ମଶାଣିରେ ଫିଙ୍ଗିଦେଲେ ମୃତଦେହ

କାମାକ୍ଷାନଗର, ୧୧।୫(ଡି.ଏନ.ଏ.)

କରୋନା କବଳିତ ପୃଥିବୀରେ ସଙ୍କଟରେ ପଡ଼ିଛି ମଣିଷପଣିଆ। ଭୂତାଣୁ ଭୟ ଏମିତି ଘାରିଛି ଯେ, ମରିବା ପରେ କେହି ପାଖ ମାଡୁନାହାନ୍ତି। ଶେଷକୃତ୍ୟ କରିବା ଦାୟିତ୍ୱରେ ଥିବା କର୍ମଚାରୀ ମଧ୍ୟ ମୃତଦେହକୁ ସମ୍ମାନ ଦେଉନାହାନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସି ଅନ୍ତର୍ଗତ ମୁଣ୍ଡିଦେଉଳି ସାହିରେ। କରୋନା ସନ୍ଦେହରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ ମୃତଦେହକୁ ଏନ୍‌ଏସି କର୍ମଚାରୀମାନେ ଶ୍ମଶାନରେ ଫିଙ୍ଗି ଦେଇଛନ୍ତି। ଏହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ହଇଚଇ ସୃଷ୍ଟି ହୋଇଛି। ଜଣେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କ ମୃତଦେହକୁ ଏଭଳି ଅସମ୍ମାନକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି।
୭୪ବର୍ଷୀୟ ଶ୍ୟାମସୁନ୍ଦରଙ୍କ ନିକଟରେ ଗତ ୭ତାରିଖରେ କରୋନା ଲକ୍ଷଣ ଦେଖାଦେଇଥିଲା। ଗତ ରବିବାର ହଠାତ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପାଖପଡ଼ୋଶୀ, ସମ୍ପର୍କୀୟ ଏବଂ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା। ସୂଚନା ଦିଆଯିବା ପରେ ଜିଲା କୋଭିଡ୍‌ ହସ୍ପିଟାଲରେ ନିୟୋଜିତ ସ୍ବତନ୍ତ୍ର ଆମ୍ବୁଲାନ୍ସ ଆସିଥିଲା। ହେଲେ ମୃତଦେହକୁ ଉଠାଇବା ଲାଗି କେହି କର୍ମଚାରୀ ଆସି ନ ଥିଲେ। ଫଳରେ ୨ ଘଣ୍ଟା ଅପେକ୍ଷା କରି ଆମ୍ବୁଲାନ୍ସ ଫେରିଯାଇଥିଲା। ପ୍ରଶାସନର ଉଦ୍ୟମରେ ରାତି ୯ଟା ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଆସିଥିଲା। ସେତେବେଳକୁ ଶ୍ୟାମସୁନ୍ଦରଙ୍କ ମୃତ୍ୟୁ ହୋଇଯାଇଥିବା ସନ୍ଦେହ କରାଯାଇଥିଲା। ଡାକ୍ତର ଘରକୁ ଆସି ପରୀକ୍ଷା କରି ତାଙ୍କର ମୃତ୍ୟୁ ହୋଇଯାଇଥିବା ସ୍ପଷ୍ଟ କରିଥିଲେ।
ଉପଜିଲାପାଳ ଇଂ. ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ନିର୍ବାହୀ ଅଧିକାରୀ ଇଂ. ବିରଜା ପ୍ରସାଦ ରଥ ଏନ୍‌ଏସି କର୍ମଚାରୀଙ୍କ ସହାୟତାରେ ସୋମବାର ମୃତଦେହର ଶେଷକୃତ୍ୟ କରିବାକୁ ଉଦ୍ୟମ କରିଥିଲେ। ଛାତ୍ରବତ୍ସଳ ଶିକ୍ଷକ ଶ୍ୟାମସୁନ୍ଦରଙ୍କ ମରଶରୀରକୁ ନିୟମ ଅନୁଯାୟୀ ସଂସ୍କାର କରିବାକୁ ପୂର୍ବତନ ନଗରପାଳ ଧର୍ମାନନ୍ଦ ପରିଡ଼ା ଆଗେଇ ଆସିଥିଲେ। ସେ ୫ ଏନ୍‌ଏସି କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହାପରେ ଦୀର୍ଘ ୧୩ ଘଣ୍ଟା ପରେ ପୂର୍ବାହ୍ନ ୧୦ଟାରେ ସମ୍ପୃକ୍ତ କର୍ମଚାରୀମାନେ ଗାଡ଼ିରେ ମୃତଦେହ ନେଇ ଶ୍ମଶାନରେ ଫିଙ୍ଗିଦେଇ ଚାଲିଯାଇଥିଲେ। କେତେଜଣ ବ୍ୟକ୍ତି ଏହି ଦୃଶ୍ୟକୁ ସୋସିଆଲ ମିଡିଆରେ ଭାଇରାଲ୍‌ କରିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁ ଜଣେ ପ୍ରତିଷ୍ଠିତ ଶିକ୍ଷାବିତ୍‌ଙ୍କୁ ମରିବା ପରେ ସମ୍ମାନ କି କାନ୍ଧ ମିଳି ନ ଥିବା ଅନେକେ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ଉପଜିଲାପାଳ କୁହନ୍ତି, ଶ୍ୟାମସୁନ୍ଦରଙ୍କ ମୃତଦେହ ଉଠିବା ଯାଏ ସେ ଘଟଣାସ୍ଥଳରେ ଥିଲେ। ମୃତଦେହ ଶେଷକୃତ୍ୟ କରିବାକୁ ଏନ୍‌ଏସିକୁ ଦାୟିତ୍ୱ ଦିଆଯାଇଥିଲା। ମୃତଦେହକୁ ଏଭଳି ଅସମ୍ମାନ କରାଯିବା ଅମାନବୀୟ। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିର୍ବାହୀ ଅଧିକାରୀ ରଥଙ୍କୁ ତାଙ୍କ ମୋବାଇଲ ନଂ. ୯୪୩୭୩୩୨୦୧୨ରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ତେଣୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
୫ ମାସରେ ୩ ସଦସ୍ୟଙ୍କ ମୃତ୍ୟୁ
କରୋନା କାଳରେ ଛାରଖାର ହୋଇଯାଇଛି ଶ୍ୟାମସୁନ୍ଦରଙ୍କ ପରିବାର। ଗତ ୫ ମାସ ଭିତରେ ଶ୍ୟାମସୁନ୍ଦରଙ୍କୁ ମିଶାଇ ବିଭିନ୍ନ କାରଣରୁ ୩ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। କେବଳ ଏତିକି ନୁହେଁ, ଏବେ ତାଙ୍କର ବଡ଼ପୁଅ, ବୋହୂ, ନାତି, ସାନବୋହୂ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅଛନ୍ତି। ଗତ ଜାନୁୟାରୀରେ ଶ୍ୟାମସୁନ୍ଦରଙ୍କ ସ୍ତ୍ରୀଙ୍କର ହୃଦ୍‌ଘାତରେ ପରଲୋକ ହୋଇଯାଇଥିଲା। ଏହାର ପ୍ରାୟ ମାସକ ପରେ ଫେବୃୟାରୀ ୧୬ରେ ନିମୋନିଆରେ ପୀଡ଼ିତ ସାନପୁଅଙ୍କ ମୃତ୍ୟୁ ଘଟିଥିଲା। କରୋନା ସଂକ୍ରମଣ ଶିକାର ହୋଇ ବଡ଼ପୁଅ ତଥା ଅଧ୍ୟାପକ ଚନ୍ଦନ କୁମାର ସାହୁ ଏବଂ ଦୁଇମାସ ତଳେ ସ୍ବାମୀଙ୍କୁ ହରାଇଥିବା ସାନବୋହୂ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି। ବଡ଼ବୋହୂ ଏବଂ ନାତି ଜିଲା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସମସ୍ତ ସଦସ୍ୟ କରୋନା କବଳରେ ପଡ଼ିଥିବାବେଳେ ଶ୍ୟାମସୁନ୍ଦରଙ୍କ ମୃତ୍ୟୁ ସେମାନଙ୍କୁ ଦୋହଲାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ଧମାଳ ଏମ୍‌ପିଙ୍କ ନୂଆ ପ୍ରତିନିଧି ନିଯୁକ୍ତି: ଜାଣନ୍ତୁ କାହାକୁ କେଉଁ ଦାୟିତ୍ବ …

ଦାରିଙ୍ଗବାଡ଼ି, ୩/୧୦ (ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ତାଙ୍କ ପ୍ରତିନିଧି ମଣ୍ଡଳ ପାଇଁ ଜିଲା ପ୍ରଶାସନକୁ ନାମ ତାଲିକା ପଠାଇଥିବା ଜଣାପଡ଼ିଛି। ସେ…

ସ୍କୁଲ ଛାତ୍ରଙ୍କ ମଧ୍ୟରେ ହିଂସା: ଅଣଛାତ୍ରଙ୍କ ସହାୟତାରେ ଦୁଇ ଛାତ୍ରଙ୍କୁ ମାଡ଼, ଲହୁଲୁହାଣ

ବ୍ରହ୍ମପୁର, ୩।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ଭଲ ପାଠ ପଢ଼ି ଭବିଷ୍ୟତ ଗଢ଼ିବାକୁ ସ୍ୱପ୍ନ ଦେଖିବା ବଦଳରେ ଏବେ ସ୍କୁଲରେ ହିଂସା ଭଳି ଘଟଣା ଦେଖିବାକୁ ମିଳୁଛି।…

ଖୁଦୁରୁକୁଣୀ ଭସାଣି ବେଳେ ଏସ୍‌ଆଇଙ୍କୁ ଆକ୍ରମଣ: ଡିଜେ ବଜାଇବାକୁ….

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘଷିପୁରା ଥାନା ଚଉମୁଇଁରେ ଖୁଦୁରୁକୁଣୀ ଭସାଣି ବେଳେ ଡିଜେ ବଜାଇବାକୁ ବିରୋଧ କରିବାରୁ ଏସ୍‌ଆଇ କଳ୍ପତ୍ତରୁ ନାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ…

ଗୁଡ଼ାରୀରୁ ଭୁବନେଶ୍ୱରକୁ ବସ୍‌ ଚଳାଚଳ ଦାବି: ସାଇକେଲ ଯାତ୍ରାବେଳେ ଅଧାବାଟରେ ଅସୁସ୍ଥ ହେଲେ ପ୍ରମୋଦ

ଗୁଣପୁର,୩ା୧୦(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ୍‌ ଚଳାଚଳ ଦାବିରେ ଗାନ୍ଧୀ ଜୟନ୍ତୀରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ଆନ୍ଦୋଳନକାରୀ ପ୍ରମୋଦ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ…

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?