ବଜେଟରେ ଜନଜାତି ସ୍ବାସ୍ଥ୍ୟ, କୃଷିକୁ ଗୁରୁତ୍ୱ ଦିଆଯାଉ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): କରୋନା କାଳରେ ସମଗ୍ର ବିଶ୍ୱରେ ଜନସାଧାରଣଙ୍କ ସ୍ବାସ୍ଥ୍ୟ, ଜୀବିକା ଓ ଅର୍ଥନୀତି ପ୍ରଭାବିତ ହୋଇଛି। ତେବେ ସବୁଠାରୁ ଅଧିକ ଆଦିବାସୀ ଓ ପ୍ରବାସୀ ଶ୍ରମିକମାନେ ହନ୍ତସନ୍ତ ହୋଇଛନ୍ତି। ଜନଜାତିଙ୍କ ସ୍ବାସ୍ଥ୍ୟ ଏବେ ବି ଚିନ୍ତାର ବିଷୟ ହୋଇରହିଛି। ସେମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ସ୍ବାସ୍ଥ୍ୟ ଓ ଜୀବିକା ସାଙ୍ଗକୁ ସାମାଜିକ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ବଜେଟରେ ବ୍ୟୟ ବରାଦ କରିବା ଆବଶ୍ୟକ ବୋଲି ଯୁବ ଓ ସାମାଜିକ ବିକାଶ କେନ୍ଦ୍ର (ସିୱାଇଏସ୍‌ଡ) ଏବଂ ଓଡ଼ିଶା ବଜେଟ ଆକାଉଣ୍ଟବିଲିଟି ସେଣ୍ଟର(ଓବାକ) ପକ୍ଷରୁ ମଙ୍ଗଳବାର ଆୟୋଜିତ ୱେବିନାରରେ ମତପ୍ରକାଶ ପାଇଛି।
ସମ୍ପ୍ରତି ପ୍ରାକୃତିକ କୃଷି କୌଶଳକୁ ବ୍ୟାପକ କରାଯିବା ସହ ମୋଟ ରାଜ୍ୟ ବଜେଟର ୫୦ ପ୍ରତିଶତ ଅର୍ଥ ସାମାଜିକ କ୍ଷେତ୍ରଗୁଡ଼ିକରେ ଆବଣ୍ଟନ ହେବାର ଆବଶ୍ୟକ ରହିଛି। କରୋନା ଏକାଧିକ ସମସ୍ୟା ସୃଷ୍ଟି କରିଛି। ଏହାର କ୍ଷତ ଭରଣା ପାଇଁ ସରକାର ବଜେଟ ପରିମାଣକୁ ବଢ଼ାଇବାର ଆବଶ୍ୟକତା ରହଥିବା ଆଲୋଚକମାନେ ପରାମର୍ଶ ଦେଇଥିଲେ। ଜନସ୍ବାସ୍ଥ୍ୟ ବାବଦରେ ଓଡ଼ିଶା ମାତ୍ର ୫.୧୩ ପ୍ରତିଶତ ଖର୍ଚ୍ଚ କରୁଛି। ଏହା ୮ ପ୍ରତିଶତ କରାଯିବା ନେଇ ମତପୋଷଣ କରାଯାଇଥିଲା। ରାଜ୍ୟ ସରକାର ଏକାଧିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏ ସମସ୍ତ ଯୋଜନାକୁ ମିଶାଇ ଗୋଟିଏ ଯୋଜନା କରିପାରିଲେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ନିର୍ବାହ କରାଯାଇପାରିବ। ପରିବାରଗୁଡ଼ିକୁ ପାଇପ ଜଳ ଯୋଗାଣ ପାଇଁ ବସୁଧା ଜଳ ଜୀବନ ମିଶନ ଭଳି କାର୍ଯ୍ୟକ୍ରମ ରହିଛି। କିନ୍ତୁ ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ଏସବୁ ଅଞ୍ଚଳରେ ଜଳାଶୟ ଚିହ୍ନଟ, ବିକାଶ ଓ ପାଇପ ସଂଯୋଗ କରାଯିବା ପାଇଁ ଆର୍ଥତ୍କ ବ୍ୟବସ୍ଥା କରିବାକୁ ଦାବି ହୋଇଥିଲା। ରାଜ୍ୟ ସରକାର ବରଗଡ଼, ବଲାଙ୍ଗିର ଓ କଳାହାଣ୍ଡିର ୨୦ଟି ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏ ମାଧ୍ୟମରେ ଦୈନିକ ମଜୁରି ୨୮୨.୩୦ ଟଙ୍କା ପ୍ରଦାନ କରୁଛନ୍ତି। ଏହା ସମଗ୍ର ଓଡ଼ିଶାରେ କାର୍ଯ୍ୟକାରୀ କରିବା ଉଚିତ। ସାମାଜିକ ସୁରକ୍ଷା ଯୋଜନାରେ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ାଯାଇ ନାହିଁ। ଅନେକ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ପଡ଼ିଛନ୍ତି। ସେମାନଙ୍କୁ ଚିହ୍ନଟ କରାଯିବା ସହିତ ସହାୟତା ଯୋଗାଇ ଦେବାର ଆବଶ୍ୟକ ରହିଛି। ଏହାସହ ମଧ୍ୟାହ୍ନ ଭୋଜନର ମାନ ବୃଦ୍ଧି, ପ୍ରାକ୍‌ ଶୈଶବ ଶିକ୍ଷାକୁ ଗୁରୁତ୍ୱ, ସାରା ରାଜ୍ୟର ଶିକ୍ଷକମାନଙ୍କୁ ତାଲିମ, କୃଷି ଗବେଷଣା ସଂସ୍ଥାରେ ଖାଲିଥିବା ପଦବୀ ପୂରଣ, ଡିଜିଟାଲ ପ୍ଲାଟଫର୍ମର ସୁଦୃଢ଼ୀକରଣ, ପ୍ରତ୍ୟେକ ଜିଲା ଓ ପଞ୍ଚୟତ ସ୍ତରରେ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଗଠନ ପାଇଁ ବଜେଟରେ ପ୍ରାବଧାନ ରଖିବାକୁ ପରାମର୍ଶ ଦିଆଯାଇଛି। ସିୱାଇଏସଡିର ପ୍ରତିଷ୍ଠାତା ସଦସ୍ୟ ଜଗଦାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୱେବିନାରରେ ସଂଯୋଜକ ବସନ୍ତ କୁମାର ନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ। ୱାସନର ଏ. ରବୀନ୍ଦ୍ର, ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ଆକ୍ୱିନେଟ, ପ୍ରଫେସର ଗୌରାଙ୍ଗ ଚନ୍ଦ୍ର ନନ୍ଦ, ପ୍ରଭାତ କୁମାର ମିଶ୍ର, ଡ. ସତ୍ୟପ୍ରିୟ ରଥ, ନବନୀତା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri