ଦୃଷ୍ଟିବାଧିତଙ୍କ କାନ୍ଧରେ ବୋଲବମ୍‌ ଭାର

କେନ୍ଦ୍ରାପଡ଼ା ଅଫିସ, ୨ା୮:ଶ୍ରାବଣ ମାସରେ ଶିବଙ୍କୁ ଜଳାଭିଷେକ କରିବାକୁ ସାରା ଦେଶରେ ଶ୍ରଦ୍ଧାଳୁ କାନ୍ଧରେ ଭାର ରଖୁଛନ୍ତି। ଚଳିତବର୍ଷ କେନ୍ଦ୍ରାପଡ଼ା ଜିଲାର ୬ ଦୃଷ୍ଟିବାଧିତ ଯୁବକ ଏଥିରେ ସାମିଲ ହୋଇଛନ୍ତି। ସେମାନେ ହେଲେ ଦିଲୀପ କୁମାର ବରାଳ, ନିକୁଞ୍ଜ ବିହାରୀ ଜେନା, ସନ୍ତୋଷ କୁମାର ନାୟକ, ଅମର କୁମାର ମଲ୍ଲିକ, ପ୍ରକାଶ କୁମାର ଖଟୁଆ ଓ ଗୋଲଖ ଚନ୍ଦ୍ର ନାୟକ। ଏହି ଯୁବକମାନେ ସହରର ଚଟିପୋଲଠାରେ ଗୋବରୀ ନଦୀରୁ ପାଣି ଭାର ଉଠାଇ ଦୁଇ କିଲୋମିଟର ଦୂର କଜଳାସ୍ଥିତ ବିଲେଶ୍ୱର ମହାଦେବଙ୍କୁ ଜଳାଭିଷେକ କରିଛନ୍ତି। ଏ ସମ୍ପର୍କରେ ଦିଲୀପ କୁହନ୍ତି, ଆଖିରେ ଈଶ୍ୱରଙ୍କ ସୃଷ୍ଟିକୁ ଦେଖି ପାରୁନାହୁଁ। ତେବେ ଈଶ୍ୱରଙ୍କ ସଦା ସର୍ବଦା ଅନୁଭବ କରୁଛୁ। ଈଶ୍ୱର ଆମକୁ ଦୀର୍ଘ ଜୀବନ ଦେଇଥିବାରୁ ସର୍ବଦା କୃତଜ୍ଞତା ପ୍ରକାଶ କରୁଛୁ। ଶ୍ରାବଣ ମାସରେ ଶିବଙ୍କୁ ଜଳାଭିଷେକ ପାଇଁ ସମସ୍ତେ ପାଣି ଭାର ନେଉଥିବା ଶିଣିଛୁ। ଏଥିପାଇଁ ଇଚ୍ଛା ଥିଲେ ମଧ୍ୟ ମନର ଭାବନାକୁ ସର୍ବଦା ଚାପି ରଖିଛୁ। ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏ ନେଇ ପ୍ରସ୍ତାବ ଆସିବା ପରେ ଆମ ପ୍ରତି ଈଶ୍ୱରଙ୍କ କୃପା ହୋଇଛି ବୋଲି ଅନୁଭବ କରିଛୁ। ଜଳାଭିଷେକ ପରେ ଯେଉଁ ଖୁସି ମିଳିଛି, ତାହା ପ୍ରକାଶ ପାଇଁ ଭାଷା ଖୋଜି ପାଉନାହୁଁ। ପ୍ରଥମ ଥର ପାଇଁ ଏପରି ସହଯୋଗ ଦେଇଥିବାରୁ ଟ୍ରଷ୍ଟକୁ ଧନ୍ୟବାଦ ଦେଉଛୁ ବୋଲି ଦିଲୀପ କହିଛନ୍ତି। ଏମାନଙ୍କୁ ସହଯୋଗ କରିଥିବା ଟ୍ରଷ୍ଟର ସଭାପତି ଦମନ କୁମାର ମହାନ୍ତି କହିଛନ୍ତି, ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ପାଇଁ କାଉଡି ଭାର ଆୟୋଜନ କରି ଟ୍ରଷ୍ଟ ସଦସ୍ୟମାନେ ବହୁ ଆନନ୍ଦିତ ଅଛନ୍ତି। ହିନ୍ଦୁ ସଂସ୍କୃତିରେ ଶ୍ରାବଣ ମାସରେ ଜଳାଭିଷେକ କରିବାକୁ ବହୁ ଉତ୍ସୁକତା ପ୍ରକାଶ ପାଇଥାଏ। ତେବେ ଦୃଷ୍ଟିବାଧିତମାନେ ଏଥିପାଇଁ ଆଗ୍ରହ ଥିବା ସତ୍ତ୍ୱେ ଚୁପ ରହିଥାନ୍ତି। ଏ ନେଇ ଟ୍ରଷ୍ଟ ପକ୍ଷରୁ ଆଲୋଚନା ପରେ ଶ୍ରଦ୍ଧାଳୁଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ସମସ୍ତ ଆୟୋଜନକୁ ଟ୍ରଷ୍ଟ ସଦସ୍ୟ ସୂର୍ଯ୍ୟକାନ୍ତ ପରିଡା, ବିଭୁପ୍ରସାଦ ସାହୁ, ଶାନ୍ତନୁ ମଲ୍ଲିକ, ହରିହର ନାୟକ, ବିନୋଦ ପଣ୍ଡା, ଗୌତମ ସାହୁ ଓ ରଘୁନାଥ ତ୍ରିପାଠୀ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି

କଣ୍ଟାବାଞ୍ଜି,୧୬ା୬: ପୁଣି ଥରେ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ଦାବି ହୋଇଛି। ମମିତାଙ୍କ ପରିବାରକୁ ରବିବାର ଭେଟିଛନ୍ତି ନବ ନିର୍ବାଚିତ ବିଧାୟକ ଲକ୍ଷ୍ମଣ...

ଜଳିଗଲା ୪ବଖରା ଘର

କେନ୍ଦ୍ରାପଡ଼ା,୧୬।୬: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ବଡ଼ମାନୁପୁର ଗାଁରେ ରବିବାର କ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୪ ବଖରା ଚାଳଛପର ଘର ପୋଡି ସମ୍ପୂର୍ଣ୍ଣ ନଷ୍ଟ...

ବାର୍‌ହା ଶିକାରୀ ଗିରଫ

ଭୁବନ,୧୬ା୬(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ରବିବାର ଚଢ଼ାଉ କରାଯାଇ ବାର୍‌ହା ମୃତଦେହ ଜବତ କରାଯିବା ସହିତ ଅଭିଯୁକ୍ତଙ୍କୁ ଗିରଫ...

ଶଳାଙ୍କୁ ଗୁଳି କରି ହତ୍ୟା କଲେ ଭିଣୋଇ

ପାରଳାଖେମୁଣ୍ଡି,୧୬ା୬(ଗିରିଧାରୀ ପରିଚ୍ଛା): ଶଳାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଭିଣୋଇ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ଭାଲିଆଗଣି ଗାଁରେ। ମୃତକ...

ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୬(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭଦ୍ରକ ଜିଲାର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ଭଦ୍ରକ ଜିଲା ପ୍ରଶାସନକୁ...

ଜାଗାବାଡ଼ିକୁ କେନ୍ଦ୍ର କରି ସାନ ଭାଇଙ୍କୁ ହାଣିଲେ ବଡ଼

ମୋରଡ଼ା,୧୬ା୬(ସ୍ମାରକ ମାଜୀ): ଜାଗାବାଡ଼ିକୁ ନେଇ ସାନ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ବଡ଼ ଭାଇ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା...

ଅବସର ପରେ ବି ଶିକ୍ଷକଙ୍କୁ ମିଳୁନି ସମ୍ପୂର୍ଣ୍ଣ ପେନ୍‌ସନ

ଭବାନୀପାଟଣା,୧୬ା୬ (ଉତ୍ତମ କୁମାର ଦାଶ)ସରକାରୀ କର୍ମଚାରୀ ଅବସର ପାଇବା ପରେ ପେନ୍‌ସନ୍‌ ପାଇବା ପାଇଁ ସରକାରୀ ବ୍ୟବସ୍ଥା ରହିଛି। ହେଲେ କଳାହାଣ୍ଡି ଜିଲା ଶିକ୍ଷା ବିଭାଗରେ...

ସଚେତନତାରେ ସୀମିତ ବିଇଏମ୍‌ସିର ଡେଙ୍ଗୁ ନିୟନ୍ତ୍ରଣ

ବ୍ରହ୍ମପୁର,୧୬ା୬(ଅଶୋକ କୁମାର ସାହୁ)ମୌସୁମୀ ବର୍ଷା ଆରମ୍ଭ ହୋଇ ନ ଥିଲେ ବି ବ୍ରହ୍ମପୁର ସହରରେ ଡେଙ୍ଗୁ ଡରାଇବାକୁ ଲାଗିଲାଣି। କିଛି ଦିନ ତଳେ ସହରରେ ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri