ଦୃଷ୍ଟିବାଧିତଙ୍କ କାନ୍ଧରେ ବୋଲବମ୍‌ ଭାର

କେନ୍ଦ୍ରାପଡ଼ା ଅଫିସ, ୨ା୮:ଶ୍ରାବଣ ମାସରେ ଶିବଙ୍କୁ ଜଳାଭିଷେକ କରିବାକୁ ସାରା ଦେଶରେ ଶ୍ରଦ୍ଧାଳୁ କାନ୍ଧରେ ଭାର ରଖୁଛନ୍ତି। ଚଳିତବର୍ଷ କେନ୍ଦ୍ରାପଡ଼ା ଜିଲାର ୬ ଦୃଷ୍ଟିବାଧିତ ଯୁବକ ଏଥିରେ ସାମିଲ ହୋଇଛନ୍ତି। ସେମାନେ ହେଲେ ଦିଲୀପ କୁମାର ବରାଳ, ନିକୁଞ୍ଜ ବିହାରୀ ଜେନା, ସନ୍ତୋଷ କୁମାର ନାୟକ, ଅମର କୁମାର ମଲ୍ଲିକ, ପ୍ରକାଶ କୁମାର ଖଟୁଆ ଓ ଗୋଲଖ ଚନ୍ଦ୍ର ନାୟକ। ଏହି ଯୁବକମାନେ ସହରର ଚଟିପୋଲଠାରେ ଗୋବରୀ ନଦୀରୁ ପାଣି ଭାର ଉଠାଇ ଦୁଇ କିଲୋମିଟର ଦୂର କଜଳାସ୍ଥିତ ବିଲେଶ୍ୱର ମହାଦେବଙ୍କୁ ଜଳାଭିଷେକ କରିଛନ୍ତି। ଏ ସମ୍ପର୍କରେ ଦିଲୀପ କୁହନ୍ତି, ଆଖିରେ ଈଶ୍ୱରଙ୍କ ସୃଷ୍ଟିକୁ ଦେଖି ପାରୁନାହୁଁ। ତେବେ ଈଶ୍ୱରଙ୍କ ସଦା ସର୍ବଦା ଅନୁଭବ କରୁଛୁ। ଈଶ୍ୱର ଆମକୁ ଦୀର୍ଘ ଜୀବନ ଦେଇଥିବାରୁ ସର୍ବଦା କୃତଜ୍ଞତା ପ୍ରକାଶ କରୁଛୁ। ଶ୍ରାବଣ ମାସରେ ଶିବଙ୍କୁ ଜଳାଭିଷେକ ପାଇଁ ସମସ୍ତେ ପାଣି ଭାର ନେଉଥିବା ଶିଣିଛୁ। ଏଥିପାଇଁ ଇଚ୍ଛା ଥିଲେ ମଧ୍ୟ ମନର ଭାବନାକୁ ସର୍ବଦା ଚାପି ରଖିଛୁ। ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏ ନେଇ ପ୍ରସ୍ତାବ ଆସିବା ପରେ ଆମ ପ୍ରତି ଈଶ୍ୱରଙ୍କ କୃପା ହୋଇଛି ବୋଲି ଅନୁଭବ କରିଛୁ। ଜଳାଭିଷେକ ପରେ ଯେଉଁ ଖୁସି ମିଳିଛି, ତାହା ପ୍ରକାଶ ପାଇଁ ଭାଷା ଖୋଜି ପାଉନାହୁଁ। ପ୍ରଥମ ଥର ପାଇଁ ଏପରି ସହଯୋଗ ଦେଇଥିବାରୁ ଟ୍ରଷ୍ଟକୁ ଧନ୍ୟବାଦ ଦେଉଛୁ ବୋଲି ଦିଲୀପ କହିଛନ୍ତି। ଏମାନଙ୍କୁ ସହଯୋଗ କରିଥିବା ଟ୍ରଷ୍ଟର ସଭାପତି ଦମନ କୁମାର ମହାନ୍ତି କହିଛନ୍ତି, ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ପାଇଁ କାଉଡି ଭାର ଆୟୋଜନ କରି ଟ୍ରଷ୍ଟ ସଦସ୍ୟମାନେ ବହୁ ଆନନ୍ଦିତ ଅଛନ୍ତି। ହିନ୍ଦୁ ସଂସ୍କୃତିରେ ଶ୍ରାବଣ ମାସରେ ଜଳାଭିଷେକ କରିବାକୁ ବହୁ ଉତ୍ସୁକତା ପ୍ରକାଶ ପାଇଥାଏ। ତେବେ ଦୃଷ୍ଟିବାଧିତମାନେ ଏଥିପାଇଁ ଆଗ୍ରହ ଥିବା ସତ୍ତ୍ୱେ ଚୁପ ରହିଥାନ୍ତି। ଏ ନେଇ ଟ୍ରଷ୍ଟ ପକ୍ଷରୁ ଆଲୋଚନା ପରେ ଶ୍ରଦ୍ଧାଳୁଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ସମସ୍ତ ଆୟୋଜନକୁ ଟ୍ରଷ୍ଟ ସଦସ୍ୟ ସୂର୍ଯ୍ୟକାନ୍ତ ପରିଡା, ବିଭୁପ୍ରସାଦ ସାହୁ, ଶାନ୍ତନୁ ମଲ୍ଲିକ, ହରିହର ନାୟକ, ବିନୋଦ ପଣ୍ଡା, ଗୌତମ ସାହୁ ଓ ରଘୁନାଥ ତ୍ରିପାଠୀ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼; ଟିଏମସି ନେତା କହିଲେ ଚାଲିଛି ‘ଜଙ୍ଗଲ ରାଜ’

କୋଲକାତା,୨୬।୯: ପଶ୍ଚିମବଙ୍ଗରେ ପୁଣିଥରେ ଜଣେ ଟିଏମସି (TMC) ନେତା ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଟିଏମସି ବିଧାୟକ କୁନାଲ ଘୋଷ ଅଭିଯୋଗ କରିଛନ୍ତି ଯେ ତାଙ୍କ ଗାଡ଼ି…

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

ଗୋଟିଏ ପରିବାରରେ ୨୮ ଡାକ୍ତର; ୩ IAS-IPS ଓ IRS, CEC ଜ୍ଞାନେଶ କୁମାରଙ୍କ ପରିବାର ବିଷୟରେ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୬।୯: ଦେଶର ସବୁଠାରୁ ଶିକ୍ଷିତ ତଥା ପ୍ରତିଷ୍ଠିତ ପରିବାରଗୁଡ଼ିକ କଥା ବିଚାର କଲେ ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ପରିବାର ଏହି ତାଲିକାର ଶୀର୍ଷରେ…

ମୁରବୀ ବିହୀନ ହୋଇପଡ଼ିଛି କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ, ନିଯୁକ୍ତିର ୪ ମାସ ପରେ ବଦଳି

କର୍ଲାମୁଣ୍ଡା,୨୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି ପରେ ଏବେ ଶିକ୍ଷା ବିଭାଗ ମୁରବୀ ବିହୀନ ହୋଇପଡ଼ିଛି।…

ଶ୍ରୀଜିଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର ସେଟ୍‌

ପୁରୀ, ୨୬।୫: ଶ୍ରୀଜିଉଙ୍କ ସୁନାବେଶ ପାଇଁ ନୂଆ ଅଳଙ୍କାର ସେଟ୍‌ ତିଆରି କରାଯିବ। ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ମିଳିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

କଳିଙ୍ଗା ଘାଟିରେ ପରିବହନ ମନ୍ତ୍ରୀ: ବିକଳ୍ପ ରାସ୍ତା ନିର୍ମାଣ ଓ ଘାଟି ରାସ୍ତା ମରାମତି ନେଇ ଅନୁଧ୍ୟାନ

ଭଞ୍ଜନଗର, ୨୬/୯ (ବାବୁଲା ପ୍ରଧାନ): ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିର ଦୁଇଟି ସ୍ଥାନରେ ଭୂସ୍ଖଳନ ହେବାରୁ ବିଗତ ୫ ଦିନ…

ସୁନିତା ଆହୁଜାଙ୍କୁ ନେଇ କୋମଲ ରାଣୀଙ୍କ ଚାଞ୍ଚଲ୍ୟକର ଦାବି; ‘ଯିଏ ତାଙ୍କ ସ୍ବାମୀଙ୍କ ହତ୍ୟା ପଛରେ ଥିଲେ…’: ଗୋବିନ୍ଦାଙ୍କ ସହ ଡେଟିଂକୁ ନେଇ…

ମୁମ୍ବାଇ,୨୬।୯: ବଲିଉଡ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ପତ୍ନୀ ସୁନିତା ଆହୁଜା ବାରମ୍ବାର ଗୋବିନ୍ଦାଙ୍କ ଅନ୍ୟ…

ଭୟଙ୍କର ଭୂସ୍ଖଳନ: ହଠାତ୍‌ ଧସିଲା ବଡ଼ବଡ଼ ପଥର ଖଣ୍ଡ, ମାଟି ଅତଡ଼ା

ବଞ୍ଚୋ,୨୬ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅଧୀନ ତରତରା ପଂଚାୟତ ବାହିଆବାରଦଣ୍ଡା ଅଞ୍ଚଳର ବାରହାଗାଡ଼ିଆ ନିକଟରେ ଶନିବାର ଏକ ଭୟାନକ ଭୂସ୍କଳନ ଘଟିଥିବା ଜଣାପଡ଼ିଛି। ହଠାତ୍‌ ମାଟି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?