ପ୍ରଜାପତି ଉଡ଼ିଲେ

ଭାରତ ସରକାରଙ୍କ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରୁ ପାଣ୍ଠି ପାଇ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଜେଡ୍‌ଏସ୍‌ଆଇ) କରିଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ହିମାଳୟ ଅଞ୍ଚଳରେ ହାରାହାରି ତାପମାତ୍ରା ବୃଦ୍ଧି ପାଉଥିବାରୁ ପ୍ରଜାପତି ଓ କୀଟଗୁଡ଼ିକ ସାଧାରଣ ବାସସ୍ଥଳ ଛାଡ଼ି ଅଧିକ ଉଚ୍ଚତାକୁ ଯିବାର ପରିଲକ୍ଷିତ ହୋଇଛି। ପୂର୍ବରୁ ଯେଉଁ ଉଚ୍ଚତାରେ ଏହି ଜୀବଗୁଡ଼ିକ ଉଡ଼ୁଥିଲେ ତାହାଠାରୁ କେତେକ ୧୦୦୦ ମିଟର ଓ ଆଉ କିଛି ୨୦୦୦ ମିଟର ଉପର ଯାଏ ଚାଲିଗଲେଣି। ଜେଡ୍‌ଏସ୍‌୍‌ଆଇର ନିର୍ଦ୍ଦେଶକ କୈଳାସ ଚନ୍ଦ୍ରା ଉଦାହରଣ ଦେଇ କହିଛନ୍ତି, କମନ୍‌ ମ୍ୟାପ୍‌ ଓ ଟେଲ୍‌ଲେସ୍‌ ବୁଶ୍‌ବ୍ଲୁ ପ୍ରଜାପତି ୨,୫୦୦ ମିଟର ଉପରେ ଦେଖାଯାଉଥିଲେ। ଏବେ ସେମାନେ ୩,୫୭୭ ମିଟର ଉପରେ ବୁଲୁଛନ୍ତି। ଅତି ସୂକ୍ଷ୍ମ ଜୀବ ହୋଇଥିବାରୁ ପ୍ରଜାପତିଗୁଡ଼ିକ ସାଧାରଣତଃ ଦୀର୍ଘମିଆଦୀ ଜଳବାୟୁ ପରିବର୍ତ୍ତନର ସଙ୍କେତ ଦେଇଥାଆନ୍ତି। ଅନୁରୂପ ଭାବେ ଚଳିତବର୍ଷ ପ୍ରାରମ୍ଭରେ ନର୍ଥ କ୍ୟାରୋଲିନା ଷ୍ଟେଟ୍‌ ୟୁନିଭର୍ସିଟି ଓ ଆମେରିକାର ନ୍ୟାଶନାଲ ଓସେନିକ୍‌ ଆଣ୍ଡ୍‌ ଆଟମୋସ୍ଫିୟରିକ୍‌ ଆଡ୍‌ମିନିଷ୍ଟ୍ରେଶନ ପକ୍ଷରୁ କରାଯାଇଥିବା ଗବେଷଣାରୁ ଜଣାପଡ଼ିଥିଲା ଯେ, ଆଗକୁ ଜଳବାୟୁ ପରିବର୍ତ୍ତନ ଯୋଗୁ ପରିବେଶ ବଦଳିବା ସହ ପୃଥିବୀର ପ୍ରାକୃତିକ ସୌନ୍ଦର୍ଯ୍ୟ ଫିକା ପଡ଼ିଯିବ। ଆଉ ମାତ୍ର ୧୫ ବର୍ଷ ପରେ ଅର୍ଥାତ୍‌ ୨୦୩୫ ଗ୍ରୀଷ୍ମ ଋତୁ ବେଳକୁ ବ୍ୟାପକ ପରିବର୍ତ୍ତନ ଦେଖାଦେବ। ସୁମେରୁ ଅଞ୍ଚଳରୁ ପ୍ରଥମ ଥର ପାଇଁ ସମସ୍ତ ବରଫ ତରଳିଯିବ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ପୂର୍ବରୁ ଥିବା ଅନୁମାନକୁ ପୁନଃଗବେଷଣା କରି ପରିବେଶ ବୈଜ୍ଞାନିକମାନେ ଏହି ସମସ୍ୟା ନିକଟ ହୋଇଆସୁଥିବା ଚେତାବନୀ ଦେଲେଣି। ତେଣୁ ଆଗାମୀ ସମୟ ପରିବେଶ ଓ ପ୍ରାଣୀଜଗତ ତିଷ୍ଠିବା ସକାଶେ କିଭଳି ବିପଦ ସୃଷ୍ଟି କରିବ ଏହିସବୁ ଗବେଷଣା ଓ ସର୍ଭେ ରିପୋର୍ଟରୁ ବୁଝିିନେବା କଥା।
ଭାରତ ସମେତ ସମଗ୍ର ବିଶ୍ୱ ଏବେ କୋଭିଡ୍‌-୧୯ ମହାମାରୀ କବଳରେ ପଡ଼ିଛି। ଗତ ମାର୍ଚ୍ଚରେ ଯେତେବେଳେ ସଂକ୍ରମଣର ସଂଖ୍ୟା ବଢ଼ିଚାଲିଲା, ସରକାରୀ ନିର୍ଦ୍ଦେଶ କ୍ରମେ ପ୍ରଥମେ ଲକ୍‌ଡାଉନ୍‌ ଓ ପରେ ଶଟ୍‌ଡାଉନ ଲାଗୁ କରାଯାଇ ଜନସାଧାରଣଙ୍କ ଚଳପ୍ରଚଳକୁ ସଙ୍କୁଚିତ କରାଯାଇଥିଲା। ଗାଡ଼ିମୋଟର ନ ଚାଲିବା ଓ ଲୋକଙ୍କ ହାଉଜାଉ କମିଯିବା ପରେ ରାସ୍ତା ଉପରକୁ ବଣୁଆ ଜୀବ ଚାଲିଆସିଥିଲେ। ପ୍ରଦୂଷଣ ସ୍ତର କମିଯାଇଥିବା ନେଇ ତଥ୍ୟ ପ୍ରକାଶ ପାଇଥିଲା। ହେଲେ ଏବେ ଜୀବନଯାତ୍ରା ଧୀରେ ଧୀରେ ସ୍ବାଭାବିକ ହେବା ଓ କର୍ମସ୍ଥଳୀଗୁଡ଼ିକ ଖୋଲିଯାଉଥିବାରୁ ଲୋକେ ପୁଣି ବିଶୃଙ୍ଖଳିତ ହୋଇ ଏଣେତେଣେ ଦୌଡ଼ିବାରେ ଲାଗିଲେଣି।
ଜୀବଜନ୍ତୁ ପ୍ରକୃତି କୋଳରେ ବଢ଼ିଥିବାରୁ ସେମାନେ ଶୃଙ୍ଖଳିତ ହୋଇ ଗତି କରିଥାଆନ୍ତି। ଅତିବୁଦ୍ଧିଆ କୁହାଯାଉଥିବା ମଣିଷ ପ୍ରତି ମୁହୂର୍ତ୍ତରେ ପ୍ରାକୃତିକ ନିୟମ ଭାଙ୍ଗି ଦେଉଥିବାରୁ ସବୁକିଛି ବିଗିଡ଼ିଯାଉଛି। ବିସ୍ତାରବାଦୀ ଚିନ୍ତାଧାରା ଯୋଗୁ ଜୀବଜନ୍ତୁଙ୍କ ପ୍ରାକୃତିକ ବାସସ୍ଥଳ ମଣିଷର ଲୋଭ ଯୋଗୁ ଜବରଦଖଲ ହେଉଛି।
ଏକ ଭୂତାଣୁ କୋଭିଡ୍‌-୧୯ ମହାମାରୀ ବିଭୀଷିକା ଆଣି ସମଗ୍ର ପୃଥିବୀକୁୁ ତଟସ୍ଥ କରିଦେଲା। ବିଶ୍ୱର ବଡ଼ ବଡ଼ ଗବେଷକ, ବୈଜ୍ଞାନିକ ଓ ଡାକ୍ତର ଅଦ୍ୟାବଧି ଟିକାଟିଏ ଆଣିପାରିଲେ ନାହିଁ। ତେବେ ମଣିଷର ବାହାଦୁରି କ’ଣ ପାଇଁ ବୋଲି ପ୍ରଶ୍ନ ଉଠୁଛି। ଭୂତାଣୁ କେଉଁଭଳି ରୂପ ନେଇ ଆସିବ କହିବା କଷ୍ଟକର। ଏଠାରେ ଆଉ ଏକ ବିପଦ ସିଧାସଳଖ ଦେଖାଦେଲାଣି। ଦୀର୍ଘ ୭ ମାସ ହେବ ଭାରତର ବିଭିନ୍ନ ପ୍ରାନ୍ତରେ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ତେଣୁ ଚଳିତ ବର୍ଷ କଦାପି ଆଶାନୁରୂପ ଅମଳ ହେବ ନାହିଁ। କିଛି ମାସ ତଳେ ପଙ୍ଗପାଳ ଦଳ ମାଡ଼ିଆସି ଦେଶର ବିଭିନ୍ନ ପ୍ରାନ୍ତରେ ଫସଲ ବ୍ୟାପକ ନଷ୍ଟ କରିଥିଲେ। ଏବେ ଜାଏଣ୍ଟ ଆଫ୍ରିକାନ୍‌ ସ୍ନେଲ୍‌ ବା ଅତିକାୟ ଆଫ୍ରିକୀୟ ଗେଣ୍ଡା ଦକ୍ଷିଣ ଭାରତର ଚାଷ ଖେତ ଓ ବାଡ଼ିବଗିଚା ପାଇଁ ବିପଦ ସୃଷ୍ଟି କଲେଣି। କେନିଆ ଓ ତାଞ୍ଜାନିଆ ଆଦି ଦେଶରେ ଏହି ଧରଣର ଗେଣ୍ଡା ବହୁଳ ଭାବେ ଦେଖାଯାଇଥାଆନ୍ତି। କୁହାଯାଉଛି କେରଳରୁ ଜଳପଥ ଦେଇ ବାଣିଜି୍ୟକ କାରବାର ବିଶେଷକରି କାଠ ବା ତା’ର ଗଣ୍ଡି ଆମଦାନୀ ବେଳେ ଏହି ପ୍ରଜାତିର ଗେଣ୍ଡା ଆସିଯାଇଥିଲେ। ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଶସ୍ୟଖେତ ଓ ଉଦ୍ଭିଦରାଜି ପ୍ରତି ବିପଦ ବଢ଼ିଲାଣି। ବିଦେଶୀ କାଠରେ ଏହି ଗେଣ୍ଡା କେତେବେଳେ ଆସିଯାଇଥିବ ତାହା ଜାଣିବା କଷ୍ଟକର। ମନେରଖିବା ଉଚିତ ଯେ ସାମାନ୍ୟ ଅସାବଧାନତା ଯୋଗୁ ଗୋଟିଏ ଦେଶର ଭୂତାଣୁ ଅନ୍ୟ ଦେଶକୁ ବ୍ୟାପିଲା ପରି ଗେଣ୍ଡା ଭଳି ସାମାନ୍ୟ ଜୀବ ହେଲେ ମଧ୍ୟ ଗୋଟିଏ ଜଳବାୟୁ ଅବସ୍ଥାରୁ ଆଉ ଏକ ପରିବେଶକୁ ଯାଇ ବ୍ୟାପକ କ୍ଷତି ଘଟାଇପାରିବ। ଏବେ କେରଳ, କର୍ନାଟକ କୃଷକ ଫସଲ ନଷ୍ଟ ପାଇଁ ଆଫ୍ରିକୀୟ ଗେଣ୍ଡାକୁ ଦୋଷ ଦେଲେଣି। ଅନେକେ ଭୟଭୀତ ହେଲେଣି ଯେ ଯେଉଁ ପରିବା ଓ ଫଳ ସହ ଏହି ପ୍ରଜାତିର ଗେଣ୍ଡା ଲାଗି ରହିଥିବ ତାହାକୁ ଖାଇଲେ ସଂକ୍ରମଣ ହେବ। ତେଣୁ ମଣିଷ ପ୍ରତି ପଦକ୍ଷେପରେ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ଆସୁଥିବା ବିପଦରୁ ଶିଖିବା ଦରକାର।
ଆଜିର ସ୍ଥିତିରେ ମଣିଷକୃତ ବିପର୍ଯ୍ୟୟ ଜଳବାୟୁ ପରିବର୍ତ୍ତନକୁ ଖୋରାକ ଯୋଗାଇ ଚାଲିଛି। ବିପଦ ଆସିଲା ବେଳେ ଗୋଟିଏ ଜାଗାରେ ଜାକିଜୁକି ହୋଇଯାଉଛେ। ତାହା ଟଳିଗଲା ପରେ ଯେଉଁ କଥାକୁ ସେହି କଥା। ଯଦି ଆମେ ଆମ ଜୀବନକୁ ଶୃଙ୍ଖଳିତ ଭାବେ ନେବା ଓ ଅନ୍ୟ ପ୍ରାଣୀ ଏବଂ ଉଦ୍ଭିଦଜଗତ ତିଷ୍ଠି ରହିବା ସକାଶେ ସେମାନଙ୍କ ସ୍ଥାନ ଛାଡ଼ି ଦେବା, ତାହା ହେଲେ ବ୍ୟାପକ ଜଳବାୟୁ ପରିବର୍ତ୍ତନରୁ ହୁଏତ ଆମର ଆଗାମୀ ପିଢ଼ି ବର୍ତ୍ତିଯାଇପାରିବ। ଯେଉଁ ପରିବେଶରେ ବାସ କରୁଛେ, ସେଥିପ୍ରତି ପ୍ରଥମେ ଧ୍ୟାନ ଦେବାର ସମୟ ଆସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri