ଅଖାବସ୍ତାରୁ ମା’ ଝିଅଙ୍କ ମୃତଦେହ ଜବତ

ନିରାକାରପୁର,୬ା୧୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଭୁଷଣ୍ଡପୁର ଫାଣ୍ଡି ଅଧୀନ ଅଭିମାନପୁର ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଘରର ବାରିପଟରେ ଥିବା ଏକ ଅଖାବସ୍ତାରୁ ଜଣେ ମହିଳା ଓ ତାଙ୍କ ୧୦ମାସର ଝିଅର ମୃତଦେହକୁ ପୋଲିସ ଜବତ କରିଛି। ମୃତା ହେଲେ ସେହି ଗ୍ରାମର ପ୍ରମୋଦ ସ୍ବାଇଁଙ୍କ ସ୍ତ୍ରୀ ଝରଣା ଓ ଝିଅ ମାମା। ତେବେ ଏହି ଘଟଣାରେ ମୃତାଙ୍କ ବାପା ଗୋକୁଳ ପରିଡ଼ା ଝିଅ ଓ ନାତୁଣୀଙ୍କୁ ହତ୍ୟା କରାଯାଇଥିବା ନେଇ ଟାଙ୍ଗୀ ଥାନାରେ ୫ଜଣଙ୍କ ନଁାରେ ଅଭିଯୋଗ କରିଛନ୍ତି। ଅଭିଯୋଗକ୍ରମେ ପୋଲିସ ଏକ ମାମଲା(ନଂ.୨୭୫/୨୦) ରୁଜୁ କରି ଶାଶୁ, ଶ୍ୱଶୁରଙ୍କୁ ଅଟକ ରଖିଥିବାବେଳେ ସ୍ବାମୀ ସମେତ ୩ଜଣ ଫେରାର ହୋଇଯାଇଛନ୍ତି। ଅନ୍ୟପଟେ ପୋଲିସ ମା, ଝିଅଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମେଡିକାଲ ପଠାଇଥିବାବେଳେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬ରୁ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ୱର,୧।୯(ବ୍ୟୁରୋ) : ଭାଜପା ଏବଂ ବିଜେଡି ପରେ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଆସନ୍ତା ୬ ତାରିଖରୁ କଂଗ୍ରେସ ଏହି ଅଭିଯାନ...

ସଞ୍ଜୟ ସାହୁଙ୍କୁ ବେଷ୍ଟ ପିଆର୍‌ଓ ଆଓ୍ବାର୍ଡ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ପବ୍ଲିକ ରିଲେସନ୍ସ ଏବଂ କର୍ପୋରେଟ କମ୍ୟୁନିକେଶନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି ସଞ୍ଜୟ କୁମାର ସାହୁଙ୍କୁ ବେଷ୍ଟ ପବ୍ଲିକ ରିଲେସନ୍ସ ଅଫିସର(ପିଆର୍‌ଓ) ଆଓ୍ବାର୍ଡ-୨୦୧୯ ପ୍ରଦାନ...

ଗଞ୍ଜାମରେ ଘରକୁ ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ: ୨୦୨୧ଟି ଟିମ୍‌ ସାମିଲ

ଛତ୍ରପୁର,୧୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଘରକୁ ଘର ଯାଇ ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ ହୋଇଛି। ଆଶା କର୍ମୀ, ସ୍ବଚ୍ଛସାଥୀ, ସୁପରଭାଇଜରମାନେ ଏହି କାର୍ଯ୍ୟ ତ୍ୱରାନ୍ବିିତ କରୁଥିବା ଜିଲାପାଳ...

ସାନଖେମୁଣ୍ଡି ବିଧାନସଭା ନିର୍ବାଚନୀ ମାମଲା:ହାଇକୋର୍ଟଙ୍କ ମୁଖ୍ୟ ଖଣ୍ଡପୀଠକୁ ଗଲା ମାମଲା

କଟକ ଅଫିସ, ୬ା୧୧:ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାନସଭା ନିର୍ବାଚନୀ ମାମଲାର ଶୁଣାଣି କରିବାକୁ ହାଇକୋର୍ଟ ବିଚାରପତି ବିଶ୍ୱନାଥ ରଥ ଅନିଚ୍ଛା ପ୍ରକାଶ କରିଛନ୍ତି। ମଙ୍ଗଳବାର ଏହି...

ଦାଣ୍ଡରେ ରୋଷେଇ କଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୧୯ା୧୨: ନ୍ୟାୟ ଓ ନିଜ ହକ୍‌ ପାଇଁ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁ ଘର ଆଗରେ ବୋହୂ ତପସ୍ବିନୀ ଦାଶଙ୍କ ଧାରଣା ଜାରି ରହିଛି। ତପସ୍ବିନୀ...

କୋଣାର୍କ ହେବ ନୂଆ ଡେଷ୍ଟିନେଶନ

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ପ୍ରଥମେ କଚ୍ଛ୍‌ରେ ହେଉଥିବା ରାନ୍‌ ଉତ୍ସବ ଶୈଳୀରେ କୋଣାର୍କରେ ମାସିକିଆ ଉତ୍ସବ, ଆଉ ଏବେ ପର୍ଯ୍ୟଟକଙ୍କ ଲାଗି ଏକ ସ୍ଥାୟୀ ପ୍ରକଳ୍ପ। କୋଣାର୍କକୁ...

ଅଯୋଗ୍ୟଙ୍କ ସଂଖ୍ୟା ୨୦ ଲକ୍ଷ ଟପିବ: ଭାଜପା

ଭୁବନେଶ୍ୱର,୨୦-୯(ବ୍ୟୁରୋ):ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ କାଳିଆ ଯୋଜନା ଲାଗୁ କରିଥିଲା ା ଦଳୀୟ କର୍ମୀମାନଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି...

ଅଗରନାଶି ଦ୍ୱୀପର ପରିସୀମା କମୁଛି

କେନ୍ଦ୍ରାପଡ଼ା ଅଫିସ, ୩୧।୧: ବିରଳ ଅଲିଭରିଡ୍‌ଲେ କଇଁଛଙ୍କ ଅନ୍ତୁଡିଶାଳ ଭାବେ ପରିଚିତ ବିଶ୍ୱପ୍ରସିଦ୍ଧ ଗହୀରମଥା (ସାମୁଦ୍ରିକ) ବନ୍ୟଜନ୍ତୁ ଅଭୟାରଣ୍ୟ ଅଗରନାଶିର ପରିସୀମା ଦିନକୁ ଦିନ ହ୍ରାସ...

Advertisement


Archives

Model This Week