Posted inଖେଳ

”ଆମେରିକାରେ ମଧ୍ୟ ଏତିକି ସୁବିଧା ନାହିଁ”; ଲକ୍ଷ୍ୟ ସେନଙ୍କ ସମେତ ଭାରତୀୟ ଆଥଲେଟଙ୍କ ଉପରେ ବର୍ଷିଲେ ପ୍ରକାଶ ପାଦୁକନ

ନୂଆଦିଲ୍ଲୀ,୫।୮: ଭାରତୀୟ ବ୍ୟାଡମିଣ୍ଟନ ତଥା ଅନ୍ୟ ଖେଳାଳିମାନେ ପ୍ୟାରିସ ଅଲମ୍ପିକ୍ସରେ ଏପର୍ଯ୍ୟନ୍ତ କୌଣସି ଖାସ ପ୍ରଦର୍ଶନ କରି ପାରି ନାହାନ୍ତି। ଖେଳାଳି ମାନଙ୍କର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରକାଶ ପାଦୁକୋନ। ଅଲମ୍ପିକ୍ସ ଆରମ୍ଭର ୧୦ ଦିନ ହୋଇଯାଇଥିଲେ ମଧ୍ୟ ଭାରତ ଖାତାରେ ମାତ୍ର ୩ଟି ବ୍ରୋଞ୍ଜ ପଦକ ପଡିଛି। ଯାହା କେବଳ ସୁଟିଂରୁ ଆସିଛି।

ସୋମବାର ଅନ୍ୟତମ ପଦକ ଦାବିଦାର ଲକ୍ଷ୍ୟ ସେନ ମଧ୍ୟ ନିରାଶ କରିଛନ୍ତି। ବ୍ରୋଞ୍ଜ ମେଡାଲ ମ୍ୟାଚରେ ଲକ୍ଷ୍ୟ ପ୍ରଥମ ସେଟ ଜିତିଥିଲା ବେଳେ ପରବର୍ତୀ ଦୁଇ ସେଟରେ ହାରି ପଦକ ଜିତିବାର ସୁଯୋଗ ହରାଇ ଚତୁର୍ଥ ସ୍ଥାନରେ ନିଜର ଅଭିଯାନ ଶେଷ କରିଥିଲେ। ଏହାପରେ ପ୍ରକାଶ ପାଦୁକୋନ ଦେଶର ଖେଳାଳୀ ମାନଙ୍କର ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଆମେରିକା ଖେଳାଳି ମାନଙ୍କୁ ମଧ୍ୟ ଏତିକି ସୁବିଧା ମିଳୁ ନ ଥିବ ଯେତିକି ଭାରତରେ ମିଳୁଛି।

ଗଣମାଧ୍ୟମ ସହିତ ଆଲୋଚନା କରି ସେ କହିଛନ୍ତି, ”ଏବେ ସମୟ ଆସି ଯାଇଛି କି ଖେଳାଳିମାନେ ଉତ୍ତରଦାୟିତ୍ୱ ହୁଅନ୍ତୁ। ବର୍ତ୍ତମାନର ଅଲମ୍ପିକ୍ସ ଏବଂ ପୂର୍ବ ଅଲମ୍ପିକକୁ ଦେଖିଲେ ଆପଣ ସରକାର ଏବଂ ଫେଡେରେସନକୁ ଦୋଷ ଦେଇ ପାରିବେ ନାହିଁ। ଯାହା ସେମାନେ କରି ପାରିବେ ସେମାନେ କରିଛନ୍ତି। ସେମାନେ ସୁବିଧା ପ୍ରଦାନ କରି ପାରିବେ କିନ୍ତୁ ଶେଷରେ ଖେଳାଳି ମାନଙ୍କୁ ପ୍ରଦର୍ଶନ କରିବାକୁ ପଡିବ। ସମାନ ପ୍ରତିଯୋଗୀଙ୍କୁ ସେମାନେ ଅନ୍ୟ ଟୁର୍ନାମେଣ୍ଟରେ ହରାଇ ଦେଉଛନ୍ତି କିନ୍ତୁ ଅଲମ୍ପିକ୍ସରେ ଏଭଳି କରି ପାରୁ ନାହାନ୍ତି। ଖେଳାଇମାନଙ୍କୁ ଆତ୍ମଚିନ୍ତନ କରିବା ଆବଶ୍ୟକ। ସେମାନଙ୍କୁ ଚିନ୍ତା କରିବାକୁ ହେବ କଁ ସେମାନେ ପର୍ଯ୍ୟାପ୍ତ ପରିଶ୍ରମ କରୁଛନ୍ତି। ଆପଣ ସେ ଦିଗରେ କାମ କରୁଛନ୍ତି କି।”

ସେ ଆହୁରି କହିଛନ୍ତି ସମସ୍ତ ଖେଳାଳିଙ୍କ ପାଖରେ ନିଜର ଫିଜିଓ, କଣ୍ଡିସନିଂ ଟ୍ରେନର, ନ୍ୟୁଟ୍ରିସିଆନ ଅଛନ୍ତି। ଆଉ କ’ଣ କରାଯିବ ? ମୋତେ ଲାଗୁ ନାହିଁ କି ଆମେରିକାରେ ସମେତ ଅନ୍ୟ ଦେଶରେ ଏଭଳି ସୁବିଧା ମିଳୁଥିବ। ମୁଁ ଆଶା କରୁଛି କି ଖେଳାଳିମାନେ ଅନୁଭବ କରିବେ ଏବଂ ଉତ୍ତରଦାୟୀ ହେବେ। ସେମାନଙ୍କୁ ପ୍ରଦର୍ଶନ କରି ଫେଡେରେସସନକୁ ଦେଖାଇବାକୁ ପଡିବ। ତେବେ ଏହା ସହଜ ହେବ ନାହିଁ, କାରଣ ଏଠାରେ ଏନେକ ଷ୍ଟାର ଖେଳାଳି ରହିଛନ୍ତି। ଯଦି ସେମାନଙ୍କୁ କୌଣସି ସୁବିଧା ମିଳୁ ନାହିଁ ତେବେ ତାହା ବଡ ବିଷୟ ହୋଇଯାଉଛି। କିନ୍ତୁ ଖେଳିମାନେ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିବାରେ ମୁଁ ସନ୍ତୁଷ୍ଟ ନୁହେଁ। ଲକ୍ଷ୍ୟ ମେଡାଲ ଜିତି ପାରିଥାନ୍ତା କିନ୍ତୁ ସେ ସୁଯୋଗ ହରାଇଲା।”

“୬୪ ′ ରେ ମୀଲଖା ସିଂ ଏବଂ ୮୦ ଦଶକରେ ପିଟି ଉଷା ପରେ ଆମର ଅନେକ ଖେଳାଳି ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି। ମୁଁ ଭାବୁଛି ଯେ ଏହା ସଠିକ ସମୟ ଯେ ଖେଳାଳିମାନେ ମଧ୍ୟ ଦାୟିତ୍ୱର ଗ୍ରହଣ କରନ୍ତୁ। ଏହି ଅଲିମ୍ପିକ୍ସର ଫଳାଫଳ ଏବଂ ପୂର୍ବର ଫଳାଫଳ ପାଇଁ, ଆପଣ ଫଳାଫଳ ପାଇଁ ଫେଡେରେସନ୍ ଏବଂ ସରକାରଙ୍କୁ ଦାୟୀ କରିପାରିବେ ନାହିଁ। ପାଦୁକୋନ୍ ଦର୍ଶାଇଛନ୍ତି ଯେ ଫେଡେରେସନ୍ମାନଙ୍କ ପାଇଁ ସେମାନଙ୍କ ପାଇଁ ଅଧିକ କରିବାକୁ ଦାବି କରିବା ପରିବର୍ତ୍ତେ ଏହା ପ୍ରକୃତରେ ଖେଳାଳିଙ୍କ ଉପରେ ଦୃଷ୍ଟି ରଖିବା ଏବଂ ଜିତିବାର ରାସ୍ତା ଖୋଜିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri