ଆଜିଠାରୁ କାର୍ଯ୍ୟାଳୟ ବୁଲିବ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଟିମ୍‌

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଏଣିକି ରାଜଧାନୀରେ ଥିବା ସମସ୍ତ କାର୍ଯ୍ୟାଳୟ, ପ୍ରତିଷ୍ଠାନ ଓ ଅନୁଷ୍ଠାନରେ କୋଭିଡ୍‌ ନିୟମ କଡ଼ାକଡ଼ି ଅନୁପାଳନ ହେବ। ନଚେତ୍‌ ଏନ୍‌ଫୋର୍ସମେଣ୍ଟ ଟିମ୍‌ ବୁଲି ବୁଲି ଧରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ। ରାଜ୍ୟରେ ସଂକ୍ରଣ କମୁଥିବାବେଳେ ରାଜଧାନୀରେ ବୃଦ୍ଧି ପାଉଥିବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ କର୍ତ୍ତୃପକ୍ଷଙ୍କୁ ଏଭଳି ସତର୍କବାଣୀ ଶୁଣାଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଅଧିକାରୀ ଓ କର୍ମଚାରୀମାନେ ମୁହଁରେ ଠିକ୍‌ ଭାବେ ମାସ୍କ ପିନ୍ଧିବା, ହାତର ପରିଚ୍ଛନ୍ନତା ରକ୍ଷା କରିବା ଓ ସାମାଜିକ ଦୂରତା ରକ୍ଷା କରିବା ଇତ୍ୟାଦି ଆଚରଣ ନିୟମିତ ଭାବେ ପାଳନ କରିବାକୁ ବିଏମ୍‌ସି କଡ଼ା ତାଗିଦ୍‌ କରିଛି। ବିଏମ୍‌ସି ସୂତ୍ରରୁ ମିଳିଥିବା ସୂଚନାନୁସାରେ, ସୋମବାରଠାରୁ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଓ ପୋଲିସ ମିଳିତ ଭାବେ ଅଚାନକ ବିଭିନ୍ନ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ପରିଦଶର୍ନରେ ଯିବେ। କୋଭିଡ୍‌ ନିୟମର ଉଲ୍ଲଂଘନ ହେଉଥିବା ଦୃଷ୍ଟିକୁ ଆସିଲେ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ବିରୋଧରେ ମହାମାରୀ ରୋଗ ଆଇନ୍‌ ଭାଗ ୨(୧)ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ କୌଣସି କାର୍ଯ୍ୟାଳୟରେ ନିୟମର ବାରମ୍ବାର ଉଲ୍ଲଂଘନ ହେଲେ ସେ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ସହ ସମ୍ପୃକ୍ତ କାର୍ଯ୍ୟାଳୟକୁ ସିଲ୍‌ କରାଯିବ। ସହରରେ ବର୍ତ୍ତମାନ ସୁଦ୍ଧା କୋଭିଡ୍‌ ପ୍ରଭାବ ସମ୍ପୂର୍ଣ୍ଣ ଦୂର ହୋଇନାହିଁ। ତେଣୁ ସମସ୍ତ ଅନୁଷ୍ଠାନ ଓ କାର୍ଯ୍ୟାଳୟରେ କୋଭିଡ୍‌ ନିୟମର କଡ଼ା ଅନୁପାଳନ କରିବା ସହ ନିଜର କର୍ମଚାରୀଙ୍କୁ କୋଭିଡ୍‌ ପ୍ରତିରୋଧି ଆଚରଣର ଅନୁପାଳନ କରିବାକୁ କର୍ତ୍ତୃପକ୍ଷ କୁହନ୍ତୁ। ଅମାନିଆ କର୍ମଚାରୀଙ୍କ ଉପରେ ଦୃଢ଼ ପଦକ୍ଷେପ ନିଅନ୍ତୁ, ଯାହା କୋଭିଡ୍‌ ରୋକିବାରେ ଅନେକ ସହାୟକ ହେବ ବୋଲି ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂହ କହିଛନ୍ତି।
ସୂଚନାଯୋଗ୍ୟ, ସୋମବାରଠାରୁ ଓଡ଼ିଶା ସରକାରଙ୍କର ସମସ୍ତ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ଏନେଇ ପୂର୍ବରୁ ନିର୍ଦ୍ଦେଶନାମା ଜାରି ହେବା ସହ କୋଭିଡ୍‌ ନିୟମର କଡା ଅନୁପାଳନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସେହିପରି କୌଣସି କାର୍ଯ୍ୟାଳୟରେ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହେଲେ, ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ପ୍ରବର୍ତ୍ତିତ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ ଏବଂ ସଂପୃକ୍ତ ମୁଖ୍ୟ କାର୍ଯ୍ୟାଳୟକୁ ସୂଚନା ଦିଆଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri