Posted inଫୁରସତ

ଖେଳନା ଘୋଡ଼ାରେ ବସି ବିବାହ କରିବାକୁ ଆସିଲେ ବର, ଭିଡିଓ ଦେଖିଲେ କରିବେ ପ୍ରଶଂସା

ଏବେ ବିବାହ ଋତୁ ଆରମ୍ଭ ହୋଇଗଲାଣି। ରାସ୍ତାରେ ଯାଉଥିବା ବର ଏବଂ ବରଯାତ୍ରୀ ଦଳଙ୍କ ଉପରେ ନିଶ୍ଚିତ ଆପଣଙ୍କ ନଜର ପଡୁଥିବ। ବର ସହ ଲମ୍ବା ଧାଡ଼ି ଲାଗି ବରଯାତ୍ରୀ ଆସିବା ସାଧାରଣ କଥା। ଅନେକ ବର କାର୍‌, ଘୋଡ଼ାଗାଡ଼ି, ଟ୍ରକ୍‌, ଟ୍ରାକ୍ଟର, ହେଲିକପ୍ଟରରେ ବସି ଆସୁଥିବା ଦେଖିଥିବେ ବା ଶୁଣିଥିବେ। ମାତ୍ର କେହି କେବେ ଖେଳନା ଘୋଡ଼ାରେ ବର ହୋଇ ଆସିଥିବା ଦେଖିଛନ୍ତି କି? ଯଦି ନା ତେବେ ତଳେ ଥିବା ଭିଡିଓ ଦେଖିଲେ ଜାଣିପାରିବେ।

@imjustbesti ନାମକ ଏକ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏଥିରେ ଜଣେ ବର ଖେଳନା ଘୋଡ଼ାରେ ବସି ସାଥୀରେ ବରଯାତ୍ରୀ ଧରି ଆସୁଛନ୍ତି। ବର ଜଣକ ଜଣେ ଶିଖ୍‌ ବ୍ୟକ୍ତି। ତାଙ୍କ ସହିତ ଆସିଥିବା ବରଯାତ୍ରୀ ମଧ୍ୟ ଶିଖ୍‌ ସମ୍ପ୍ରଦାୟର। ଖେଳନା ଘୋଡ଼ାରେ ବସିଥିବା ବର ଜଣକ ଖୁବ୍‌ ଖୁସି ଜଣାପଡୁଛନ୍ତି। ତାଙ୍କ ମୁଣ୍ଡ ଉପରେ ଆଉ ଜଣେ ବ୍ୟକ୍ତି ଛତା ଧରିଥିବା ନଜର ଆସିଛନ୍ତି। ପଛରେ ବରଯାତ୍ରୀ ଦଳ ଡ୍ୟାନ୍ସ କରୁଛନ୍ତି। ବର ଖେଳନା ଘୋଡ଼ାରେ ବସି ଚାରିପଟେ ବୁଲୁଛନ୍ତି। ତାଙ୍କୁ ଦେଖି ସମସ୍ତେ ହସୁଛନ୍ତି। କିନ୍ତୁ ଏହା ବରଙ୍କୁ କୌଣସି ଫରକ୍‌ ପଡୁନାହିଁ। ଏହାର କାରଣ ହେଲା ବର ଜଣକ ଚାହୁଁ ନ ଥିଲେ ସେ ଅସଲି ଘୋଡ଼ାରେ ବସନ୍ତୁ। ସେ ଚାହାନ୍ତିନି ଘୋଡ଼ାକୁ କଷ୍ଟ ହେଉ। ଏଥିପାଇଁ ସେ ଖେଳନା ଘୋଡ଼ାରେ ବର ହୋଇ ଆସିବାକୁ ପସନ୍ଦ କଲେ।

ଏହି ଭିଡିଓକୁ ୩୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ୟୁଜରମାନେ ଭିଡିଓ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହି ବ୍ୟକ୍ତି ଜଣଙ୍କ ଜଣେ କିମ୍ବଦନ୍ତୀ। ଅନ୍ୟ ଜଣେ ୟୁଜର କହିଛନ୍ତି, ଏହି ବ୍ୟକ୍ତିଙ୍କ ପ୍ରତି ସମ୍ମାନ ବଢ଼ିଗଲା। ସେହିପରି ଆଉ ଜଣେ ୟୁଜର କହିଛନ୍ତି, ପଶୁଙ୍କୁ କଷ୍ଟ ଦେବା ଅପେକ୍ଷା ଏପରି କରିବା ବହୁତ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri