ବୁଢ଼ାବୁଢ଼ିଆଣି ପାଣି ପଞ୍ଚାୟତ କାର୍ଯ୍ୟାଳୟ ଏବେ ଭୂତକୋଠି

ଓଡ଼ଗାଁ,୨୫ା୫(ସ୍ବ.ପ୍ର.) : ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଓ ତହସିଲ ଅଧୀନ ଆରେଡା ଠାରେ ଥିବା ବୁଢାବୁଢିଆଣି ପାଣି ପଞ୍ଚାୟତ କାର୍ଯ୍ୟାଳୟ ଏବେ ଭୁତକୋଠିରେ ପରିଣତ ହୋଇଛି। ୧୯୯୮ରେ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଦୁଇ ମହଲା ବିଶିଷ୍ଟ ଏହି କାର୍ଯ୍ୟାଳୟ ପାଣି ପଞ୍ଚାୟତ ନିମନ୍ତେ ଆପେକ୍ସ କମିଟିକୁ ୨୦୦୬ରେ ହସ୍ତାନ୍ତର କରାଯାଇଥିଲା। ହେଲେ ସେଦିନଠାରୁ ଉକ୍ତ କାର୍ଯ୍ୟାଳୟ କେବେ ଖୋଲି ଥିବା କେହି ଦେଖିନାହାନ୍ତି। କେବଳ କାଗଜପତ୍ରରେ ପାଣି ପଞ୍ଚାୟତ କମିଟି ନିର୍ବାଚନ ହେଉଥିବା ବେଳେ ଉକ୍ତ କାର୍ଯ୍ୟାଳୟ କାହା କାମରେ ଆସୁନାହିଁ। ଏଥିସହିତ ଚାଷୀଙ୍କ ନିମନ୍ତେ ଆସିଥିବା ଟ୍ରାକ୍ଟର ଅବ୍ୟବହୃତ ହୋଇ ପଡିଥିଲା। ଟ୍ୟାକ୍ସ ଖିଲାପି ହେବାରୁ ପରିବହନ ବିଭାଗ ଟ୍ରାକ୍ଟରକୁ ଜବତ କରି ନେଇଛି। ଏପରିକି ୨ ବର୍ଷ ପୂର୍ବେ କମିଟି ମରାମତି କରିଥିବା ଟଙ୍କା ଏ ଯାବତ୍‌ ଆଡଜେଷ୍ଟ ହୋଇ ପାରିନାହିଁ ବୋଲି ଅଧ୍ୟକ୍ଷ ସୁଧାକର ଷଡଙ୍ଗୀ କହିଛନ୍ତି। ଅନ୍ୟପକ୍ଷେ ଲକ୍ଷାଧିକ ଟଙ୍କା ବ୍ୟୟରେ କାର୍ଯ୍ୟାଳୟ ମରାମତି କରିବା ସହିତ ରଙ୍ଗ କରିଥିବା ପାଣି ପଞ୍ଚାୟତ ଅଧ୍ୟକ୍ଷ କହୁଥିଲେ ମଧ୍ୟ ଉକ୍ତ କାର୍ଯ୍ୟାଳୟକୁ ସେ ଦିନକ ପାଇଁ ବ୍ୟବହାର କରିନାହାନ୍ତି। ଏପରି କି କାର୍ଯ୍ୟାଳୟ ଚତୁଃପାର୍ଶ୍ୱରେ ଅନାବନା ଲଟାବୁଦା ମାଡ଼ି ଗଲାଣି। ଏଥିପାଇଁ ସେଠାରେ ଅସାମାଜିକ ଯୁବକମାନେ ଆଡ୍ଡା ଜମାଉଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଦାମୋଦର ପ୍ରଧାନ କହିଛନ୍ତି, ପାଣିପଞ୍ଚାୟତ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଆପେକ୍ସ କମିଟି ନିୟନ୍ତ୍ରଣାଧୀନ ହୋଇଥିବା ବେଳେ ଏନେଇ କୌଣସି ଅନୁଦାନ ଆସୁ ନାହିଁ। ବରଂ ପାଣି ପଞ୍ଚାୟତ ନିଜସ୍ବ ଉଦ୍ୟମରେ ଏନେଇ ଫଣ୍ଡ ଯୋଗାଡ କରିବା ନେଇ ସେ ପରାମର୍ଶ ଦେଇଛନ୍ତି। ଏନେଇ ବ୍ଲକ କଂଗ୍ରେସ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ କହିଛନ୍ତି, ତୁରନ୍ତ ଏହି କାର୍ଯ୍ୟାଳୟକୁ କାର୍ଯ୍ୟକ୍ଷମ କରାଯାଉ। ଯଦି ଏଥିରେ ବିଳମ୍ବ ହୁଏ ଆମେ ଆନ୍ଦୋଳନ କରିବାକୁ ପଛାଇବୁ ନାହିଁ ବୋଲି ସେ ଚେତନାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri