ପୁରୀ ବେଳାଭୂମି ପାଇଁ ‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା ସୁପାରିସ କଲା କେନ୍ଦ୍ର

ପୁରୀ ଅଫିସ,୩ା୯:ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ବେଳାଭୂମି ପରିବେଶ ଏବଂ ସୌନ୍ଦର୍ଯ୍ୟ ପରିଚାଳନା ସେବା (ବିମ୍‌ସ) କାର୍ଯ୍ୟକ୍ରମ ଅଧୀନରେ ‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା ପାଇବା ଲାଗି ଅନ୍ତର୍ଜାତୀୟ ଜୁରୀ (ଡେନ୍‌ମାର୍କ)କୁ ଦେଶର ୮ଟି ବେଳାଭୂମିର ନଁା ସୁପାରିସ କରାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ସୁପାରିସ ହୋଇଥିବା ଏହି ବେଳାଭୂମିଗୁଡ଼ିକ ମଧ୍ୟରେ ପୁରୀ ସ୍ଥାନ ପାଇଛି। ‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା ପାଇବା ପାଇଁ ପୁରୀର ସ୍ବର୍ଣ୍ଣିିମ ବେଳାଭୂମିକୁ ମନୋନୀତ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରଧାନ ଟୁଇଟ୍‌ କରି କହିଛନ୍ତି ଯେ, ସୋସାଇଟି ଅଫ୍‌ ଇଣ୍ଟିଗ୍ରେଟେଡ଼ କୋଷ୍ଟାଲ ମ୍ୟାନେଜମେଣ୍ଟ (ସିକମ୍‌) ଏବଂ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ପାଇଲଟ୍‌ ବ୍ଲୁ ଫ୍‌ଲାଗ ବିଚ୍‌ ଭାବେ ଚିହ୍ନଟ କରାଯାଇଛି। ପରିବେଶ ସୁରକ୍ଷା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣର ଆବଶ୍ୟକତା ଭିତ୍ତିରେ ବିମ୍‌ସ ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛି। ସ୍ବର୍ଣ୍ଣିିମ ବେଳାଭୂମି ପୁରୀରେ ପର୍ଯ୍ୟଟକମାନଙ୍କୁ ସମସ୍ତ ସୁବିଧା ଦେବା ଏବଂ ସ୍ଥାୟୀ ପରିବେଶ ସୃଷ୍ଟି କରିବା ନେଇ ବିମ୍‌ସ ଅଧୀନରେ ସିକମ୍‌ ଅଢେଇ ବର୍ଷରେ ୮.୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଛି।
ପୁରୀ ବେଳାଭୂମିରେ ସ୍ବଚ୍ଛତା, ସବୁଜିମା, ବସିବା ପାଇଁ ଛତ୍ରୀ, ବାଥିଂ ଜୋନ, ଅତ୍ୟାଧୁନିକ ଶୌଚାଳୟ ସୁବିଧା, ପାନୀୟଜଳ, ପାର୍କିିଂ ଓ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ସେହିପରି ପର୍ଯ୍ୟଟନ ମନୋରଞ୍ଜନ ସୁବିଧା ଗୁଡ଼ିକରେ ବାଉଁଶର ବ୍ୟାପକ ବ୍ୟବହାର, ବିଶୁଦ୍ଧ ପାନୀୟଜଳ, ୱାଚ୍‌ ଟାୱାର ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସିସିଟିଭି, ଲାଇଫ୍‌ଗାର୍ଡ ଓ ସୁରକ୍ଷା କର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସୌରଶକ୍ତିର ଉପଯୋଗ କରାଯିବା ସହ ଜୈବ ଆବର୍ଜନାର ବ୍ୟବହାର କରାଯାଉଛି। ଏହି ବିଶ୍ୱସ୍ତରୀୟ ସୁବିଧା ହେବା ଦ୍ୱାରା ପୁରୀରେ ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି ପରିଲକ୍ଷିତ ହେବ ଏବଂ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଆହୁରି ଅଧିକ ଆକୃଷ୍ଟ କରିବ ବୋଲି ଧର୍ମେନ୍ଦ୍ର ଟୁଇଟ୍‌ କରିଛନ୍ତି।
ସୂଚନାଥାଉ କି, ପୁରୀ ଗାନ୍ଧୀଘାଟଠାରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ୮୭୦ ମିଟର ବେଳାଭୂମିକୁ ‘ବ୍ଲୁ ଫ୍ଲାଗ ବିଚ୍‌’ ପାଇଁ ଚିହ୍ନଟ କରାଯାଇ ଏହାର ବିକାଶ କରାଯାଇଛି। ଏଠାରେ ସୁରକ୍ଷିତ ସ୍ନାନ ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କୁ ଅନ୍ତର୍ଜାତୀୟ ସୁବିଧା ପ୍ରଦାନ ଲକ୍ଷ୍ୟ ନେଇ ପରିବେଶ ଅନୁକୂଳଭିତ୍ତିକ ନିର୍ମାଣ ହୋଇଛି। କାମ ଶେଷ ହୋଇଥିବା ବେଳେ ଖୁବଶୀଘ୍ର ଏହାର ଲୋକାର୍ପଣ ଯୋଜନା କରୁଛି ପ୍ରଶାସନ। ଏହାକୁ କିପରି ପରିଚାଳନା ଓ ରକ୍ଷଣାବେକ୍ଷଣ କରାଯିବ ସେ ନେଇ ଗତ ଅଗଷ୍ଟ ୨୮ ତାରିଖରେ ବିଚ୍‌ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ଗୋଲ୍‌ଡେନ ବିଚ୍‌ର ନୋଡାଲ ଅଫିସର ଡ. ଅନନ୍ତ କୁମାର ସାହୁ କହିଛନ୍ତି। ଏକ ବିଶେଷଜ୍ଞ ଟିମ୍‌ ଏହି ବେଳାଭୂମି ପରିଦର୍ଶନ ତଥା ପରୀକ୍ଷା କରି ରିପୋର୍ଟ ଦେବା ପରେ ‘ବ୍ଲୁ ଫ୍ଲାଗ୍‌ ମାନ୍ୟତା’ ମିଳିବ ବୋଲି ଜଣାପଡ଼ିଛି। ଉକ୍ତ ପାଇଲଟ ପ୍ରକଳ୍ପର ବିକାଶ ପାଇଁ ଇଣ୍ଟିଗ୍ରେଟେଡ କୋଷ୍ଟାଲ ଜୋନ୍‌ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ (ଆଇସିଜେଡ୍‌ଏମ୍‌ପି)କୁ ପୁରୀ ଜିଲା ପ୍ରଶାସନ ଜାଗା ହସ୍ତାନ୍ତର କରିଥିଲା। ଏହି ପ୍ରକଳ୍ପ ପାଇଁ ପ୍ରଥମେ ୧୨କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। କେନ୍ଦ୍ର ସରକାର ୧୦ କୋଟି ଏବଂ ସୋସାଇଟି ଅଫ୍‌ ଇଣ୍ଟିଗ୍ରେଟେଡ କୋଷ୍ଟାଲ ମ୍ୟାନେଜମେଣ୍ଟ (ସିକମ୍‌) ୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସ୍ଥିର ହୋଇଥିଲା। ଅନ୍ୟପକ୍ଷରେ କୋଣାର୍କର ଚନ୍ଦ୍ରଭାଗା ବେଳାଭୂମି ୨୦୧୮ରେ ‘ବ୍ଲୁ ଫ୍ଲାଗ୍‌ ମାନ୍ୟତା’ ଦୌଡ଼ରେ ରହିଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ପରବର୍ତ୍ତୀ ସମୟରେ ଏହା ବାଦ୍‌ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri