ଭୁବନେଶ୍ୱର,୧୩ା୧(ବ୍ୟୁରୋ): କରୋନା କାଳରେ ସମଗ୍ର ବିଶ୍ୱରେ ଜନସାଧାରଣଙ୍କ ସ୍ବାସ୍ଥ୍ୟ, ଜୀବିକା ଓ ଅର୍ଥନୀତି ପ୍ରଭାବିତ ହୋଇଛି। ତେବେ ସବୁଠାରୁ ଅଧିକ ଆଦିବାସୀ ଓ ପ୍ରବାସୀ ଶ୍ରମିକମାନେ ହନ୍ତସନ୍ତ ହୋଇଛନ୍ତି। ଜନଜାତିଙ୍କ ସ୍ବାସ୍ଥ୍ୟ ଏବେ ବି ଚିନ୍ତାର ବିଷୟ ହୋଇରହିଛି। ସେମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ସ୍ବାସ୍ଥ୍ୟ ଓ ଜୀବିକା ସାଙ୍ଗକୁ ସାମାଜିକ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ବଜେଟରେ ବ୍ୟୟ ବରାଦ କରିବା ଆବଶ୍ୟକ ବୋଲି ଯୁବ ଓ ସାମାଜିକ ବିକାଶ କେନ୍ଦ୍ର (ସିୱାଇଏସ୍ଡ) ଏବଂ ଓଡ଼ିଶା ବଜେଟ ଆକାଉଣ୍ଟବିଲିଟି ସେଣ୍ଟର(ଓବାକ) ପକ୍ଷରୁ ମଙ୍ଗଳବାର ଆୟୋଜିତ ୱେବିନାରରେ ମତପ୍ରକାଶ ପାଇଛି।
ସମ୍ପ୍ରତି ପ୍ରାକୃତିକ କୃଷି କୌଶଳକୁ ବ୍ୟାପକ କରାଯିବା ସହ ମୋଟ ରାଜ୍ୟ ବଜେଟର ୫୦ ପ୍ରତିଶତ ଅର୍ଥ ସାମାଜିକ କ୍ଷେତ୍ରଗୁଡ଼ିକରେ ଆବଣ୍ଟନ ହେବାର ଆବଶ୍ୟକ ରହିଛି। କରୋନା ଏକାଧିକ ସମସ୍ୟା ସୃଷ୍ଟି କରିଛି। ଏହାର କ୍ଷତ ଭରଣା ପାଇଁ ସରକାର ବଜେଟ ପରିମାଣକୁ ବଢ଼ାଇବାର ଆବଶ୍ୟକତା ରହଥିବା ଆଲୋଚକମାନେ ପରାମର୍ଶ ଦେଇଥିଲେ। ଜନସ୍ବାସ୍ଥ୍ୟ ବାବଦରେ ଓଡ଼ିଶା ମାତ୍ର ୫.୧୩ ପ୍ରତିଶତ ଖର୍ଚ୍ଚ କରୁଛି। ଏହା ୮ ପ୍ରତିଶତ କରାଯିବା ନେଇ ମତପୋଷଣ କରାଯାଇଥିଲା। ରାଜ୍ୟ ସରକାର ଏକାଧିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏ ସମସ୍ତ ଯୋଜନାକୁ ମିଶାଇ ଗୋଟିଏ ଯୋଜନା କରିପାରିଲେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ନିର୍ବାହ କରାଯାଇପାରିବ। ପରିବାରଗୁଡ଼ିକୁ ପାଇପ ଜଳ ଯୋଗାଣ ପାଇଁ ବସୁଧା ଜଳ ଜୀବନ ମିଶନ ଭଳି କାର୍ଯ୍ୟକ୍ରମ ରହିଛି। କିନ୍ତୁ ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ଏସବୁ ଅଞ୍ଚଳରେ ଜଳାଶୟ ଚିହ୍ନଟ, ବିକାଶ ଓ ପାଇପ ସଂଯୋଗ କରାଯିବା ପାଇଁ ଆର୍ଥତ୍କ ବ୍ୟବସ୍ଥା କରିବାକୁ ଦାବି ହୋଇଥିଲା। ରାଜ୍ୟ ସରକାର ବରଗଡ଼, ବଲାଙ୍ଗିର ଓ କଳାହାଣ୍ଡିର ୨୦ଟି ବ୍ଲକରେ ଏମ୍ଜିଏନ୍ଆର୍ଇଜିଏ ମାଧ୍ୟମରେ ଦୈନିକ ମଜୁରି ୨୮୨.୩୦ ଟଙ୍କା ପ୍ରଦାନ କରୁଛନ୍ତି। ଏହା ସମଗ୍ର ଓଡ଼ିଶାରେ କାର୍ଯ୍ୟକାରୀ କରିବା ଉଚିତ। ସାମାଜିକ ସୁରକ୍ଷା ଯୋଜନାରେ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ାଯାଇ ନାହିଁ। ଅନେକ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ପଡ଼ିଛନ୍ତି। ସେମାନଙ୍କୁ ଚିହ୍ନଟ କରାଯିବା ସହିତ ସହାୟତା ଯୋଗାଇ ଦେବାର ଆବଶ୍ୟକ ରହିଛି। ଏହାସହ ମଧ୍ୟାହ୍ନ ଭୋଜନର ମାନ ବୃଦ୍ଧି, ପ୍ରାକ୍ ଶୈଶବ ଶିକ୍ଷାକୁ ଗୁରୁତ୍ୱ, ସାରା ରାଜ୍ୟର ଶିକ୍ଷକମାନଙ୍କୁ ତାଲିମ, କୃଷି ଗବେଷଣା ସଂସ୍ଥାରେ ଖାଲିଥିବା ପଦବୀ ପୂରଣ, ଡିଜିଟାଲ ପ୍ଲାଟଫର୍ମର ସୁଦୃଢ଼ୀକରଣ, ପ୍ରତ୍ୟେକ ଜିଲା ଓ ପଞ୍ଚୟତ ସ୍ତରରେ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଗଠନ ପାଇଁ ବଜେଟରେ ପ୍ରାବଧାନ ରଖିବାକୁ ପରାମର୍ଶ ଦିଆଯାଇଛି। ସିୱାଇଏସଡିର ପ୍ରତିଷ୍ଠାତା ସଦସ୍ୟ ଜଗଦାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୱେବିନାରରେ ସଂଯୋଜକ ବସନ୍ତ କୁମାର ନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ। ୱାସନର ଏ. ରବୀନ୍ଦ୍ର, ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ଆକ୍ୱିନେଟ, ପ୍ରଫେସର ଗୌରାଙ୍ଗ ଚନ୍ଦ୍ର ନନ୍ଦ, ପ୍ରଭାତ କୁମାର ମିଶ୍ର, ଡ. ସତ୍ୟପ୍ରିୟ ରଥ, ନବନୀତା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

