Categories: ଖେଳ

ଶିିକାଗୋ ମାରାଥନ ବାତିଲ

ଶିକାଗୋ, ୧୫ା୭ (ଏପି)-କରୋନାଭାଇରସ୍‌ ଯୋଗୁ ଧାବକ, ଦର୍ଶକ, ଭଲେଣ୍ଟିଅର ଏବଂ ଅନ୍ୟମାନଙ୍କର ସ୍ବାସ୍ଥ୍ୟ ସଂକଟ ଯୋଗୁ ଦି ବ୍ୟାଙ୍କ୍‌ ଅଫ୍‌ ଆମେରିକା ଶିିକାଗୋ ମାରାଥନକୁ ଏହାର ଆୟୋଜକମାନେ ବାତିଲ କରିଦେଇଛନ୍ତି। କୋଭିଡ୍‌-୧୯ ଯୋଗୁ ଅକ୍ଟୋବର ୧୧ରେ ଏହି ଇଭେଣ୍ଟର ଆୟୋଜନ କରିବା ଏକ ଚ୍ୟାଲେଞ୍ଜ ବୋଲି ମାରାଥନ ଆୟୋଜକ ଓ ସିଟି ଅଫିସିଆଲମାନେ ଦର୍ଶାଇଛନ୍ତି। ରବିବାର ଶିକାଗୋ ସ୍ବାସ୍ଥ୍ୟ ବିଭାଗ ତରଫରୁ ପ୍ରକାଶିତ ରିପୋର୍ଟ ଅନୁସାରେ କୋଭିଡ୍‌-୧୯ ଦ୍ୱାରା ୫୫, ୧୮୪ ଜଣ ସଂକ୍ରମିତ ହୋଇଥିବା ବେଳେ ୨,୬୮୨ଜଣଙ୍କର ମୃତ୍ୟୁ ଘଟିସାରିଲାଣି। ଶିକାଗୋ ଇଭେଣ୍ଟରେ ପ୍ରାୟ ୪୫,୦୦୦ ଧାବକ ଓ ହ୍ବିଲଚେୟାର ଆଥଲେଟ ଭାଗ ନେଇଥାନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ନଭେମ୍ବର ୧ରେ ହେବାକୁଥିବା ଦି ନ୍ୟୁୟର୍କ ସିଟି ମାରାଥନ ବାତିଲ ହୋଇସାରିଛି। ଏପ୍ରିଲ ୧୪ରେ ହେବାକୁଥିବା ବୋଷ୍ଟନ ମାରାଥନ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

Share