ଟ୍ରକ୍‌କୁ ପଛରୁ ଧକ୍କା ଦେଲା କାର୍‌: ୩ ଜଣଙ୍କ ଜୀବନ ଗଲା, ୨ ଗୁରୁତର

ଧର୍ମଶାଳା,୭ା୮(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଛକଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଏକ କାର୍‌ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଯାଉଥିବା ବେଳେ ଧର୍ମଶାଳା ଥାନା ରଥିଆ ଛକ ନିକଟରେ ପୂର୍ବରୁ ଛିଡ଼ା ହୋଇଥିବା WB 23 B 3738 ଏକ ଟ୍ରକକୁ ପଛରୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ଜୀବନ ଚାଲିଯାଇଛି। କାର୍‌ ଚାଳକ ଓ ଜଣେ ମହିଳା ଗୁରୁତର ଅଛନ୍ତି। ଉଭୟଙ୍କୁ ପ୍ରଥମେ ଧର୍ମଶାଳା ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ। ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ତଳେ ଚାପି ହୋଇଥିବା କାର୍‌କୁ ଜେସିବି ସାହାଯ୍ୟରେ ବାହାର କରି ମୃତ ଓ ଆହତମାନଙ୍କୁ ଉଦ୍ଧାର କରିଥିଲା। ବର୍ତ୍ତମାନ ସୁଦ୍ଧା ଆହତମାନଙ୍କ ପରିଚୟ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାଧୁସନ୍ଥଙ୍କ ମେଳି, ଝୁଣ୍ଟିଲା ପ୍ରଶାସନ; ସବୁ ମଠର ପରମ୍ପରା ବଞ୍ଚାଇ ରଖାଯିବ: ଜିଲାପାଳ

ପୁରୀ ଅଫିସ, ୩ା୯: ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାରେ ଲାଗିଛି ବ୍ରେକ୍‌। କ୍ଷତିଗ୍ରସ୍ତଙ୍କ ଲାଗି ସରକାର...

୭ ବଛର ହେଲା ଇନ୍ଦିରା ଆବସ ତିଆରିବାର: ବକିଆ ବିଲ୍‌ ଲାଗି ହିତାଧିକାରୀ ହଟ୍‌ହଟା

ଭବାନୀପାଟଣା/ପର୍ଲା,୨୩।୮(ଡି.ଏନ୍‌.ଏ.): ବଛ୍‌ରେ ନେଇସେ ୭ ବଛର ହେଲା ପଁଚେତ୍‌ରୁ ବ୍ଲକ ତକ୍‌ ନରଦି ନରଦି ନିହାଲ ହେଇଗଲୁଁନ, ହେଲେ ଘରବନା ପଏସା ନେଇମିଲୁଛେ। ଇ ଦୁଖର...

ଜାଲ୍‌ ପଟ୍ଟା ଦେଇ ଲକ୍ଷାଧିକ ଟଙ୍କା ଠକେଇ

ରୂପ୍‌ସା,୨୩|୧( ଡିଏନଏ )  ନିଜକୁ ତହସିଲ କର୍ମଚାରୀ କହି ନକଲି ଜମି ପଟ୍ଟା ଦେଇ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି ଜଣେ ଯୁବକ। ଏମିତି ଏକ ଘଟଣା...

ବିଶାଖାପାଟଣା ଷ୍ଟେସନରୁ ଓଡିଆ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଚିକିଟି,୫ା୧୨(ଡି.ଏନ୍‌.ଏ.)- ଗଞ୍ଜାମଜିଲା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ କରବାଲୁଆ ଗ୍ରାମର ଜଣେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଶ୍ରମିକ କରବାଲୁଆର ବିଜୁଳି ସେଠୀ...

ପ୍ରକଳ୍ପ ଅଧାପନ୍ତରିଆ, ଟ୍ୟାଙ୍କର ପାଣି ଯୋଗାଇ ଦେବାକୁ ଦାବି

ଲାଠୋର, ୧୮ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ସାନଗୁର୍ଜିଭଟା ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଫଳରେ ୨ୱାର୍ଡ ବିଶିଷ୍ଟ...

ପୂର୍ତ୍ତ ବିଭାଗ ରାସ୍ତାରେ ଗାତ, ବଢୁଛି ଦୁର୍ଘଟଣା

ରାଇଘର, ୨୪।୧(ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକ ମୁଖ୍ୟରାସ୍ତାରୁ ଛତିଶଗଡ଼କୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ଛକ ସ୍ଥାନ ଶୋଚନୀୟ। ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ...

ଜିଲା କଣ୍ଟ୍ରୋଲ ରୁମ୍‌ ଦାୟିତ୍ୱରେ ସଂଗ୍ରାମ

କେନ୍ଦୁଝର,୧୦।୪(ସ୍ବ.ପ୍ର.): କୋଭିଡ-୧୯ ମହାମାରୀ ସମୟରେ ଲୋକଙ୍କୁ ସହାୟତା ପ୍ରଦାନ କରିବାକୁ ଜିଲା କଣ୍ଟ୍ରୋଲ ରୁମ ଇନ୍‌ଚାର୍ଯ୍ୟ ଦାୟିତ୍ୱରେ ପିସିସି ସମ୍ପାଦକ ସଂଗ୍ରାମ ଦାସଙ୍କୁ ନିଯୁକ୍ତି ଦିଆଯାଇଛି।...

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌

ସଜନାଗଡ଼,୧୭।୬(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିିର ବରହମ୍‌ପୁର ଥାନା ଅଧୀନ ୧୯ନଂ. ରାଜ୍ୟ ରାଜପଥ ତେଲିପାଳ ପେଟ୍ରୋଲ ଟାଙ୍କିଠାରୁ ଅଳ୍ପ ଦୂରରେ ଶେରଗଡ଼ରୁ ଉଦଳା ଆଡ଼କୁ ଯାଉଥିବା...

Advertisement
Archives

Model This Week