ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ରାଜ୍ୟରେ ଜନଜାତି ସମ୍ପ୍ରଦାୟର ଜୀବନ ଜୀବିକା ଓ ଭିତ୍ତିଭୂମିର ବିକାଶ କରିବାକୁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏହି ଯୋଜନାରେ ପର୍ଯ୍ୟାୟ କ୍ରମେ ୧୪ ଲକ୍ଷ ୫୦ ହଜାର ଜନଜାତି ପରିବାରକୁ ଚାଷ ଏବଂ ଆନୁଷଙ୍ଗିକ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ। ଏଥିପାଇଁ ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକ ବର୍ଷରୁ ୨୦୨୫-୨୬ ମଧ୍ୟରେ ୫୦୦ କୋଟି ବିନିଯୋଗ କରିବେ। ଏହି ଯୋଜନାରେ ମୋଟ ୧.୫ ଲକ୍ଷରୁ ଊର୍ଦ୍ଧ୍ୱ ଜନଜାତି ପ୍ରତିନିଧିଙ୍କୁ ୨୬ଟି ସମନ୍ବିତ ଜନଜାତି ବିକାଶ ସଂସ୍ଥା (ଆଇଟିଡିଏ) ମାଧ୍ୟମରେ ସହାୟତା ପ୍ରଦାନ କରାଯିବ। ଏଥିସହିତ ଜନଜାତି ହିତାଧିକାରୀଙ୍କ ଆୟ ବଢ଼ାଇବାକୁ ଉନ୍ନତମାନର ମଞ୍ଜି, ସାର ଓ ଜଳସେଚନ ସୁବିଧା କରାଯିବ। ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁମୋଦନ କରାଯାଇଛି। ଗୁରୁବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୮ଟି ପ୍ରସ୍ତାବରେ ମୋହର ମରାଯାଇଛି। ବିଧାନସଭା ଅଧିବେଶନ ଚାଲିବାରୁ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ଗୃହକୁ ଅବଗତ କରାଇଛନ୍ତି।
ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୧୯୮୨ ଏବଂ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ-୧୯୯୨ କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ଏଥିରେ ଅନେକ ତ୍ରୁଟିବିଚ୍ୟୁତି ଥିବାରୁ ରାଜ୍ୟ ସରକାର ଏଥିପାଇଁ ନୂଆ ଆଇନ ଆଣିବେ। ନୂତନ ଆଇନ କାର୍ଯ୍ୟକାରୀ ହେଲେ ବ୍ୟକ୍ତିଗତ ଆପାର୍ଟମେଣ୍ଟ ମାଲିକାନା ପ୍ରଦାନ କରାଯିବ। ପ୍ରସ୍ତାବିତ ଆଇନରେ ସମସ୍ତଙ୍କ ସ୍ବାର୍ଥକୁ ଗୁରୁତ୍ତ୍ୱ ଦେବା ସହ ଆପାର୍ଟମେଣ୍ଟ ମାଲିକଙ୍କ ସମ୍ପର୍କରେ ସ୍ପଷ୍ଟ ବ୍ୟବସ୍ଥା ରହିବ। ଫଳରେ ଆପାର୍ଟମେଣ୍ଟ ମାଲିକାନାକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ଦୂର ହୋଇପାରିବ। ସୁବିଧାରେ ଘର ପାଇଁ ରେଜିଷ୍ଟ୍ରେଶନ କରି ହେବ। ବିଲ୍‌ଡରଙ୍କ ସହିତ ମଧ୍ୟ କୌଣସି ସମସ୍ୟା ରହିବ ନାହିଁ। କମନ ଏରିଆ ସହିତ ଜମିର ମାଲିକାନା ଓନର୍‌ ଆସୋସିଏଶନ ନାଁରେ ହିଁ ରହିବ। ଏହାଦ୍ୱାରା ବିଲ୍‌ଡର ଓ ଘର ମାଲିକଙ୍କ ମଧ୍ୟରେ ଲାଗି ରହୁଥିବା ବିବାଦର ଅନ୍ତ ହେବା ସହିତ ଘର କିଣାବିକା ସହଜରେ ହୋଇପାରିବ।
ବର୍ଷେ ହେଲା ବନ୍ଦ ଥିବା ଆପାର୍ଟମେଣ୍ଟ ରେଜିଷ୍ଟ୍ରେଶନ ପାଇଁ ପୁଣି ବାଟ ଫିଟିବ। ସେହିପରି ରାଜ୍ୟରେ ୧୩,୪୨୮ କଣ୍ଟ୍ରୋଲ ଡିଲରମାନଙ୍କର ଲାଇସେନ୍ସ ଅବଧିକୁ ଆଉ ୧ ବର୍ଷ ବୃଦ୍ଧି କରାଯାଇଛି। ଯେଉଁ ଡିଲରମାନଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ, ସାଧାରଣ ବଣ୍ଟନ ବ୍ୟବସ୍ଥାର ପରିଚାଳନା ପାଇଁ ସେମାନଙ୍କ ଲାଇସେନ୍ସକୁ ୨୦୨୩ ଏପ୍ରିଲ ପହିଲାରୁ ୨୦୨୪ ମାର୍ଚ୍ଚ ୩୧ ଯାଏ ସରକାର ବୃଦ୍ଧି କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।
ଭାରତ ସରକାରଙ୍କ ଆଇଆରଟିଏସ୍‌ରୁ ମନୋଜ ମିଶ୍ରଙ୍କ ଇସ୍ତଫା ପରେ ରାଜ୍ୟ ସରକାର ତାଙ୍କୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟାର ପ୍ରମୁଖ ଶାସନ ସଚିବ ପାହ୍ୟାରେ ନିଯୁକ୍ତି ଦେଇଛନ୍ତି। ତେବେ ତାଙ୍କ ନିଯୁକ୍ତି ନେଇ ବିରୋଧୀ ଦଳ ଅନେକ ସମୟରେ ଆପତ୍ତି ଉଠାଇ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମନୋଜ ମିଶ୍ରଙ୍କ ପାଇଁ ଏକ ପ୍ରମୁଖ ସଚିବ ପଦବୀ ସୃଷ୍ଟି କରିଛନ୍ତି, ଏହାକୁ କ୍ୟାବିନେଟ ଅନୁମୋଦନ କରିଛି।
ରାଜ୍ୟରେ ସ୍ବଳ୍ପ ସଞ୍ଚୟ କାର୍ଯ୍ୟକ୍ରମକୁ ବ୍ୟାପକ କରାଇବା ଏବଂ ଡିବିଟି ନଗଦବିହୀନ କାରବାର ଓ ଡିଜିଟାଲ ବ୍ୟୟ ବ୍ୟବସ୍ଥାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ସ୍ବଳ୍ପ ସଞ୍ଚୟ କ୍ୟାଡର ପୁନର୍ଗଠନ କରାଯିବ। ସେହିପରି ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର ଅଧିକାରୀ ଓ ସହାୟକ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯିବ। ଏହି ନୂଆ ବ୍ୟବସ୍ଥାରେ ପଦୋନ୍ନତି ମିଳିପାରିବ। ଏହି ଉଭୟ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ତାରାତାରିଣୀ ପୀଠରେ ବାସନ୍ତିକ ନବରାତ୍ରୀ ଉତ୍ସବ ଆରମ୍ଭ: ବେଦମନ୍ତ୍ରରେ ପ୍ରକମ୍ପିତ ରତ୍ନଗିରି ପାହାଡ଼

ପୁରୁଷୋତ୍ତମପୁର,୧୯।୩(ସବିତା ମିଶ୍ର): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତଥା ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଗୁରୁବାର ରାତିରୁ ମହାସମାରୋହରେ ଆରମ୍ଭ ହୋଇଛି ବାସନ୍ତିକ…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri