Posted inଫୁରସତ

ବରଣମାଳା ସମୟରେ ମଣ୍ଡପରେ ପହଞ୍ଚିଲେ ପ୍ରେମିକ, ଆଉ ତା’ପରେ

ପ୍ରତାପଗଡ଼,୨୦।୨: ଉତ୍ତରପ୍ରଦେଶର ପ୍ରତାପଗଡ ଜିଲାର ଉଦୟପୁର ଅଞ୍ଚଳର ଏକ ଗ୍ରାମରେ ଆୟୋଜିତ ବିବାହ ଉତ୍ସବରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବରଣମାଳା ପିନ୍ଧା ସମୟରେ ବିବାହ ସ୍ଥଳକୁ ଜଣେ ଯୁବକ ହଠାତ୍‌ ପଶି ଆସିଥିଲେ। ଜଣେ ଯୁବକ ବର ଆଗରେ ବ୍ଲେଡ ସାହାଯ୍ୟରେ ତାଙ୍କ ଗଳା କାଟି ରକ୍ତରେ କନ୍ୟାଙ୍କ ମୁଣ୍ଡରେ ସିନ୍ଧୁର ପିନ୍ଧାଇଥିଲେ। କୁହାଯାଉଛି ସମ୍ପୃକ୍ତ ଯୁବକ କନ୍ୟାଙ୍କୁ ପ୍ରେମ କରୁଥିଲେ। ଏହି ଘଟଣା ପରେ ଉପସ୍ଥିତ ଲୋକମାନେ ଯୁବକଙ୍କ ଧରି ପିଟିଥିଲେ। ଆହତ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁସାରେ, ଉଦୟପୁର ପୋଲିସ ଷ୍ଟେଶନ ଅଞ୍ଚଳର ଏକ ଗାଁର ଜଣେ ୨୧ ବର୍ଷୀୟା ଯୁବତୀ ଉକ୍ତ ଅଞ୍ଚଳର ଅଜୟ (୨୧)ଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। କିଛି ଦିନ ପୂର୍ବରୁ ଝିଅର ପରିବାର ସଦସ୍ୟ ଏହା ବିଷୟରେ ଜାଣିବାକୁ ପାଇଥିଲେ। ଏହା ପରେ ଝିଅର ପରିବାର ସଦସ୍ୟ ଶୀଘ୍ର ଅନ୍ୟତ୍ର ବିବାହ ସ୍ଥିର କରିଥିଲେ। ଘରେ ବିବାହ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ତେବେ ହଠାତ୍‌ ପ୍ରେମିକାଙ୍କ ବାହାଘର ଦେଖି ଅଜୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ପୋଲିସର ସୂଚନାନୁସାରେ, ରାତି ପ୍ରାୟ ୧୨ଟା ବେଳେ ବରଣମାଳା କାର୍ଯ୍ୟକ୍ରମ ଚାଲିଥିଲା। ତା’ପରେ ଅଜୟ ମଞ୍ଚ ଉପରକୁ ଚଢିଗଲେ। ବର ସହିତ ବସିଥିବା ଗର୍ଲଫ୍ରେଣ୍ଡ ପାଖରେ ଠିଆ ହୋଇ ସେ ବ୍ଲେଡ ସହିତ ତାଙ୍କ ଗଳା କାଟିଲେ। ଏହା ପରେ ଗର୍ଲଫ୍ରେଣ୍ଡର ମୁଣ୍ଡରେ ରକ୍ତରେ ସିନ୍ଦୁର ଦେଇଥିଲେ। ସେଠାରେ ଉପସ୍ଥିତ ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଜୟଙ୍କୁ ଲୋକଙ୍କ ନିକଟରୁ ଉଦ୍ଧାର କରି ସାଙ୍ଗିପୁର ସିଏଚ୍‌ଏସ୍‌କୁ ନେଇଥିଲା। ପୋଲିସର ଉପସ୍ଥିତିରେ ବିବାହ ରୀତିନୀତି ସମ୍ପନ୍ନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଲେଇ ହେଲା ସିକ୍ୟୁରିଟି ଗାର୍ଡ

ବିଲେଇକୁ ଅନେକ ଘରେ ପୋଷିଥାନ୍ତି। ତା’ର ଯତ୍ନ ନିଅନ୍ତି। ମାଲିକଙ୍କ ସହ ଖେଳି ବିଲେଇ ତାଙ୍କ ଅବସାଦ, ଚିନ୍ତା, ଚାପ ଦୂର କରିଦିଏ। କିନ୍ତୁ ଜାଣିଛନ୍ତି...

୮ ବର୍ଷ ବାଳକର ଆୟ ୧୮୪ କୋଟି

ନ୍ୟୁୟର୍କ: ଜଣେ ୮ ବର୍ଷ ବୟସ୍କ ବାଳକଙ୍କ ଚଳିତ ବର୍ଷର ଆୟ ୧୮୪ କୋଟି ଟଙ୍କା(୨୬ ନିୟୁତ ଡଲାର) ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ।...

ପ୍ରେମିକାଙ୍କୁ ସର୍‌ପ୍ରାଇଜ୍‌ ଦେବା ପାଇଁ ୨୪୦୦ କିମି ଯାତ୍ରା କରି ଆସିଥିଲେ ପ୍ରେମିକ: ଆଉ ତା’ପରେ ଯାହା ଦେଖିଲେ…

ଆଜିକାଲି ପ୍ରେମରେ ଧୋକା ଏକ ସାଧାରଣ ଘଟଣା ହୋଇଗଲାଣି। କେଉଁଠି ପ୍ରେମିକା ପ୍ରେମିକଙ୍କୁ ଧୋକା ଦେଲେଣି ତ ଆଉ କେଉଁଠି ପ୍ରେମିକ ପ୍ରେମିକାଙ୍କୁ ଛାଡି ଚାଲିଯିବା...

ଚା’ ଲାଗିବ ବିୟର୍‌ ପରି

ସକାଳକୁ ତାଜା ଓ ସତେଜ କରେ କପେ ଚା’। ଏହା ବିନା ତ ଅନେକଙ୍କର ଦିନ ଆରମ୍ଭ ହୁଏନା। ତେବେ କାହାକୁ କେଉଁ ପ୍ରକାର ଚା’...

ଦୁନିଆର ସବୁଠୁ ବୟସ୍କ ବଡି ବିଲ୍ଡର

ସାଧାରଣତଃ ବୟସ ବଢ଼ିଲେ ଲୋକେ ବାର୍ଦ୍ଧକ୍ୟ ଆଡ଼କୁ ଗତି କରନ୍ତି। ଶେଷ ସମୟରେ ଟିକେ ଆରାମ ଚାହାନ୍ତି। କିନ୍ତୁ ଜଣେ ଜଣେ ବ୍ୟକ୍ତି ଅଛନ୍ତି, ସେମାନଙ୍କ...

କନ୍ୟାକୁ କୋଳରେ ଧରି ଫେରା ନିଅନ୍ତି ବର…

ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିବାହ ନେଇ ରହିଛି ବହୁ ପରମ୍ପରା। ବିବାହ ପରେ କନ୍ୟା ବର ଅଗ୍ନିକୁ ସାକ୍ଷୀ ରଖି ସାତଫେରା ନେଇଥାନ୍ତି...

ମା’ ପାଇଁ ଦୁବାଇରୁ ଟମାଟୋ ପଠାଇଲେ ଝିଅ

ଦୁବାଇ: ଟମାଟୋ ଦର ବର୍ତ୍ତମାନ ଆକାଶ ଛୁଇଁଲାଣି। ଅନେକ ଲୋକ ଦୈନନ୍ଦିନର ଖାଦ୍ୟରେ ଟମାଟୋର ବ୍ୟବହାର କରୁଥିଲେ ମଧ୍ୟ ଏବେର ଦର ପାଇଁ ସେମାନେ କଷ୍ଟରେ...

ଆରିଜୋନା

ଆମେରିକାର ଦକ୍ଷିଣ-ପଶ୍ଚିମରେ ଥିବା ଏହି ରାଜ୍ୟଟି ଏଠାରେ ଥିବା ଗ୍ରାଣ୍ଡ କ୍ୟାନିଅନ୍‌ ପାଇଁ ସାରା ବିଶ୍ୱରେ ପରିଚିତ। ଜାଣିବା ଏ ସମ୍ପର୍କରେ ଅନେକ ରୋଚକ ତଥ୍ୟ…...

Advertisement
Archives

Model This Week