ଗରିବଙ୍କ ପାଇଁ ଆବାସ ଯୋଜନା ସ୍ୱପ୍ନ

କୋରେଇ,୧୪ା୨(ଡି.ଏନ.ଏ.):ଯାଜପୁର ଜିଲା କୋରେଇ ବ୍ଲକ୍‌ ଅନ୍ତର୍ଗତ ୨୮ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସକୁ ନେଇ ଦିନକୁ ଦିନ ଅସନ୍ତୋଷ ଘନୀଭୂତ ହେବାରେ ଲାଗିଛି । ଆବାସ ଯୋଜନାରେ ପକ୍କାଘର ଖଣ୍ଡେ ପାଇବାକୁ ଗରୀବ ହିତାଧିକାରୀମାନେ ପଞ୍ଚାୟତଠାରୁ ବ୍ଲକ୍‌ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ନୟାନ୍ତ ହେଉଛନ୍ତି । ଅଭିଯୋଗ ପତ୍ର ବଢ଼ିବା ସହିତ ଆବାସ ପାଇବାକୁ ଆବେଦନ ପତ୍ର ମଧ୍ୟ ବଢ଼ିବାରେ ଲାଗିଛି । ଯାହା ଏବେ ବ୍ଲକ୍‌ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ସ୍ଥାନୀୟ ରାଜନେତାଙ୍କ ପ୍ରରୋଚନାରେ କାହାକୁ କାଟି କାହାକୁ ରଖିବେ ଏହି ଗୋଲକ ଧନ୍ଦାରେ ବ୍ଲକ୍‌ ପ୍ରଶାସନ ଛନ୍ଦି ହେଉଥିବା ବେଳେ ପାଲ ତଳେ ଜୀବନ କାଟୁଥିବା ଗରିବ ଲୋକଟି ପାଇଁ ଆବାସ ଯୋଜନା ସାତସପନ ହୋଇଛି ।
ଏହି ପରିପ୍ରେକ୍ଷୀରେ ବ୍ଲକ୍‌ ପ୍ରଶାସନରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୮ଟି ପଞ୍ଚାୟତରୁ ୨୭୩ଟି ଅଭିଯୋଗ ହୋଇଥିଲା । ସେଥିମଧ୍ୟରୁ ତଦନ୍ତ କରାଯାଇ ଗୋଳେଇପୁର ପଞ୍ଚାୟତରେ ୩୫, ଅନ୍ଧାରୀରୁ ୧୮, ସାଦକପୁର ୧୩, ମକୁନ୍ଦୁପୁର, ଗୌରୁପୁର ହଳଦୀଗଡ଼ିଆ ୭ ଜଣ ଲେଖାଏଁ ତଳଗଡ଼ ଓ ପାଟରଙ୍ଗାରୁ ୪ , ବରୁଣ୍ଡେଇରୁ ୫, ତାରାକୋଟ ଓ ମୂଳାପାଳ ୩, ତାହାରପୁର ୨, ତୁଳତି ଓ ତଣ୍ଡରା ପଞ୍ଚାୟତରୁ ଜଣେ ଲେଖାଏଁ ମିଶି ସର୍ବମୋଟ ୧୧୦ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ପ୍ରକାଶିତ ତାଲିକାରୁ ତଦନ୍ତ କରାଯାଇ ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ୍‌ ଦିଆଯାଉଛି । ସେହି ସ୍ଥାନରେ ଯୋଗ୍ୟ ହିତାଧିକାରୀଙ୍କ ନାମ କେବେ ଯୋଡାଯିବ ବୋଲି ବ୍ଲକ୍‌ ଅଧିକାରୀଙ୍କୁ ପ୍ରଶ୍ନ କରିବାରୁ କୌଣସି ଉତ୍ତର ମିଳୁନାହିଁ । ଫଳରେ ଆବାସ ପାଇବାକୁ ଆଶା ରଖିଥିବା ସାଧାରଣ ଗରିବ ଲୋକଙ୍କ ଆଶା ମଉଳି ଯାଉଛି ।
ଏହି ବ୍ଲକ୍‌ ଅନ୍ତର୍ଗତ ଅନ୍ଧାରୀ ପଞ୍ଚାୟତ କିଆପଦା ( ଚଢ଼େଇପାଟିଆ ) ଗ୍ରାମକୁ ଏକ ଉଦାହରଣ ଭାବେ ନିଆଯାଇଛି । ଗ୍ରାମରେ ପ୍ରାୟ ୬୫ରୁ ଊଦ୍ଧର୍‌ବ ଦଳିତ ପରିବାର ବାସ କରନ୍ତି । ପ୍ରାୟ ୪୦ ପରିବାରକୁ ଛାଡିଦେଲେ ଅନ୍ୟ ୨୫ ପରିବାର ପାଇଁ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡିଏ ପକ୍କାଘର ନାହିଁ । ସେମାନଙ୍କ ମଧ୍ୟରୁ ଗ୍ରାମର ମଦନ ଜେନା (୬୮)ଙ୍କ ପରିବାରକୁ ଦୃଷ୍ଟାନ୍ତ ସ୍ବରୂପ ନିଆଯାଇପାରେ । ୩ ପୁଅ, ୩ ବୋହୂ, ସ୍ତ୍ରୀ ଓ ଗୋଟିଏ ଝିଅକୁ ନେଇ ମଦନଙ୍କ ପରିବାର । ପ୍ରତିଦିନ ମଜୁରି ଲାଗି ମଦନ ପରିବାର ପ୍ରତିପୋଷଣ କରୁଥିବା ବେଳେ ସାନ ପୁଅ ମୁନି ଜେନା (୨୯) ଶାରୀରିକ ଅକ୍ଷମ । ଏହି ୯ ପ୍ରାଣୀର କୁଟୁମ୍ବକୁ ନେଇ ଦୁଃଖ କଷ୍ଟରେ ପରିବାର ଚଳାଉଥିବା ମଦନ ଝାଟିମାଟି ସାଙ୍ଗକୁ ନୁଆଁଣିଆ ଚାଳଛପର ଘରେ ଅତି ଦୟନୀୟ ଅବସ୍ଥାରେ କାଳତିପାତ କରୁଛନ୍ତି । ପ୍ରତିବର୍ଷ ଅର୍ଥ ଅଭାବରୁ ଚାଳ ଘରଟିକୁ ଛପର କରିପାରନ୍ତି ନାହିଁ । ବର୍ଷା ଦିନ ଆସିଲେ ମଦନଙ୍କ ପରିବାର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଇଥାନ୍ତି । ବର୍ଷ ପରେ ବର୍ଷ ବିତିଲେ ମଧ୍ୟ ସରକାରୀ ଆବାସ ଖଣ୍ଡିଏ ନ ମିଳିବାରୁ ସେହି ପରିବାର ପାଲ ଟାଙ୍ଗି ଜୀବନ କାଟୁଛନ୍ତି । ଝଡ଼ବର୍ଷା ହେଲେ ଗାଁ ସ୍କୁଲ ବାରଣ୍ଡାରେ ସପରିବାର ଆଶ୍ରୟ ନେଇଥାନ୍ତି । ମଦନ କେତେ ଆଶା କରିଥିଲେ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବେ। ହେଲେ ବିଡମ୍ବନାର ବିଷୟ ପ୍ରକାଶିତ ତାଲିକାରେ ତାଙ୍କର ନାମ ସ୍ଥାନ ପାଇନାହିଁ। ଦାୟିତ୍ୱରେ ଥିବା ଅଧିକାରୀ କେଉଁ ଆଧାରରେ ତଦନ୍ତ କଲେ ଯେ ତାଙ୍କ ନାମ ତାଲିକାରୁ ବାଦ୍‌ ପଡ଼ିଛି ବୋଲି ସେ କ୍ଷୋଭର ସହିତ ପ୍ରକାଶ କରିଛି। ଏନେଇ ତାଙ୍କର ଭିନ୍ନକ୍ଷମ ସାନ ପୁଅ ମୁନି ଜେନା ଦରଖାସ୍ତ ମାଧ୍ୟମରେ କୋରେଇ ବିଡ଼ିଓ ଏବଂ ଯାଜପୁର ଜିଲାପାଳଙ୍କ ନିକଟରେ ଗୁହାରୀ କରିଛନ୍ତି ା ମଦନ ଭଳି ଅନେକ ଗରିବ ପରିବାର ଆବାସ ଯୋଜନାରୁ ବଞ୍ଚିତ ହେଇଥିବାରୁ ବୁଦ୍ଧିଜୀବୀ ମହଲରେ ଚୟନ ଓ ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ା ବ୍ଲକ୍‌ କର୍ତ୍ତୃପକ୍ଷ ଓ ସ୍ଥାନୀୟ ରାଜନେତାଙ୍କ ମଧୁଚନ୍ଦ୍ରିକାରେ ଅନେକ ଯୋଗ୍ୟ ହିତାଧିକାରୀ ବଳି ପଡୁଛନ୍ତି ବୋଲି ଚର୍ଚ୍ଚା ହେଉଛି ା ଏନେଇ ଅନ୍ଧାରୀ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ବିଡ଼ିଓଙ୍କ ସହିତ ଯୋଗାଯୋଗ କରିବାକୁ କହିଥିଲେ ା ଅନ୍ୟପକ୍ଷେ ପ୍ରୋସିଡିଂ ଚାଲିଛି ା ଏବେ କିଛି କରିହେବ ନାହିଁ ବୋଲି ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri