Posted inଫୁରସତ

ବିନା ଡ୍ରାଇଭର୍‌ରେ ଚାଲିବ ବସ୍‌

ପବ୍ଲିକ ଟ୍ରାନ୍ସପୋର୍ଟରେ ବସ୍‌ ସବୁଠୁ ବିଶ୍ୱସନୀୟ। ଏଥିରେ ଯାତାୟାତ କରିବାକୁ ଲୋକେ ବେଶି ପସନ୍ଦ କରନ୍ତି। ତେବେ ଡ୍ରାଇଭର୍‌ଙ୍କ ଉପରେ ନିର୍ଭର କରିଥାଏ ବସ୍‌ ଯାତ୍ରୀଙ୍କ ସୁରକ୍ଷା। ଡ୍ରାଇଭର୍‌ଙ୍କ ଟିକେ ଅବହେଳା ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ଆଣିପାରେ। ହେଲେ ଜାଣି ଖୁସି ହେବେ ଏବେ ଆସିଛି ବିନା ଡ୍ରାଇଭର୍‌ରେ ଚାଲିପାରୁଥିବା ବସ୍‌। ଏହି ବସ୍‌ରେ ଦୁର୍ଘଟଣା ହେବା ଆଶଙ୍କା ବି ରହିବନି। ଟେସ୍‌ଲା କାର୍‌ କମ୍ପାନୀର ଆଡଭାନ୍ସ ସେଲ୍ଫ ଡ୍ରାଇଭିଂ ଟେକ୍ନଲୋଜିଠାରୁ ପ୍ରେରଣା ପାଇ ଷ୍ଟେଜକୋଚ୍‌ ନାମକ ବସ୍‌ କମ୍ପାନୀ ଟ୍ରାନ୍ସପୋର୍ଟ ସ୍କଟଲାଣ୍ଡ ସହ ମିଶି ଏହି ବସ୍‌ ଲଞ୍ଚ୍‌ କରିବାକୁ ଯାଉଛି। ଏଥିରେ ସ୍ମାର୍ଟ ସେନ୍ସର ଲାଗିଛି। ତେଣୁ ଏହା ବିନା ଡ୍ରାଇଭର୍‌ରେ ଚାଲିପାରିବ। ଆଉ ୟୁ.କେ.ରେ ପ୍ରଥମ କରି ଏହି ବସ୍‌ ରାସ୍ତାରେ ଗଡିବ। କେବଳ ସିଙ୍ଗଲ ଡେକର୍‌ ବସ୍‌ରେ ହିଁ ଏହି ଟେକ୍ନଲୋଜିର ବ୍ୟବହାର ହୋଇଛି। ବସ୍‌ର ରୁଟ ୧୪ ମାଇଲ୍‌ର ରହିବ। ଗୋଟିଏ ଟ୍ରିପ୍‌ରେ କେବଳ ୩୬ ଜଣ ହିଁ ଯାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri