ମଶାଣିରେ ଫିଙ୍ଗିଦେଲେ ମୃତଦେହ

କାମାକ୍ଷାନଗର, ୧୧।୫(ଡି.ଏନ.ଏ.)

କରୋନା କବଳିତ ପୃଥିବୀରେ ସଙ୍କଟରେ ପଡ଼ିଛି ମଣିଷପଣିଆ। ଭୂତାଣୁ ଭୟ ଏମିତି ଘାରିଛି ଯେ, ମରିବା ପରେ କେହି ପାଖ ମାଡୁନାହାନ୍ତି। ଶେଷକୃତ୍ୟ କରିବା ଦାୟିତ୍ୱରେ ଥିବା କର୍ମଚାରୀ ମଧ୍ୟ ମୃତଦେହକୁ ସମ୍ମାନ ଦେଉନାହାନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସି ଅନ୍ତର୍ଗତ ମୁଣ୍ଡିଦେଉଳି ସାହିରେ। କରୋନା ସନ୍ଦେହରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ ମୃତଦେହକୁ ଏନ୍‌ଏସି କର୍ମଚାରୀମାନେ ଶ୍ମଶାନରେ ଫିଙ୍ଗି ଦେଇଛନ୍ତି। ଏହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ହଇଚଇ ସୃଷ୍ଟି ହୋଇଛି। ଜଣେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କ ମୃତଦେହକୁ ଏଭଳି ଅସମ୍ମାନକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି।
୭୪ବର୍ଷୀୟ ଶ୍ୟାମସୁନ୍ଦରଙ୍କ ନିକଟରେ ଗତ ୭ତାରିଖରେ କରୋନା ଲକ୍ଷଣ ଦେଖାଦେଇଥିଲା। ଗତ ରବିବାର ହଠାତ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପାଖପଡ଼ୋଶୀ, ସମ୍ପର୍କୀୟ ଏବଂ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା। ସୂଚନା ଦିଆଯିବା ପରେ ଜିଲା କୋଭିଡ୍‌ ହସ୍ପିଟାଲରେ ନିୟୋଜିତ ସ୍ବତନ୍ତ୍ର ଆମ୍ବୁଲାନ୍ସ ଆସିଥିଲା। ହେଲେ ମୃତଦେହକୁ ଉଠାଇବା ଲାଗି କେହି କର୍ମଚାରୀ ଆସି ନ ଥିଲେ। ଫଳରେ ୨ ଘଣ୍ଟା ଅପେକ୍ଷା କରି ଆମ୍ବୁଲାନ୍ସ ଫେରିଯାଇଥିଲା। ପ୍ରଶାସନର ଉଦ୍ୟମରେ ରାତି ୯ଟା ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଆସିଥିଲା। ସେତେବେଳକୁ ଶ୍ୟାମସୁନ୍ଦରଙ୍କ ମୃତ୍ୟୁ ହୋଇଯାଇଥିବା ସନ୍ଦେହ କରାଯାଇଥିଲା। ଡାକ୍ତର ଘରକୁ ଆସି ପରୀକ୍ଷା କରି ତାଙ୍କର ମୃତ୍ୟୁ ହୋଇଯାଇଥିବା ସ୍ପଷ୍ଟ କରିଥିଲେ।
ଉପଜିଲାପାଳ ଇଂ. ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ନିର୍ବାହୀ ଅଧିକାରୀ ଇଂ. ବିରଜା ପ୍ରସାଦ ରଥ ଏନ୍‌ଏସି କର୍ମଚାରୀଙ୍କ ସହାୟତାରେ ସୋମବାର ମୃତଦେହର ଶେଷକୃତ୍ୟ କରିବାକୁ ଉଦ୍ୟମ କରିଥିଲେ। ଛାତ୍ରବତ୍ସଳ ଶିକ୍ଷକ ଶ୍ୟାମସୁନ୍ଦରଙ୍କ ମରଶରୀରକୁ ନିୟମ ଅନୁଯାୟୀ ସଂସ୍କାର କରିବାକୁ ପୂର୍ବତନ ନଗରପାଳ ଧର୍ମାନନ୍ଦ ପରିଡ଼ା ଆଗେଇ ଆସିଥିଲେ। ସେ ୫ ଏନ୍‌ଏସି କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହାପରେ ଦୀର୍ଘ ୧୩ ଘଣ୍ଟା ପରେ ପୂର୍ବାହ୍ନ ୧୦ଟାରେ ସମ୍ପୃକ୍ତ କର୍ମଚାରୀମାନେ ଗାଡ଼ିରେ ମୃତଦେହ ନେଇ ଶ୍ମଶାନରେ ଫିଙ୍ଗିଦେଇ ଚାଲିଯାଇଥିଲେ। କେତେଜଣ ବ୍ୟକ୍ତି ଏହି ଦୃଶ୍ୟକୁ ସୋସିଆଲ ମିଡିଆରେ ଭାଇରାଲ୍‌ କରିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁ ଜଣେ ପ୍ରତିଷ୍ଠିତ ଶିକ୍ଷାବିତ୍‌ଙ୍କୁ ମରିବା ପରେ ସମ୍ମାନ କି କାନ୍ଧ ମିଳି ନ ଥିବା ଅନେକେ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ଉପଜିଲାପାଳ କୁହନ୍ତି, ଶ୍ୟାମସୁନ୍ଦରଙ୍କ ମୃତଦେହ ଉଠିବା ଯାଏ ସେ ଘଟଣାସ୍ଥଳରେ ଥିଲେ। ମୃତଦେହ ଶେଷକୃତ୍ୟ କରିବାକୁ ଏନ୍‌ଏସିକୁ ଦାୟିତ୍ୱ ଦିଆଯାଇଥିଲା। ମୃତଦେହକୁ ଏଭଳି ଅସମ୍ମାନ କରାଯିବା ଅମାନବୀୟ। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିର୍ବାହୀ ଅଧିକାରୀ ରଥଙ୍କୁ ତାଙ୍କ ମୋବାଇଲ ନଂ. ୯୪୩୭୩୩୨୦୧୨ରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ତେଣୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
୫ ମାସରେ ୩ ସଦସ୍ୟଙ୍କ ମୃତ୍ୟୁ
କରୋନା କାଳରେ ଛାରଖାର ହୋଇଯାଇଛି ଶ୍ୟାମସୁନ୍ଦରଙ୍କ ପରିବାର। ଗତ ୫ ମାସ ଭିତରେ ଶ୍ୟାମସୁନ୍ଦରଙ୍କୁ ମିଶାଇ ବିଭିନ୍ନ କାରଣରୁ ୩ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। କେବଳ ଏତିକି ନୁହେଁ, ଏବେ ତାଙ୍କର ବଡ଼ପୁଅ, ବୋହୂ, ନାତି, ସାନବୋହୂ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅଛନ୍ତି। ଗତ ଜାନୁୟାରୀରେ ଶ୍ୟାମସୁନ୍ଦରଙ୍କ ସ୍ତ୍ରୀଙ୍କର ହୃଦ୍‌ଘାତରେ ପରଲୋକ ହୋଇଯାଇଥିଲା। ଏହାର ପ୍ରାୟ ମାସକ ପରେ ଫେବୃୟାରୀ ୧୬ରେ ନିମୋନିଆରେ ପୀଡ଼ିତ ସାନପୁଅଙ୍କ ମୃତ୍ୟୁ ଘଟିଥିଲା। କରୋନା ସଂକ୍ରମଣ ଶିକାର ହୋଇ ବଡ଼ପୁଅ ତଥା ଅଧ୍ୟାପକ ଚନ୍ଦନ କୁମାର ସାହୁ ଏବଂ ଦୁଇମାସ ତଳେ ସ୍ବାମୀଙ୍କୁ ହରାଇଥିବା ସାନବୋହୂ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି। ବଡ଼ବୋହୂ ଏବଂ ନାତି ଜିଲା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସମସ୍ତ ସଦସ୍ୟ କରୋନା କବଳରେ ପଡ଼ିଥିବାବେଳେ ଶ୍ୟାମସୁନ୍ଦରଙ୍କ ମୃତ୍ୟୁ ସେମାନଙ୍କୁ ଦୋହଲାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri