India-Pakistan War: ଯୁଦ୍ଧବେଳେ ଫାଇଟର ଜେଟ୍‌ ଉଡାଇଥିଲେ ନିଜେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ସହ ଅଛି ଲିଙ୍କ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର,୩।୫: ଏପ୍ରିଲ ୨୨ରେ ଜମ୍ମୁ-କଶ୍ମୀରର ପହଲଗାମସ୍ଥିତ ପର୍ଯ୍ୟଟନସ୍ଥଳ ବୈସରନେରେ ଆତଙ୍କବାଦୀମାନେ ୨୬ ହିନ୍ଦୁଙ୍କୁ ଗୁଳିକରି ହତ୍ୟାକରିବା ପରେ ଭାରତ ଏହି ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରି ପଡ଼ୋଶୀ ଦେଶ ବିରୋଧରେ ଅନେକ ପଦକ୍ଷେପ ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଇତିମଧ୍ୟରେ ଅନେକ ଥର ପାକିସ୍ତାନକୁ ମୁହଁତୋଡ଼ ଜବାବ ଦିଆଯିବ ବୋଲି ଚେତାବନୀ ଦେଇସାରିଲେଣି। ଏପରି କି ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ସ୍ଥାନ, ସମୟ ଓ ଢଙ୍ଗ ବାଛିବାକୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବଳକୁ ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି। ଫଳରେ ଭାରତ ପଟୁ ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ପାକିସ୍ତାନୀ ସେନା ୨୦୨୧ର ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଂଘନ କରି ନିୟନ୍ତ୍ରଣରେଖା (ଏଲଓସି)ରେ ତୁହାକୁ ତୁହା ଗୁଳିବର୍ଷା ଓ ମୋର୍ଟାର ମାଡ଼ କରୁଛି। ଭାରତୀୟ ଯବାନମାନେ ମଧ୍ୟ ଏହାର ମୁହଁତୋଡ଼ ଜବାବ ଦେଉଥିବା ସେନା ପକ୍ଷରୁ କୁହାଯାଉଛି। କିନ୍ତୁ ପାକିସ୍ତାନ ଉପରେ କୌଣସି ବଡ଼ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଭାରତ କେତେବେଳେ ଆକ୍ରମଣ କରିବ ବୋଲି ପାକିସ୍ତାନୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ନୂଆଦିଲ୍ଲୀର ନୀରବତାକୁ ‘ଝଡ଼ ପୂର୍ବର ଶାନ୍ତ ସ୍ଥିତି’ ବୋଲି ଇସଲାମବାଦ ମନେକରୁଥିବା ସେଠାକାର ଜଣେ ସୁରକ୍ଷା ବିଶ୍ଳେଷକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

ତେବେ ଏହିପରି ଏକ ସ୍ଥିତି ୧୯୪୭ ମସିହାବେଳେ ଦେଖିବାକୁ ମିଳିଥିଲା ଯେତେବେଳେଭାରତ-ପାକିସ୍ତାନ ମଧ୍ୟରେ ଜୋରଦାର ଯୁଦ୍ଧ ଚାଲିଥିଲା। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଚାଲିଥିଲା। ପାକିସ୍ତାନୀ ସେନା କଶ୍ମୀରରେ ଆଦିବାସୀମାନଙ୍କର ଏକ ବିରାଟ ସଶସ୍ତ୍ର ଦଳକୁ ଅନୁପ୍ରବେଶ କରାଇଥିଲେ। ସେମାନେ କଶ୍ମୀର ଦଖଲ କରି ଆଗକୁ ବଢ଼ୁଥିଲେ। ସେମାନଙ୍କୁ ରୋକିବା ପାଇଁ, ଭାରତୀୟ ସେନାକୁ ତୁରନ୍ତ ଶ୍ରୀନଗର ପହଞ୍ଚିବାକୁ ପଡିଲା। ଜଣେ ଭାରତୀୟ ନେତାଙ୍କୁ ବିମାନ ଯୋଗେ ସୈନିକମାନଙ୍କୁ ସେଠାକୁ ନେବାର ଦାୟିତ୍ୱ ଦିଆଯାଇଥିଲା। ବିପଦ ବହୁତ ବଡ଼ ଥିଲା। ଯଦି ଆମେ ବିଫଳ ହୋଇଥାନ୍ତୁ, ତେବେ ଶ୍ରୀନଗର ହାତଛଡା ହୋଇଥାନ୍ତା। ତେବେ ସେହି ସମୟରେ ଜଣେ ଏମିତି ମୁଖ୍ୟମନ୍ତ୍ରୀ ଥିଲେ ଯିଏ ନିଜେ ପ୍ଲେନ ଉଡାଇ ସୈନିକଙ୍କୁ ସେଠାରେ ପହଞ୍ଚାଇଥିଲେ।
କେନ୍ଦ୍ର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ହୋଇଥିବା ଏହି ନେତା ବିମାନରେ ନିଜେ ଡ୍ରାଇଭିଂ କରିଥିଲେ। ତେବେ ସେ ହେଉଛନ୍ତି ବିଜୁ ପଟ୍ଟନାୟକ।

ଭାରତ-ପାକିସ୍ତାନ ଯୁଦ୍ଧର ପ୍ରାରମ୍ଭିକ ଦିନଗୁଡ଼ିକରେ, ଓଡ଼ିଶାର ମାଟିର ମହାନ ସୁପୁତ୍ର ବିଜୁ ପଟ୍ଟନାୟକ ଏକ ଅବିସ୍ମରଣୀୟ ସାହସିକତା ପ୍ରଦର୍ଶନ କରିଥିଲେ। ୧୯୪୭ ମସିହା ଅକ୍ଟୋବର ୨୭ ତାରିଖରେ, ପାକିସ୍ତାନ ସମର୍ଥିତ ଆକ୍ରମଣକାରୀଙ୍କ ଦାରା କଶ୍ମୀର ଉପରେ ଆକ୍ରମଣ ହେବା ସମୟରେ, ବିଜୁ ବାବୁ ନିଜେ ଡାକୋଟା ଡିସି-୩ ବିମାନ ଚଳାଇ ପ୍ରଥମ ଭାରତୀୟ ସୈନ୍ୟଦଳଙ୍କୁ ଶ୍ରୀନଗରରେ ପହଞ୍ଚାଇଥିଲେ। ଏହି ସୈନ୍ୟଦଳରେ ଥିଲେ ଶିଖ ରେଜିମେଣ୍ଟର ୧୭ ଜଣ ସୈନିକ।

ସେତେବେଳେ ଶ୍ରୀନଗର ବିମାନବନ୍ଦର ଅତ୍ୟନ୍ତ ବିପଦଜନକ ସ୍ଥିତିରେ ଥିଲା। ପାକିସ୍ତାନୀ ସୈନିକମାନେ ବିମାନବନ୍ଦର ନିକଟରେ ପହଞ୍ଚି ଘେରାଉ କରି ଦେଇଥିଲେ। ଗୁଳିଚାଳନାର ଆଶଙ୍କା ରହିଥିଲା। ତଥାପି, ବିଜୁ ପଟ୍ଟନାୟକଙ୍କ ଅଦମ୍ୟ ସାହସ ଓ ବିମାନ ଚାଳନା କୌଶଳ ଯୋଗୁଁ ବିମାନଟି ସୁରକ୍ଷିତ ଭାବେ ଶ୍ରୀନଗରରେ ଅବତରଣ କରିଥିଲା। ଏହି ସୈନ୍ୟମାନେ ଶ୍ରୀନଗରକୁ ଶତ୍ରୁମାନଙ୍କ ହାତରୁ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ବିମାନ ଅବତରଣ ସମୟରେ ସ୍ଥିତି ଏତେ ଜଟିଳ ଥିଲା ଯେ କୌଣସି ଭୁଲ ବଡ଼ ବିପର୍ଯ୍ୟୟ ଡାକି ଆଣିପାରିଥାନ୍ତା। କିନ୍ତୁ ବିଜୁ ବାବୁଙ୍କ ଦୃଢ଼ତା ଓ ସାହସ ଏହି ଅଭିଯାନକୁ ସଫଳ କରିଥିଲା। ତାଙ୍କର ଏହି କାର୍ଯ୍ୟ କଶ୍ମୀରକୁ ଭାରତର ଅଂଶ ଭାବେ ରକ୍ଷା କରିବାରେ ଏକ ଐତିହାସିକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

‘ମୋଦି ମୋତେ କହିଲେ ମୋ ପରେ ତୁମେ…’, ରାହୁଲଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍‌ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?