ଡଙ୍ଗା ବୁଡ଼ି ବାପପୁଅ ମୃତ

ବିନିକା,୩୦।୧(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ମଧ୍ୟ ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଏକ ଡଙ୍ଗା ବୁଡି ଗୋଟିଏ ପରିବାରର ବାପା ପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିନିକା ସହରସ୍ଥିତ ଶ୍ରୀରାମନଗରର ସୁଲେମାନ ଖାନ୍‌(୪୮) ଓ ତାଙ୍କ ପୁଅ ଆଜଲାଣ୍ଡ। ପ୍ରକାଶ ଯେ, ବିନିକା ବ୍ରିଜ ନିକଟସ୍ଥ ମହାନଦୀ ଗର୍ଭରେ ରହିଥିବା ମା’ ବାଇକାନୀ ପୀଠରେ ପୌଷ ପୂର୍ଣ୍ଣିମା ଅବସରରେ ଗତ ଦୁଇଦିନ ହେଲା ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ଶୁକ୍ରବାର ସୁଲେମାନ ଓ ତାଙ୍କ ୭ ବର୍ଷର ପୁଅ ଆଜଲାଣ୍ଡ ଡଙ୍ଗାରେ ସେଠାକୁ ଯାଇଥିଲେ। ସେଠାରୁ ସନ୍ଧ୍ୟା ୬ଟାରେ ଫେରୁଥିବା ସମୟରେ କୌଣସି କାରଣରୁ ଭାରସାମ୍ୟ ହରାଇ ଡଙ୍ଗାଟି ଘାଟଠାରୁ ଅଳ୍ପ ଦୂରରେ ବୁଡି ଯାଇଥିଲା ା ଏହାଦେଖି ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓ ଶ୍ରଦ୍ଧାଳୁ ନଦୀ ଭିତରୁ ସୁଲେମାନଙ୍କୁ ଉଦ୍ଧାର କରି ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚତ୍ ସୁଲେମାନଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରି ରାତିରେ ନଦୀରୁ ଆଜଲାଣ୍ଡଙ୍କୁ ଉଦ୍ଧାର କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ା ଶନିବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଡାକ୍ତରଖାନା ସୂତ୍ରରୁ ଜଣାଯାଇଛି। ଡଙ୍ଗାରେ କେତେଜଣ ଯାତ୍ରୀ ଥିଲେ ସେ ସମ୍ପର୍କରେ ଜଣା ପଡିନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରୁଛନ୍ତି ଜିଲା ବାହାର ଶ୍ରମିକ

ବରଗଡ଼ ଅଫିସ,୩୦ା୧୧:ମହାମାରୀ କରୋନା ସଭିଁଙ୍କ ରୋଜଗାର ଛଡ଼ାଇ ନେଇଛି। ଏଥିରେ ଶ୍ରମଜୀବୀ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି। କରୋନା ସଂକ୍ରମଣ ଆରମ୍ଭ ହେବାଠାରୁ ଶ୍ରମିକଙ୍କ...

ଏସ୍‌ସିବିରେ ସଫଳ ଅସ୍ତ୍ରୋପଚାର: ଯୋଡ଼ିହେଲା ଦୁଇ ଜଣଙ୍କ କଟା ହାତ

କଟକ ଅଫିସ,୭ା୬-ଦୁଇ ଜଣ ବ୍ୟକ୍ତିଙ୍କ କଟିଯାଇଥିବା ହାତକୁ ଯୋଡ଼ି ସେମାନଙ୍କ ଜୀବନରେ ବଞ୍ଚତ୍ବାର ନୂତନ ଆଶା ସଂଚାର କରିଛି ଏସ୍‌ସିବି ମେଡିକାଲ। ଏହାର ପ୍ଳାଷ୍ଟିକ୍‌ ସର୍ଜରୀ...

ଅପହରଣ କରି ୫ଲକ୍ଷ ଦାବି

ନିରାକାରପୁର,୧୩।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ମଳିପଡ଼ା ଅଞ୍ଚଳରୁ ଅପହୃତ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ରବିବାର ଅପରାହ୍ନରେ ପୋଲିସ ଜଟଣୀ ଥାନା ହରିରାଜପୁର...

ବଢ଼ିଲାଣି ଶୀତ: ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ଘନକୁହୁଡ଼ି, ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୮।୧୨(ଡି.ଏନ୍‌.ଏ.): ଚଳିତ ମାସ ପ୍ରଥମ ସପ୍ତାହରୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ଆଶାତୀତ କମ୍‌ ହୋଇଥିବାରୁ ଶୀତର ପ୍ରକୋପ ବୃଦ୍ଧି ପାଇଛି। ସେହିପରି ଭବାନୀପାଟଣା, ଥୁ.ରାମପୁର,...

ଆନନ୍ଦପୁର ଡାକ୍ତରଖାନାରେ କାୟାକଳ୍ପ ଟିମ୍‌ : ସବୁ ବିଭାଗ ବୁଲି ସ୍ବଚ୍ଛତାର ସ୍ଥିତି ପରଖିଲେ

ଘସିପୁରା , ୬।୧୨ (ଡି.ଏନ.ଏ.)-କେନ୍ଦ୍ରୀୟ ଯୋଜନା ‘କାୟାକଳ୍ପ’ର ଏକ ସ୍ବତନ୍ତ୍ର ଟିମ ଗୁରୁବାର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚି ସ୍ବଚ୍ଛତାର ସ୍ଥିତି ପରଖିଛନ୍ତି। ଏହି ଟିମ୍‌...

ବନ୍ଦ ହେଲା କୁଲଡ଼ିହା ଅଭୟାରଣ୍ୟ

ସଜନାଗଡ଼, ୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଅବସ୍ଥିତ ପ୍ରକୃତିର ଗନ୍ତାଘର କୁଲଡ଼ିହା ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ...

ଔପଦା ମହାବିଦ୍ୟାଳୟରେ ଭିଜିଲାନ୍ସ: ନିଲମ୍ବିତ ହେଲେ ଅଧ୍ୟକ୍ଷ

ବାଲେଶ୍ୱର ଅଫିସ, ୧୮।୧୨-ବାଲେଶ୍ୱର ଜିଲା ଔପଦା ଯୁକ୍ତ ୨ କଲେଜରେ ଅର୍ଥ ହେରଫେର ନେଇ ଅଭିଯୋଗ ହେବା ପରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ...

ବରଗଡ଼ ଧନୁଯାତ୍ରା: ରାଧାକୃଷ୍ଣଙ୍କ ନାବକେଳି

ମଥୁରାନଗରୀ,୨।୧: ବରଗଡ଼ ଧନୁଯାତ୍ରାର ସୋମବାର ସପ୍ତମ ଦିବସରେ ମଥୁରାଧିପତି କଂସ ମହାରାଜଙ୍କ ପରାକ୍ରମ, ଧନୁଯାତ୍ରା ଆୟୋଜନ ଏବଂ ରାଧାକୃଷ୍ଣଙ୍କ ନାବକେଳି ଦୃଶ୍ୟାଭିନୟ ଦେଖିବାକୁ ମିଳିଥିଲା। ରାଧାକୃଷ୍ଣଙ୍କୁ...

Advertisement
Archives

Model This Week