ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ବଢୁଛି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବର୍ତ୍ତମାନ ଆତ୍ମନିର୍ଭର ଭାରତ ଯୋଜନା ଉପରେ ଧ୍ୟାନ ଦେଉଥିବା କହୁଛନ୍ତି। ପୂର୍ବରୁ ଗ୍ରହଣ କରାଯାଇଥିବା ‘ମେକ୍‌ ଇନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ ସଫଳ ନ ହେବା ପରେ ପୁଣି ଥରେ ନୂଆ କ୍ୟାମ୍ପେନ ଆରମ୍ଭ ହୋଇଛି। ସରକାର ତାଙ୍କ ଆର୍ଥତ୍କ ନୀତିରେ ବିଫଳ ହେବା ପରେ ସମ୍ମାନ ରକ୍ଷା ଲାଗି ବିଭିନ୍ନ ଆଳ କରୁଥିବା ବଜାର ବିଶେଷଜ୍ଞ କୁହନ୍ତି। ଭାରତରେ ବିଭିନ୍ନ ନୀତି ଏବଂ ରାଜନୈତିକ ହସ୍ତକ୍ଷେପ ଯୋଗୁ ବାଣିଜ୍ୟର ଉନ୍ନତ ବାତାବରଣ ଏବେ ଯାଏ ସୃଷ୍ଟି ହୋଇପାରିନାହୁଁ। ଏଭଳି ସ୍ଥିତିରେ ଗତ ବର୍ଷର ମାନ୍ଦାବସ୍ଥା ଯୋଗୁ ଘରୋଇ ବଜାରର ଜିଡିପି ଖସିବା କିମ୍ବା ବର୍ତ୍ତମାନର କରୋନା ମହାମାରୀ ପରିଚାଳନାରେ ବିଫଳତା ଯୋଗୁ ପ୍ରଥମ ତ୍ରୈମାସ ଜିଡିପି ହ୍ରାସ ବଜାର ବିଶେଷଜ୍ଞଙ୍କ ଚିନ୍ତା ବଢାଇଛି। ଦେଶର ଅର୍ଥ ବ୍ୟବସ୍ଥା ଲାଗି ବର୍ତ୍ତମାନ ସମସ୍ୟା ଆହୁରି ବଢୁଥିବା ଜଣାପଡିଛି।
ବ୍ଲୁମ୍‌ବର୍ଗ ପକ୍ଷରୁ ପ୍ରକାଶିତ ଏକ ସଦ୍ୟତମ ରିପୋର୍ଟରେ କୁହାଯାଇଛି ଯେ, ଗତ ୬ ବର୍ଷ ହେବ ସରକାର ହେଡ୍‌ଲାଇନ ମ୍ୟାନେଜମେଣ୍ଟରେ ସମୟ ବିତାଇ ଦେଇଛନ୍ତି। ବିମୁଦ୍ରୀକରଣ କିମ୍ବା ଜିଡିପି ହ୍ରାସ, ସରକାର ଏମିତି ତଥ୍ୟକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି ଯେଭଳି ଅର୍ଥ ବ୍ୟବସ୍ଥାକୁ କିଛି କ୍ଷତି ପହଞ୍ଚିନାହିଁ। ଏଭଳି ଦେଖେଇହେବା ନୀତି ଯଦି ଅଧିକ ଦିନ ଧରି ଚାଲିବ ମହାମାରୀ ପରେ ଅଭିବୃଦ୍ଧି ଲଗାତର ଖସିବ। ଅର୍ଥ ବ୍ୟବସ୍ଥାର ଚ୍ୟାଲେଞ୍ଜକୁ ସାମ୍ନା କରିବା ଆହୁରି କଷ୍ଟକର ବୋଲି ଏହି ରିପୋର୍ଟରେ ଆକଳନ କରାଯାଇଛି।
ଲକ୍‌ଡାଉନ କଟକଣା କୋହଳ ହେଉଥିବା ବେଳେ ରୋଜଗାର ହରାଇଥିବା ବ୍ୟକ୍ତି ବିଶେଷ ପୁଣି ଥରେ ନିଯୁକ୍ତି ଆଶାରେ ରହିଛନ୍ତି। ଲୋକଙ୍କ ନିକଟରେ ସାମାଜିକ ସୁରକ୍ଷା ବିଶେଷ ଭାବେ ନାହିଁ। କମ୍ପାନୀଗୁଡିକ ବର୍ତ୍ତମାନ ସମସ୍ୟା ଘେରରେ ରହିଥିବାରୁ ପୁଣି ଥରେ ନିଯୁକ୍ତି ଦେବା ସପକ୍ଷରେ ନାହାନ୍ତି। ଏଣୁ ଚାକିରି ହରାଇଥିବା ଲୋକଙ୍କ ସମସ୍ୟା କାହିଁ କେତେଗୁଣ ବଢିଯାଇଛି। ପ୍ରଥମ ତ୍ରୈମାସ ଜିଡିପି -୨୩.୫% ଖସିଥିବା ଡାଟା କେବଳ ସଙ୍ଗଠିତ କ୍ଷେତ୍ରକୁ ନେଇ ପ୍ରସ୍ତୁତ ହୋଇଛି। ଦେଶର ଅଣ ସଙ୍ଗଠିତ କ୍ଷେତ୍ରରେ କୋଟି କୋଟି ଲୋକ ଜୀବିକା ହରାଇ ଯେଉଁଭଳି ଅସୁବିଧା ସାମ୍ନା କରିଛନ୍ତି ତା’ର ବାସ୍ତବ ଚିତ୍ର ସରକାର ଦେଖାଇବାକୁ ଚାହୁଁ ନାହାନ୍ତି।
ଅର୍ଥ ବିଶେଷଜ୍ଞ କୁହନ୍ତି ଯେ, ଭାରତକୁ ପ୍ରାଥମିକତା ଚୟନ କରିବାକୁ ପଡିବ। ଦେଶକୁ ପକୋଡା ଭିତ୍ତିକ ଅର୍ଥ ବ୍ୟବସ୍ଥା କିମ୍ବା ଟୟୋଟା ଭଳି କମ୍ପାନୀଙ୍କୁ ନେଇ ଅର୍ଥ ବ୍ୟବସ୍ଥା ମଧ୍ୟରୁ କାହାକୁ ବାଛିବାକୁ ପଡିବ ତାହା ବିଚାର କରିବାକୁ ହେବ। ଭାରତ କାର ଉପରେ ସର୍ବାଧିକ ଟିକସ ଲାଗୁ କରିଥିବା ନିକଟରେ ଟୟୋଟୋ ମୋଟର କର୍ପୋରେଶନ ପକ୍ଷରୁ କୁହାଯାଇଥିଲା। କାରକୁ ସରକାର ନିଶା କିମ୍ବା ଅବଗୁଣକାରୀ ସାମଗ୍ରୀ ଭଳି ବିଚାର କରୁଥିବା କମ୍ପାନୀ ମତ ରଖିଥିଲା। ଟିକସ ହାର ଉଚ୍ଚରେ ରହିବା ଯୋଗୁ ଏହା କମ୍ପାନୀଗୁଡିକ ଲାଗି ନିବେଶ ଏବଂ ପରିଚାଳନାରେ ବାଧକ ହେଉଥିବା ଏହା ସ୍ପଷ୍ଟ କରିଥିଲା। ମାତ୍ର ସରକାର ଏହାକୁ ଟାଳିଦେଲେ। ପୂର୍ବ ତୁଳନାରେ କମ୍‌ ଟିକସ ଲାଗୁ ହେଉଥିବା କଥା ସରକାର କହିଥିଲେ। ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ବିଚାର ନ କରି ଅଟୋମୋବାଇଲ ଶିଳ୍ପ ଉପରେ ଟିକସ ସମସ୍ୟା ଦୂର କରିବା ପରିବର୍ତ୍ତେ ସରକାର ଏହାକୁ ପବ୍ଳିକ ରିଲେଶନର ମୁଦ୍ଦା ଭାବେ ନେଇଗଲେ। ଟୟୋଟା ଭାରତରେ ନିବେଶ ନ କରିବା ଖବର ଭୁଲ୍‌ ବୋଲି ସରକାରଙ୍କ ଜଣେ ମନ୍ତ୍ରୀଙ୍କୁ ସଫେଇ ଦେବାକୁ ପଡିଲା। ସୂଚନାଯୋଗ୍ୟ, ଭାରତରେ କାର ଉପରେ ୧ରୁ ୨୨% ଅତିରିକ୍ତ ଲକଜ୍ୟୁରି ଟିକସ ଲାଗୁ ହେଉଛି। ଫଳରେ ବିଶ୍ୱର ୪ର୍ଥ ସବୁଠୁ କାର ବଜାରରେ ଟିକସ ବୋଝ ଅସହ୍ୟ ହେଉଥିବା କମ୍ପାନୀଗୁଡିକ କହୁଛନ୍ତି। ସେହିଭଳି ଏସ୍‌ୟୁଭି ଉପରେ ଟିକସ ୫୦% ପର୍ଯ୍ୟନ୍ତ ପହଞ୍ଚିଯାଉଛି।
ଟିକସ ସଂଗ୍ରହ କମିବା ଯୋଗୁ ରାଜ୍ୟଗୁଡିକ ଅବଗୁଣକାରୀ ଟିକସ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି। କମ୍ପାନୀଗୁଡିକ ଅନୁମାନ କରିଥିଲେ ଯେ, ୨୦୨୨ ପରେ ଅତିରିକ୍ତ ଟିକସ ଲାଗୁ ହେବା ବନ୍ଦ ହୋଇଯିବ। ମାତ୍ର ବର୍ତ୍ତମାନ ଟିକସ ସଂଗ୍ରହ କମୁଥିବାରୁ ଅତିରିକ୍ତ ଟିକସ ହଟାଯିବା ନେଇ ବାଟ ଦେଖାଯାଉନାହିଁ। ମେକ୍‌ ଇନ୍‌ ଇଣ୍ଡିଆରେ ଇଲେକ୍‌ଟ୍ରୋନିକ୍ସ ଯନ୍ତ୍ରାଂଶ ଏବଂ ଷ୍ଟିଲ ଉପରେ ଆମଦାନୀ ଟିକସ ବଢାଇବା ଲାଗି ବର୍ତ୍ତମାନ ବିଚାର କରାଯାଉଛି। ଏହା ହେଲେ କାର ଦାମ ବଢିଯିବ। ଏହା ହେଲେ କାର ବଜାର ଆହୁରି ସଙ୍କୁଚିତ ହେବ। ଶେଷ ଉପାୟ ବା ସମାଧାନ କ’ଣ ବୋଲି ଏଠାରେ ମନକୁ ପ୍ରଶ୍ନ ଆସେ। ବଜାର ବିଶେଷଜ୍ଞ କୁହନ୍ତି, ନିୟମରେ ବାରମ୍ବାର ପରିବର୍ତ୍ତନ ଯୋଗୁ ଏହା ନିବେଶକଙ୍କୁ ପ୍ରଭାବିତ କରୁଛି। ଭାରତରେ ସ୍ଥିର ନିୟମର ଆବଶ୍ୟକତା ରହିଛି। ଅନ୍ତତଃ ପକ୍ଷେ ୧୫ ବର୍ଷ ଏହାକୁ ସ୍ଥିର ରଖାଯିବା ଉପରେ ବିଶେଷଜ୍ଞ ମତ ପ୍ରକାଶ କରନ୍ତି।
ବର୍ତ୍ତମାନ ବଜାରରେ ଚାହିଦା ପ୍ରଭାବିତ ସ୍ଥିତିରେ ରହିଛି। କମ୍ପାନୀ ନୂଆ ନିବେଶ କରିବାକୁ ଆଗଭର ହେଉନାହାନ୍ତି। ଫଳରେ ନୂଆ ନିଯୁକ୍ତି ସୃଷ୍ଟି ହେଉନାହିଁ। ଏହାଦ୍ୱାରା ରୋଜଗାର ବଢୁନାହିଁ। ଯେଉଁମାନେ କାର କ୍ରୟ କରୁଛନ୍ତି ସେମାନଙ୍କ ଉପରେ ଉଚ୍ଚ ପରିମାଣର ଟିକସ ଲାଗୁ ହେଉଛି। ସେହିଭଳି ପେଟ୍ରୋଲ, ଡିଜେଲ ଉପରେ ଅତିରିକ୍ତ ଟିକସ ଯୋଗୁ ଏହା ଆମେରିକା ତୁଳନାରେ ୭୫% ଅଧିକ ମହଙ୍ଗା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ରେ କହିଥିଲେ ଯେ, ଯେଉଁ ବ୍ୟକ୍ତିବିଶେଷ ପକୁଡ଼ି ବିକି ଦୈନିକ ୨୦୦ ଟଙ୍କାରୁ ଊର୍ଦ୍ଧ୍ୱ ଆୟ କରୁଛନ୍ତି ତାଙ୍କୁ ରୋଜଗାର କରୁଥିବା ବ୍ୟକ୍ତି ଭାବେ ବିବେଚିତ କରିବା ଆବଶ୍ୟକ। ଏହାଦ୍ୱାରା ସଙ୍ଗଠିତ କ୍ଷେତ୍ରଗୁଡିକରେ ନିଯୁକ୍ତି ସୃଷ୍ଟି ଦିଗରେ ସରକାରଙ୍କର ଉତ୍ତରଦାୟିତ୍ୱ କମିବ। ମାତ୍ର ଗୋଟିଏ କଥା ସରକାରଙ୍କୁ ଏଠାରେ ବିଚାର କରିବାକୁ ହେବ ଯେ, ସଙ୍ଗଠିତ କ୍ଷେତ୍ରଗୁଡିକୁ ପ୍ରୋତ୍ସାହନ ମିଳିଲେ ନୂଆ ରୋଜଗାର ସହ ସାମାଜିକ ସୁରକ୍ଷା ବଢିବ। ଲୋକଙ୍କୁ ରୋଜଗାର ମିଳିଲେ ସେମାନେ ଭଲ ଭାବେ ଖର୍ଚ୍ଚ କରିପାରିବେ। ସେହିଭଳି ଏମିତି କିଛି ନୀତି ନ ଆଣିବା ଆବଶ୍ୟକ ଯାହା ଅଣସଙ୍ଗଠିତ କ୍ଷେତ୍ରର ନିଯୁକ୍ତି ଲାଗି ମାରକ ହେବ।
ରିପୋର୍ଟ ମୁତାବକ, ଦେଶର ପ୍ରାୟ ୪୦% ଅଣ ଫାଇନାନ୍ସିଆଲ କମ୍ପାନୀଗୁଡିକର ରାଜସ୍ବ ବିଶ୍ୱର ଅନ୍ୟ ଅଭିବୃଦ୍ଧିଶୀଳ ବଜାର ତୁଳନାରେ କମ୍‌ । ଏହି କମ୍ପାନୀଗୁଡିକର ବାର୍ଷିକ ରାଜସ୍ବ ୧.୫ କୋଟି ଡଲାରକୁ କମ୍‌ ରହୁଛି। ଗତ ଏକ ଦଶନ୍ଧିରେ ଏଥିରେ କୌଣସି ପରିବର୍ତ୍ତନ ଆସିନାହିଁ। ଏଭଳି ସ୍ଥିତିରେ ନୂଆ ନିଯୁକ୍ତି କିମ୍ବା ନିବେଶ ନେଇ କମ୍ପାନୀ କିଭଳି ଆଗଭର ହେବେ ବୋଲି ବିଶେଷଜ୍ଞ କୁହନ୍ତି। ମାନୁଫାକଚରିଂରେ ଭାରତ ଏତେଟା ଆଖିଦୃଶିଆ ଅଗ୍ରଗତି କରିପାରିନାହିଁ। ପଡୋଶୀ ରାଷ୍ଟ୍ର ଚାଇନା ମାନୁଫାକଚରିଂରେ ବିଶ୍ୱର ଏକ ନମ୍ବର ସ୍ଥାନ ହାସଲ କରିଛି। ଭାରତର ଶାସନତନ୍ତ୍ରରେ ଥିବା ବ୍ୟକ୍ତିବିଶେଷ ଦେଶର ଉନ୍ନତି ଲାଗି ଏଭଳି ପ୍ରସଙ୍ଗକୁ ଅଣଦେଖା କରୁଥିବା ବିଶେଷଜ୍ଞ କହୁନ୍ତି। ବର୍ତ୍ତମାନ ଚାଇନାରୁ ବାହାରୁଥିବା କମ୍ପାନୀଗୁଡିକ ଭାରତକୁ ଆଣିବାକୁ ସରକାର ସକ୍ଷମ ହେଲେ ଏହାର ଲାଭ ଦେଶବାସୀଙ୍କୁ ମିଳିପାରିବ। କେବଳ କଥା କୁହା ରାଜନୀତି ଛାଡି ଦେଶର ପ୍ରକୃତ ବିକାଶ କଥା ଚିନ୍ତାକଲେ ନିମ୍ନଗାମୀ ଅର୍ଥ ବ୍ୟବସ୍ଥାକୁ ଉନ୍ନତ କରିବାରେ ସହାୟକ ହେବ ବୋଲି ବ୍ଲୁମ୍‌ବର୍ଗ ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?