ବ୍ୟକ୍ତିଗତ ଜମିରେ ହେବ ବ୍ୟାସ ସରୋବର ମେଳା

ଯାଜପୁର ଅଫିସ,୧୯ା୧: ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ବ୍ୟାସ ସରୋବର ମେଳା ନିର୍ଦ୍ଧାରିତ ତିଥି ତଥା ଫେବୃୟାରୀ ୧ରେ ପାଳନ କରାଯିବ। ତେବେ ସେହି ପବିତ୍ର ପୀଠ ବଦଳରେ ବ୍ୟକ୍ତିଗତ ଜମିରେ ଏହି ପ୍ରସିଦ୍ଧ ମେଳା ଆୟୋଜନ କରିବାକୁ ପ୍ରଶାସନିକସ୍ତରରେ ନିଷ୍ପତ୍ତି ହୋଇଛି। ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାମରେ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ) ମାମଲା ରହିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି।

ବୁଧବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳ, ପୌର ପରିଷଦ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ ମଲ୍ଲିକ, ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଏବଂ ପାରିଷଦମାନେ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲେ। ସମୟ କମ୍‌ ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ମେଳାର ଆୟୋଜନ କରିବାକୁ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ପରାମର୍ଶ ଦେଇଥିଲେ। ପୂର୍ବରୁ ଜିଲାପାଳଙ୍କ ବ୍ୟାସ ସରୋବର ମେଳା ଉପରେ ନକାରାମତ୍କ ମତାମତକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଧରିତ୍ରୀରେ ପ୍ରଥମେ ୪ା୨ା୨୦୨୩ରେ ବ୍ୟାସ ସରୋବର ମେଳାକୁ ନେଇ ଚିନ୍ତା ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହାପରେ ବ୍ୟାସନଗର ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହାବାଦ୍‌ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗୋପବନ୍ଧୁ ଛକଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହାପରେ ପ୍ରଶାସନ ମୁଣ୍ଡ ନୁଆଁଇ ମେଳାର ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିବା ମତପ୍ରକାଶ ପାଇଛି। ବ୍ୟାସ ସରୋବର ମେଳା ସହ ଅଞ୍ଚଳବାସୀଙ୍କ ଭାବାବେଗ ରହିଛି। ସେଥିପାଇଁ ବହୁ ପରିଦର୍ଶକ, ପର୍ଯ୍ୟଟକ ଏହାକୁ ଲପଲବ୍ଧି କରି ଏଠାକୁ ପରିଦର୍ଶନରେ ଆସିଥାନ୍ତି ା ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଅପୂର୍ବ ସମ୍ଭାର ରହିଛି ା ପ୍ରାୟ ୩୦୦ ବର୍ଷ ହେବ ବ୍ୟାସ ସରୋବର ସମ୍ମୁଖ ଆମ୍ବ ତୋଟାରେ ମେଳାର ଆୟୋଜନ ହୋଇଆସୁଥିବା ଜନଶ୍ରୁତି ରହିଛି। ସରୋବର ପରିସରରେ ଗୁପ୍ତ ଗଙ୍ଗା ରହିଛି ଓ ଏହାର ଚତୁଃପାର୍ଶ୍ୱରେ ପଞ୍ଚୁ ପାଣ୍ଡବଙ୍କ ସମେତ ଦୁର୍ଯ୍ୟୋଧନ ଓ ଲକ୍ଷ୍ମୀଙ୍କ ପ୍ରତିମା ଶୋଭା ପାଉଛି ା ପ୍ରାଚୀନ କାଳରେ ଏଠାରେ ବୃହତ୍‌ ସରୋବର ଥିଲା ବୋଲି ଜନଶ୍ରୁତି ରହିଛି ା ଏବେ ତାହା ପୋତି ହୋଇଯାଇଛି ା ସରୋବରର ପଶ୍ଚିମ ପଟକୁ ଆମ୍ବ ବଗିଚା ଓ ଏକ ପାର୍ଶ୍ୱରେ ରାଘବ ଜୀଉଙ୍କ ମନ୍ଦିର ରହିଛି ା ମହାଭାରତର ଶେଷ ଯୁଦ୍ଧ ଏଠାରେ ହୋଇଥିଲା ବୋଲି କିମ୍ବଦନ୍ତୀ ରହିଛି। ଏଭଳିସ୍ଥିତିରେ ସରୋବର ଆମ୍ବତୋଟା ନିକଟରେ ଥିବା ବ୍ୟକ୍ତିଗତ ଜାଗାରେ ମେଳା ଆୟୋଜନ କେତେ ଯୁକ୍ତିଯୁକ୍ତ ହେବ ବୋଲି ସହରରେ ଚର୍ଚ୍ଚା ହେଉଛି।

ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡାଙ୍କ କହିବା ଅନୁସାରେ ଏନଜିଟି ମାମଲା ୪୦, ୫୨, ୬୨ ଓ ୬୪ ପ୍ଲଟ୍‌ ଉପରେ ରହିଛି। ଜଙ୍ଗଲ ଜମିରେ ସ୍ଥାୟୀ ନିର୍ମାଣ କରିବାକୁ ଏନ୍‌ଜିଟି ପକ୍ଷରୁ ବାରଣ କରାଯାଇଛି। ମେଳା ମହୋତ୍ସବ ବିରୋଧରେ କୌଣସି ରହିତାଦେଶ ନାହିଁ। ପ୍ଲଟ୍‌ ନମ୍ବର ୫୩(ଏ)ରେ ୦.୩୬ ଡିସିମିଲ, ପ୍ଲଟ୍‌ ନମ୍ବର ୫୫(ଏ)ରେ ୨.୧୯ ଡିସିମିଲ ପୁରାତନ ପତିତ, ପ୍ଲଟ୍‌ନମ୍ବର ୫୬(ଏ)ରେ ୨.୮୫ ଡେସମିଲ କିସମ ଆମ୍ବ ବଗାୟତ, ପ୍ଲଟ୍‌ ନମ୍ବର ୫୭(ଏ)ରେ ୦.୦୪ ଡେସମିଲ ମଠଘର, ପ୍ଲଟ୍‌ ନମ୍ବର ୫୮(ଏ)ରେ ୧.୧୨ ଡେସମିଲ ସର୍ବସାଧାରଣ ରାସ୍ତା ଏବଂ ପ୍ଲଟ୍‌ ନମ୍ବର ୫୯(ଏ)ରେ ୧.୬୦ ମେଲଣ ପଡିଆ ଭାବେ ରେକର୍ଡ ରହିଛି। ଏସବୁ ପ୍ଲଟ୍‌ ଜଙ୍ଗଲ କିସମ ନୁହେଁ । ଉପରୋକ୍ତ ଜମି ଉପରେ ମେଳା ପାଇଁ ଅନୁମତି ଦେବାରେ କୌଣସି ଅସୁବିଧା ନାହିଁ। ତେବେ ମେଳା ଜାଗାରେ ବ୍ୟାସସରୋବର ସୌନ୍ଦର୍ଯ୍ୟକରଣ କାମରେ ନିୟୋଜିତ ଶ୍ରମିକମାନେ କୁଡିଆ ଘର କରି ରହୁଛନ୍ତି ଏବଂ ଗୋଡ଼ି, ବାଲି ଇତ୍ୟାଦି ନିର୍ମାଣ ସାମଗ୍ରୀ ଜମା କରାଯାଇଛି । ବିଭିନ୍ନ ଆଳରେ ପ୍ରଶାସନ ଖସିଯିବାକୁ ଚାହୁଁଛି। ଏପରି ଭାବେ ବ୍ୟାସ ସରୋବର ଜମିରେ ମେଳାର ଆୟୋଜନ ନ କରି ପ୍ରଶାସନ ଲୋକଙ୍କ ଭାବାବେଗ ସହିତ ଖେଳ ଖେଳୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri