ବିଆର୍‌ପିଏଲ୍‌ ଏକ ସଙ୍ଗମ

ଯାଜପୁର ଅଫିସ,୨୩ା୩: ଶିଳ୍ପାଞ୍ଚଳ ଦ୍ୱାରା ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ସରକାର କହି ଆସୁଛନ୍ତି। ଏଭଳି ସମ୍ଭାବନାକୁ ଦୃଷ୍ଟିରେ ରଖି ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳ ନିକଟବର୍ତ୍ତୀ ବାସିନ୍ଦା ଶିଳ୍ପ ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦୂଷଣଜନିତ ବିଷକୁ ସହିଚାଲିଲେ ଏହି ଆଶାରେ ଯେ, ସେମାନଙ୍କୁ ନିଯୁକ୍ତି ମିଳିବ। ହେଲେ ରାଜନୈତିକ ଅଖଣ୍ଡ କ୍ଷମତା ବଳରେ ସ୍ଥାନୀୟ ନିଯୁକ୍ତିକୁ ଶିଳ୍ପସଂସ୍ଥାର ଅଣଦେଖା ସ୍ଥାନୀୟ ଲୋକଙ୍କୁ ହତାଶ କରିଥିବାବେଳେ ସରକାର ଓ ଜିଲା ପ୍ରଶାସନ ବେଖାତିର ମନୋଭାବ ପୋଷଣ କରୁଛନ୍ତି। କଳିଙ୍ଗନଗର ଶିଳ୍ପାଞ୍ଚଳସ୍ଥିତ ବ୍ରାହ୍ମଣୀ ରିଭର୍ସ ପେଲେଟ୍‌ ଲିମିଟେଡ(ବିଆର୍‌ପିଏଲ୍‌)କାରଖାନାକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। କାରଖାନାର ପ୍ରଦୂଷଣରେ ପ୍ରଭାବିତ ଖୁରୁଣ୍ଟି ଗ୍ରାମବାସୀ ବିସ୍ଥାପନ ଓ ନିଯୁକ୍ତି ଦେବାକୁ ପ୍ରାୟ ୩ ବର୍ଷ ହେଲା ଦାବି କରି ଆସୁଥିଲେ
ହେଁ ସେମାନଙ୍କ ସହ ଆଲୋଚନା କରିବାକୁ ଉଭୟ ଜିଲା ପ୍ରଶାସନ ଏବଂ କମ୍ପାନୀ କର୍ତ୍ତୃପକ୍ଷ ସମୟ ଗଡ଼ାଉଛନ୍ତି। କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ୨୦୧୫ ସୁଦ୍ଧା ବିଆର୍‌ପିଏଲ୍‌ରେ ୧୨୫ ଜଣ ନିୟମିତ ଅଧିକାରୀ ଓ କର୍ମଚାରୀ ନିୟୋଜିତ ହୋଇଥିଲେ। ଏହି ସଂଖ୍ୟା ୨୦୨୦ ମେ ସୁଦ୍ଧା ୧୧୯କୁ ହ୍ରାସ ପାଇଛି। ଏଥିରେ ଓଡ଼ିଆଙ୍କ ନିଯୁକ୍ତି ସଂଖ୍ୟା ୮୨.୩୫% ବୋଲି କମ୍ପାନୀ ପକ୍ଷରୁ ଦର୍ଶାଯାଇଛି। ହେଲେ ବାସ୍ତବରେ ଦର୍ଶିତ ସଂଖ୍ୟାଠାରୁ ବହୁଗୁଣରେ ଅଧିକ ଅଣଓଡ଼ିଆ କାର୍ଯ୍ୟ କରୁଛନ୍ତି ବୋଲି ଖୁରୁଣ୍ଟି ଗ୍ରାମବାସୀ କହିଛନ୍ତି। ଏହି କମ୍ପାନୀରେ ଓଡ଼ିଆ ଓ ଅଣଓଡ଼ିଆ କର୍ମଚାରୀ ସଂଖ୍ୟା ଉପରେ କେବେ ପ୍ରଶାସନିକ ତଦନ୍ତ ହୋଇନାହିଁ। କମ୍ପାନୀ ଯେଉଁ ତଥ୍ୟ ଦେଉଛି, ପ୍ରଶାସନିକ ଅଧିକାରୀମାନେ ତାକୁ ଆଖିବୁଜି ଗ୍ରହଣ କରିଦେଉଥିବାରୁ ସ୍ଥାନୀୟ ନିଯୁକ୍ତିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। ୨୦୧୫ ସେପ୍ଟେମ୍ବର ୧୪ରେ ନିର୍ବାଚିତ ପଞ୍ଚାୟତିରାଜ ପ୍ରତିନିଧି ଓ ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ଥାନୀୟ ନିଯୁକ୍ତିକୁ ନେଇ ସୁକିନ୍ଦା ବନ୍ଦ ଡାକରା ଦିଆଯାଇଥିଲା। ତେବେ ତତ୍କାଳୀନ ଶିଳ୍ପମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ହସ୍ତକ୍ଷେପ ଯୋଗୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଆନ୍ଦୋଳନର ଗୋଟିଏ ଦିନ ପୂର୍ବରୁ ହୋଇଥିବା ସମାଧାନ ବୈଠକରେ ବିଶେଷକରି ଓଡ଼ିଆ ଓ ଅଣଓଡ଼ିଆ ନିଯୁକ୍ତିକୁ ନେଇ ବହୁ ସମୟ ଧରି ଆଲୋଚନା ହୋଇଥିଲା। ଏହାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଥିଲା। କମିଟିରେ ଜିଲାପାଳ, ବିଧାୟକ ଏବଂ କମ୍ପାନୀ କର୍ତ୍ତୃପକ୍ଷ ସଭ୍ୟ ଭାବେ ରହିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ସମାଧାନ ବୈଠକର ୧୫ ଦିନ ମଧ୍ୟରେ କମିଟି ନିଯୁକ୍ତି ସମ୍ପର୍କରେ ତଦାରଖ କରି ରିପୋର୍ଟ ଦେବାକୁ ତତ୍କାଳୀନ ଆର୍‌ଡିସି ବିକାଶ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶକୁ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇଥିଲେ ହେଁ ସ୍ଥାନୀୟ ନିଯକ୍ତି ସମ୍ପର୍କରେ କୌଣସି ତଦନ୍ତ ହୋଇ ପାରିନାହିଁ।
ଜିଲାର ସୁକିନ୍ଦା ବ୍ଲକ ସାରଙ୍ଗପୁର ପଞ୍ଚାୟତ ଖୁରୁଣ୍ଟି ଗ୍ରାମରେ ୨୫ ଗରିବ ପରିବାର ବସବାସ କରୁଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ ବିଆର୍‌ପିଏଲ୍‌ କାରଖାନା ପାଇଁ ସେମାନଙ୍କ ଚାଷଜମି ଯାଇଛି। ଫଳରେ ସେମାନେ ଜୀବିକା ହରାଇ କୁଲିମଜୁରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ଗ୍ରାମର ସମସ୍ତେ ଭଙ୍ଗାଦଦରା କୁଡ଼ିଆରେ ରୁହନ୍ତି। କାରଖାନାର ବାୟୁ ଓ ଜଳ ପ୍ରଦୂଷଣରେ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ କିଡ୍‌ନୀ ରୋଗରେ ଜୀବନ ଗଲାଣି। ଗତ ୩ ମାସରେ ପୁଣି ୪ କିଡ୍‌ନୀ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗ୍ର୍ରାମକୁ ଲାଗି ରହିଥିବା କାରଖାନା ରାସ୍ତାରେ ଦୈନିକ ଶତାଧିକ ମାଲ ବୋଝେଇ ଗାଡ଼ି ଚଳାଚଳ କରୁଛି। ଏହାର ଧୂଳି ଓ କାରଖାନାର ବିଷାକ୍ତ ଧୂଆଁରେ ସେମାନଙ୍କ ଜୀବନ ବିପନ୍ନ ହୋଇଛି। ଗୁଜବ ହେଉଛି ଯେ, ରାଜ୍ୟର ଜଣେ ଉଚ୍ଚପାହ୍ୟା ପ୍ରଶାସନିକ ଅଧିକାରୀଙ୍କ ଅନେକ ଟ୍ରକ୍‌ ଏହି କାରଖାନାରେ ଲାଗିଥିବାରୁ ସରକାରୀ ସ୍ତରରେ ସ୍ଥାନୀୟ ଲୋକଙ୍କ ଅସନ୍ତୋଷକୁ ଜୋରଜବରଦସ୍ତି ଚାପି ଦିଆଯାଉଛି। ଏହି କାର୍ଯ୍ୟରେ ରାଜନେତାମାନେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବୁଡ଼ି ରହିଛନ୍ତି। କାରଣ କମ୍ପାନୀ ଏ ଦିଗରେ ଯଥେଷ୍ଟ ଅର୍ଥ ଖର୍ଚ୍ଚ କରି ସମସ୍ତଙ୍କୁ ସନ୍ତୁଷ୍ଟ କରିଆସୁଛି।
ବିଆର୍‌ପିଏଲ୍‌ କାରଖାନାକୁ ଜେଏସ୍‌ଡବ୍ଲ୍ୟୁ ଓ ତ୍ରିବେଣୀ ଭଳି ପ୍ରତିଷ୍ଠିତ କମ୍ପାନୀ ଅଧିଗ୍ରହଣ କରିବା ପରେ ଖୁରୁଣ୍ଟି ଗ୍ରାମବାସୀ ବିସ୍ଥାପନ ସହିତ କର୍ମନିଯୁକ୍ତି ପାଇବେ ବୋଲି ଆଶା କରିଥିଲେ। କିନ୍ତୁ ସବୁ ଆଶା ମଉଳି ଯାଇଛି। କେତେଜଣ ଗ୍ରାମବାସୀ ୨୪ା୧୧ା୨୦୨୦ରେ ବିଆର୍‌ପିଏଲ୍‌ ଏମ୍‌ଡି ତଥା ଭାଜପା ରାଜ୍ୟ ସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବଙ୍କ ସହ ସାକ୍ଷାତ୍‌ କରିି ନିଯୁକ୍ତି ଓ ବିସ୍ଥାପନ ସମ୍ପର୍କରେ ଆଲୋଚନା କରିବାକୁ ଲିଖିତ ଭାବେ ନିବେଦନ କରିଥିଲେ। ହେଲେ ନିବେଦନକୁ ପ୍ରତ୍ୟାଖ୍ୟାନ କରି ସ୍ଥାନ ଛାଡ଼ି ଚାଲିଯାଅ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହୁଥିବା ଗ୍ରାମର ଅରୁଣ କୁମାର ମଲିକ, ସୁଶାନ୍ତ ମଲିକ, କାର୍ତ୍ତିକ ମଲିକ, ସନ୍ତୋଷ ନାୟକ ପ୍ରମୁଖ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି।
ଏ ସଂକ୍ରାନ୍ତରେ ମତାମତ ନେବାକୁ ବିଆର୍‌ପିଏଲ୍‌ର ଏମ୍‌ଡି ବୈଷ୍ଣବଙ୍କ ମୋବାଇଲ ନମ୍ବର ୯୯୭୧୧୩୩୦୭୦କୁ ୨୨ା୩ା୨୦୨୧ ଅପରାହ୍ନ ୫ଟା ୩୧ରେ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ। କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଗ୍ରାମବାସୀଙ୍କ ସହ ଆଲୋଚନା କରିବାକୁ ବିଆର୍‌ପିଏଲ୍‌ ଏମ୍‌ଡିଙ୍କୁ ପରାମର୍ଶ ଦିଆଯିବ। ଏହାବାଦ୍‌ ଖୁରୁଣ୍ଟି ଗ୍ରାମକୁ ବିସ୍ଥାପନ କରିବାକୁ ପଦକ୍ଷେପ ନିଆଯିବ। ଏହିଭଳି ପ୍ରତିକ୍ରିୟାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ବିଆର୍‌ପିଏଲ୍‌ ଏକ ସଙ୍ଗମସ୍ଥଳ ପାଲଟିଛି। ଏଠାରେ ତ୍ରିବେଣୀର ଅତ୍ୟଧିକ ଅର୍ଥ, କେନ୍ଦ୍ରରେ ଶାସନ କରୁଥିବା ଭାଜପାର ରାଜ୍ୟ ସଭା ସାଂସଦ ଏବଂ ବିଜେଡି ରାଜ୍ୟ ସରକାରଙ୍କ ଆଶୀର୍ବାଦରେ ଫୁଲୁଥିବା ସରକାରୀ କର୍ତ୍ତୃପକ୍ଷ ଲୋକଙ୍କ ଦୁଃଖ ଶୁଣିବା ପାଇଁ ରାଜି ନୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri