କ୍ରିକେଟ ପାଇଁ ବୃହତ୍‌ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୨(ଅନିଲ ଦାସ): ଓଡ଼ିଶା କ୍ରିକେଟ ଖେଳ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମର ପୁନଃନିର୍ମାଣ ଘୋଷଣା କରିବା ସହ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ କ୍ରିକେଟ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ୪୧ କ୍ରିକେଟ ଏକାଡେମୀ ଉଦ୍‌ଘାଟନ କରିବା ସହ ଅନେକ କ୍ରୀଡ଼ା ପ୍ରକଳ୍ପର ଭିତ୍ତି ସ୍ଥାପନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିସିସିଆଇ, ଓସିଏ ଏବଂ କର୍ପୋରେଟ ସଂସ୍ଥାଗୁଡ଼ିକର ମିଳିତ ସହଯୋଗରେ ଅତ୍ୟାଧୁନିକ ସୁବିଧା ସହ ବାରବାଟୀ ଷ୍ଟାଡିୟମକୁ ବିଶ୍ୱସ୍ତରୀୟ ସ୍ପୋର୍ଟସ କମ୍ପ୍ଲେକ୍ସ ଭାବେ ପୁନର୍ବିକାଶ କରାଯିବ। ତେବେ ଆଇକନିକ କ୍ଲକ୍‌ ଟାଓ୍ବାରକୁ ଐତିହ୍ୟ ସ୍ମାରକୀ ଭାବେ ସଂରକ୍ଷଣ କରାଯିବ। ସମ୍ବଲପୁରରେ ଥିବା ଭିଏସ୍‌ଏସ୍‌ ଷ୍ଟାଡିୟମକୁ ସମ୍ପ୍ରସାରିତ କରାଯିବା ସହ ସମ୍ପୃକ୍ତ ଅଞ୍ଚଳର କ୍ରିକେଟ ଖେଳାଳିମାନଙ୍କ ପାଇଁ ସର୍ବୋତ୍ତମ ସୁବିଧାର ବିକାଶ କରାଯିବ।
ଏଥିସହିତ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ସ୍ପୋର୍ଟସ କମ୍ପ୍ଲେକ୍ସ, ପୁରୀଠାରେ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଏବଂ ମହିଳା କ୍ରିକେଟ ଏକାଡେମୀ, ଯାଜପୁରର ସ୍ପୋର୍ଟସ କମ୍ପ୍ଲେକ୍ସ, ଝାରସୁଗୁଡ଼ାର କ୍ରିକେଟ ଗ୍ରାଉଣ୍ଡ ଏବଂ ଓଡ଼ିଶା କ୍ରିକେଟ ଆସୋସିଏଶନ ଦ୍ୱାରା ବିକଶିତ ହେଉଥିବା ୪୧ଟି କ୍ରିକେଟ ଏକାଡେମୀର ମଧ୍ୟ ଉଦ୍‌ଘାଟନ କରିଛନ୍ତି। ସ୍ବାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀ ବ୍ରହ୍ମପୁର ଆସିଥିବାରୁ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ବ୍ରହ୍ମପୁର କ୍ରିକେଟ ଷ୍ଟାଡିୟମକୁ ମହାତ୍ମା ଗାନ୍ଧୀ କ୍ରିକେଟ ଷ୍ଟାଡିୟମ ଭାବେ ନାମିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଏଥିସହିତ ବ୍ରହ୍ମପୁରର ସୀତାପଲ୍ଲୀଠାରେ ଏକ ଇଣ୍ଟିଗ୍ରେଟେଡ ସ୍ପୋର୍ଟସ କମ୍ପ୍ଲେକ୍ସ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିରେ ଫୁଟ୍‌ବଲ, ଆଥ୍‌ଲେଟିକ୍ସ, କ୍ରିକେଟ, ଇନଡୋର ଷ୍ଟାଡିୟମ ଇତ୍ୟାଦି ନିର୍ମାଣ କରାଯିବ। ସେହିପରି ଗଞ୍ଜାମ ଓ୍ବେଟ୍‌ଲିଫ୍ଟିଂ ଏକାଡେମୀ ସହିତ ୨୦୦ ସିଟ୍‌ ଥିବା ଛାତ୍ରାବାସ, ଯାହାକି ଦେଶର ସର୍ବବୃହତ୍‌ ଭାରୋତ୍ତୋଳନ ତାଲିମ କେନ୍ଦ୍ର ଭାବେ ପରିଣତ ହେବ। ଯାଜପୁରଠାରେ କୁସୁମା ସ୍ପୋର୍ଟସ କମ୍ପ୍ଲେକ୍ସ, ସୁଇମିଂପୁଲ୍‌, ହକି ତାଲିମ କେନ୍ଦ୍ର, ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ, ଆଥ୍‌ଲେଟିକ୍ସ ଟ୍ରାକ୍‌, ଫୁଟ୍‌ବଲ ପଡ଼ିଆ ଇତ୍ୟାଦି ସେ ଉଦ୍‌ଘାଟନ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ବରଗଡ଼ର ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ଢେଙ୍କାନାଳ ଜିଲାରେ ବିଭିନ୍ନ ପ୍ରକାର କ୍ରୀଡ଼ା ଭିତ୍ତିଭୂମିର ଶିଳାନ୍ୟାସ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଏବଂ ଓସିଏ ମିଳିତ ଭାବେ ଆଗାମୀ ବର୍ଷ ପାଇଁ ରାଜ୍ୟରେ କ୍ରିକେଟ ପ୍ରତିଭା ସୃଷ୍ଟି ପାଇଁ କ୍ରୀଡ଼ା ବାତାବରଣ ସୃଷ୍ଟି କରିବା ଦିଗରେ ଫୋକସ ଦେଉଛନ୍ତି। ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର କ୍ରୀଡ଼ାକ୍ଷେତ୍ରକୁ ପ୍ରାଥମିକତା ଦେଉଛନ୍ତି। ଓଡ଼ିଶା ଦେଶର ଏକ ବୃହତ୍‌ କ୍ରୀଡ଼ା ସ୍ଥଳ ଭାବେ ଉଭାହୋଇଛି। ରାଜ୍ୟରେ ବିକଶିତ ହେଉଥିବା କ୍ରୀଡ଼ା ଭିତ୍ତିଭୂମି ଏବଂ ତାଲିମ କେନ୍ଦ୍ର ସୁବିଧା କ୍ରୀଡ଼ା ପ୍ରତି ପିଲାମାନଙ୍କର ରୁଚିକୁ ଅଧିକ ଆକର୍ଷିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି। ଏହି କାର୍ଯ୍ୟକ୍ରମ ରାଜ୍ୟର ୫୦ଟି ସ୍ଥାନରେ ଭିଡିଓ କନ୍‌ଫରେନ୍ସ ଜରିଆରେ କରାଯାଇଛି। ଏଥିରେ ବହୁ ସଂଖ୍ୟାରେ କ୍ରିକେଟ ଖେଳାଳି, କ୍ରୀଡ଼ାବିତ୍‌ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଥିବା ବେଳେ ବାରବାଟୀ ଷ୍ଟାଡିୟମରେ ବହୁ ସଂଖ୍ୟାରେ କ୍ରିକେଟ ଖେଳାଳି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri