ଅଧ୍ୟକ୍ଷ ନିର୍ବାଚନ ୧୫ ଦିନ ଘୁଞ୍ଚିଲା

ଛତ୍ରପୁର,୧୩।୩(ଡି.ଏନ.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଶନିବାର ବାତିଲ ହୋଇଯାଇଛି ା
୬ ସମିତିସଭ୍ୟଙ୍କୁ କରୋନା ହୋଇଥିବା ଦର୍ଶାଇ ୧୫ ଦିନ ପାଇଁ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି ା ଏହାର ପ୍ରତିବାଦ କରି ଛତ୍ରପୁର ବ୍ଲକର ୧୨ ସମିତିସଭ୍ୟ ଏବଂ ତାଙ୍କ ବିଜେଡି ଓ ସିପିଆଇ ସମର୍ଥକମାନେ ଜିଲାପାଳଙ୍କ ବଙ୍ଗଳା ଆଗରେ ଧାରଣା ଦେଇଥିଲେ। ଛତ୍ରପୁରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଫୋର୍ସ ମୁତୟନ କରାଯାଇଥିଲା। ଛତ୍ରପୁର ବ୍ଲକ ଅଧ୍ୟକ୍ଷା ପଦବୀ ଏସ୍‌ସି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଶନିବାର ଅଧ୍ୟକ୍ଷା ନିର୍ବାଚନ ପାଇଁ ସ୍ଥାନୀୟ ବ୍ଲକରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ ସମସ୍ତ ୧୮ ସମିତିସଭ୍ୟ ଉପସ୍ଥିତ ଥିଲେ। ପରେ ଏଥିରୁ ୬ ଜଣ ସମିତିସଭ୍ୟ ବୈଠକରୁ ବାହାରି ଅନ୍ୟ ଏକ କୋଠରିରେ ବସିଥିଲେ। ପରେ ଅଗସ୍ତିନୂଆଗଁାର ସମିତିସଭ୍ୟା କିରଣ କୁମାରୀ ଦାସ ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପରେ ସୁନ୍ଦରପୁର ସମିତିସଭ୍ୟା ସୁଜ୍ଞାନୀ ସେଠୀ ମଧ୍ୟ ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ କହିଥିବା ଅନ୍ୟ ୧୨ ସମିତିସଭ୍ୟଙ୍କ ପକ୍ଷରୁ ଗଣମାଧ୍ୟମ ଆଗରେ ସୂଚନା ଦିଆଯାଇଛି। ପରେ ଅନ୍ୟ କୋଠରିରେ ବସିଥିବା ୬ ସମିତିସଭ୍ୟ କରୋନା ଟେଷ୍ଟ ପାଇଁ ନିର୍ବାଚନ ଅଧିକାରୀଙ୍କୁ କହିଥିଲେ। ଏହାପରେ ମେଡିକାଲ ଟିମ୍‌ ପହଞ୍ଚି ସେମାନଙ୍କୁ ପରୀକ୍ଷା କରିଥିଲେ। ଏମାନଙ୍କ ପଜିଟିଭ୍‌ ଥିବା ଦର୍ଶାଇ ନିର୍ବାଚନ ଅଧିକାରୀ ତଥା ଖଲ୍ଲିକୋଟ ବିଡିଓ ନିର୍ବାଚନକୁ ୧୫ ଦିନ ପର୍ଯ୍ୟନ୍ତ ଘୁଞ୍ଚାଇ ପଳାଇ ଯାଇଥିଲେ। ଉକ୍ତ ୬ ସମିତିସଭ୍ୟଙ୍କୁ ଆମ୍ବୁଲାନ୍ସରେ ଏମ୍‌କେସିଜିକୁ ନିଆଯାଇଥିଲା। ଉକ୍ତ ୬ ଜଣଙ୍କ ମଧ୍ୟରୁ କାହାକୁ କରୋନା ହୋଇଛି ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇନି। ନିର୍ବାଚନ ବାତିଲର ପ୍ରତିବାଦ କରି ୧୨ ଜଣ ସମିତିସଭ୍ୟଙ୍କ ପକ୍ଷରୁ ଛତ୍ରପୁର ବ୍ଲକ ଆଗରେ ଧାରଣା ଦିଆଯାଇଥିଲା। ଏମାନଙ୍କ ମଧ୍ୟରେ କେତେକ ସିପିଆଇ ସମର୍ଥିତ ସମିତିସଭ୍ୟ ମଧ୍ୟ ରହିଛନ୍ତି ା ଦୀର୍ଘ ସମୟ ପରେ ୧୨ ସମିତି ସଭ୍ୟ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଆସି ଧାରଣାରେ ସାମିଲ ହୋଇଥିଲେ ା ପରେ ସମସ୍ତେ ଜିଲାପାଳଙ୍କ ବଙ୍ଗଳା ସମ୍ମୁଖକୁ ଯାଇ ଧାରଣା ଦେଇଥିଲେ। ପରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଧାରଣାରତ ସମିତିସଭ୍ୟ ଓ ଅନ୍ୟମାନଙ୍କ ସହ ଆଲୋଚନା କରିଥିଲେ ା ସୋମବାର ନିର୍ବାଚନ ସମ୍ପର୍କରେ ସୂଚନା ଦିଆଯିବ ବୋଲି ଏଡିଏମ୍‌ ସୂଚନା ଦେଇଥିଲେ। ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଅପରପକ୍ଷରେ ଖଲ୍ଲିକୋଟ ବିଡିଓ ତଥା ନିର୍ବାଚନ ଅଧିକାରୀ ମିତାଲୀ ପାତ୍ରଙ୍କୁ ଯୋଗାଯୋଗ କରିବାରେ ଏହା ଉପରେ କୌଣସି ମତାମତ ଦେବାକୁ ମନା କରି ଜିଲାପାଳଙ୍କୁ ପଚାରିବାକୁ କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri