Posted inଖେଳ

”ଆମେରିକାରେ ମଧ୍ୟ ଏତିକି ସୁବିଧା ନାହିଁ”; ଲକ୍ଷ୍ୟ ସେନଙ୍କ ସମେତ ଭାରତୀୟ ଆଥଲେଟଙ୍କ ଉପରେ ବର୍ଷିଲେ ପ୍ରକାଶ ପାଦୁକନ

ନୂଆଦିଲ୍ଲୀ,୫।୮: ଭାରତୀୟ ବ୍ୟାଡମିଣ୍ଟନ ତଥା ଅନ୍ୟ ଖେଳାଳିମାନେ ପ୍ୟାରିସ ଅଲମ୍ପିକ୍ସରେ ଏପର୍ଯ୍ୟନ୍ତ କୌଣସି ଖାସ ପ୍ରଦର୍ଶନ କରି ପାରି ନାହାନ୍ତି। ଖେଳାଳି ମାନଙ୍କର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରକାଶ ପାଦୁକୋନ। ଅଲମ୍ପିକ୍ସ ଆରମ୍ଭର ୧୦ ଦିନ ହୋଇଯାଇଥିଲେ ମଧ୍ୟ ଭାରତ ଖାତାରେ ମାତ୍ର ୩ଟି ବ୍ରୋଞ୍ଜ ପଦକ ପଡିଛି। ଯାହା କେବଳ ସୁଟିଂରୁ ଆସିଛି।

ସୋମବାର ଅନ୍ୟତମ ପଦକ ଦାବିଦାର ଲକ୍ଷ୍ୟ ସେନ ମଧ୍ୟ ନିରାଶ କରିଛନ୍ତି। ବ୍ରୋଞ୍ଜ ମେଡାଲ ମ୍ୟାଚରେ ଲକ୍ଷ୍ୟ ପ୍ରଥମ ସେଟ ଜିତିଥିଲା ବେଳେ ପରବର୍ତୀ ଦୁଇ ସେଟରେ ହାରି ପଦକ ଜିତିବାର ସୁଯୋଗ ହରାଇ ଚତୁର୍ଥ ସ୍ଥାନରେ ନିଜର ଅଭିଯାନ ଶେଷ କରିଥିଲେ। ଏହାପରେ ପ୍ରକାଶ ପାଦୁକୋନ ଦେଶର ଖେଳାଳୀ ମାନଙ୍କର ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଆମେରିକା ଖେଳାଳି ମାନଙ୍କୁ ମଧ୍ୟ ଏତିକି ସୁବିଧା ମିଳୁ ନ ଥିବ ଯେତିକି ଭାରତରେ ମିଳୁଛି।

ଗଣମାଧ୍ୟମ ସହିତ ଆଲୋଚନା କରି ସେ କହିଛନ୍ତି, ”ଏବେ ସମୟ ଆସି ଯାଇଛି କି ଖେଳାଳିମାନେ ଉତ୍ତରଦାୟିତ୍ୱ ହୁଅନ୍ତୁ। ବର୍ତ୍ତମାନର ଅଲମ୍ପିକ୍ସ ଏବଂ ପୂର୍ବ ଅଲମ୍ପିକକୁ ଦେଖିଲେ ଆପଣ ସରକାର ଏବଂ ଫେଡେରେସନକୁ ଦୋଷ ଦେଇ ପାରିବେ ନାହିଁ। ଯାହା ସେମାନେ କରି ପାରିବେ ସେମାନେ କରିଛନ୍ତି। ସେମାନେ ସୁବିଧା ପ୍ରଦାନ କରି ପାରିବେ କିନ୍ତୁ ଶେଷରେ ଖେଳାଳି ମାନଙ୍କୁ ପ୍ରଦର୍ଶନ କରିବାକୁ ପଡିବ। ସମାନ ପ୍ରତିଯୋଗୀଙ୍କୁ ସେମାନେ ଅନ୍ୟ ଟୁର୍ନାମେଣ୍ଟରେ ହରାଇ ଦେଉଛନ୍ତି କିନ୍ତୁ ଅଲମ୍ପିକ୍ସରେ ଏଭଳି କରି ପାରୁ ନାହାନ୍ତି। ଖେଳାଇମାନଙ୍କୁ ଆତ୍ମଚିନ୍ତନ କରିବା ଆବଶ୍ୟକ। ସେମାନଙ୍କୁ ଚିନ୍ତା କରିବାକୁ ହେବ କଁ ସେମାନେ ପର୍ଯ୍ୟାପ୍ତ ପରିଶ୍ରମ କରୁଛନ୍ତି। ଆପଣ ସେ ଦିଗରେ କାମ କରୁଛନ୍ତି କି।”

ସେ ଆହୁରି କହିଛନ୍ତି ସମସ୍ତ ଖେଳାଳିଙ୍କ ପାଖରେ ନିଜର ଫିଜିଓ, କଣ୍ଡିସନିଂ ଟ୍ରେନର, ନ୍ୟୁଟ୍ରିସିଆନ ଅଛନ୍ତି। ଆଉ କ’ଣ କରାଯିବ ? ମୋତେ ଲାଗୁ ନାହିଁ କି ଆମେରିକାରେ ସମେତ ଅନ୍ୟ ଦେଶରେ ଏଭଳି ସୁବିଧା ମିଳୁଥିବ। ମୁଁ ଆଶା କରୁଛି କି ଖେଳାଳିମାନେ ଅନୁଭବ କରିବେ ଏବଂ ଉତ୍ତରଦାୟୀ ହେବେ। ସେମାନଙ୍କୁ ପ୍ରଦର୍ଶନ କରି ଫେଡେରେସସନକୁ ଦେଖାଇବାକୁ ପଡିବ। ତେବେ ଏହା ସହଜ ହେବ ନାହିଁ, କାରଣ ଏଠାରେ ଏନେକ ଷ୍ଟାର ଖେଳାଳି ରହିଛନ୍ତି। ଯଦି ସେମାନଙ୍କୁ କୌଣସି ସୁବିଧା ମିଳୁ ନାହିଁ ତେବେ ତାହା ବଡ ବିଷୟ ହୋଇଯାଉଛି। କିନ୍ତୁ ଖେଳିମାନେ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିବାରେ ମୁଁ ସନ୍ତୁଷ୍ଟ ନୁହେଁ। ଲକ୍ଷ୍ୟ ମେଡାଲ ଜିତି ପାରିଥାନ୍ତା କିନ୍ତୁ ସେ ସୁଯୋଗ ହରାଇଲା।”

“୬୪ ′ ରେ ମୀଲଖା ସିଂ ଏବଂ ୮୦ ଦଶକରେ ପିଟି ଉଷା ପରେ ଆମର ଅନେକ ଖେଳାଳି ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି। ମୁଁ ଭାବୁଛି ଯେ ଏହା ସଠିକ ସମୟ ଯେ ଖେଳାଳିମାନେ ମଧ୍ୟ ଦାୟିତ୍ୱର ଗ୍ରହଣ କରନ୍ତୁ। ଏହି ଅଲିମ୍ପିକ୍ସର ଫଳାଫଳ ଏବଂ ପୂର୍ବର ଫଳାଫଳ ପାଇଁ, ଆପଣ ଫଳାଫଳ ପାଇଁ ଫେଡେରେସନ୍ ଏବଂ ସରକାରଙ୍କୁ ଦାୟୀ କରିପାରିବେ ନାହିଁ। ପାଦୁକୋନ୍ ଦର୍ଶାଇଛନ୍ତି ଯେ ଫେଡେରେସନ୍ମାନଙ୍କ ପାଇଁ ସେମାନଙ୍କ ପାଇଁ ଅଧିକ କରିବାକୁ ଦାବି କରିବା ପରିବର୍ତ୍ତେ ଏହା ପ୍ରକୃତରେ ଖେଳାଳିଙ୍କ ଉପରେ ଦୃଷ୍ଟି ରଖିବା ଏବଂ ଜିତିବାର ରାସ୍ତା ଖୋଜିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?