କର୍ମୀଙ୍କ ବାରଣ୍ଡାରେ ପଢୁଛନ୍ତି ପିଲା

ବାହାନଗା, ୨୩।୫(ଡି.ଏନ.ଏ.): ଅଙ୍ଗନୱାଡି କେନ୍ଦ୍ରର ନୂତନ ଗୃହ ନିର୍ମାଣକୁ ୨ବର୍ଷ ପୂରିଲାଣି। ହେଲେ ହସ୍ତାନ୍ତର ହୋଇ ନ ଥିବାରୁ ଏବେ ବି ଛୋଟ ଛୋଟ ପିଲାମାନେ ସେହି ନୂତନ ଘରେ ନ ପଢି ଅଙ୍ଗନୱାଡି କର୍ମୀଙ୍କ ବାରଣ୍ଡାରେ ବସି ପଢୁଛନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ଗ୍ରାମର ୫ନମ୍ବର ୱାର୍ଡ ଖପରପଦା ଗ୍ରାମରେ।
ଏହି ଗ୍ରାମରେ ରାଜ୍ୟ ସରକାର ଏକ ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର ନୂତନ ଗୃହ ନିର୍ମାଣ ପାଇଁ ୭ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଘର କାମ ୨୦୨୦ରେ ଆରମ୍ଭ ହୋଇ ସେହିବର୍ଷ ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେହି ନୂତନ ଘର ଭିତରେ ପିଲାମାନେ ପାଠ ପଢିବାର ସୁଯୋଗ ପାଇପାରିନାହାନ୍ତି। ନିର୍ମାଣର ୨ବର୍ଷ ବିତିଯାଇଥିଲେ ମଧ୍ୟ ଘର ତାଲା ଖୋଲୁନାହିଁ ା କାନ୍ଥରେ ବିଭିନ୍ନ ରଙ୍ଗବେରଙ୍ଗ ଚିତ୍ର ଅଙ୍କାଯାଇଥିଲା। ତାହା ଏବେ ଲିଭିଯିବାକୁ ବସିଲାଣି। ସରକାର ଯେଉଁ ଉଦ୍ଦେଶ୍ୟରେ ଅଙ୍ଗନୱାଡି କେନ୍ଦ୍ର ଘର କାନ୍ଥରେ ବିଭିନ୍ନ ପ୍ରକାର ଚିତ୍ର ଆଙ୍କିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି, ତାହା ପାଣିରେ ପଡିଯାଉଛି। କେବଳ ରାସ୍ତାରୁ ସେ ଚିତ୍ର ଦେଖି ଏଇଟା ଆମ ଅଙ୍ଗନୱାଡି କେନ୍ଦ୍ର ନୂତନ ଗୃହ ଦେଖି ଖୁସି ହେଉଛନ୍ତି। ଅଙ୍ଗନୱାଡି କେନ୍ଦ୍ରରେ ଏବେ ୧୦ଜଣ ପିଲା ପାଠ ପଢୁଥିବା ବେଳେ ସେମାନେ କର୍ମୀ ଦୁତିକା ବେହେରାଙ୍କ ବାରଣ୍ଡାରେ ବସି ପଢୁଛନ୍ତି। ନୂତନ ଘର ନିର୍ମାଣ ହେବାର ୨ବର୍ଷ ବିତିଯାଇଥିଲେ ମଧ୍ୟ କାମ କରିଥିବା ଠିକାଦାର ତାହା ଚାବି ପକାଇ ଘରକୁ ନିଜ ଅକ୍ତିଆରରେ ରଖିବା ପରିତାପର ବିଷୟ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଘର ନିର୍ମାଣ ପାଇଁ ବ୍ଲକ କନିଷ୍ଠଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିଲା। ସେ ଗ୍ରାମର ଜଣେ ଲୋକଙ୍କୁ କାମ କରିବାକୁ କହିଥିଲେ। ସେ ଲୋକଟି ଧାରକରଜ କରି କାମ କରିସାରିଥିଲେ ମଧ୍ୟ କନିଷ୍ଠଯନ୍ତ୍ରୀ ବିଲ୍‌ ପାସ୍‌ କରି ଟଙ୍କା ଉଠାଇ ନେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାମ କରିଥିବା ଲୋକ ବିଲ୍‌ ପାଇପାରିନାହାନ୍ତି। ଫଳରେ ସେହିି ଠିକାଦାର ୭ଲକ୍ଷ ଟଙ୍କା ନ ପାଇବାରୁ ଘରକୁ ହସ୍ତାନ୍ତର ନ କରି ଚାବି ପକାଇ ରଖିଛନ୍ତି। ଏ ସମ୍ପର୍କରେ ଅଙ୍ଗନୱାଡି କର୍ମୀ ଦୂତିକା ବେହେରା କହିଛନ୍ତି, କାମ କରିଥିବା ଲୋକମାନେ ଏପର୍ଯ୍ୟନ୍ତ ଆମକୁ ଘର ହସ୍ତାନ୍ତର କରିନାହାନ୍ତି। ତେବେ ସିଡିପିଓ କହିଛନ୍ତି, ସେ ଏ ବିଷୟରେ କିଛି ଜାଣିନାହାନ୍ତି। ୨ଦିନ ଭିତରେ ସେ ତଦନ୍ତ କରିବା ପାଇଁ ସେହି କେନ୍ଦ୍ରକୁ ଗଲା ପରେ କଣ ହୋଇଛି ଜାଣି ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri