ବ୍ରାହ୍ମଣୀ ନଦୀ ବାମପାଶର୍‌ବ ବନ୍ଧରୁ ଅତଡ଼ା ଖସୁଛି

ପଟ୍ଟାମୁଣ୍ଡାଇ,୧୪ା୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଅଳପୁଆ ପଞ୍ଚାୟତ ଦାମୋଦରପାଟଣା, ସୁବଳପୁର, ମଣିରାମପୁର ପ୍ରଭୃତି ଗ୍ରାମ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ। ବ୍ରାହ୍ମଣୀ ନଦୀ ବନ୍ଧର ବାମପାର୍ଶ୍ୱର କେତେକ ସ୍ଥାନରୁ କ୍ରମାଗତ ଭାବେ ଅତଡ଼ା ଧସିବାରେ ଲାଗିଛି। ଫଳରେ ପାଖରେ ଥିବା ଚାଷଜମିଗୁଡିକ ନଦୀ ଗର୍ଭରେ ଲୀନହେବାରେ ଲାଗିଛି। ଏଥିଯୋଗୁ ସ୍ଥାନୀୟ ଅଧିବାସୀ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି। ନଦୀବନ୍ଧରୁ ଅତଡ଼ା ଧସୁଥିବାରୁ ସେଠାରେ ପଥର ପ୍ୟାକିଂ ଓ ବୁରୁଜ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବିକରି ଆସୁଛନ୍ତି। ଆଳି ତଟବନ୍ଧ ବାଡ଼ ଡିଭିଜନ କାମ କରିବାକୁ ପ୍ରତିଶ୍ରୁତି ଦେଉଥିବା ବେଳେ କୌଣସି ପଦକ୍ଷେପ ନେଉନାହିଁ ବୋଲି ଅଭିଯୋଗ ହେଉଛି। ଏଥିଯୋଗୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଗ୍ରାମବାସୀ ରଶ୍ମିରଞ୍ଜନ ବେହେରା କହିଛନ୍ତି, ବ୍ରାହ୍ମଣୀ ନଦୀ କୂଳରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନ ଅଳପୁଆ ପଞ୍ଚାୟତର ୩ଟି ଗଁା ରହିଛି। ପ୍ରତିବର୍ଷ ନଦୀ କୂଳ ଖାଇବା ଯୋଗୁ ଏହି ୩ ଗଁାକୁ ବିପଦ ଘନାଉଛି। ବନ୍ୟା ସମୟରେ ଉକ୍ତ ୩ ଗଁାର ପାଖାପାଖି ୫ ଶହ ଲୋକଙ୍କ ଆଖିରୁ ନିଦ ହଜିଯାଇଥାଏ। ବିଶେଷକରି ସୁବଳପୁରଠାରୁ ବିଦ୍ରୁପା ପର୍ଯ୍ୟନ୍ତ ପ୍ରାୟ ଦେଢ କି.ମି. ବ୍ୟାପୀ ମନେଇଘାଇ ୫ ଥର ଭାଙ୍ଗିଲାଣି। ଏଥିଯୋଗୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତିି। ଆଳି ତଟବନ୍ଧ ବାଡ଼ ଡିଭିଜନ ଅଧୀନରେ ଥିବା ବ୍ରାହ୍ମଣୀ ଘେରିବନ୍ଧ ସୁଦୃଢ଼ କାମ ବର୍ଷାଋ଼ତୁ ପୂର୍ବରୁ ଏକାନ୍ତ ଜରୁରୀ ହୋଇପଡିଛି। ନଦୀ କୂଳ ଅତଡ଼ା ଖାଇବା ଅଧିକ ବିପଦ ସୃଷ୍ଟି କରୁଛି। ପୂର୍ବତନ ଜିଲା ପରିଷଦ ସଭ୍ୟ ନାରଦ ବିଶ୍ୱାଳ କହିଛନ୍ତି, ବ୍ରାହ୍ମଣୀ ନଦୀର ଦକ୍ଷିଣ ପାଶର୍‌ବ ବନ୍ଧକୁ ପଥର ପ୍ୟାକିଂ କରାଯାଇ ସୁଦୃଢ କରାଯାଉଛି। କିନ୍ତୁ ବାମପାଶର୍‌ବ ନଦୀବନ୍ଧ ଦେଇ ଖାଦାନରୁ ବାଲି ଉଠାଣ ହେଉଛି। ବେଆଇନ ବାଲି ଉଠାଣ ଯୋଗୁ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି। ଏ ସମ୍ପର୍କରେ ବାରମ୍ବାର ତହସିଲଦାରଙ୍କୁ ଅଭିଯୋଗ କରିବା ସହ ଗଣଧାରଣା ମଧ୍ୟ ଦିଆଯାଇଥିଲା। ହେଲେ କେବଳ ପ୍ରତିଶ୍ରୁତି ମିଳିଛି , କିନ୍ତୁ କୌଣସି ପଦକ୍ଷେପ ନିଆଯାଉନାହିଁ। ତେଣୁ ବନ୍ଧ ନଷ୍ଟହେବା ସହ ବନ୍ୟା ସମୟରେ ନଦୀବନ୍ଧ ଭାଙ୍ଗି ଲୋକଙ୍କ ଜୀବନ ଓ ଜୀବିକା ନଷ୍ଟ ହେଉଛି। ତେଣୁ ଏଥିପାଇଁ ଆନ୍ଦୋଳନ କରାଯିବ। ସାମାଜିକ କର୍ମୀ ନରେନ୍ଦ୍ର ଧଳ କହିଛନ୍ତି, ଲଗାଣ ବର୍ଷା ହେଲେ ବ୍ରାହ୍ମଣୀ ନଦୀ ଫୁଲୁଥିବା ବେଳେ କୂଳ ଖାଇ ମାଟି ଅତଡ଼ା ଖସୁଛି। ନଦୀ ଗତିପଥ ପରିବର୍ତ୍ତନ କରି ଗଁା ଆଡ଼କୁ ମାଡି ମାଡ଼ି ଆସୁଛି। ଫଳରେ ଲୋକଙ୍କ ଘରଦ୍ୱାର, ଚାଷଜମି ଲୀନହେବାକୁ ବସିଲାଣି। ସୁବଳପୁର ଗଁାର ୩୦ ପରିବାରଙ୍କ ଢିଅ ପାଖକୁ କୂଳ ଖାଇ ମାଡି ଆସିଛି। ଅଧିକାଂଶ ଲୋକଙ୍କ ଜୀବିକା ଚାଷ ହୋଇଥିଲେ ବି ନଦୀ କୂଳ ଖାଉଥିବାରୁ ଜମିକୁ ପଡ଼ିଆ ପକାଇଛନ୍ତି। କିଛି ବର୍ଷ ତଳେ ଗଁାଠାରୁ ନଦୀ ୩ ଶହ ମିଟର ଦୂରରେ ଥିବାବେଳେ ୨ ବର୍ଷ ହେଲା ମାଟି ଧସି ୫୦ ମିଟରରେ ପହଞ୍ଚତ୍ଛି। ସ୍ଥାନୀୟ ଗ୍ରାମବାସୀ ଗଗନ ମହାଳିକ, ସରୋଜ ଦାସ, ଚନ୍ଦନ ସାହୁ, ରଞ୍ଜିତ ନାୟକ, ରବୀନ୍ଦ୍ର ଯେନା, ଅଭୟ ଦାସ, ବଂଶୀଧର ଦାସ, ପ୍ରଶାନ୍ତ ପଣ୍ଡା, ଶରତ ଦାସ ପ୍ରମୁଖ କହିଛନ୍ତି, ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଲେ ବନ୍ୟା ନିରୋଧକ ବନ୍ଧ ଭିତରେ ବସବାସ କରୁଥିବା ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ମନେଇଘାଇ ଭାଙ୍ଗିବା ଘଟଣା ଲୋକଙ୍କ ମନରୁ ଲିଭିନାହିଁ। ମନେଇଘାଇ ବନ୍ଧ ଭାଙ୍ଗି ଏଠାରେ ବ୍ୟାପକ କ୍ଷତି ଘଟାଇଥିଲା। କେନ୍ଦ୍ରୀୟ ଟିମ୍‌ ପରିଦର୍ଶନରେ ଆସି ତୁରନ୍ତ ଏହାର ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାର ମରାମତି ଏଯାବତ ଆରମ୍ଭ ହେଲା ନାହିଁ। ଆଳି ତଟବନ୍ଧ ବାଡ଼ ଡିଭିଜନ ଅଧୀନରେ ଥିବା ବ୍ରାହ୍ମଣୀ ଘେରିବନ୍ଧ ଅବସ୍ଥା ବର୍ଷାଋ଼ତୁ ପୂର୍ବରୁ ମରାମତି ଏକାନ୍ତ ଜରୁରୀ ହୋଇପଡିଛି। ନଦୀ କୂଳରୁ ଅତଡ଼ା ଖାଇବା ଘଟଣା ଅଧିକ ବିପଦ ସୃଷ୍ଟି କରୁଛି। ଏ ସମ୍ପର୍କରେ ଆଳି ତଟବନ୍ଧ ବାଡ଼ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ସୁବ୍ରତ ଦାଶଙ୍କୁ ପଚାରିବାରେ ଏଭଳି ଘଟଣା ସଂକ୍ରାନ୍ତରେ ଅବଗତ ନାହଁି। ଏହି କାର୍ଯ୍ୟ ପାଇଁ ଏସ୍‌ଡିଓଙ୍କୁ କହିବି, ବ୍ୟୟ ବରାଦ କରାଯାଇ କାର୍ଯ୍ୟ ହାତକୁ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri