କର୍ମୀଙ୍କ ବାରଣ୍ଡାରେ ପଢୁଛନ୍ତି ପିଲା

ବାହାନଗା, ୨୩।୫(ଡି.ଏନ.ଏ.): ଅଙ୍ଗନୱାଡି କେନ୍ଦ୍ରର ନୂତନ ଗୃହ ନିର୍ମାଣକୁ ୨ବର୍ଷ ପୂରିଲାଣି। ହେଲେ ହସ୍ତାନ୍ତର ହୋଇ ନ ଥିବାରୁ ଏବେ ବି ଛୋଟ ଛୋଟ ପିଲାମାନେ ସେହି ନୂତନ ଘରେ ନ ପଢି ଅଙ୍ଗନୱାଡି କର୍ମୀଙ୍କ ବାରଣ୍ଡାରେ ବସି ପଢୁଛନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ଗ୍ରାମର ୫ନମ୍ବର ୱାର୍ଡ ଖପରପଦା ଗ୍ରାମରେ।
ଏହି ଗ୍ରାମରେ ରାଜ୍ୟ ସରକାର ଏକ ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର ନୂତନ ଗୃହ ନିର୍ମାଣ ପାଇଁ ୭ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଘର କାମ ୨୦୨୦ରେ ଆରମ୍ଭ ହୋଇ ସେହିବର୍ଷ ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେହି ନୂତନ ଘର ଭିତରେ ପିଲାମାନେ ପାଠ ପଢିବାର ସୁଯୋଗ ପାଇପାରିନାହାନ୍ତି। ନିର୍ମାଣର ୨ବର୍ଷ ବିତିଯାଇଥିଲେ ମଧ୍ୟ ଘର ତାଲା ଖୋଲୁନାହିଁ ା କାନ୍ଥରେ ବିଭିନ୍ନ ରଙ୍ଗବେରଙ୍ଗ ଚିତ୍ର ଅଙ୍କାଯାଇଥିଲା। ତାହା ଏବେ ଲିଭିଯିବାକୁ ବସିଲାଣି। ସରକାର ଯେଉଁ ଉଦ୍ଦେଶ୍ୟରେ ଅଙ୍ଗନୱାଡି କେନ୍ଦ୍ର ଘର କାନ୍ଥରେ ବିଭିନ୍ନ ପ୍ରକାର ଚିତ୍ର ଆଙ୍କିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି, ତାହା ପାଣିରେ ପଡିଯାଉଛି। କେବଳ ରାସ୍ତାରୁ ସେ ଚିତ୍ର ଦେଖି ଏଇଟା ଆମ ଅଙ୍ଗନୱାଡି କେନ୍ଦ୍ର ନୂତନ ଗୃହ ଦେଖି ଖୁସି ହେଉଛନ୍ତି। ଅଙ୍ଗନୱାଡି କେନ୍ଦ୍ରରେ ଏବେ ୧୦ଜଣ ପିଲା ପାଠ ପଢୁଥିବା ବେଳେ ସେମାନେ କର୍ମୀ ଦୁତିକା ବେହେରାଙ୍କ ବାରଣ୍ଡାରେ ବସି ପଢୁଛନ୍ତି। ନୂତନ ଘର ନିର୍ମାଣ ହେବାର ୨ବର୍ଷ ବିତିଯାଇଥିଲେ ମଧ୍ୟ କାମ କରିଥିବା ଠିକାଦାର ତାହା ଚାବି ପକାଇ ଘରକୁ ନିଜ ଅକ୍ତିଆରରେ ରଖିବା ପରିତାପର ବିଷୟ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଘର ନିର୍ମାଣ ପାଇଁ ବ୍ଲକ କନିଷ୍ଠଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିଲା। ସେ ଗ୍ରାମର ଜଣେ ଲୋକଙ୍କୁ କାମ କରିବାକୁ କହିଥିଲେ। ସେ ଲୋକଟି ଧାରକରଜ କରି କାମ କରିସାରିଥିଲେ ମଧ୍ୟ କନିଷ୍ଠଯନ୍ତ୍ରୀ ବିଲ୍‌ ପାସ୍‌ କରି ଟଙ୍କା ଉଠାଇ ନେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାମ କରିଥିବା ଲୋକ ବିଲ୍‌ ପାଇପାରିନାହାନ୍ତି। ଫଳରେ ସେହିି ଠିକାଦାର ୭ଲକ୍ଷ ଟଙ୍କା ନ ପାଇବାରୁ ଘରକୁ ହସ୍ତାନ୍ତର ନ କରି ଚାବି ପକାଇ ରଖିଛନ୍ତି। ଏ ସମ୍ପର୍କରେ ଅଙ୍ଗନୱାଡି କର୍ମୀ ଦୂତିକା ବେହେରା କହିଛନ୍ତି, କାମ କରିଥିବା ଲୋକମାନେ ଏପର୍ଯ୍ୟନ୍ତ ଆମକୁ ଘର ହସ୍ତାନ୍ତର କରିନାହାନ୍ତି। ତେବେ ସିଡିପିଓ କହିଛନ୍ତି, ସେ ଏ ବିଷୟରେ କିଛି ଜାଣିନାହାନ୍ତି। ୨ଦିନ ଭିତରେ ସେ ତଦନ୍ତ କରିବା ପାଇଁ ସେହି କେନ୍ଦ୍ରକୁ ଗଲା ପରେ କଣ ହୋଇଛି ଜାଣି ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?