ଗରିବଙ୍କ ପାଇଁ ଆବାସ ଯୋଜନା ସ୍ୱପ୍ନ

କୋରେଇ,୧୪ା୨(ଡି.ଏନ.ଏ.):ଯାଜପୁର ଜିଲା କୋରେଇ ବ୍ଲକ୍‌ ଅନ୍ତର୍ଗତ ୨୮ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସକୁ ନେଇ ଦିନକୁ ଦିନ ଅସନ୍ତୋଷ ଘନୀଭୂତ ହେବାରେ ଲାଗିଛି । ଆବାସ ଯୋଜନାରେ ପକ୍କାଘର ଖଣ୍ଡେ ପାଇବାକୁ ଗରୀବ ହିତାଧିକାରୀମାନେ ପଞ୍ଚାୟତଠାରୁ ବ୍ଲକ୍‌ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ନୟାନ୍ତ ହେଉଛନ୍ତି । ଅଭିଯୋଗ ପତ୍ର ବଢ଼ିବା ସହିତ ଆବାସ ପାଇବାକୁ ଆବେଦନ ପତ୍ର ମଧ୍ୟ ବଢ଼ିବାରେ ଲାଗିଛି । ଯାହା ଏବେ ବ୍ଲକ୍‌ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ସ୍ଥାନୀୟ ରାଜନେତାଙ୍କ ପ୍ରରୋଚନାରେ କାହାକୁ କାଟି କାହାକୁ ରଖିବେ ଏହି ଗୋଲକ ଧନ୍ଦାରେ ବ୍ଲକ୍‌ ପ୍ରଶାସନ ଛନ୍ଦି ହେଉଥିବା ବେଳେ ପାଲ ତଳେ ଜୀବନ କାଟୁଥିବା ଗରିବ ଲୋକଟି ପାଇଁ ଆବାସ ଯୋଜନା ସାତସପନ ହୋଇଛି ।
ଏହି ପରିପ୍ରେକ୍ଷୀରେ ବ୍ଲକ୍‌ ପ୍ରଶାସନରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୮ଟି ପଞ୍ଚାୟତରୁ ୨୭୩ଟି ଅଭିଯୋଗ ହୋଇଥିଲା । ସେଥିମଧ୍ୟରୁ ତଦନ୍ତ କରାଯାଇ ଗୋଳେଇପୁର ପଞ୍ଚାୟତରେ ୩୫, ଅନ୍ଧାରୀରୁ ୧୮, ସାଦକପୁର ୧୩, ମକୁନ୍ଦୁପୁର, ଗୌରୁପୁର ହଳଦୀଗଡ଼ିଆ ୭ ଜଣ ଲେଖାଏଁ ତଳଗଡ଼ ଓ ପାଟରଙ୍ଗାରୁ ୪ , ବରୁଣ୍ଡେଇରୁ ୫, ତାରାକୋଟ ଓ ମୂଳାପାଳ ୩, ତାହାରପୁର ୨, ତୁଳତି ଓ ତଣ୍ଡରା ପଞ୍ଚାୟତରୁ ଜଣେ ଲେଖାଏଁ ମିଶି ସର୍ବମୋଟ ୧୧୦ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ପ୍ରକାଶିତ ତାଲିକାରୁ ତଦନ୍ତ କରାଯାଇ ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ୍‌ ଦିଆଯାଉଛି । ସେହି ସ୍ଥାନରେ ଯୋଗ୍ୟ ହିତାଧିକାରୀଙ୍କ ନାମ କେବେ ଯୋଡାଯିବ ବୋଲି ବ୍ଲକ୍‌ ଅଧିକାରୀଙ୍କୁ ପ୍ରଶ୍ନ କରିବାରୁ କୌଣସି ଉତ୍ତର ମିଳୁନାହିଁ । ଫଳରେ ଆବାସ ପାଇବାକୁ ଆଶା ରଖିଥିବା ସାଧାରଣ ଗରିବ ଲୋକଙ୍କ ଆଶା ମଉଳି ଯାଉଛି ।
ଏହି ବ୍ଲକ୍‌ ଅନ୍ତର୍ଗତ ଅନ୍ଧାରୀ ପଞ୍ଚାୟତ କିଆପଦା ( ଚଢ଼େଇପାଟିଆ ) ଗ୍ରାମକୁ ଏକ ଉଦାହରଣ ଭାବେ ନିଆଯାଇଛି । ଗ୍ରାମରେ ପ୍ରାୟ ୬୫ରୁ ଊଦ୍ଧର୍‌ବ ଦଳିତ ପରିବାର ବାସ କରନ୍ତି । ପ୍ରାୟ ୪୦ ପରିବାରକୁ ଛାଡିଦେଲେ ଅନ୍ୟ ୨୫ ପରିବାର ପାଇଁ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡିଏ ପକ୍କାଘର ନାହିଁ । ସେମାନଙ୍କ ମଧ୍ୟରୁ ଗ୍ରାମର ମଦନ ଜେନା (୬୮)ଙ୍କ ପରିବାରକୁ ଦୃଷ୍ଟାନ୍ତ ସ୍ବରୂପ ନିଆଯାଇପାରେ । ୩ ପୁଅ, ୩ ବୋହୂ, ସ୍ତ୍ରୀ ଓ ଗୋଟିଏ ଝିଅକୁ ନେଇ ମଦନଙ୍କ ପରିବାର । ପ୍ରତିଦିନ ମଜୁରି ଲାଗି ମଦନ ପରିବାର ପ୍ରତିପୋଷଣ କରୁଥିବା ବେଳେ ସାନ ପୁଅ ମୁନି ଜେନା (୨୯) ଶାରୀରିକ ଅକ୍ଷମ । ଏହି ୯ ପ୍ରାଣୀର କୁଟୁମ୍ବକୁ ନେଇ ଦୁଃଖ କଷ୍ଟରେ ପରିବାର ଚଳାଉଥିବା ମଦନ ଝାଟିମାଟି ସାଙ୍ଗକୁ ନୁଆଁଣିଆ ଚାଳଛପର ଘରେ ଅତି ଦୟନୀୟ ଅବସ୍ଥାରେ କାଳତିପାତ କରୁଛନ୍ତି । ପ୍ରତିବର୍ଷ ଅର୍ଥ ଅଭାବରୁ ଚାଳ ଘରଟିକୁ ଛପର କରିପାରନ୍ତି ନାହିଁ । ବର୍ଷା ଦିନ ଆସିଲେ ମଦନଙ୍କ ପରିବାର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଇଥାନ୍ତି । ବର୍ଷ ପରେ ବର୍ଷ ବିତିଲେ ମଧ୍ୟ ସରକାରୀ ଆବାସ ଖଣ୍ଡିଏ ନ ମିଳିବାରୁ ସେହି ପରିବାର ପାଲ ଟାଙ୍ଗି ଜୀବନ କାଟୁଛନ୍ତି । ଝଡ଼ବର୍ଷା ହେଲେ ଗାଁ ସ୍କୁଲ ବାରଣ୍ଡାରେ ସପରିବାର ଆଶ୍ରୟ ନେଇଥାନ୍ତି । ମଦନ କେତେ ଆଶା କରିଥିଲେ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବେ। ହେଲେ ବିଡମ୍ବନାର ବିଷୟ ପ୍ରକାଶିତ ତାଲିକାରେ ତାଙ୍କର ନାମ ସ୍ଥାନ ପାଇନାହିଁ। ଦାୟିତ୍ୱରେ ଥିବା ଅଧିକାରୀ କେଉଁ ଆଧାରରେ ତଦନ୍ତ କଲେ ଯେ ତାଙ୍କ ନାମ ତାଲିକାରୁ ବାଦ୍‌ ପଡ଼ିଛି ବୋଲି ସେ କ୍ଷୋଭର ସହିତ ପ୍ରକାଶ କରିଛି। ଏନେଇ ତାଙ୍କର ଭିନ୍ନକ୍ଷମ ସାନ ପୁଅ ମୁନି ଜେନା ଦରଖାସ୍ତ ମାଧ୍ୟମରେ କୋରେଇ ବିଡ଼ିଓ ଏବଂ ଯାଜପୁର ଜିଲାପାଳଙ୍କ ନିକଟରେ ଗୁହାରୀ କରିଛନ୍ତି ା ମଦନ ଭଳି ଅନେକ ଗରିବ ପରିବାର ଆବାସ ଯୋଜନାରୁ ବଞ୍ଚିତ ହେଇଥିବାରୁ ବୁଦ୍ଧିଜୀବୀ ମହଲରେ ଚୟନ ଓ ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ା ବ୍ଲକ୍‌ କର୍ତ୍ତୃପକ୍ଷ ଓ ସ୍ଥାନୀୟ ରାଜନେତାଙ୍କ ମଧୁଚନ୍ଦ୍ରିକାରେ ଅନେକ ଯୋଗ୍ୟ ହିତାଧିକାରୀ ବଳି ପଡୁଛନ୍ତି ବୋଲି ଚର୍ଚ୍ଚା ହେଉଛି ା ଏନେଇ ଅନ୍ଧାରୀ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ବିଡ଼ିଓଙ୍କ ସହିତ ଯୋଗାଯୋଗ କରିବାକୁ କହିଥିଲେ ା ଅନ୍ୟପକ୍ଷେ ପ୍ରୋସିଡିଂ ଚାଲିଛି ା ଏବେ କିଛି କରିହେବ ନାହିଁ ବୋଲି ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri