ଫଡ଼ି ଖୋଲିଛି, ଆସୁନାହିଁ କେନ୍ଦୁପତ୍ର

ନୟାଗଡ଼ ଅଫିସ,୧୧ା୫: ଚଳିତ ବର୍ଷ ନୟାଗଡ଼ ଜିଲା ଦଶପଲ୍ଲା ବ୍ଳକରେ କେନ୍ଦୁପତ୍ର ଫଡି ଖୋଲିଥିଲେ ହେଁ ଫଡିକୁ କେନ୍ଦୁପତ୍ର ଆସୁନାହିଁ । ବର୍ଷା ଯୋଗୁ କେନ୍ଦୁପତ୍ର ସଂଗ୍ରହ ଓ ଶୁଖାଇବାରେ ଅସୁବିଧା ହେତୁ ସମସ୍ୟା ସୃଷ୍ଟି ହୋଇଛି। ଫଡି ଖୋଲିଥିଲେ ହେଁ ତାହା କାମରେ ଲାଗୁନାହିଁ। ଏଣୁ ଆଦିବାସୀଙ୍କ ରୋଜଗାର ବନ୍ଦ ହୋଇଯାଇଛି ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଦଶପଲ୍ଲା ବ୍ଲକ ହେଉଛି ଆଦିବାସୀ ଦଳିତ ଅଧ୍ୟଷିତ ଅଞ୍ଚଳ। ଏଠାରେ କେନ୍ଦୁପତ୍ର ସଂଗ୍ରହ ଅଧିକ ହୋଇଥାଏ । ମାର୍ଚ୍ଚ ଶେଷରୁ ଜୁନ୍‌ ମାସ ଅଧା ପର୍ଯ୍ୟନ୍ତ କେନ୍ଦୁ ଗଛର ଗୋଛିକଟା ସହ ପତ୍ର ସଂଗ୍ରହ ହୁଏ। ଗଛ ଯେପରି ଭଲ ବଢ଼ିବ ଓ ପତ୍ର ଦେବ ତାକୁ ଗୁରୁତ୍ୱ ଦିଆଯାଏ । ସମତଳ ପଡ଼ିଆରେ ଉଠିଥିବା କେନ୍ଦୁଗଛଗୁଡିକରୁ ଭଲ ପତ୍ର ସଂଗ୍ରହ ହୋଇଥାଏ । ଝାଞ୍ଜି ପବନ ଓ ଗ୍ରୀଷ୍ମ ପ୍ରବାହ ଯେତେ ଅଧିକ ହେବ ସେତେ ଭଲ କେନ୍ଦୁପତ୍ର ହୋଇଥାଏ। ଆଦିବାସୀ ମହିଳାମାନେ ଘରେ ରହି ନ ରହି ଏହି ସମୟରେ ରୋଜଗାରକୁ ହାତଛଡା କରି ନ ଥାନ୍ତି । ସକାଳ ୫ଟାରୁ କେନ୍ଦୁପତ୍ର ସଂଗ୍ରହ କରିବାକୁ ଯାଇଥାନ୍ତି। ଦିନ ୧୦ରୁ ୧୧ ଟାକୁ ଘରକୁ ଫେରନ୍ତି । ଭଲ ପତ୍ରକୁ ବାଛନ୍ତି । ୨୧ଟି ପତ୍ରକୁ ମିଶାଇ ଗୋଟିଏ କେରି କରନ୍ତି । ଫଡିରେ ଯାଇ କେନ୍ଦୁପତ୍ର କେରିଗୁଡ଼ିକ ବିକ୍ରି କରନ୍ତି । ଚଳିତ ବର୍ଷ କେନ୍ଦୁପତ୍ର ଫଡି ଆଦିବାସୀଙ୍କ କାମରେ ଲାଗୁନାହିଁ, ଯାହାକି ଆଦିବାସୀଙ୍କ ଚିନ୍ତା ବଢ଼ାଇଛି । ଏନେଇ ଉପରଡିକରି ଗଁାର ହୁଲାସ ଜାନି କୁହନ୍ତି, ଚଳିତ ବର୍ଷ କେନ୍ଦୁପତ୍ର ପାଇଁ ଭଲ ପାଗ ଦେଇଛି । ତେବେ ମଝିରେ ମଝିରେ ବର୍ଷା ସବୁ କିଛି ବିଗାଡି ଦେଉଛି । କେନ୍ଦୁପତ୍ର ସଂଗ୍ରହ ହେଉଥିଲେ ମଧ୍ୟ ତାକୁ ଶୁଖାଇ ହେଉନାହିଁ। ଫଡିରେ କେନ୍ଦୁପତ୍ର ଦେଲେ ନେଉ ନାହାନ୍ତି । ପାଗ ଭଲ ହେଲେ କେନ୍ଦୁପତ୍ର ସଂଗ୍ରହ କରନ୍ତୁ ବୋଲି ଫଡିରେ କହୁଛନ୍ତି । ଟାଙ୍ଗନାଡ଼ି ଗଁାର ନିରୁପମା ମଳିକ କୁହନ୍ତି, ମେ ମାସ ମଧ୍ୟ ଭାଗ ହେବାକୁ ବସିଲାଣି । ହେଲେ କେନ୍ଦୁପତ୍ର ତୋଳି ହେଉନାହିଁ । ତୋଳିଲେ ଫଡିରେ ଦେଇ ହେଉନାହାନ୍ତି। ଚଳିତ ବର୍ଷ ବର୍ଷା ଯୋଗୁ ଆଦିବାସୀଙ୍କ ରୋଜଗାର ବନ୍ଦ ହୋଇଗଲା । ବର୍ଷା କମିଲେ କେନ୍ଦୁପତ୍ର ସଂଗ୍ରହରେ ଅସୁବିଧା ଦୂର ହେବ । ଗୁଣ୍ଡୁରୀବାରୀ ଗଁାର ସବିତା ମଳିକ କୁହନ୍ତି, ୨୧ ପତ୍ର ଥିବା ଏକ କେରିକୁ ୧ ଟଙ୍କା ୪୦ ପଇସାରେ ଫଡିରେ ବିକ୍ରି କରାଯାଏ। ଚଳିତ ବର୍ଷ କେରି କରି ହେଉନି । କେରି କଲେ ମଧ୍ୟ ଫଡିରେ ରଖିବାକୁ କୁନ୍ଥୁକୁନ୍ଥୁ ହେଉଛନ୍ତି। ବର୍ଷ ନ କମିଲେ ସବୁ କିଛି ଅସୁବିଧା ହୋଇଯିବ। ନିଜର ଅନୁଭୂତିରୁ କହିଥିଲେ ଦଶପଲ୍ଲା ଅଞ୍ଚଳରେ ୮ ଓ ୯ ଦିନ ଭଲ ପାଗ ଦେଇଥିଲା । ଆମ୍ଭେମାନେ କେନ୍ଦୁପତ୍ର ସଂଗ୍ରହ କରିଥିଲୁ।ହେଲେ ୧୦ ତାରିଖରେ ବର୍ଷା ଯୋଗୁ ପୁଣି ସମସ୍ୟା ଦେଖା ଦେଲା । କେନ୍ଦୁପତ୍ର ନଷ୍ଟ ହୋଇଗଲା । ଏଣୁ କେନ୍ଦୁପତ୍ର ସଂଗ୍ରହ କରିବାକୁ ଭୟ ଲାଗିଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?