ଗାଈ ପାଟିରେ ଫୁଟିଲା ବୋମା

ଖୁଣ୍ଟୁଣୀ, ୭ା୩(ଡି.ଏନ୍‌.ଏ.): ବାର୍‌ହା ଶିକାର ଉଦ୍ଦେଶ୍ୟରେ ବୋମା(ବାର୍‌ହା ଗୁଳା) ଖଞ୍ଜାଯାଇଥିଲା। ହେଲେ ଉକ୍ତ ବୋମାକୁ ଗାଈ ଚୋବାଇ ଦେବାରୁ ତାହା ଫୁଟିଗଲା। ଏଥିରେ ଗାଈର ଥୋମଣି ଓ ତଳ ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରବିବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ବାଳୀ ଶାସନ ଗ୍ରାମରେ।
ମିଳିଥିବା ସୂଚନା ଅନୁଯାୟୀ, ବାଳୀ ଗ୍ରାମ ଶାସନ ସାହିର ରତ୍ନାକର ଦାଶଙ୍କ ଏକ ଗାଈ ନିକଟସ୍ଥ ଗହୀରକୁ ଚରିବାକୁ ଯାଇଥିଲା। ସେଠାରେ ପୂର୍ବରୁ କେହି ଦୁର୍ବୃତ୍ତ ବାର୍‌ହା ଶିକାର ଉଦ୍ଦେଶ୍ୟରେ ବୋମା ଖଞ୍ଜିଥିଲେ। ଫଳରେ ଗାଈଟି ଏକ ବୋମା ଚୋବାଇ ଦେଇଥିଲା। ଉକ୍ତ ବୋମା ଫୁଟିଯିବାରୁ ଗାଈ ପାଟିରୁ ମାଂସ ବାହାରି ଆସିଥିଲା। ଫଳରେ ଗାଈଟି ଛଟପଟ ହେବାକୁ ଲାଗିଲା। ସାହିର ଜଣେ ଯୁବକ ଏହାଦେଖି ଅନ୍ୟମାନଙ୍କୁ ଡାକିଥିଲେ। ରତ୍ନାକର ଓ ସାହିଲୋକ ଘଟଣାସ୍ଥଳରେ ପହଞ୍ଚି ଗୁରୁଡିଝାଟିଆ ବନ୍ୟପ୍ରାଣୀ ଚିକିତ୍ସକ ମନୋରଞ୍ଜନ ଲେଙ୍କାଙ୍କୁ ଖବର ଦେଇଥିଲେ। ଏ ସମ୍ପର୍କରେ ଲେଙ୍କା କହିଛନ୍ତି, ଗାଈଟି ବୋମା ଖାଇଥିବାରୁ ପାଟିର ଥୋମଣି ନଷ୍ଟ ହୋଇଯାଇଛି। ହେଲେ ଗାଈର ଅବସ୍ଥା ସଙ୍କଟାପନ୍ନ ଥିବାରୁ ବଞ୍ଚିବା ଅସମ୍ଭବ ବୋଲି ସେ କହିଥିଲେ।
ଗତମାସରେ ମଧ୍ୟ ଏଭଳି ଅନୁରୂପ ଘଟଣା ବାଙ୍କୀ ଅଞ୍ଚଳରେ ଘଟିଥିଲା। ଶିକାର ପାଇଁ ଖଞ୍ଜା ଯାଇଥିବା ବାର୍‌ହା ଗୁଳା ଖାଇ ଏକ ଗାଈ ଗୁରୁତର ହୋଇଥିଲା। ତାଙ୍କୁ ଭୁବନେଶ୍ୱର ଶହୀଦନଗରସ୍ଥିତ ସରକାରୀ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା। ବାଳୀ ଓ ଏହାର ଆଖପାଖ ଅଞ୍ଚଳରେ ଶିକାରୀମାନେ ବୋମା ରଖି ବନ୍ୟଜନ୍ତୁ ଶିକାର କରୁଥିବା ଲୋକମାନେ ଅଭିଯୋଗ କରିଛନ୍ତି। ବିଶେଷକରି ଆଠଗଡ଼ ଓ ଖୁଣ୍ଟୁଣୀ ବନାଞ୍ଚଳରେ ଏହି ଶିକାରୀମାନେ ବେଶ୍‌ ସକ୍ରିୟ ଅଛନ୍ତି। ସେମାନେ ବନ୍ୟଜନ୍ତୁ ଶିକାର କରି ମାଂସକୁ ବିକ୍ରି କରୁଛନ୍ତି। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ବନ ବିଭାଗ ଲୋକଦେଖାଣିଆ ଭାବେ କେତେଜଣକୁ ଗିରଫ କରୁଛି। ହେଲେ ଏହି ବେଆଇନ କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୋକିବା ସହ ଶିକାରୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛି। ଏ ନେଇ ଓରନ୍ଦା ଫରେଷ୍ଟର ରାକେଶ ଦଳେଇଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଜଣାପଡିବା ପରେ ପଦକ୍ଷେପ ନେଉଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri