ହସ୍ତକ୍ଷେପ କଲେ କେନ୍ଦ୍ର ସରକାର

କେନ୍ଦ୍ରାପଡ଼ା ଅଫିସ,୪।୩: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବା ବିବାଦରେ କେନ୍ଦ୍ର ସରକାରଙ୍କ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ (ଏନଭାରନମେଣ୍ଟ, ଫରେଷ୍ଟ ଆଣ୍ଡ କ୍ଲାଇମେଟ ଏକ୍ସଚେଞ୍ଜ) ମନ୍ତ୍ରଣାଳୟ ହସ୍ତକ୍ଷେପ କରିଛନ୍ତି। ଭିତରକନିକା ଜୈବବିବିଧତା ଉପରେ ଏହାର କି ପ୍ରଭାବ ପଡିବ ସେ ସମ୍ପର୍କରେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଓଡ଼ିଶା ମୁଖ୍ୟ ବନ ସଂରକ୍ଷକଙ୍କୁ ଗତ ୧୯ ତାରିଖରେ ବିଭାଗୀୟ ଚିଠି ଆସିଛି। ଭଦ୍ରକର ନୂଆହାଟରେ ପ୍ରସ୍ତାବିତ ଏହି ପାନୀୟ ଜଳ ପ୍ରକଳ୍ପ ବନ୍ଦ ପାଇଁ ସହରର ଖଡିଅଙ୍ଗସ୍ଥ କ୍ଷୀତିଶ କୁମାର ସିଂହ ଗତ ଜାନୁଯାୟୀ ୩ରେ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆବେଦନ କରିଥିଲେ। କେନ୍ଦ୍ର ସରକାରଙ୍କ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏହି ଅଭିଯୋଗ (ଗ୍ରୀଭାନ୍ସ ନଂ-୯/୨୧)କୁ ଗ୍ରହଣ କରାଯାଇଛି।
ଏ ସମ୍ପର୍କରେ ସିଂହ କୁହନ୍ତି, ଜାତୀୟଉଦ୍ୟାନ ଭିତରକନିକା ବିଶ୍ୱସ୍ତରରେ ରାମସାର ସାଇଟ୍‌ ଭାବେ ପରିଚୟ ଲାଭ କରିଛି। ଏଠାରେ ଥିବା ବନ୍ୟ ଓ ସାମୁଦ୍ରିକ ପ୍ରାଣୀ ସହ ଏସିଆର ଦ୍ୱିତୀୟ ସର୍ବବୃହତ୍‌ ହେନ୍ତାଳବଣ ରହିଛି। ଏହି ପ୍ରାକୃତିକ ହେନ୍ତାଳବଣ ସାମୁଦ୍ରିକ ପ୍ରାଚୀର ଭାବେ ପରିଗଣିତ ହୋଇଥାଏ। ଏହାର କେତେକ ଗୁଣ ପାଇଁ ସୁନାମିର ଢେଉ ମଧ୍ୟ ନିଷ୍ପର୍ଭ ହୋଇଥାଏ। ତେବେ ହେନ୍ତାଳବଣ ବୃଦ୍ଧି ପାଇଁ ଲୁଣା ଓ ମଧୁର ଜଳର ଆବଶ୍ୟକତା ଅଛି। ଭଦ୍ରକ ଜିଲାର ନୂଆହାଟଠାରେ ପ୍ରସ୍ତାବିତ ଜଳ ପ୍ରକଳ୍ପ ପାଇଁ ବରୁଣାଡିହାଠାରେ ଖରସ୍ରୋତା ନଦୀରୁ ଦୈନିକ ୧୪୬ ମିଲିୟନ ଲିଟର ପାଣି ନିଆଯିବ। ଯାହାର ପ୍ରଭାବ ହେନ୍ତାଳବଣ ବୃଦ୍ଧିକୁ ରୋକିବା ସହିତ ଜାତୀୟ ଜଳପଥ ୫ ଉପରେ ପ୍ରଭାବ ପକାଇବ। ଗ୍ରୀଭାନ୍ସ ଲେଟରରେ ସେ ଉଲ୍ଲେଖ କରିଛନ୍ତି, ନୂଆହାଟଠାରୁ ମାତ୍ର ୨ କିଲୋମିଟର ଦୂରରେ ବୈତରଣୀ ନଦୀ ଅଛି। ତେବେ ପାନୀୟ ଜଳ ପ୍ରକଳ୍ପ ପାଇଁ ଏହି ନଦୀଜଳ ଲୁଣା ହେତୁ ଉପଯୋଗୀ ହୋଇନାହିଁ। ଖରସ୍ରୋତାରୁ ପ୍ରକଳ୍ପ ପାଇଁ ମଧୁର ପାଣି ଉତ୍ତୋଳନ ହେଲେ ବୈତରଣୀ ନଦୀର ଦଶା ଭୋଗିବାକୁ ପଡିବ ବୋଲି କେନ୍ଦ୍ର ସରକାରଙ୍କ ବିଭିନ୍ନ ସର୍ଭେ ରିପୋର୍ଟରେ ଉଲ୍ଲେଖ ହୋଇଛି। ଏଥିପାଇଁ ପ୍ରସ୍ତାବିତ ଜଳ ପ୍ରକଳ୍ପର ପାଣିଉଠା ସ୍ଥାନ ବରୁଣାଡିହା ଓ ନୂଆହାଟ ସମେତ ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲାର ୧୯୨ ରାଜସ୍ବ ଗ୍ରାମକୁ ଇକୋ ସେନସେଟିଭ ଜୋନରେ ରଖାଯାଇଛି। ଜାତୀୟଉଦ୍ୟାନର ବିଭିନ୍ନ ଅବକ୍ଷୟକୁ ଲକ୍ଷ୍ୟ କରାଯାଇ ଆଇୟୁସିଏନ୍‌ ପକ୍ଷରୁ ଭିତରକନିକାକୁ ରେଡ ଡାଟା ବୁକ୍‌ରେ ରଖାଯାଇଛି। ସେହିପରି ଖରସ୍ରୋତା ମଧ୍ୟ ଦେଇ ଜାତୀୟ ଜଳପଥ ୫ ପ୍ରକଳ୍ପର କାର୍ଯ୍ୟ ଚାଲିଛି। ଏହି ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଜଳ ଉତ୍ତୋଳନ ହେଲେ ଆଗାମୀ ଦିନରେ ଜାହାଜ ଚଳାଚଳ କରିପାରିବ ନାହିଁ। ଯାହା ଦେଶର ପରିବହନ ରାଜସ୍ବରେ ଅବନତି ହେବ ବୋଲି ଅଭିଯୋଗକାରୀ ସିଂହ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଖରସ୍ରୋତା ନଦୀର ମଧୁର ଜଳକୁ ଭଦ୍ରକର ୪ ବ୍ଲକ ଅଞ୍ଚଳରେ ପାନୀୟ ଜଳ ରୂପେ ବ୍ୟବହାର ପାଇଁ ରାଜ୍ୟ ସରକାର ବସୁଧା ଯୋଜନାରେ ୮୯୨ କୋଟି ଟଙ୍କା ବ୍ୟୟରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି। ହେଲେ ଏହାକୁ ପ୍ରାୟ ବର୍ଷେ ହେବ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ମିଶିଲା ଇନ୍ଦ୍ରଗଡ଼ ପଞ୍ଚାୟତ କାର୍ଯ୍ୟାଳୟ

ରାଇକିଆ, ୧/୧୧ (ପ୍ରଦୀପ ବେହେରା): ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବା ଇନ୍ଦ୍ରଗଡ଼ ପଞ୍ଚାୟତ ଉପରେ ଫୋକସ୍ କରିଛି କନ୍ଧମାଳ ଜିଲା ପ୍ରଶାସନ। ମାଣିକେଶ୍ୱର ପରେ ଏହି…

କୋଟିଆ ଭୋଟରଙ୍କୁ ଜଗିବେ ୩ ଦଳ

କୋରାପୁଟ,୧।୧୧(ଅମିତାଭ ବେହେରା): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପୁଣି ରାଜନୈତିକ ତତ୍ପରତା ଦେଖିବାକୁ ମିଳିଛି। କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ପକ୍ଷରୁ ହେବାକୁ ଥିବା ନିର୍ବାଚନକୁ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ପ୍ରଦୂଷିତ ପରିବେଶ ପାଇଁ ବହୁ ଜୀବଜନ୍ତୁ ବିଲୁପ୍ତପ୍ରାୟ

ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ ଆଜିକାଲିର ପ୍ରଦୂଷଣ ବୃଦ୍ଧି ମନୁଷ୍ୟକୃତ। ନିଜ ସୁବିଧା ପାଇଁ ଆମେ କଳକାରଖାନା ବୃଦ୍ଧି କରୁଛେ, ଯାହା ଆମ ପରିବେଶ ଓ ଜୀବଜଗତ…

LPG ସିଲିଣ୍ଡର ପିଛା ଦାମ ବଢ଼ିବ ୩୭୦ ଟଙ୍କା; ଡିସେମ୍ବରରେ ହେବ ମୂଲ୍ୟ ବୃଦ୍ଧିି! କ୍ଷତିରେ ଚାଲୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ,୧।୧୧: ଡିସେମ୍ବର ୨୦୨୬ରେ, ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଉପରେ ‘ଅଣ୍ଡର-ରିକଭରି’ (ଅର୍ଥାତ ଉତ୍ପାଦନ/କ୍ରୟ ମୂଲ୍ୟ ଏବଂ ବିକ୍ରୟ ମୂଲ୍ୟ ମଧ୍ୟରେ ଥିବା ପାର୍ଥକ୍ୟ) ପ୍ରାୟ ୧୩%…

ସ୍ବାସ୍ଥ୍ୟ ପାଇଁ ସୁଧା: ବିଶ୍ୱ ଭେଗାନ୍‌ ଦିବସ

ସମଗ୍ର ବିଶ୍ୱରେ ଶାକାହାରୀ ଜୀବନଶୈଳୀ, ପରିବେଶ ସୁରକ୍ଷା ଏବଂ ପ୍ରାଣୀଙ୍କ ପ୍ରତି ଦୟାଭାବ ଜାଗ୍ରତ ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୧ରେ ପାଳନ କରାଯାଇଆସୁଛି ‘ବିଶ୍ୱ ଭେଗାନ୍‌ ଦିବସ’।…

CJP ଦୀପାବଳି ପାର୍ଟିରେ ଯୋଗ ଦେଲେ ବିରୋଧୀ ଦଳର ନେତା; ଅଭିଜିତ ଦୀପକେ, ସୌରଭ ଦାସଙ୍କୁ କ’ଣ କହିଲେ ସୁପ୍ରିୟା ସୁଲେ? ଜାଣନ୍ତୁ…

ନୂଆଦିଲ୍ଲୀ,୧।୧୧: ‘କକରୋଚ ଜନତା ପାର୍ଟି’ (CJP) ଏବଂ କେତେଜଣ ବିରୋଧୀ ଦଳର ନେତାଙ୍କ ମଧ୍ୟରେ ନିକଟତର ହେବାର ସଙ୍କେତ ମିଳୁଛି। ଶନିବାର, ତୃଣମୂଳ କଂଗ୍ରେସ, ସିପିଆଇ(ଏମ) (CPI(M))…

ଏଇ ଭାରତରେ

ଜଙ୍ଗଲରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ହାତୀମାନେ ଜନବସତି ଆଡ଼କୁ ମୁହଁାଉଛନ୍ତି। ଫସଲ ଓ ଧନଜୀବନ ରକ୍ଷା କରିବା ପାଇଁ ମଣିଷ ସେମାନଙ୍କର ମୁକାବିଲା କରୁଛି।…

ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ଭାରତ

ଚଳିତ ୨୦୨୬ ମସିହାରେ ଗଣନା କରାଯାଇଥିବା ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ୧୨୨ଟି ଦେଶ ମଧ୍ୟରେ ଭାରତ ୧୦୩ତମ ସ୍ଥାନ ଅଧିକାର କରିଛି। ଏ କ୍ଷେତ୍ରରେ ଅର୍ଥନୈତିକ ଦୃଷ୍ଟିକୋଣରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?