ଚତୁର୍ଥୀ ପୂର୍ବରୁ ଆତ୍ମହତ୍ୟା କଲେ ନବବଧୂ

ଢେଙ୍କାନାଳ ଅଫିସ,୨୦।୨: ଆଖିରେ ଆଖିଏ ସ୍ବପ୍ନ, ମନରେ ଅସୁମାରୀ ଆଶା ନେଇ ମାତ୍ର ୩ଦିନ ତଳେ ଆରମ୍ଭ କରିଥିଲେ ନୂଆ ଜୀବନ। ଲିଭି ନ ଥିଲା ପାଦର ଅଳତା କି ଫିକା ପଡ଼ି ନ ଥିଲା ହାତର ମେହେନ୍ଦି। ହେଲେ ସବୁ କିଛି ଓଲଟପାଲଟ ହୋଇଗଲା। ଚତୁର୍ଥୀ ହୋମ ଜଳିବା ଆଗରୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ନବବଧୂ। ଝୁଲନ୍ତା ଅବସ୍ଥାରେ ବନ୍ଦ କୋଠାରିରୁ ମିଳିଲା ମୃତଦେହ। ସୁହାସିନୀ ସାଜି ମଧୁଶଯ୍ୟାରୁ ମଶାଣିକୁ ଗଲା ନବ ବିବାହିତାଙ୍କ ମୃତଦେହ। ଢେଙ୍କାନାଳ ସଦର ଥାନା ବିଦାବନ୍ଧ ଗ୍ରାମରେ ଶନିବାର ଘଟିଥିବା ଏଭଳି ଏକ ଦୁଃଖଦ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ହିନ୍ଦୋଳ ଥାନା କଲଣ୍ଡା ଗ୍ରାମର ହରିହର ନାୟକଙ୍କ ଝିଅ ଝରଣା ବିଦାବନ୍ଧ ଗ୍ରାମର ମୁରଲୀଧର ନାୟକଙ୍କ ବଡ଼ପୁଅ ମଦନମୋହନଙ୍କୁ ଗତ ୧୭ତାରିଖରେ ବିବାହ କରିଥିଲେ। ଶନିବାର ଥିଲା ଚତୁର୍ଥୀ। ସକାଳୁ ଝରଣା ଉଠି ନ ଥିଲେ। ପରିବାର ଲୋକେ କବାଟ ପିଟି ଥିଲେ ମଧ୍ୟ ପ୍ରକୋଷ୍ଠରୁ କୌଣସି ଉତ୍ତର ମିଳି ନ ଥିଲା। ସ୍ବାମୀ ମଦନମୋହନ ଏବଂ ପରିବାରର ଅନ୍ୟ ସଦସ୍ୟ କବାଟ ଭାଙ୍ଗି ଭିତରେ ପଶିବା ବେଳକୁ ଝରଣାଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିଲା। ସେ ନିଜ ଶାଢ଼ିରେ ଆତ୍ମହତ୍ୟା କରିଥିଲେ। ତାଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ପାଇ ସଦର ଥାନା ପୋଲିସ ପହଞ୍ଚତ୍ ତଦନ୍ତ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିଲା। ଏ ସଂକ୍ରାନ୍ତରେ ନଂ. ୯/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଝରଣାଙ୍କ ବାପା ହରିହର ନାୟକଙ୍କ କହିବା କଥା, ୧୦ମ ଶ୍ରେଣୀରେ ପଢୁଥିବାବେଳେ ଝିଅଙ୍କ ମୁଣ୍ଡଦୋଷ ବାହାରିଥିଲା। ମଝିରେ ମଝିରେ ସେ ହିତାହିତ ଜ୍ଞାନ ହରାଇ ବସୁଥିଲେ। ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା କରାଯାଇଥିଲା। ୧୨ ଦିନ ତଳେ ବିବାହ ପ୍ରସ୍ତାବ ଆସିବାରୁ ସମସ୍ୟା ବିଷୟରେ ବରପକ୍ଷଙ୍କୁ ନ ଜଣାଇ ଝିଅଙ୍କ ବିବାହ କରିଦେଇଥିଲୁ। ଏଥିରେ ଶାଶୁଘର ପକ୍ଷର କେହି ଦାୟୀ ନୁହନ୍ତି ବୋଲି ହରିହର ଥାନାରେ ଲିଖିତ ଭାବେ ଜଣାଇଛନ୍ତି। ଏ ସଂକ୍ରାନ୍ତରେ ମଦନମୋହନ କୁହନ୍ତି, ଶନିବାର ବିବାହର ଚତୁର୍ଥୀ ଥିଲା। ସେ ଝିଅଙ୍କ ସହ କଥାବାର୍ତ୍ତା ମଧ୍ୟ କରିନାହାନ୍ତି। ଏଭଳି ଘଟଣା କାହିଁକି ଘଟିଲା ସେ ସମ୍ପର୍କରେ କିଛି କହିପାରିବେ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?