ବୁଢ଼ାବୁଢ଼ିଆଣି ପାଣି ପଞ୍ଚାୟତ କାର୍ଯ୍ୟାଳୟ ଏବେ ଭୂତକୋଠି

ଓଡ଼ଗାଁ,୨୫ା୫(ସ୍ବ.ପ୍ର.) : ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଓ ତହସିଲ ଅଧୀନ ଆରେଡା ଠାରେ ଥିବା ବୁଢାବୁଢିଆଣି ପାଣି ପଞ୍ଚାୟତ କାର୍ଯ୍ୟାଳୟ ଏବେ ଭୁତକୋଠିରେ ପରିଣତ ହୋଇଛି। ୧୯୯୮ରେ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଦୁଇ ମହଲା ବିଶିଷ୍ଟ ଏହି କାର୍ଯ୍ୟାଳୟ ପାଣି ପଞ୍ଚାୟତ ନିମନ୍ତେ ଆପେକ୍ସ କମିଟିକୁ ୨୦୦୬ରେ ହସ୍ତାନ୍ତର କରାଯାଇଥିଲା। ହେଲେ ସେଦିନଠାରୁ ଉକ୍ତ କାର୍ଯ୍ୟାଳୟ କେବେ ଖୋଲି ଥିବା କେହି ଦେଖିନାହାନ୍ତି। କେବଳ କାଗଜପତ୍ରରେ ପାଣି ପଞ୍ଚାୟତ କମିଟି ନିର୍ବାଚନ ହେଉଥିବା ବେଳେ ଉକ୍ତ କାର୍ଯ୍ୟାଳୟ କାହା କାମରେ ଆସୁନାହିଁ। ଏଥିସହିତ ଚାଷୀଙ୍କ ନିମନ୍ତେ ଆସିଥିବା ଟ୍ରାକ୍ଟର ଅବ୍ୟବହୃତ ହୋଇ ପଡିଥିଲା। ଟ୍ୟାକ୍ସ ଖିଲାପି ହେବାରୁ ପରିବହନ ବିଭାଗ ଟ୍ରାକ୍ଟରକୁ ଜବତ କରି ନେଇଛି। ଏପରିକି ୨ ବର୍ଷ ପୂର୍ବେ କମିଟି ମରାମତି କରିଥିବା ଟଙ୍କା ଏ ଯାବତ୍‌ ଆଡଜେଷ୍ଟ ହୋଇ ପାରିନାହିଁ ବୋଲି ଅଧ୍ୟକ୍ଷ ସୁଧାକର ଷଡଙ୍ଗୀ କହିଛନ୍ତି। ଅନ୍ୟପକ୍ଷେ ଲକ୍ଷାଧିକ ଟଙ୍କା ବ୍ୟୟରେ କାର୍ଯ୍ୟାଳୟ ମରାମତି କରିବା ସହିତ ରଙ୍ଗ କରିଥିବା ପାଣି ପଞ୍ଚାୟତ ଅଧ୍ୟକ୍ଷ କହୁଥିଲେ ମଧ୍ୟ ଉକ୍ତ କାର୍ଯ୍ୟାଳୟକୁ ସେ ଦିନକ ପାଇଁ ବ୍ୟବହାର କରିନାହାନ୍ତି। ଏପରି କି କାର୍ଯ୍ୟାଳୟ ଚତୁଃପାର୍ଶ୍ୱରେ ଅନାବନା ଲଟାବୁଦା ମାଡ଼ି ଗଲାଣି। ଏଥିପାଇଁ ସେଠାରେ ଅସାମାଜିକ ଯୁବକମାନେ ଆଡ୍ଡା ଜମାଉଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଦାମୋଦର ପ୍ରଧାନ କହିଛନ୍ତି, ପାଣିପଞ୍ଚାୟତ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଆପେକ୍ସ କମିଟି ନିୟନ୍ତ୍ରଣାଧୀନ ହୋଇଥିବା ବେଳେ ଏନେଇ କୌଣସି ଅନୁଦାନ ଆସୁ ନାହିଁ। ବରଂ ପାଣି ପଞ୍ଚାୟତ ନିଜସ୍ବ ଉଦ୍ୟମରେ ଏନେଇ ଫଣ୍ଡ ଯୋଗାଡ କରିବା ନେଇ ସେ ପରାମର୍ଶ ଦେଇଛନ୍ତି। ଏନେଇ ବ୍ଲକ କଂଗ୍ରେସ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ କହିଛନ୍ତି, ତୁରନ୍ତ ଏହି କାର୍ଯ୍ୟାଳୟକୁ କାର୍ଯ୍ୟକ୍ଷମ କରାଯାଉ। ଯଦି ଏଥିରେ ବିଳମ୍ବ ହୁଏ ଆମେ ଆନ୍ଦୋଳନ କରିବାକୁ ପଛାଇବୁ ନାହିଁ ବୋଲି ସେ ଚେତନାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri