ଶୁଖିଲା ପଡ଼ିଛି କେନାଲ, ପାଣି ଛାଡ଼ିବାକୁ ଦାବି

ପଟ୍ଟାମୁଣ୍ଡାଇ,୩।୫(ସ୍ବ.ପ୍ର.): କଟକ ଜିଲା ଜଗତପୁର ମହାନଦୀ ବ୍ୟାରେଜରୁ ବାହାରି ଥିବା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛାଡିବାକୁ ଚାଷୀମାନେ ଦାବି କରିଛନ୍ତି। ମୁଖ୍ୟ କେନାଲରେ ପାଣି ନ ଆସିବାରୁ ଶୁଖିଲା ପଡିଛି। ପାଣି ଅଭାବରୁ ମୁଖ୍ୟ କେନାଲରୁ ବାହାରିଥିବା ଶାଖାଗୁଡିକ ମଧ୍ୟ ଶୁଖି ଯାଇଛି। ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲକୁ ସଂଯୋଗ କରୁଥିବା ଗୋବରୀ ସମ୍ପ୍ରସାରିତ କେନାଲ ଓ ଏହାର ଶାଖା ନଂ. ୧୬ କେନାଲ, ନଂ. ୨କେନାଲ, କୋରିଆପଲ୍ଲା ମାଇନର, ନଂ. ୧୪ କେନାଲ, ନଂ. ୧୫, ତାତନା ମାଇନର ଶୁଖିଲା ପଡିଛି। ପନିପରିବା ଚାଷୀ ଓ ଗୃହପାଳିତ ପ୍ରାଣୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନାଲ କୂଳ ଗ୍ରାମର ଅଧିକାଂଶ ଲୋକ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଓ ଶାଖା ଉପରେ ନିର୍ଭର କରି ଚଳିଥାନ୍ତି। କେନାଲଗୁଡିକ ଶୁଖିଲା ପଡିଥିବାରୁ ଚାଷ ସହ ବିଭିନ୍ନ କାର୍ଯ୍ୟରେ ସମସ୍ୟା ଦେଖାଦେଉଛି। ସେହିପରି ଗ୍ରୀଷ୍ମପ୍ରବାହ କାରଣରୁ ଗୋରୁ, ଛେଳିମେଣ୍ଢା ଆଦି ଗୃହପାଳିତ ପ୍ରାଣୀ ପିଇବା ପାଣି ନ ପାଇ ଡହଳ ବିକଳ ହେଉଛନ୍ତି। କେନାଲ କୂଳରେ ଥିବା ଜମିରେ ଚାଷୀମାନେ ପନିପରିବା ଚାଷ କରିଥିବାରୁ ପାଣି ବିନା ମରିଯିବାକୁ ବସିଲାଣି। ଚାଷୀ ଓ ସାମାଜିକ କର୍ମୀମାନେ ତୁରନ୍ତ କେନାଲରେ ପାଣି ଛାଡିବାକୁ ଦାବି କରିଛନ୍ତି।
ସାମାଜିକ କର୍ମୀ ଜ୍ୟୋତି ପ୍ରକାଶ ପ୍ରଧାନ, ଚାଷୀ ଅଜୟ ନାୟକ, ସୁଶାନ୍ତ ସାମଲ, ପ୍ରଫୁଲ୍ଲ ତରାଇ, ବିଜୟ ଦାସ, ବନମାଳୀ ମହାପାତ୍ର, ଦେବେନ୍ଦ୍ର ପ୍ରଧାନ, ତ୍ରିଲୋଚନ ମଲିକ, ଭ୍ରମରବର ବେହେରା ପ୍ରମୁଖ ଜଳସମ୍ପଦ ବିଭାଗ ୧୫ ଦିନ ମଧ୍ୟରେ କେନାଲରେ ପାଣି ଛାଡିବାକୁ ଦାବି କରିଛନ୍ତି। ସେମାନଙ୍କ କହିବା କଥା, ପଟ୍ଟାମୁଣ୍ଡାଇ ଅଞ୍ଚଳର ଷଣ୍ଢପଲ୍ଲୀ, ଅଳଭା, ଖଡିଅଣ୍ଟା, ଆମ୍ବେର, ଶିମୁଳିଆ, ଅରଡପଲ୍ଲୀ, ଗଙ୍ଗାରାମପୁର, ଗୁଣୁପୁର, ଛେଦରା, ଅଠରବାଟିଆ, ବେଲତଳ, ତାତନା, ଦକ୍ଷିଣଦିଆ, ବକ୍ତାରପୁର, ଛାଉଣୀ, ମାଟିଆ, କଖାରୁଣୀ, ବାଲିସାହି, ପୋଖରିଆପଡା, ଡିହାପଡା, ନରସିଂହପୁର, ବଡମୂଳବସନ୍ତ, ସେକପୁର, ଗଣ୍ଡକୂଳ, ନପଙ୍ଗ ଆଦି କେନାଲ ଜଳସେଚିତ ଜମିରେ ପନିପରିବା ଚାଷ କରାଯାଇଛି। କେନାଲ ପାଣି ବ୍ୟତୀତ ଅନ୍ୟ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଚାଷୀ କରିଥିବା ପରିବା ଫସଲ ଖରାରେ ଶୁଖି ଯାଇ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେଉଥିବା ଦେଖିବାକୁ ମିଳୁଛି। କରୋନା ମାଡରେ ଲୋକଙ୍କ ଆର୍ଥତ୍କ ସ୍ଥିତି ଭଲ ନ ଥିବାରୁ ଉଚ୍ଚା ଦାମ୍‌ରେ ପନିପରିବା କିଣିବା ମଧ୍ୟ ସମ୍ଭବ ହେଉନାହିଁ। ଏବେ ଖରାଦିନ ହୋଇଥିବାରୁ ଗୃହପାଳିତ ପ୍ରାଣୀଙ୍କୁ ଗୁହାଳ କିମ୍ବା ଗୋଠରେ ବାନ୍ଧି ରଖି ହେଉନାହିଁ। ପାଣି ଅଭାବରୁ ଗୃହପାଳିତ ପ୍ରାଣୀମାନେ ଶୋଷରେ ଆଉଟପାଉଟ ହେଉଛନ୍ତି। କେନାଲରେ ପାଣି ନ ଥିବାରୁ ପ୍ରଚଣ୍ଡ ରୌଦ୍ର ତାପରେ ପୋଖରୀ ଗାଡିଆଗୁଡିକ ମଧ୍ୟ ଶୁଖିଲା ପଡିଛି। ଭୂତଳ ଜଳସ୍ତର କ୍ରମଶଃ ହ୍ରାସ ପାଉଥିବାରୁ କୂପ ଓ ନଳକୂପଗୁଡିକର ଜଳସ୍ତର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଚଳିତବର୍ଷ ଗ୍ରୀଷ୍ମଋତୁ ଆରମ୍ଭରୁ ବିଭିନ୍ନ ସ୍ଥାନରେ ବାରମ୍ବାର ଅଗ୍ନିକାଣ୍ଡ ଯୋଗୁ ବହୁ ଧନଜୀବନ କ୍ଷତି ଘଟାଇଛି। ଅଗ୍ନି ନିର୍ବାପନ ପାଇଁ ପାଣିର ଅଭାବ ଅଗ୍ନିଶମ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ପଟ୍ଟାମୁଣ୍ଡାଇର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଧୋୟାଞ୍ଚଳକୁ ବାଦ୍‌ ଦେଲେ ଭେଡା ଅଞ୍ଚଳର ୭୦ ଭାଗ ଲୋକ କେନାଲ ପାଣି ଉପରେ ନିର୍ଭର କରି ଚାଷଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥାନ୍ତି। ଚଳିତବର୍ଷ ଅନ୍ୟବର୍ଷ ତୁଳନାରେ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇ ରେକର୍ଡ ଭାଙ୍ଗିଛି। ଏ ନେଇ ଜଳସମ୍ପଦ ବିଭାଗର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri