ମୁମ୍ବାଇ ଷ୍ଟକ୍‌ ଏକ୍ସଚେଞ୍ଜ କାର୍ଯ୍ୟାଳୟର ବେଲ୍‌ ବଜାଇଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୫ା୯: ମୁମ୍ବାଇସ୍ଥିତ ଷ୍ଟକ୍‌ ଏକ୍ସଚେଞ୍ଜ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଏସ୍‌ଇ ଅଧ୍ୟକ୍ଷ ଏସ.ଏସ ମୁନ୍ଦ୍ରାଙ୍କୁ ଗୁରୁବାର ସାକ୍ଷାତ କରିବା ସହ ଷ୍ଟକ୍‌ ଏକ୍ସଚେଞ୍ଜରେ ବେଲ୍‌ ବଜାଇଛନ୍ତି ନବୀନ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ସାଧାରଣତଃ ଷ୍ଟକ୍‌ ଏକ୍ସଚେଞ୍ଜରେ କୌଣସି କମ୍ପାନୀର ଲିଷ୍ଟିଂ ହେଲେ କିମ୍ବା ଆଇପିଓ ଇସ୍ୟୁ ହେଲେ କମ୍ପାନୀର କର୍ମକର୍ତ୍ତା ଓ ପ୍ରମୋଟର ବେଲ୍‌ ବଜାଇଥାନ୍ତି। କିନ୍ତୁ ମୁମ୍ବାଇ ଷ୍ଚକ୍‌ ଏକ୍ସଚେଞ୍ଜରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବେଲ୍‌ ବଜାଇବାରେ ନବୀନ ହେଉଛନ୍ତି ପ୍ରଥମ।

Share