ଗୃହରେ ମାହାଙ୍ଗା ଝଡ଼

ଭୁବନେଶ୍ୱର,୨୩ା୩(ବ୍ୟୁରୋ): ମାହାଙ୍ଗା ଡବଲମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ରହିଛି। ମାମଲା ୧୩ ନମ୍ବର ଅଭିଯୁକ୍ତ ଭାବେ ତାଙ୍କ ନାମ ଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଦିଗରେ ଚୁପ୍‌ ହୋଇରହିଛନ୍ତି। ବିରୋଧୀ ଦଳ ବିଧାୟକଙ୍କୁ ମିଥ୍ୟା କେସ୍‌ରେ ଫସାଇ ଥାନାରେ ବସାଯାଉଛି। ମାତ୍ର ଶାସକ ଦଳର ନେତାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଆଇନ ମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଉ ବୋଲି ଦାବି କରି ଭାଜପା ସଦସ୍ୟମାନେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଏଥିଯୋଗୁ ବାଚସ୍ପତିି ସୂର୍ଯ୍ୟନାରାୟଣ ପାତ୍ର ବିଭିନ୍ନ ପର୍ଯ୍ୟାୟରେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଗୃହକୁ ସ୍ବାଭାବିିକ କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ଦୀର୍ଘ ସମୟ ଆଲୋଚନା ପରେ ମଧ୍ୟ ଗୃହ ସ୍ବାଭାବିକ ହୋଇ ନ ଥିଲା। ଅପରାହ୍ନରେ ବାଚସ୍ପତି ମଙ୍ଗଳବାର ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ।
ବାଚସ୍ପତି ପୂର୍ବାହ୍ନ ୧୦ଟା ୩୦ ମିନିଟରେ ସଭାକାର୍ଯ୍ୟ ଚଳାଇବାକୁ ଗୃହକୁ ପ୍ରବେଶ କଲେ। ସଦସ୍ୟମାନେ ଛିଡ଼ା ହୋଇ ବାଚସ୍ପତିଙ୍କୁ ନମସ୍କାର ଜଣାଇଲେ। ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା ମାତ୍ରେ ଭାଜପା ସଦସ୍ୟ ମୋହନ ଚରଣ ମାଝି, ଜୟନାରାୟଣ ମିଶ୍ର ଓ ଦଳର ଅନ୍ୟ ସଦସ୍ୟମାନେ ମାହାଙ୍ଗା ଡବଲ ମର୍ଡର କେସ୍‌ରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କରି ହଟ୍ଟଗୋଳ କଲେ। ବାଚସ୍ପତି ଭାଜପା ସଦସ୍ୟମାନଙ୍କୁ ପ୍ରଶ୍ନକାଳରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ହେଲେ ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନ ଥିଲା। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆଗେଇ ନେବାକୁ ଚେଷ୍ଟା କଲେ। ଭାଜପା ସଦସ୍ୟମାନେ ମାହାଙ୍ଗା ଡବଲ ମର୍ଡର କେସ୍‌ର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଗୃହର ମଧ୍ୟ ଭାଗରେ ନାରାବାଜି କରିଥିଲେ। ହଟ୍ଟଗୋଳକୁ ଦେଖି ବାଚସ୍ପତି ଗୃହକୁ ୧୦ଟା ୩୩ରୁ ୧୧ଟା ୩୦ ମିନିଟ୍‌ ଯାଏ ମୁଲତବୀ ଘୋଷଣା କରିଥିଲେ। ୧୧ଟା ୩୦ ମିନିଟ୍‌ରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ କହିବାକୁ ଡାକିଲେ। ବିରୋଧୀ ଦଳ ନେତା ରାଜ୍ୟର ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ କହିଲେ, ନୟାଗଡ଼ ‘ପରୀ’ କେସ୍‌ରେ ଯେଉଁ ସରପଞ୍ଚ ତାଙ୍କ ପରିବାରକୁ ନ୍ୟାୟ ଦେବାକୁ ସମର୍ଥନ କରୁଛନ୍ତି ତାଙ୍କୁ କୌଣସି କାମ କରାଇ ଦିଆଯାଉ ନାହିଁ। ଏହା ଦୁଃଖଦ ଘଟଣା। ସାଧାରଣ ମୋବାଇଲ କିମ୍ବା କୁକୁଡ଼ାଟିଏ ଚୋରି କଲେ ଥାନାରେ ଦୁଇଦିନ ବସାଯାଉଛି। ମାହାଙ୍ଗା ଡବଲ ମର୍ଡର କେସ୍‌ର ଅଭିଯୁକ୍ତ ଆଇନମନ୍ତ୍ରୀଙ୍କ ବିରୋଧରେ କାୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ପୂର୍ବତନ ଆଇନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ବୋହୂ ଅଭିଯୋଗ କରିବାରୁ ତାଙ୍କୁ ବହିଷ୍କାର କଲେ, ସରକାର ଜେଲରେ ପୂରାଇଲେ। ବାଚସ୍ପତି କହିଲେ, ସରକାର ତାଙ୍କୁ ଜେଲରେ ପୂରାଇ ନାହାନ୍ତି। ବିରୋଧୀ ଦଳ ନେତା କହିଲେ, ତାହା ହେଲେ କିଏ ପୂରାଇଲେ। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାମ ଏତଲାରେ ନ ଥିଲା, ତାଙ୍କୁ ଘରକୁ ଯାଇ ଟାଣିଓଟାରି ଜେଲରେ ଭର୍ତ୍ତିି କରାଇଲେ। ଆଇନମନ୍ତ୍ରୀଙ୍କ ନାମରେ ଏଫଆଇଆର ରହିଛି ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହେବନି। ଜଣେ ଦାଗୀ ମନ୍ତ୍ରୀ, ଯାହାଙ୍କ ନାମରେ ଏଫଆଇଆର ଅଛି ସେ ଏ ପବିତ୍ର ଗୃହରେ ବସିବେ କେମିତି ବୋଲି ସେ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ଦରକାର। ବାଚସ୍ପତି ହସ୍ତକ୍ଷେପ କରି କହିଲେ, ଆପଣ କୁହନ୍ତୁ କେଉଁ ଆଇନରେ ଅଛି ତାଙ୍କୁ ନ ବସିବା ପାଇଁ। ନରସିଂହ ବାବୁ, ପ୍ରଦୀପ ବାବୁ, ମୁଁ ଓକିଲାତି କରିଥିଲୁ। ରାଜନୀତି କରୁଥିବା ବ୍ୟକ୍ତିଙ୍କ ନଁାରେ ବିଭିନ୍ନ କେସ୍‌ ଯୋଡ଼ା ଯାଉଛି। ଏହି ସମୟରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ବାଚସ୍ପତିଙ୍କୁ ବିରୋଧ କଲେ। ଭାଜପାର ଅନ୍ୟ ସଦସ୍ୟମାନେ ବିରୋଧ କଲେ। କହିଲେ, ବିରୋଧୀ ଦଳ ନେତାଙ୍କୁ କହିବାକୁ ଦେବେ ନାହିଁ। ଆପଣ ସରକାରୀ ଦଳ ଭଳି କହୁଥିବା ଭଳି ଲାଗୁଛି। ପୁଣି ବିରୋଧୀ ଦଳ ନେତା କହିଲେ, ୫ ବର୍ଷରେ ୭ଜଣ ଲୋକଙ୍କୁ ମରାଯାଇଛି। ଦୀପ୍ତିକାନ୍ତ ସାହୁଙ୍କ ପରିବାର ଲୋକ ଗଁା ଛାଡ଼ି ବାହାରେ ରହୁଛନ୍ତି। କାହାର ସତ୍‌ସାହସ ଅଛି ଗଁାରେ ଲୋକଙ୍କୁ ମାରି ଭଗେଇବ। ଗଁା ଲୋକ ମଲେ ବି ଗଁା ଛାଡ଼ନ୍ତି ନାହିଁ। କିନ୍ତୁ ଏଭଳି ଭୟଭୀତ କରାଯାଇଛି ସେମାନେ ଗଁା ଛାଡ଼ି ଯିବାକୁ ବାଧ୍ୟ ହୋଇଛନ୍ତି। ଜଣେ ଜଣେ ପୋଲିସ ଅଫିସର ଗୋଟିଏ ଗୋଟିଏ ଥାନାରେ ୧୩ /୧୪ ବର୍ଷ ରହୁଛନ୍ତି। ଅପରାଧୀମାନେ ସାହସ ପାଉଛନ୍ତି। ମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ। ତଦନ୍ତ କରନ୍ତୁ। ଭାଜପା ସଦସ୍ୟମାନେ ହଟ୍ଟଗୋଳ କଲେ। କଂଗ୍ରେସ ଦଳ ନେତା ନରସିଂହ ମିଶ୍ର କହିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆଇନ ଶୃଙ୍ଖଳା ବୋଲି କିଛି ନାହିଁ। କୃଷକମାନଙ୍କ ଜାତୀୟ ନେତା ରାକେଶ ଟିକାଏତ୍‌ ଓଡ଼ିଶା ଆସିଥିଲେ। କେନ୍ଦ୍ର କୃଷି ଆଇନ ବିରୋଧରେ କହିବାରୁ ତାଙ୍କୁ ଆକ୍ରମଣ କରାଯାଇଛି। ରାଜ୍ୟ ସରକାର ତାଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ। ଏହାକୁ ଅତି ଗୁରୁତର ସହ ରାଜ୍ୟ ସରକାର ନେବା ଦରକାର। କେଉଁମାନେ ତାଙ୍କୁ ଧସ୍ତାଧସ୍ତି କଲେ ତାହା ଜାଣିବା ଦରକାର। କୃଷି ବିଲ୍‌କୁ ନେଇ ସମଗ୍ର ଦେଶ ଜଳୁଛି। ଟିକାଏତ୍‌ଙ୍କୁ ଆକ୍ରମଣ କରାଗଲା। ପୋଲିସ ତାଙ୍କୁ ସୁରକ୍ଷା ଦେଇ ପାରିଲା ନାହିଁ। ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। କଂଗ୍ରେସ ଦଳ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଲେ, ମାହାଙ୍ଗା କେସ୍‌ ୦୦୫ ମୁଦାଲା ନମ୍ବର ୧୩ରେ ଆଇନ ମନ୍ତ୍ରୀଙ୍କ ନାମରେ ମାମଲା ହୋଇଛି। ସେତେବେଳେ ଆମେ ବିରୋଧ କରିଥିଲୁ। ସବୁ ରାଜନୈତିକ ଦଳ, ଯୁବ କଂଗ୍ରେସ ଧାରଣା ଦେଇଥିଲା। ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଯେଉଁମାନଙ୍କ ନାମରେ ଏଫଆଇଆର ଥିଲା ତାଙ୍କ ବିରୋଧରେ ରୁଲିଂ ଦେଇଥିଲେ। ଆପଣ ବି ଦେଇପାରିବେ। ଆଇନ ମନ୍ତ୍ରୀଙ୍କ ନାମରେ ଏଫଆଇଆର ହୋଇଛି। ସେ ଅଞ୍ଚଳରେ ମର୍ଡର ପରେ ମର୍ଡର ହେବ। ଗୃହକୁ ସୁରୁଖୁରୁରେ ଚଳାଇବାକୁ ରୁଲିଂ ଦିଅନ୍ତୁ। ସିଟ୍‌ର ମର୍ଯ୍ୟାଦା ବଢ଼ିବ। ଆଉ ଗୋଟିଏ ମର୍ଡର ହୋଇଗଲେ କିଏ ଦାୟୀ ହେବେ ବୋଲି ସେ କହିଥିଲେ। ନବୀନବାବୁଙ୍କ ଘରକୁ ସମସ୍ତେ ଯାଆନ୍ତି। ୨୦୦୦ରେ ଭାଜପା ସଦସ୍ୟମାନେ ଯାଉଥିଲେ, ଯାହାଙ୍କ ନାମରେ ଅଭିଯୋଗ ଅଛି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ବିଜେପୁର ନିର୍ବାଚନ ସମୟରେ ସମ୍ବଲପୁର ବିଧାୟକଙ୍କୁ ଟେକି ନିଆଗଲା। ମୁଖ୍ୟମନ୍ତ୍ରୀଙ୍କର ଆହୁରି ଇମେଜ ବଢ଼ିବ। ମହେଶ୍ୱର ମହାନ୍ତିଙ୍କ ଭଳି ରୁଲିଂ ଦିଅନ୍ତୁ ବୋଲି ସେ କହିଥିଲେ। ଭାଜପା ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ବାଚସ୍ପତି ଗୃହକୁ ସ୍ବାଭାବିକ କରିବା ପାଇଁ ତଥା ମହାତ୍ମା ଗାନ୍ଧୀଙ୍କ ଶତବାର୍ଷିକ ପାଳନ ନିମନ୍ତେ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକରେ ଯୋଗଦେବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ମୋହନ ଚରଣ ମାଝିଙ୍କୁ ଡାକିଥିଲେ।
ମହାତ୍ମା ଗାନ୍ଧୀଙ୍କ ଉପରେ ବିଧାନସଭାରେ ସ୍ବତନ୍ତ୍ର ଆଲୋଚନା ଆଜି
ଭୁବନେଶ୍ୱର,୨୨ା୪(ବ୍ୟୁରୋ)-ମଙ୍ଗଳବାର ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ଶହେ ବର୍ଷ ପୂରଣ ହେବ। ସେଥିପାଇଁ ବିଧାନସଭାରେ ଏକ ସ୍ବତନ୍ତ୍ର ଆଲୋଚନା ହେବ। ଏ ନେଇ ସର୍ବସମ୍ମତି କ୍ରମେ ଏକ ସଙ୍କଳ୍ପ ପାରିତ କରାଯିବ। ସୋମବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକ ପରେ ବାଚସ୍ପତି ବିଧାନସଭାରେ ଏ ନେଇ ସୂଚନା ଦେଇଛନ୍ତି। ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରୁ ମଧ୍ୟାହ୍ନ ୧ଟା ୩୦ ମିନିଟ୍‌ ଯାଏ ଏହି ଆଲୋଚନା ହେବ। ସେଥିପାଇଁ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନାକୁ ବାତିଲ କରାଯାଇଛି ବୋଲି ବାଚସ୍ପତି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri