ଶ୍ରୀମନ୍ଦିର ସାମ୍ନାରେ ଭିକ୍ଷା ବୃତ୍ତି କରୁଛନ୍ତି ଶିଶୁ

ପୁରୀ ଅଫିସ,୧୪।୭: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଚାକଚକ୍ୟ ଓ ଶ୍ରଦ୍ଧାଳୁଙ୍କ ପାଇଁ ମୌଳିକ ସୁବିଧା ଭଳି ବ୍ୟବସ୍ଥା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଭକ୍ତମାନେ ପୁରୀ ଆସିଲେ କିଭଳି ଭଲ ଅନୁଭୂତି ନେଇ ଫେରିବେ, ତାହା ଉପରେ ପ୍ରାଥମିକତା ରହିଛି। ମାତ୍ର ଏହି ଚାକଚକ୍ୟ ଭିତରେ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିବା କୋମଳମତି ଶିଶୁଙ୍କ ପ୍ରତି ପ୍ରଶାସନର ନଜର ପଡୁନାହିଁ। ଚିରାଫଟା କପଡ଼ା ପିନ୍ଧା ପିଲାମାନେ ଗିନା ଦେଖାଇ ଲୋକଙ୍କୁ ଟଙ୍କା ମାଗୁଛନ୍ତି। ଲୋକେ ଟଙ୍କାଏ କି ଦୁଇଟଙ୍କା ଦେଇ ଚାଲିଯାଉଛନ୍ତି। ଏହି ଦୃଶ୍ୟ ନିତିଦିନିଆ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେମାନଙ୍କ ମୌଳିକ ଅଧିକାର ସୁନିଶ୍ଚିତ କରିବାକୁ ପଦକ୍ଷେପ ନିଆଯାଉନାହିଁ। ବୁଧବାର ଶ୍ରୀମନ୍ଦିର ସିଂହଦ୍ୱାର ଜୋତାଷ୍ଟାଣ୍ଡ ସମ୍ମୁଖରେ ଦୁଇଜଣ ଛୋଟଛୁଆ ଥାଳି ଧରି ବସିରହିଥିଲେ। ଉଭୟଙ୍କ ବୟସ ୫ରୁ ଅଧିକ ହେବ ନାହିଁ। ଦୁହେଁ ଲୋକଙ୍କୁ ଥାଳି ଦେଖାଇ ହାତ ପାତି ପଇସା ମାଗୁଥିଲେ। ନିଜ ନାମ ଠିକ୍‌ ଭାବେ ଉଚ୍ଚାରଣ କରିପାରୁ ନ ଥିବା ଏହି କୋମଳମତି ଶିଶୁ ଦୁହିଁଙ୍କୁ ପେଟର ଭୋକ ଭିକ୍ଷାବୃତ୍ତି ଲାଗି ବାଧ୍ୟ କରିଥିଲା। ଉଭୟଙ୍କ ଘର ପୁରୀ ସହରରେ ବୋଲି କହିଥିଲେ। ଏହି ପ୍ରସଙ୍ଗରେ ସୂଚନା ଅଧିକାର କର୍ମୀ ଜୟନ୍ତ ଦାଶ କହିଛନ୍ତି, ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଜିଲା ପ୍ରଶାସନ ଆଦୌ ଗୁରୁତ୍ୱର ସହ ନେଉନାହିଁ। ଯେଉଁ ପିଲା ପରିବାର ସହ କିମ୍ବା ପରିବାର ନ ଥାଇ ଭିକ୍ଷାବୃତ୍ତି କରୁଛନ୍ତି, ସେମାନଙ୍କୁ ସ୍ବତନ୍ତ୍ର ଭାବେ କାଉନସେଲିଂ କରାଯିବା ଦରକାର। ପରିବାର ଲୋକଙ୍କ ସହ ଥିବା ପିଲା ଯଦି ଭିକ୍ଷା ବୃତ୍ତିରେ ସଂଶ୍ଳିଷ୍ଟ ତେବେ ସେ ମଧ୍ୟ ଶିଶୁ କଲ୍ୟାଣ କମିଟି ନିକଟରେ ଉପସ୍ଥାପିତ ହେବା ଦରକାର। ମାତ୍ର ଶିଶୁ ସୁରକ୍ଷା ବିଭାଗ ସେ ଦିଗରେ ଧ୍ୟାନ ଦେଉନାହିଁ। କେବଳ ରାସ୍ତାରୁ ଉଠାଇ ଆଣି ଆଶ୍ରୟସ୍ଥଳରେ ରଖିଦେଲେ ଶିଶୁର ମୌଳିକ ଅଧିକାର ସୁରକ୍ଷିତ ହୁଏ ନାହିଁ। ପ୍ରଶାସନ ଚାହିଁଲେ, ଏଭଳି ଶିଶୁମାନେ ପଢ଼ିବାର ସୁଯୋଗ, ସରକାରୀ ଯୋଜନାର ସୁଫଳ ସମେତ ସୁଷମ ଖାଦ୍ୟ ଓ କପଡ଼ା ପାଇପାରନ୍ତେ। ସେହିଭଳି ରେଳ ଷ୍ଟେଶନଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସବୁଠି ଶିଶୁମାନେ ଭିକ୍ଷା ମାଗୁଛନ୍ତି। ପୋଲିସ ମଧ୍ୟ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତା। ମାତ୍ର ପୋଲିସ କିମ୍ବା ଶିଶୁ ସୁରକ୍ଷା ଟିମ୍‌ କେହି ବିଶେଷ ଆଗ୍ରହ ଦେଖାଉନାହାନ୍ତି। ସେହିଭଳି ଚାଇଲ୍ଡ ଲାଇନ କେବଳ ଅଭିଯୋଗ ଅପେକ୍ଷାରେ ବସି ରହୁଛି। ୧୦୯୮କୁ ଯୋଗାଯୋଗ ନ କରାଯିବା ପର୍ଯ୍ୟନ୍ତ ସ୍ବତଃପ୍ରବୃତ୍ତ ଭାବେ କାହାକୁ ଉଦ୍ଧାର କରିବା ଦେଖିବାକୁ ମିଳୁନାହିଁ। ନିୟମ ମୁତାବକ ଚାଇଲ୍ଡ ଲାଇନ ଟିମ୍‌ ଜିଲାର ବିଭିନ୍ନ ସ୍ଥାନ ବୁଲି ଶିଶୁ ଶ୍ରମିକ ଓ ଭିକ୍ଷାବୃତ୍ତି କରୁଥିବା ଶିଶୁଙ୍କୁ ଚିହ୍ନଟ ଏବଂ ଉଦ୍ଧାର କରିବା କଥା। ମାତ୍ର ନିୟମ କେବଳ କାଗଜକଲମରେ ସୀମିତ ବୋଲି ଦାଶ ଅଭିଯୋଗ କରିଛନ୍ତି। ସାମାଜିକ କର୍ମୀ ଅଜୁ ମିଶ୍ର କହିଛନ୍ତି, ଶିଶୁମାନେ ଭିକ୍ଷାବୃତ୍ତି କରିବା ଆମ ବ୍ୟବସ୍ଥାର ଏକ ଦୟନୀୟ ସ୍ଥିତି। ଅଭିଭାବକମାନେ ଭିକ୍ଷାବୃତ୍ତି କରାଉଛନ୍ତି ବୋଲି ଆଳ ଦେଇ ଖସିଯିବା ଆଦୌ ଗ୍ରହଣୀୟ ନୁହେଁ। ସମ୍ପୃକ୍ତ ପିଲାମାନଙ୍କର କିଭଳି ସାମଗ୍ରିକ ବିକାଶ ହେବ ସେନେଇ ସରକାର ଯତ୍ନବାନ ହେବା ଦରକାର। ଅନ୍ୟପକ୍ଷରେ ଏ ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ କହିଛନ୍ତି, ଜିଲାରେ କେହି ନାବାଳିକା କିମ୍ବା ନାବାଳକ ଭିକ୍ଷାବୃତ୍ତି କରୁନାହାନ୍ତି। ଯେଉଁ କେତେଜଣ ଶିଶୁ ଭିକ୍ଷାବୃତ୍ତିରେ ସଂଶ୍ଳିଷ୍ଟ, ତାଙ୍କ ମାତାପିତାମାନେ ସାଙ୍ଗରେ ରହୁଛନ୍ତି। ସମ୍ପୃୃକ୍ତ ପରିବାରକୁ ଉଦ୍ଧାର କରାଯାଇ ନୀଳାଦ୍ରି ନିଳୟକୁ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri