ହସ୍ତକ୍ଷେପ କଲେ କେନ୍ଦ୍ର ସରକାର

କେନ୍ଦ୍ରାପଡ଼ା ଅଫିସ,୩: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବା ବିବାଦରେ କେନ୍ଦ୍ର ସରକାରଙ୍କ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ (ଏନଭାରନମେଣ୍ଟ, ଫରେଷ୍ଟ ଆଣ୍ଡ କ୍ଲାଇମେଟ ଏକ୍ସଚେଞ୍ଜ) ମନ୍ତ୍ରଣାଳୟ ହସ୍ତକ୍ଷେପ କରିଛନ୍ତି। ଭିତରକନିକା ଜୈବବିବିଧତା ଉପରେ ଏହାର କି ପ୍ରଭାବ ପଡିବ ସେ ସମ୍ପର୍କରେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଓଡ଼ିଶା ମୁଖ୍ୟ ବନ ସଂରକ୍ଷକଙ୍କୁ ଗତ ୧୯ ତାରିଖରେ ବିଭାଗୀୟ ଚିଠି ଆସିଛି। ଭଦ୍ରକର ନୂଆହାଟରେ ପ୍ରସ୍ତାବିତ ଏହି ପାନୀୟ ଜଳ ପ୍ରକଳ୍ପ ବନ୍ଦ ପାଇଁ ସହରର ଖଡିଅଙ୍ଗସ୍ଥ କ୍ଷୀତିଶ କୁମାର ସିଂହ ଗତ ଜାନୁଯାୟୀ ୩ରେ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆବେଦନ କରିଥିଲେ। କେନ୍ଦ୍ର ସରକାରଙ୍କ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏହି ଅଭିଯୋଗ (ଗ୍ରୀଭାନ୍ସ ନଂ-୯/୨୧)କୁ ଗ୍ରହଣ କରାଯାଇଛି।
ଏ ସମ୍ପର୍କରେ ସିଂହ କୁହନ୍ତି, ଜାତୀୟଉଦ୍ୟାନ ଭିତରକନିକା ବିଶ୍ୱସ୍ତରରେ ରାମସାର ସାଇଟ୍‌ ଭାବେ ପରିଚୟ ଲାଭ କରିଛି। ଏଠାରେ ଥିବା ବନ୍ୟ ଓ ସାମୁଦ୍ରିକ ପ୍ରାଣୀ ସହ ଏସିଆର ଦ୍ୱିତୀୟ ସର୍ବବୃହତ୍‌ ହେନ୍ତାଳବଣ ରହିଛି। ଏହି ପ୍ରାକୃତିକ ହେନ୍ତାଳବଣ ସାମୁଦ୍ରିକ ପ୍ରାଚୀର ଭାବେ ପରିଗଣିତ ହୋଇଥାଏ। ଏହାର କେତେକ ଗୁଣ ପାଇଁ ସୁନାମିର ଢେଉ ମଧ୍ୟ ନିଷ୍ପର୍ଭ ହୋଇଥାଏ। ତେବେ ହେନ୍ତାଳବଣ ବୃଦ୍ଧି ପାଇଁ ଲୁଣା ଓ ମଧୁର ଜଳର ଆବଶ୍ୟକତା ଅଛି। ଭଦ୍ରକ ଜିଲାର ନୂଆହାଟଠାରେ ପ୍ରସ୍ତାବିତ ଜଳ ପ୍ରକଳ୍ପ ପାଇଁ ବରୁଣାଡିହାଠାରେ ଖରସ୍ରୋତା ନଦୀରୁ ଦୈନିକ ୧୪୬ ମିଲିୟନ ଲିଟର ପାଣି ନିଆଯିବ। ଯାହାର ପ୍ରଭାବ ହେନ୍ତାଳବଣ ବୃଦ୍ଧିକୁ ରୋକିବା ସହିତ ଜାତୀୟ ଜଳପଥ ୫ ଉପରେ ପ୍ରଭାବ ପକାଇବ। ଗ୍ରୀଭାନ୍ସ ଲେଟରରେ ସେ ଉଲ୍ଲେଖ କରିଛନ୍ତି, ନୂଆହାଟଠାରୁ ମାତ୍ର ୨ କିଲୋମିଟର ଦୂରରେ ବୈତରଣୀ ନଦୀ ଅଛି। ତେବେ ପାନୀୟ ଜଳ ପ୍ରକଳ୍ପ ପାଇଁ ଏହି ନଦୀଜଳ ଲୁଣା ହେତୁ ଉପଯୋଗୀ ହୋଇନାହିଁ। ଖରସ୍ରୋତାରୁ ପ୍ରକଳ୍ପ ପାଇଁ ମଧୁର ପାଣି ଉତ୍ତୋଳନ ହେଲେ ବୈତରଣୀ ନଦୀର ଦଶା ଭୋଗିବାକୁ ପଡିବ ବୋଲି କେନ୍ଦ୍ର ସରକାରଙ୍କ ବିଭିନ୍ନ ସର୍ଭେ ରିପୋର୍ଟରେ ଉଲ୍ଲେଖ ହୋଇଛି। ଏଥିପାଇଁ ପ୍ରସ୍ତାବିତ ଜଳ ପ୍ରକଳ୍ପର ପାଣିଉଠା ସ୍ଥାନ ବରୁଣାଡିହା ଓ ନୂଆହାଟ ସମେତ ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲାର ୧୯୨ ରାଜସ୍ବ ଗ୍ରାମକୁ ଇକୋ ସେନସେଟିଭ ଜୋନରେ ରଖାଯାଇଛି। ଜାତୀୟଉଦ୍ୟାନର ବିଭିନ୍ନ ଅବକ୍ଷୟକୁ ଲକ୍ଷ୍ୟ କରାଯାଇ ଆଇୟୁସିଏନ୍‌ ପକ୍ଷରୁ ଭିତରକନିକାକୁ ରେଡ ଡାଟା ବୁକ୍‌ରେ ରଖାଯାଇଛି। ସେହିପରି ଖରସ୍ରୋତା ମଧ୍ୟ ଦେଇ ଜାତୀୟ ଜଳପଥ ୫ ପ୍ରକଳ୍ପର କାର୍ଯ୍ୟ ଚାଲିଛି। ଏହି ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଜଳ ଉତ୍ତୋଳନ ହେଲେ ଆଗାମୀ ଦିନରେ ଜାହାଜ ଚଳାଚଳ କରିପାରିବ ନାହିଁ। ଯାହା ଦେଶର ପରିବହନ ରାଜସ୍ବରେ ଅବନତି ହେବ ବୋଲି ଅଭିଯୋଗକାରୀ ସିଂହ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଖରସ୍ରୋତା ନଦୀର ମଧୁର ଜଳକୁ ଭଦ୍ରକର ୪ ବ୍ଲକ ଅଞ୍ଚଳରେ ପାନୀୟ ଜଳ ରୂପେ ବ୍ୟବହାର ପାଇଁ ରାଜ୍ୟ ସରକାର ବସୁଧା ଯୋଜନାରେ ୮୯୨ କୋଟି ଟଙ୍କା ବ୍ୟୟରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି। ହେଲେ ଏହାକୁ ପ୍ରାୟ ବର୍ଷେ ହେବ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri