ରକ୍ଷାବନ୍ଧନ ପାଇଁ ନବୀନ ନିବାସ ନ ଆସିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ରାଖୀ ପୂର୍ଣ୍ଣିମା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ରକ୍ଷା ବନ୍ଧନରେ କେହି ନବୀନ ନିବାସକୁ ନ ଆସିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

 

କରୋନାକୁ ଦୃଷ୍ଟିରେ ରଖି ଗହଳି ନ କରି ନିରାପଦରେ ଲୋକେ ରକ୍ଷା ବନ୍ଧନ ପର୍ବ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।