କେନ୍ଦୁଝର,୭।୫(ସ୍ବ.ପ୍ର.): କେନ୍ଦୁଝରର କାଠରେ ନିର୍ମିତ ରଥ ବିଶ୍ୱର ସବୁଠାରୁ ଉଚ୍ଚ ରଥର ମାନ୍ୟତା ଲାଭ କରିବା ସହ ଗିନିଜ ବୁକ୍ସ ଅଫ୍ ୱାର୍ଲଡ୍ ରେକର୍ଡସରେ ସ୍ଥାନ ପାଇଛି। ଉପଜିଲାପାଳ ରାମଚନ୍ଦ୍ର କିସ୍କୁ ଏନେଇ ସୂଚନା ଦେଇଛନ୍ତି।
କେନ୍ଦୁଝରର ରଥଯାତ୍ରାରେ ତିନି ଠାକୁର ଗୋଟିଏ ରଥରେ ଯାତ୍ରା କରିଥାନ୍ତି। କେନ୍ଦୁଝର ବଳଦେବଜୀଉ ମନ୍ଦିରର ମୁଖ୍ୟ ଦେବତା ପ୍ରଭୁ ବଳଭଦ୍ର ହୋଇଥିଲେ ବି ଏହି ରଥର ନାମ ନନ୍ଦିଘୋଷ ଦିଆଯାଇଛି। ତେବେ କାଠରେ ନିର୍ମାଣ ହୋଇଥିବା ଏହି ରଥର ଉଚ୍ଚତା ୭୨ ଫୁଟ। ଏଥିରେ ୧୬ ଚକ ଥାଏ। ବିଭିନ୍ନ ପର୍ଯ୍ୟାୟରେ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡସ ଅଧିକାରୀ ଯାଞ୍ଚ କରିବା ପରେ ଏହାକୁ ଗିନିଜ ରେକର୍ଡରେ ସ୍ଥାନ ଦିଆଯାଇଛି।


