ଶିକ୍ଷକଙ୍କ ନାଁରେ ମାମଲା, ରାତି ୧୨ଟାରେ ଛାତ୍ରୀଙ୍କୁ କ୍ୱାର୍ଟର୍ସକୁ ଡାକି…

କାଲିମେଳା, ୩ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଜାତି ଓ ଜନଜାତି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଜନୈକ ଶିକ୍ଷକ ବଳାତ୍କାର କରିବା ସହ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡିତାଙ୍କ ପରିବାର ପକ୍ଷରୁ ଶୁକ୍ରବାର କାଲିମେଳା ଥାନାରେ ଅଭିଯୋଗ ହେବା ପରେ ଶିକ୍ଷକଙ୍କୁ ଅଟକ ରଖାଯାଇଥିବା ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ସୂଚନା ଦେଇଛନ୍ତି। ଏନେଇ କାଲିମେଳା ଥାନାରେ ନଂ.୧୪୩/୨୪ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚାଲିଛି। ପୀଡ଼ିତା ଛାତ୍ରୀ ଓ ଅଭିଯୁକ୍ତ ଶିକ୍ଷକଙ୍କ ଡାକ୍ତରୀ ମାଇନା ପାଇଁ ପଠାଯାଇଛି।
ଶିକ୍ଷକ ଜଣକ ୨୦୧୧ରୁ ୧୩ ବର୍ଷଧରି ବାଳିକା ଛାତ୍ରୀନିବାସରେ ଥିବା କ୍ୱାର୍ଟର୍ସରେ ରହି ଆସୁଥିଲେ। ଗତ ରାତିରେ ସେ ମଦ୍ୟପାନ କରି ବିଦ୍ୟାଳୟ ପରିସରରେ ଥିବା କ୍ୱାର୍ଟର୍ସକୁ ଆସିଥିଲେ। ଗୁରୁବାର ରାତି ୧୨ଟାରେ ଛାତ୍ରୀନିବାସରେ ଥିବା ଉକ୍ତ ଛାତ୍ରୀଙ୍କୁ କ୍ୱାର୍ଟର୍ସକୁ ଡାକି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପରେ ଉକ୍ତ ଛାତ୍ରୀଙ୍କୁ ଶିକ୍ଷକ ଜଣକ ରାତି ୧୨ଟାରୁ ୩ ଘଣ୍ଟା ଅଟକ ରଖିଥିବା ବେଳେ ସେ କାନ୍ଦିକାନ୍ଦି ଆସି ଛାତ୍ରୀନିବାସ ଦାୟିତ୍ୱରେ ଥିବା ମାଟ୍ରନଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ମାଟ୍ରନ ଏବଂ ୱାଡେନ ଏ ବିଷୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ। ଖବର ପାଇ ପରିବାର ଲୋକେ ବିଦ୍ୟାଳୟରେ ପହଞ୍ଚତ୍ ଶିକ୍ଷକଙ୍କୁ ପୋଲିସ ଜିମା ଦେଇଥିଲେ। ଛାତ୍ରୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଦାଗ ରହିଥିବା ବେଳେ ଏ ବିଷୟରେ କାହାକୁ କହିଲେ ଜୀବନରେ ମାରି ଦେବାକୁ ଶିକ୍ଷକ ଧମକ ଦେଇଥିଲେ ବୋଲି ଛାତ୍ରୀ ଜଣଙ୍କ ତାଙ୍କ ସମ୍ପର୍କୀୟଙ୍କୁ କହିଛନ୍ତି। ଜିଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲା ମଙ୍ଗଳ ଅଧିକାରୀଙ୍କ ସହ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଉକ୍ତ ବିଦ୍ୟାଳୟରେ ପହଞ୍ଚତ୍ ତଦନ୍ତ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

Video: କିଏ କହିଲା ‘କମେଡିଆନ’ କିଏ କହିଲା ‘ମହିଳା ବିରୋଧୀ’ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଥରେ ବିବାଦ ସୃଷ୍ଟି କରିଛି। ଗୁରୁବାର ନୂଆଦିଲ୍ଲୀରେ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

‘ତୁମର ଜାତି କ’ଣ, ତୁମେ କୋଭିଡ ଟିକା କେଉଁଠାରୁ ନେଇଛ…’; ଜନଗଣନାରେ ପଚରାଯିବ ଏମିତି ୪୦ ପ୍ରଶ୍ନ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସରକାର ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ଟି ପ୍ରଶ୍ନ ଚୂଡ଼ାନ୍ତ କରିଛନ୍ତି। ଏହି ପ୍ରକ୍ରିୟା ସମୟରେ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri