ମୟୂରଭଞ୍ଜ ପଲିଟେକ୍‌ନିକ୍‌ରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ୱର, ୩ା୫(ବ୍ୟୁରୋ):ମୟୂରଭଞ୍ଜସ୍ଥିତ ସରକାରୀ ପଲିଟେକ୍‌ନିକ୍‌ରେ ଆଡ୍‌ଭାନ୍ସ ମେକାଟ୍ରୋନିକ୍ସ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ପ୍ରାୟ ୪.୧୮ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ଉତ୍କର୍ଷ କେନ୍ଦ୍ର ୬ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ। ଏଥିନିମନ୍ତେ ସୋମବାର ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଏବଂ ଫେଷ୍ଟୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷାରିତ ହୋଇଛି। ଚୁକ୍ତିନାମାରେ ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ରେଘୁ ଜି ଓ ଫେଷ୍ଟୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଡିଡାକ୍ଟିକ ମୁଖ୍ୟ ହରିଶ ନଚନାନି ସ୍ବାକ୍ଷର କରିଛନ୍ତି।
ବିଭିନ୍ନ ଉତ୍ପାଦ ତଥା ପ୍ରକ୍ରିୟାକରଣର ଡିଜାଇନ୍‌ରେ ଇଲେକ୍ଟ୍ରିକାଲ ଓ ମେକାନିକାଲ ଇଞ୍ଜିନିୟରିଂ, ରୋବୋଟିକ୍ସ, କମ୍ପ୍ୟୁଟେଶନାଲ ହାର୍ଡୱେର ଏବଂ ସଫ୍ଟୱେର ସମନ୍ବିତ ଯାନ୍ତ୍ରିକ ବିଦ୍ୟାକୁ ମେକାଟ୍ରୋନିକ୍ସ କୁହାଯାଏ। ଇଞ୍ଜିନିୟରିଂ ଶିକ୍ଷା ତଥା ଆଧୁନିକ ଶିଳ୍ପ ଆବଶ୍ୟକତା, ଉତ୍ତମ ଧନ୍ଦାମୂଳକ ପ୍ରଶିକ୍ଷଣ, ଯନ୍ତ୍ରପାତିର ଉନ୍ନତି, ଗବେଷଣାଗାର ତଥା ପ୍ରଶିକ୍ଷକଙ୍କ ଦକ୍ଷତା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ମେକାଟ୍ରୋନିକ୍ସ ଉତ୍କର୍ଷ କେନ୍ଦ୍ର ଆରମ୍ଭ ହେବ। ଏହି କେନ୍ଦ୍ର ନିମନ୍ତେ ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ ପକ୍ଷରୁ ବେରୋଜଗାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ପାଇଁ ରହିଥିବା ପାଣ୍ଠିକୁ ବିନିଯୋଗ କରାଯିବ। ଏହି ଉତ୍କର୍ଷ କେନ୍ଦ୍ର ନିକଟସ୍ଥ ଶିଳ୍ପଗୁଡ଼ିକର ଆବଶ୍ୟକତାକୁ ପୂରଣ କରିବା ସହ ମେକାଟ୍ରୋନିକ୍ସ ଏବଂ ଅଟୋମେଶନ କ୍ଷେତ୍ରରେ ଆଇଟିଆଇ ତଥା ଡିପ୍ଲୋମା ଛାତ୍ରୀଛାତ୍ରଙ୍କ ଦକ୍ଷତାକୁ ମଧ୍ୟ ବୃଦ୍ଧି କରିବ। ସେହିପରି ନିକଟରେ ଥିବା ଇଞ୍ଜିନିୟରିଂ କଲେଜ ଏବଂ ପଲିଟେକ୍ନିକ୍‌ର ଛାତ୍ରୀଛାତ୍ର ମଧ୍ୟ ସ୍ବଳ୍ପକାଳୀନ ତାଲିମ ଦ୍ୱାରା ଉପକୃତ ହେବେ। ଫେଷ୍ଟୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ବୈଷୟିକ ବିଶେଷଜ୍ଞଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯିବ। ଏହି ଉତ୍କର୍ଷ କେନ୍ଦ୍ର ଫିଟର ଟ୍ରେଡ୍‌ରେ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ଆଇଟିଆଇରେ ପଲିଟେକ୍ନିକ୍‌ର ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ (ଟିଓଟି) ଏବଂ ଅନ୍‌ ଜବ୍‌ ଟ୍ରେନିଂ (ଓଜେଟି) ମଧ୍ୟ ଆୟୋଜନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?