୀତଗୁଡ଼ିକ ବହୁତ ହିଟ୍‌ ହୋଇଥିଲା। ସମସ୍ତେ ତାଙ୍କର କୋରିଓଗ୍ରାଫି ଶୈଳୀକୁ ପସନ୍ଦ କରନ୍ତି। ସେ ଅନେକ ବଡ଼ ଅଭିନେତା ଏବଂ ଅଭିନେତ୍ରୀଙ୍କ ସହ କାମ କରିଛନ୍ତି। ତେବେ ଆଜିର ଏହି ଖାସ୍‌ ଦିନରେ ଜାଣନ୍ତୁ ତାଙ୍କ ରୋଜଗାର ସମ୍ପର୍କରେ କିଛି…

ଏକ ରିପୋର୍ଟ ଅନୁଯାୟୀ, ଫରାହ ଖାନଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୦ ନିୟୁତ ଡଲାର ଅଟେ। ଭାରତୀୟ ମୂଲ୍ୟରେ ଏହାର ମୂଲ୍ୟ ପ୍ରାୟ ୭୫ କୋଟି ଅଟେ। ଏକ ଫିଲ୍ମରେ କୋରିଓଗ୍ରାଫି ପାଇଁ ଫରାହ ୧୦ରୁ ୧୫ କୋଟି ଟଙ୍କା ନେଇଥାନ୍ତି। ଯାହା ଜଣେ ଅଭିନେତ୍ରୀଙ୍କ ରୋଜଗାରଠାରୁ ବହୁତ ଅଧିକ ଅଟେ। ଫିଲ୍ମରେ ଏକ ଗୀତକୁ କୋରିଓଗ୍ରାଫି କରିବା ପାଇଁ ଫରାହ ୨୦ରୁ ୩୦ ଲକ୍ଷ ଟଙ୍କା ନିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ରରେ କରୋନା ମୃତ୍ୟୁ, ଓଡ଼ିଶା ସୀମାରେ ହାଇଆଲର୍ଟ

ଭୁବନେଶ୍ୱର,୧୩।୭: ଆନ୍ଧ୍ରପ୍ରଦେଶରେ COVID-19ରେ ଆକ୍ରାନ୍ତ ହୋଇ ୨ଜଣ ରୋଗୀଙ୍କ ମୃତ୍ୟୁ ଘଟିବା ପରେ ଓଡ଼ିଶା ସୀମାରେ ହାଇଆଲର୍ଟ ଜାରି କରାଯାଇଛି। ଏପରକି ଆନ୍ଧ୍ର ସୀମାନ୍ତ ଜିଲାର CDMOମାନଙ୍କୁ…

ପ୍ଲୁଟୋକୁ ନେଇ ବିବାଦ

ପ୍ଲୁଟୋ ହେଉଛି ସୌରଜଗତର ପାଞ୍ଚଟି ବାମନ ଗ୍ରହ ମଧ୍ୟରୁ ଗୋଟିଏ। ବାସ୍ତବରେ ଆମେରିକୀୟ ଜ୍ୟୋତିର୍ବିଦ କ୍ଲାଇଡ୍‌ ଟମ୍‌ବାଓ ଏହାକୁ ୧୯୩୦ ମସିହାରେ ଆବିଷ୍କାର କରିଥିଲେ। ତା’ପରେ ଏହା…

‘ଜେଣ୍ଟଲ ମ୍ୟାନ’ ଲୁକରେ ବୈଭବ ସୂର୍ଯ୍ୟବଂଶୀ, ଯୁବରାଜ ସିଂହଙ୍କୁ ଭେଟିବା ସହ ଫଟୋ ଶେୟାର କରି ଲେଖିଲେ…

ନୂଆଦିଲ୍ଲୀ,୧୩।୭: ୧୫ ବର୍ଷୀୟ ଭାରତୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ରବିବାର ଏକ ସ୍ବତନ୍ତ୍ର ଦିନ ଥିଲା। ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ଶେଷ ହେବା ପରେ,…

ସମ୍ବଲପୁର କୋର୍ଟକୁ ତୃତୀୟ ଥର ପାଇଁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଓକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ସମ୍ବଲପୁର,୧୩।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କୋର୍ଟକୁ ପୁଣି ଥରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ତୃତୀୟ ଥର ପାଇଁ ଏଭଳି ଧମକପୂର୍ଣ୍ଣ ମେଲ ଆସିବା ପରେ…

ପୁଣି ଜନନୀ ଯନ୍ତ୍ରଣା: ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଟ୍ରାକ୍ଟରରେ ସନ୍ତାନ ପ୍ରସବ କଲେ ମହିଳା

ଭବାନୀପାଟଣା,୧୩ା୭(ଉତ୍ତମ କୁମାର ଦାଶ): ଦୁର୍ଗମ ଅଞ୍ଚଳରେ ଆଜି ବି ମୌଳିକ ସୁବିଧାର ଅଭାବ କିପରି ଲୋକଙ୍କ ଜୀବନକୁ ବିପଦରେ ପକାଉଛି,ତାହାର ଆଉ ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ…

FIFA World Cup 2026ରେ ନୂଆ ବିବାଦ, ଟ୍ରମ୍ପଙ୍କ ଫୋନ ପରେ ଅଧ୍ୟକ୍ଷ ଜଣେ ଆମେରିକୀୟ ଖେଳାଳିଙ୍କ ଦଣ୍ଡକୁ ‘ଚୁପଚାପ’ ପରିବର୍ତ୍ତନ କଲେ!

ଓ୍ବାଶିଂଟନ,୧୩।୭: ଫିଫା ବିଶ୍ୱକପ 2026 କୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ଲାଲ କାର୍ଡ ପାଇବା ପରେ ଆମେରିକୀୟ ଷ୍ଟ୍ରାଇକର ଫୋଲାରିନ ବାଲୋଗୁନଙ୍କୁ ଗୋଟିଏ ମ୍ୟାଚ…

ବାପା ଛେଉଣ୍ଡ ଝିଅ ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୧୩।୭,(ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନ ମଣ୍ଡଳୀ ଯୁବ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଅବହେଳିତ ନିପ୍ପେଷିତ ଗରିବ ଜନସାଧାରଣଙ୍କୁ କିଛି ନା କିଛି ଆର୍ଥିକ ସହାୟତା ପ୍ରଦାନ…

ଦାରିଙ୍ଗବାଡି ବନାଞ୍ଚଳକୁ ବଡ଼ ସଫଳତା, ମିଳିତ ଚଢ଼ାଉରେ ଶାଳ ଗଣ୍ଡି ଜବତ, ୪ ଗିରଫ, ଟ୍ରକ, ବୋଲେରୋ, ଜେସିବି ସହ ୨ ବାଇକ ଜବତ

ଦାରିଙ୍ଗବାଡି,୧୩।୭, (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳକୁ ମିଳିଛି ବଡ଼ ସଫଳତା। ଜଙ୍ଗଲରୁ କାଠ ଗଣ୍ଡି କାଟି ଚୋରୀ କରୁଥିବା ଅଭିଯୋଗରେ ବନ ବିଭାଗ ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri