Posted inରାଜ୍ୟ

୫ ହଜାରରୁ ଅଧିକ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ; ଭରସା ଖୁସିରେ ଫେରିଲେ ଲୋକ

ଭୁବନେଶ୍ୱର,୫।୮: ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକଙ୍କୁ ଶୁଣିବାର ଧାରା ଜାରି ରଖିଛନ୍ତି।ସୋମବାର ମୁଖ୍ୟମନ୍ତ୍ରୀ ରାଜ୍ୟ ଅଭିଯୋଗ ପ୍ରକୋଷ୍ଠରେ ଶହ ଶହ ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ଶୁଣିଥିଲେ। ଲୋକଙ୍କୁ ଆଶ୍ୱାସନା ଦେବା ଓ ସମସ୍ୟା ସମାଧାନ ହେବାର ପ୍ରତିଶୃତି ଦେବା ସହିତ ଧର୍ଯ୍ୟହରା ନ ହେବା ପାଇଁ ପରାମର୍ଶ ଦେଉଥାନ୍ତି।

ମୁଖ୍ୟମନ୍ତ୍ରୀ ଲୋକଙ୍କ ଦୁଃଖ ଶୁଣୁଥିବାରୁ ସେମାନେ ଖୁସିରେ ଆତ୍ମହରା ହେଉଥାନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଦରପୂର୍ଣ୍ଣ କଥାରେ ସେମାନ ଆନନ୍ଦିତ ହେଉଥାନ୍ତି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିର୍ଦ୍ଦେଶ ପାଇ ଅଧିକାରୀମାନେ ମଧ୍ୟ ତତ୍ପରାତର ସହ ଲୋକଙ୍କ ଅଭିଯୋଗକୁ ସଂପୃକ୍ତ ବିଭାଗକୁ ତ୍ୱରିତ ପଦକ୍ଷେପ ପାଇଁ ପ୍ରେରଣ କରୁଥାନ୍ତି। ଏ ଥିଲା ଆଜିର ଅଭିଯୋଗ ପ୍ରକୋଷ୍ଠର ଦୃଶ୍ୟ- ଯେଉଁଠି ସାଧାରଣ ଲୋକ ଓ ସରକାରଙ୍କ ମଧ୍ୟରେ ନଥିଲା କୌଣସି ପ୍ରାଚୀର।ଜୁଲାଇ ୧ ତରିଖରୁ ଆରମ୍ଭ ହୋଇଥିବା ଅଭିଯୋଗ ଶୁଣାଣି ପ୍ରକ୍ରିୟା ଆଜି ତୃତୀୟ ଦିନରେ ପହଞ୍ଚିଲା।

ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ସକାଳ ୧୦ଟାରେ ଶୁଣାଣି ଆରମ୍ଭ କରି ଅପରାହ୍ନ ପ୍ରାୟ ୫ଟା ପର୍ଯ୍ୟନ୍ତ ଶୁଣାଣି ଜାରି ରଖିଥିଲେ। ସମୁଦାୟ ୨୪୦୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ଏବଂ ପ୍ରାୟ ୫ ହଜାରରୁ ଅଧିକ ଲୋକ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ଭେଟି ଥିଲେ।

ଆଜି ଆସିଥିବା ବିଭିନ୍ନ ଅଭିଯୋଗକାରୀମାନଙ୍କ ମଧ୍ୟରୁ ଜଣେ ଥିଲେ ଖୋର୍ଦ୍ଧା ଟାଙ୍ଗୀର ବ୍ୟକ୍ତି ସନ୍ତୋଷ ସାହୁ । ସେ ଜଣେ ଭିନ୍ନକ୍ଷମ। ବିଧିବଦ୍ଧଭାବେ ଉପଯୁକ୍ତ ପ୍ରକ୍ରିୟାରେ ନିଯୁକ୍ତି ପାଇଥିଲେ ମଧ୍ୟ ତାଙ୍କ ଚାକିରୀ ଛଡେଇ ନିଆ ଯାଇଛି ବୋଲି ତାଙ୍କର ଥିଲା ଅଭିଯୋଗ। ୮ ବର୍ଷ ହେଲାଣି ତାଙ୍କ ପାଞ୍ଚ ପ୍ରାଣୀ କୁଟୁମ୍ବକୁ ପୋଷିବା ପାଇଁ ସେ ବହୁତ ଦୁଃଖ କଷ୍ଟ ସହୁଛନ୍ତି। ତାଙ୍କ ସମସ୍ୟାକୁ ଉପଯୁକ୍ତ ଅନୁସନ୍ଧାନ କରାଯାଇ ତାଙ୍କୁ ନ୍ୟାୟ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରତିଶୃତି ପାଇବା ପରେ ସେ ଆଶ୍ୱସ୍ତ ହୋଇ ଫେରିଥିଲେ।

ସେହିପରି ଗଞ୍ଜାମ ଜିଲ୍ଲାର ଗୋଟିଏ ଗରିବ ପରିବାରର ଦିବ୍ୟାଙ୍ଗ ଯୁବକ ବୁଲୁ ବିଶ୍ଵାଳ। ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ସହିତ ପରିବାର ଚଳାଇବା ପାଇଁ ସ୍କୁଟି ଦେବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍କୁଟି ଦିଆଯିବ ବୋଲି କହିଥିଲେ। ସେଥିପାଇଁ ସେ ଖୁସୀ ମନରେ ଫେରିଲେ।

ଭୁବନେଶ୍ୱର ଶିରିପୁର ଅଞ୍ଚଳର ସୁଭାଷିନୀ ଦେଇ। ବୟସ ୮୨ ବର୍ଷ। ବେଗୁନିଆ ବ୍ଲକରେ ଭତ୍ତା ପାଉଛନ୍ତି। ତାଙ୍କ ଭତ୍ତାକୁ ଭୁବନେଶ୍ୱରରେ ପ୍ରଦାନ କରିବା ପାଇଁ ସେ ନିବେଦନ କଲେ ମୁଖ୍ୟମନ୍ତ୍ରୀଙ୍କୁ। ସଙ୍ଗେ ସଙ୍ଗେ ଜିଲ୍ଲାପାଳଙ୍କୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଗଲା।

ଏମିତି ଅନେକ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜର ସମସ୍ୟା ସମାଧାନ କରିବା ପାଇଁ ଆସିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଶ୍ୱାସନା ପାଇ ଆଶା ଓ ଭରସାର ସହିତ ଖୁସି ମନରେ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri