ବିବାହ ରାତିରେ ଛାତରୁ ଡେଇଁ ପଳାଇଲେ କନ୍ୟା, କାରଣ ଜାଣିଲେ…

ଭୋପାଳ,୩୦ା୭: ମଧ୍ୟପ୍ରଦେଶର ଭିଣ୍ଡ୍‌ ଜିଲାରେ ଜଣେ କନ୍ୟା ବିବାହ ଦିନ ରାତିରେ ହିଁ ଛାତରୁ ଡେଇଁ ପଳାଇଥିଲେ। କାରଣ ବର ଜଣକ ବିବାହ କରିବା ପାଇଁ କନ୍ୟାଙ୍କୁ ୧ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ। ମାତ୍ର ବର ୯୦ ହଜାର ଟଙ୍କା ଦେଇଥିଲେ। ଆଉ ୧୦ ହଜାର ଟଙ୍କା ପାଇଁ କନ୍ୟା ସେହି ବିବାହ ରାତିରେ ଘର ଲୋକ ଶୋଇପଡ଼ିବା ପରେ ଛାତରୁ ଡେଇଁ ପଳାଇଥିଲେ।

ସୂଚନାନୁଯାୟୀ, ଗୋରମି ଅଞ୍ଚଳରେ ରହୁଥିବା ଦିବ୍ୟାଙ୍ଗ ସୋନୁ ଜୈନଙ୍କ ବିବାହ ହେଉ ନ ଥିଲା। ଗ୍ବାଲିୟର ନିବାସୀ ଉଦଲ ଖଟିକ ସୋନୁଙ୍କୁ କହିଥିଲେ ସେ ତାଙ୍କ ବିବାହ କରାଇଦେବେ। କିନ୍ତୁ ଏହା ବଦଳରେ ସେ ୧ ଲକ୍ଷ ଟଙ୍କା ନେବେ। ସୋନୁ ୯୦ ହଜାର ଟଙ୍କା ଦେବେ ବୋଲି କହିଥିଲେ।

ମଙ୍ଗଳବାର ଉଦଲ, ଅନିତା ରତ୍ନାକର ନାମକ ଜଣେ ମହିଳାଙ୍କୁ ନେଇ ସୋନୁଙ୍କ ଘରେ ପହଞ୍ଚତ୍ଥିଲେ। ଅନିତାଙ୍କ ସହିତ ଅରୁଣ ଖଟିକ ଏବଂ ଜିତେନ୍ଦ୍ର ରତ୍ନାକରଙ୍କୁ ନେଇ ଉଦଲ ଗୋରମିରେ ପହଞ୍ଚିଥିଲେ। ଆଉ ଜଣେ ବ୍ୟକ୍ତି ମଧ୍ୟ ଉଦଲଙ୍କ ସହ ଥିଲେ। ସେଠାରେ ସୋନୁ ଏବଂ ଅନିତାଙ୍କ ବିବାହ ହୋଇଥିଲା। ସୋନୁଙ୍କ ପରିବାର ଲୋକେ ବରକନ୍ୟାଙ୍କୁ ଆଶୀର୍ବାଦ କରିଥିଲେ। ପରେ ସମସ୍ତେ ଶୋଇବାକୁ ଚାଲି ଯାଇଥିଲେ। ଅନିତାଙ୍କ ସହିତ ଜିତେନ୍ଦ୍ର ଯିଏକି ଅନିତାଙ୍କ ନିଜ ଭାଇ ବୋଲି କହିଥିଲେ। ଅରୁଣ ଏବଂ ଜିତେନ୍ଦ୍ର ବାହାରେ ଶୋଇବାକୁ ଚାଲିଗଲେ। ସେହି ରାତିରେ ଅନିତା ନିଜ ଦେହ ଖରାପ ଥିବା କହି ଛାତ ଉପରକୁ ଚାଲିଗଲେ। ଅଧ ରାତିରେ ଘର ଲୋକଙ୍କ ନିଦ ଭାଙ୍ଗିବାରୁ ବୋହୂ ଘରେ ନ ଥିବା ଜାଣିବାକୁ ପାଇଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଅନିତାଙ୍କୁ ପିଛା କରି ଧରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପୂର୍ବରୁ ପଡ଼ୋଶୀଙ୍କ ନାମରେ ୫୫ କୋଟିର ସମ୍ପତ୍ତି ଲେଖିଦେଲେ ବୃଦ୍ଧା, ଜଣାପଡ଼ିବା ପରେ…

ସାଧାରଣତଃ ଯଦି ପରିବାରରେ କୌଣସି ଝଗଡ଼ା ହୁଏ ତେବେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହୋଇଥାଏ। ଏପରି ସ୍ଥିତିରେ କୌଣସି ବ୍ୟକ୍ତି ଇଞ୍ଚେ ଜାଗା ବି କାହାକୁ...

କିଡ୍‌ନୀରୁ ବାହାରିଲା ୧୫୬ ଷ୍ଟୋନ୍‌

ହାଇଦ୍ରାବାଦ,୧୭ା୧୨: ହାଇଦ୍ରାବାଦର ଏକ ପ୍ରତିଷ୍ଠିତ ଡାକ୍ତରଖାନାର ଡାକ୍ତରମାନେ ଜଣେ ରୋଗୀଙ୍କ କିଡ୍‌ନୀରୁ ଏକାବେଳକେ ୧୫୬ ଷ୍ଟୋନ୍‌ ବାହାର କରିଛନ୍ତି। ୫୦ ବର୍ଷର ରୋଗୀଙ୍କ କିଡ୍‌ନୀରୁ ଏହି...

ନିଜ ଦୁନିଆର ସେମାନେ ରାଜା: ଆକାରରେ ଛୋଟ ହେଲେ ବି କାମରେ ବଡ଼…

ସମାଜରେ ସେମାନେ ପରିଚିତ ବାମନଭାବେ। ଭିନ୍ନ ଦୃଷ୍ଟିର ଚାହାଣି ସହ ଅନେକ ସମୟରେ ତାଚ୍ଛଲ୍ୟଭରା ହସ ସତେ ଯେମିତି ତାଙ୍କ ଜୀବନର ଏକ ଅଂଶ। ହେଲେ...

କୋଲିଙ୍କୁ ୧୪ତମ ଫାଶୀ ଦଣ୍ଡାଦେଶ

ନୂଆଦିଲ୍ଲୀ,୨୦ା୫:ଉତ୍ତର ପ୍ରଦେଶସ୍ଥିତ ନୋଏଡାର ବହୁଚର୍ଚ୍ଚିତ ନିଠାରୀ ମାମଲାରେ ଗୁରୁବାର ଗାଜିଆବାଦର ସ୍ବତନ୍ତ୍ର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଧାରାବାହିକ ଭାବେ...

ନ୍ୟାୟପାଳିକା ଉପରେ ଦେଶବାସୀଙ୍କ ଭରସା

ନୂଆଦିଲ୍ଲୀ, ୧୮।୭: ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ଭାରତର ବିଚାର ବ୍ୟବସ୍ଥା ଉପରେ ଦେଶବାସୀଙ୍କ ଭରସା ରହିଛି। ସେମାନେ କୋର୍ଟରୁ ନ୍ୟାୟ ପାଇବା ନେଇ ଦୃଢ଼ ନିଶ୍ଚିତ...

ଲାଇଭ୍‌ ରିପୋଟିଂ ସମୟରେ ଖବରଦାତାଙ୍କ ସହ ଏମିତି କଲା କୁକୁର: ଭିଡିଓ ଦେଖିଲେ..

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଲାଇଭ୍‌ ରିପୋଟିଂ ସମୟର। ଏଥିରେ ଜଣେ ମହିଳା ଖବରଦାତାଙ୍କୁ ଏକ...

ମାର୍ଚ୍ଚ ୨୫ରେ ଶେଷ ହେବ ବଜେଟ ଅଧିବେଶନ !

ନୂଆଦିଲ୍ଲୀ,୨୪।୩: ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ୪ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପାର୍ଲାମେଣ୍ଟର ବଜେଟ ଅଧିବେଶନ ସମୟ ପୂର୍ବରୁ...

ବାସ୍ତବତାଠାରୁ ବହୁଦୂରକୁ ଚାଲିଯାଇଛି କଂଗ୍ରେସ: ସିନ୍ଧିଆ

ନୂଆଦିଲ୍ଲୀ,୧୨ା୩(ପି.ଟି.): ଭାଜପାରେ ଯୋଗଦେବା ପରେ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ଦଳ ଆଉ ପୂର୍ବଭଳି ନାହିଁ। ଏହା ବାସ୍ତବତାଠାରୁ...

Advertisement
Archives

Model This Week