ଭାରତୀୟ କ୍ରିକେଟ ଦଳର ଏହି ଅଧିନାୟକଙ୍କର ଥିଲେ ୧୦ ସ୍ତ୍ରୀ, ୮୮ ସନ୍ତାନ

ସ୍ବାଧୀନତା ପୂର୍ବରୁ ଆମ ଦେଶ ଅନେକ ଛୋଟ ରାଜ୍ୟରେ ବିଭକ୍ତ ହୋଇଥିଲା। ପଟିଆଲା ସେଥିମଧ୍ୟରୁ ମଧ୍ୟରୁ ଗୋଟିଏ। ପଟିଆଲାକୁ ଧନୀ ରାଜ୍ୟଗୁଡ଼ିକ ମଧ୍ୟରେ ଗଣାଯାଉଥିଲା। ମହାରାଜା ଭୂପିନ୍ଦର ସିଂ ଦେଶର ପ୍ରଥମ ବ୍ୟକ୍ତି ଯିଏକି ନିଜର ବ୍ୟକ୍ତିଗତ ବିମାନ ପାଇଥିଲେ। ଖାଲି ଏତିକି ନୁହେଁ, ଭୂପିନ୍ଦର ଭାରତୀୟ କ୍ରିକେଟ ଦଳର ଅଧିନାୟକ ମଧ୍ୟ ଥିଲେ। ମହାରାଜା ଭାରତରେ କ୍ରିକେଟ ପାଇଁ କଣ୍ଟ୍ରୋଲ ବୋର୍ଡ ବଢ଼ାଇବାରେ ବହୁ ଅର୍ଥ ଖର୍ଚ୍ଚ କରିଥିଲେ। ଏହା ବ୍ୟତୀତ ଯେତେବେଳେ ବି ଭାରତୀୟ ଦଳ ୪୦ ଦଶକ ପର୍ଯ୍ୟନ୍ତ ବିଦେଶ ଯାଉଥିଲେ ସେ ସେମାନଙ୍କ ସମସ୍ତ ଖର୍ଚ୍ଚ ବହନ କରୁଥିଲେ। ତେବେ ପ୍ରତିବଦଳରେ ତାଙ୍କୁ ଦଳର ଅଧିନାୟକ ମଧ୍ୟ କରାଯାଇଥିଲା। ରାଜାଙ୍କ ଏପରି ଜୀବନଶୈଳୀ ଦେଖି ବ୍ରିଟିଶମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେତେବେଳେ ସେ ବିଦେଶ ଯାଇଥାନ୍ତି ପୂରା ହୋଟେଲକୁ ଭଡ଼ାରେ ନେଇଥା’ନ୍ତି। ମହାରାଜା ଭୂପିନ୍ଦରଙ୍କର ୪୪ଟି ରୋଲ୍ସ ରୋଏସ କାର୍‌ ଥିଲା, ସେଥିମଧ୍ୟରୁ ୨୦ଟି ରୋଲ୍ସ ରୋଏସ କନଭୋ କେବଳ ଦୈନିକ ରାଜ୍ୟ ପରିଦର୍ଶନ ପାଇଁ ବ୍ୟବହୃତ ହେଉଥିଲା।

ଦି ଓ୍ବାନ୍‌ ଜର୍ମାନୀ ଦାସ ତାଙ୍କ ପୁସ୍ତକ “ମହାରାଜା” ରେ ଭୂପିନ୍ଦରଙ୍କ ବିଷୟରେ ବିସ୍ତୃତ ଭାବରେ ଲେଖିଛନ୍ତି। ତାଙ୍କର ୧୦ ରାଣୀ ଏବଂ ୮୮ ସନ୍ତାନ ମଧ୍ୟ ଥିଲେ। ୧୯୩୫ ମସିହାରେ ସେ ବର୍ଲିନ ଗସ୍ତରେ ହିଟଲରଙ୍କୁ ଭେଟିଥିଲେ। କୁହାଯାଏ, ଭୂପିନ୍ଦରଙ୍କ ଦ୍ୱାରା ହିଟଲର ଏତେ ପ୍ରଭାବିତ ହୋଇଥିଲେ ଯେ, ସେ ତାଙ୍କ ମେବ୍ୟାକ୍‌ କାରକୁ ରାଜାଙ୍କୁ ଉପହାର ଦେଇଥିଲେ। ହିଟଲର ଏବଂ ମହାରାଜାଙ୍କ ମଧ୍ୟରେ ଦୀର୍ଘଦିନ ଧରି ବନ୍ଧୁତା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri