Posted inଜାତୀୟ

ଭାରତରେ ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା

ନୂଆଦିଲ୍ଲୀ, ୧୧ା୩: ଇନ୍‌ଫ୍ଲୁଏଞ୍ଜାର ଏଚ୍‌୩ଏନ୍‌୨ ଉପପ୍ରଜାତି ଭୂତାଣୁ ସଂକ୍ରମଣରେ ଭାରତରେ ପ୍ରଥମ ମୃତ୍ୟୁ ଘଟିଛି। କର୍ନାଟକ ଓ ହରିୟାଣାରେ ଜଣେ ଲେଖାଏ ଏହି ରୋଗରେ ପ୍ରାଣ ହରାଇଛନ୍ତି। କର୍ନାଟକର ୮୨ ବର୍ଷୀୟ ହିରେ ଗୌଡ଼ା ଏଚ୍‌୩ଏନ୍‌୨ ଭୂତାଣୁ ସଂକ୍ରମଣରେ ମାର୍ଚ୍ଚ ୧ରେ ପ୍ରାଣ ହରାଇଥିବା ହାସନ ଜିଲା ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ଗୌଡ଼ା ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ତାଙ୍କୁ ଫେବୃୟାରୀ ୨୪ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାର୍ଚ୍ଚ ୬ରେ ନମୁନା ପରୀକ୍ଷାରୁ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ ସ୍ପଷ୍ଟ ହୋଇଥିଲା। ସେହିପରି ହରିୟାଣା ଜିନ୍ଦ୍‌ ଜିଲାର ଜଣେ ୫୬ ବର୍ଷୀୟ ଫୁସ୍‌ଫୁସ୍‌ କ୍ୟାନ୍‌ସର ରୋଗୀଙ୍କର ଏଚ୍‌୩ଏନ୍‌୨ ସଂକ୍ରମଣରେ ଗତ ମାସ ୮ ତାରିଖରେ ମୃତ୍ୟୁ ଘଟିଛି। ସେ ଏହି ଭୂତାଣୁରେ ସଂକ୍ରମିତ ଥିବା ଜାନୁୟାରୀ ୧୭ରେ ଜଣାପଡ଼ିଥିଲା।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସଂକ୍ରମଣ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ମାସ ଶେଷ ସୁଦ୍ଧା ଏହା ହ୍ରାସ ଘଟିବ ବୋଲି ଆଶା କରିଛି। ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଗତ ଜାନୁୟାରୀ ୨ରୁ ମାର୍ଚ୍ଚ ମଧ୍ୟରେ ଦେଶରେ ୫,୪୫୧ ଜଣ ଏହି ଇନ୍‌ଫ୍ଲୁଏଞ୍ଜାରେ ସଂକ୍ରମିତ ଥିବା ରିପୋର୍ଟ ହୋଇଛି। ମାର୍ଚ୍ଚ ୯ ସୁଦ୍ଧା ୩,୦୩୮ ଜଣ ସଂକ୍ରମିତ ଥିବା ଲାବରେଟୋରି ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଛୋଟ ପିଲା ଏବଂ ବହୁବିଧ ରୋଗ ଥିବା ବରିଷ୍ଠ ନାଗରିକ ଇନ୍‌ଫ୍ଲୁଏଞ୍ଜା ଦ୍ୱାରା ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି।
ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ହେଉଛି ଅତ୍ୟଧିକ ଶ୍ୱାସନଳୀ ସଂକ୍ରମଣ। ସାରା ବିଶ୍ୱରେ ନିର୍ଦ୍ଦିଷ୍ଟ ଋତୁରେ ଏହି ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇଥାଏ। ଭାରତରେ ପ୍ରତିବର୍ଷ ଦୁଇଥର ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ ଶୀର୍ଷ ଛୁଇଁଥାଏ। ତାହା ହେଲା ଜାନୁୟାରୀରୁ ମାର୍ଚ୍ଚ ଏବଂ ବର୍ଷାଋତୁ ପରବର୍ତ୍ତୀ ସମୟ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଅନୁଯାୟୀ ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ସଂକ୍ରମଣ ଯୋଗୁ ଜ୍ୱର ଓ କାଶ ହୋଇଥାଏ। ସଂକ୍ରମଣ ବଢ଼ିଲେ ଏହା ଗୁରୁତର ନିମୋନିଆ, ଶ୍ୱାସନଳୀ ଅତ୍ୟଧିକ ସଂକ୍ରମିତ ହୋଇ ଚେତାଶୂନ୍ୟ ହେବା ସହ ମୃତ୍ୟୁ ଘଟିପାରେ। ଥଣ୍ଡା ଲାଗିବା, କାଶ, ଜ୍ୱର, ବାନ୍ତି ହେବା, ମୁଣ୍ଡ ବୁଲାଇବା, ଗଳା ଦରଜ ହେବା ଓ ଦେହ ଘୋଳାବିନ୍ଧା ହେବା ଏଚ୍‌୩ଏନ୍‌୨ ଭୂତାଣୁ ସଂକ୍ରମଣର ଲକ୍ଷଣ। କେତେକ କ୍ଷେତ୍ରରେ ପତଳା ଝାଡ଼ା, ଶର୍ଦ୍ଦି ହୋଇଥାଏ। ଶ୍ୱାସକ୍ରିୟାରେ କଷ୍ଟ, ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ କ୍ରମାଗତ ଜ୍ୱର ଲାଗିରହିଲେ ଓ ଗଳାରେ ଯନ୍ତ୍ରଣା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ସଂକ୍ରମଣ ବୃଦ୍ଧିକୁ ନେଇ ଜନସ୍ବାସ୍ଥ୍ୟଜନିତ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବାବେଳେ ଏହାକୁ ରୋକିବା ଦିଗରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୂରା ଦମ୍‌ରେ ଉଦ୍ୟମ ଚାଲିଛି। ଇଣ୍ଟିଗ୍ରେଟେଡ୍‌ ଡିଜିଜ୍‌ ସର୍ଭିଲାନ୍ସ ପ୍ରୋଗ୍ରାମ୍‌ (ଆଇଡିଏସ୍‌ପି) ନେଟ୍‌ଓ୍ବର୍କ ଜରିଆରେ ସଂକ୍ରମଣ ଉପରେ ପୂରା ନଜର ରଖାଯାଇଥିବା ମନ୍ତ୍ରଣାଳୟ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ଅକ୍ଟୋବରରୁ ବଦଳିଯିବ ଏସବୁ ନିୟମ, ଏବେଠୁ ଜାଣି ରଖନ୍ତୁ ସବୁକିଛି

ନୂଆଦିଲ୍ଲୀ,୨୩।୯: ପ୍ରତି ମାସର ପହିଲା ତାରିଖରେ କିଛି ନା କିଛି ନିୟମରେ ପରିବର୍ତ୍ତନ ହୋଇଥାଏ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସୁକତା ରହିଥାଏ ଯେ, ଆସନ୍ତା…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ମଘା ନକ୍ଷତ୍ରକୁ ଯିବେ ଗୁରୁ ବୃହସ୍ପତି: ଅକ୍ଟୋବରରୁ ଆରମ୍ଭ ହେବ ୪ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଚାକିରି-ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଗ୍ରହଙ୍କୁ ଜ୍ଞାନ, ଧନ, ଭାଗ୍ୟ, ବିସ୍ତାର, ସୁଖ ଓ ସମୃଦ୍ଧିର କାରକ ଭାବେ ବିବେଚନା କରାଯାଏ। ଶୁଭ ଗ୍ରହମାନଙ୍କ ମଧ୍ୟରେ ଗୁରୁଙ୍କୁ ବିଶେଷ…

ଅଶ୍ବିନଙ୍କ ବଡ଼ ଖୁଲାସା; CSK ହେଡ୍ କୋଚ୍ ହେବାକୁ ଏହି ଖେଳାଳିଙ୍କୁ ମିଳିଥିଲା ଅଫର, ହେଲେ…

ଚେନ୍ନାଇ,୨୩।୯: ଆଇପିଏଲ୍‌ ୨୦୨୭ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜାହିର ଖାନ୍‌ଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ…

ମହିଳାଙ୍କ ସଲୱାର୍‌ ଖୋଲିବାକୁ ଚେଷ୍ଟା କରିବା ବଳାତ୍କାର ଉଦ୍ୟମ ନୁହେଁ? ପାଟନା ହାଇକୋର୍ଟଙ୍କ ରାୟରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ; ପ୍ରଧାନ ବିଚାରପତି କହିଲେ…

ନୂଆଦିଲ୍ଲୀ,୨୩।୯: ପାଟନା ହାଇକୋର୍ଟଙ୍କ ଏକ ରାୟକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଉକ୍ତ ରାୟରେ କୁହାଯାଇଥିଲା ଯେ ଜଣେ ମହିଳାଙ୍କ ‘ସଲୱାର’ ଖୋଲିବାକୁ ଚେଷ୍ଟା କରିବା…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

UPI ଚାର୍ଜକୁ ନେଇ ବଡ଼ ଖୁଲାସା! କାର୍ଡ ପେମେଣ୍ଟଠାରୁ ୮୦% ଶସ୍ତା କାହିଁକି? ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ,୨୩।୯ : UPI ପେମେଣ୍ଟକୁ ନେଇ ଆସିଛି ନୂଆ ନିୟମ । ଅକ୍ଟୋବର ୧୫, ୨୦୨୬ରୁ ୨ ହଜାର ଟଙ୍କାରୁ ଅଧିକ କିଛି UPI ଟ୍ରାଞ୍ଜାକ୍ସନରେ ୦.୪…

ଅସ୍ବାସ୍ଥ୍ୟକର ହେବ ନାହିଁ ଟ୍ରେନ ଖାଦ୍ୟ; ମୂଷା କିମ୍ବା ଅସରପା ଦେଖାଗଲେ ସିଧାସଳଖ ସତର୍କ ସୂଚନା (alert) ପଠାଇବ AI କ୍ୟାମେରା

ସମସ୍ତିପୁର,୨୩।୯: ସମସ୍ତିପୁର ଦେଇ ଯାଉଥିବା ପ୍ରମୁଖ ଟ୍ରେନଗୁଡ଼ିକ (ଯେପରିକି ସ୍ବାଧୀନତା ସେନାନୀ ଏକ୍ସପ୍ରେସ, ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ବୈଶାଳୀ ଏକ୍ସପ୍ରେସ ଏବଂ ବାଗମତୀ ଏକ୍ସପ୍ରେସ)ର ପ୍ୟାଣ୍ଟ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?