ଦୋଷାରୋପର ଖେଳ

Dillip Cherian

ହାତରେ ମଳ ସଫା କରିବା ଗୁଜରାଟରେ ବେଆଇନ ହୋଇଥିଲେ ବି ଏହି କାର୍ଯ୍ୟ କରିବା ଫଳରେ ରାଜ୍ୟର ବିଭିନ୍ନ ଭାଗରେ ମାର୍ଚ୍ଚରୁ ଏପ୍ରିିଲ ମଧ୍ୟରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ବାସ୍ତବରେ ଏହି ସଂଖ୍ୟା ଯଥେଷ୍ଟ ବେଶି ହେବ ବୋଲି ସାମାଜିକ କର୍ମୀମାନେ ଦାବି କରିଛନ୍ତି । କେତେକ ରିପୋର୍ଟ ଅନୁଯାୟୀ, ଦେଶରେ ମେହେନ୍ତର ମୃତ୍ୟୁ ସଂଖ୍ୟାରେ ଗୁଜରାଟ ଦ୍ୱିତୀୟ ସ୍ଥାନରେ ରହିଛି। ତଥାପି ପ୍ରଧାନମନ୍ତ୍ରୀ ଗୁଜରାଟକୁ ବିକାଶର ଆଦର୍ଶ ମଡେଲ ଭାବେ ଘୋଷଣା କରିବାକୁ କେବେ ବି ଥକି ପଡ଼ୁନାହାନ୍ତି। ନିଶ୍ଚିତ ଭାବେ ଏହି ଘଟଣା ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ପାଇଁ ଲଜ୍ଜାଜନକ। ବିରୋଧୀଦଳଗୁଡ଼ିକ ଏହି ପ୍ରସଙ୍ଗକୁ ଉଠାଇ ରାଜ୍ୟ ସରକାରଙ୍କୁ ଦାୟୀ କରି ଏହି ସବୁ ମୃତ୍ୟୁ ଘଟଣାର ତଦନ୍ତ ଜାତୀୟ ମାନବ ଅଧିକାର ଆୟୋଗ(ଏନ୍‌ଏଚ୍‌ଆର୍‌ସି) କରିବା ପାଇଁ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଏବେ ପରସ୍ପର ଭିତରେ ଦୋଷାରୋପର ଖେଳରେ ମନ୍ତ୍ରୀମାନେ ଅମଲାତନ୍ତ୍ରୀଙ୍କୁ ଦୋଷ ଦେବାର ସମ୍ଭାବନା ଦେଖାଯାଇଛି। ମନ୍ତ୍ରୀମାନେ ପ୍ରଶାସନିକ ବିଫଳତାକୁ ସମସ୍ୟାର ମୂଳ କାରଣ ଭାବେ ଦର୍ଶାଇ ଘଟଣାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିପାରନ୍ତି । ଏହାକୁ ଲକ୍ଷ୍ୟକରି
ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଙ୍କଜ ଜୋଷୀ ବାବୁମାନେ ମେହେନ୍ତରମାନଙ୍କ ସମସ୍ୟାଗୁଡ଼ିକୁ ସମାଧାନ କରିବା ଲାଗି ଅଧିକ ସକ୍ରିୟତା ପ୍ରକାଶ କରିବାକୁ କହିଛନ୍ତି ବୋଲି କେତେଜଣଙ୍କ ମତ ଦିଅନ୍ତି। ମେହେନ୍ତରମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନର କାର୍ଯ୍ୟକାରିତାକୁ ସଞ୍ଚାଳନ କରିବା ସହ ସେମାନଙ୍କ ଥଇଥାନ ଲାଗି ସାଧନ ଯୋଗାଇଦେବାକୁ ଏକ ଟାସ୍କଫୋର୍ସ ଗଠନ କରିବା ସକାଶେ ମୁଖ୍ୟମନ୍ତ୍ରୀ ପଟେଲଙ୍କ ପାଇଁ ଏକ ପ୍ରସ୍ତାବ ଥିବା ମଧ୍ୟ କୁହାଯାଉଛି। ସେ ଯାହା ହେଉନା କାହିଁକି ବହୁଚର୍ଚ୍ଚିତ ‘ଗୁଜରାଟ ମଡେଲ’ର ଚମକକୁ ରକ୍ଷା କରାଯିବା ଉଚିତ।
ନିବେଶ ଚିନ୍ତା
ହରିୟାଣାର ନୂଆ ନିବେଶ ଯୋଜନାର ଅଂଶ ୨୦୨୧-୨୨ର ୩% ତୁଳନାରେ ୬ ବର୍ଷରେ ସବୁଠୁ ନିମ୍ନକୁ ଖସି ୧%ରେ ରହିଛି । ତେବେ ନିବେଶ ଯୋଜନାଗୁଡ଼ିକ ୨୦୨୨-୨୩ରେ ଖୁବ୍‌ ଶୀଘ୍ର ୩୦ ପ୍ରତିଶତ ଖସିବ ବୋଲି କୁହାଯାଉଛି। ଚିନ୍ତାଜନକ ଖବର ହେଉଛି, ମାନୁଫାକ୍‌ଚରିଂ ନିବେଶ ୬୦% ପ୍ରତିଶତ ହ୍ରାସପାଇଛି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ପାଇଁ ଏକ ଖରାପ ଖବର। ସୂତ୍ରରୁ ପ୍ରକାଶ, ଗତବର୍ଷ ପ୍ରାରମ୍ଭରେ ସ୍ଥାନୀୟ ଲୋକମାନଙ୍କ ପାଇଁ ୩୦,୦୦୦ ଦରମା ପର୍ଯ୍ୟନ୍ତ ପ୍ରାଇଭେଟ ସେକ୍ଟର ଚାକିରିରେ ୭୫ % ସଂରକ୍ଷଣ କରିବା ଲାଗି ତରବରିଆ ଭାବେ ଅଣାଯାଇଥିବା ଅଇନ ସହ ଖଟ୍ଟରଙ୍କର ଏବକାର ନିବେଶ ସଙ୍କଟ ସହ ସମ୍ପର୍କ ଅଛି। ନ୍ୟାୟାଳୟରେ ଏହା ଉପରେ ଚ୍ୟାଲେଞ୍ଜ କରାଯିବା ପରେ ଯଦିଓ ଏହା ସାମୟିକ ଭାବେ ବନ୍ଦ ରହିଛି, ତଥାପି ଏହାର କାର୍ଯ୍ୟକାରିତା ଉପରେ ସନ୍ଦେହ ଲାଗିରହିଛି, ଯେଉଁଥିପାଇଁ ନିବେଶକମାନେ ନିବେଶ କରିବା ଲାଗି ପଛଘୁଞ୍ଚା ଦେଉଛନ୍ତି। ସ୍ଥାନୀୟ ନିଯୁକ୍ତିକୁ ନେଇ ଉକ୍ତ ଆଇନ ସ୍ପଷ୍ଟତଃ ରାଜନୈତିକ ଲକ୍ଷ୍ୟରେ ଅଣାଯାଇଥିଲା, ଯାହା ନିବେଶକମାନଙ୍କ ମନରେ ଭୟ ସୃଷ୍ଟି କରିଥିଲା। ବିଶ୍ୱାସ କରାଯାଉଥିଲା, ଏହି ଆଇନ ଯଦି କାର୍ଯ୍ୟକାରୀ କରାଯାଏ ତେବେ ମହାମାରୀ ପରବର୍ତ୍ତୀ ଆର୍ଥିକ ସୁଧାର ଅଧିକ ଧିମା ହୋଇଯିବ, ଆଇନ ଅନୁପାଳନ ଜନିତ ବୋଝ ବଢିଯିବ। ଉକ୍ତ ଘଟଣାରେ ବାବୁମାନେ ଚୁପ୍‌ ରହିଛନ୍ତି। ସୂତ୍ରରୁ ପ୍ରକାଶ, ଏକ ଅନୁକୂଳ ବିଜ୍‌ନେସ ପରିବେଶ ପାଇଁ ହରିୟାଣାର ଭାବମୂର୍ତ୍ତି ଫେରାଇ ଆଣିବା ଲାଗି ମୁଖ୍ୟ ଶାସନ ସଚିବ ସଞ୍ଜୟ କୌଶଲ ବରିଷ୍ଠ ସହଯୋଗୀମାନଙ୍କ ସହ ଆଲୋଚନା କରୁଛନ୍ତି।
ପଡ଼ୋଶୀଙ୍କ ପାଇଁ ପ୍ରୋଗ୍ରାମ
ପଡ଼ୋଶୀ ଦେଶଗୁଡ଼ିକ ସହ ସମ୍ପର୍କ ଦୃଢ କରିବା ଲାଗି ଭାରତର ନୀତି ଏବେ ନୂଆ ମୋଡ଼ ନେଇଛି। ନ୍ୟାଶନାଲ ସେଣ୍ଟର ଫର୍‌ ଗୁଡ୍‌ ଗଭର୍ନାନ୍ସ( ଏନ୍‌ସିଜିଜି) ପଡ଼ୋଶୀ ଓ ଦୂରଦେଶର ଅମଲାତନ୍ତ୍ରୀମାନଙ୍କ ପାଇଁ ଦକ୍ଷତା ନିର୍ମାଣ ପ୍ରୋଗ୍ରାମ ବା କାର୍ଯ୍ୟକ୍ରମ ଆୟୋଜନ କରୁଛି। ଆଞ୍ଚଳିକ କ୍ଷେତ୍ରରେ ଅନ୍ୟ ଦେଶଗୁଡ଼ିକ ସହ ଭାରତର ସମ୍ପର୍କ ମଜଭୂୁତ କରିବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତିର ଅଂଶ ଭାବେ ଏନ୍‌ସିଜିଜି ଦ୍ୱାରା ଏହିସବୁ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ପ୍ରଭାବଶାଳୀ ତଥା ଦକ୍ଷତାପୂର୍ଣ୍ଣ ଶାସନ ପାଇଁ ସିଭିଲ୍‌ ସର୍ଭାଣ୍ଟମାନଙ୍କୁ କୌଶଳ ଏବଂ ଜ୍ଞାନ ଯୋଗାଇଦେବା ଲକ୍ଷ୍ୟରେ ଏହା କରାଯାଉଛି। ସାର୍ବଜନୀନ ପ୍ରଶାସନ, ଇ-ଗଭର୍ନାନ୍ସ, ଡିଜିଟାଲ ଟ୍ରାନ୍ସଫର୍‌ମେଶନ ଏବଂ ନେତୃତ୍ୱଭିତ୍ତିକ ବିକାଶ କ୍ଷେତ୍ରରେ ଏହି ପ୍ରୋଗ୍ରାମଗୁଡ଼ିକ ଗୁରୁତ୍ୱ ଦେଉଛି। ଏନ୍‌ସିଜିଜି ମହାନିର୍ଦ୍ଦେଶକ ଭାରତ ଲାଲ୍‌ ଏକ ପ୍ରଭାବଶାଳୀ ତଥା ବିଶିଷ୍ଟ ବିଶେଷଜ୍ଞଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଏବକାର ସେସନ୍‌କୁ ନେତୃତ୍ୱ ଦେବା ଲାଗି ଏଥିରେ ଜିପିଏସ୍‌ସିର ପୂର୍ବତନ ଅଧ୍ୟକ୍ଷ ଦିନେଶ ଦାସା, କେନ୍ଦ୍ରୀୟ ବିଦ୍ୟୁତ୍‌ ନିୟାମକ ଆୟୋଗର ଅଧ୍ୟକ୍ଷ ଜିଶ୍ନୁ ବରୁଆ ଏବଂ ପୂର୍ବତନ ବରିଷ୍ଠ କୂଟନୀତିଜ୍ଞ ସଞ୍ଜୟ ଭଟ୍ଟାଚାର୍ଯ୍ୟ ପ୍ରମୁଖ ରହିଛନ୍ତି। ୨୦୨୩ରେ ଜି୨୦ର ଭାରତର ଅଧ୍ୟକ୍ଷତା ହିଁ ବିଶ୍ୱ ସମ୍ମୁଖରେ ଏହିସବୁ ଦକ୍ଷତା ନିର୍ମାଣ ପ୍ରୋଗ୍ରାମ ପ୍ରଦର୍ଶନ କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି। ଶତତ ବିକାଶ ଲକ୍ଷ୍ୟ ହାସଲ କରିବା ଏବଂ ଅନ୍ୟ ଦେଶଗୁଡ଼ିକୁ ସମାନ ପ୍ରକାର ପ୍ରୋଗ୍ରାମ ଆପଣାଇବାକୁ ଉତ୍ସାହିତ କରିବା ପାଇଁ ଦକ୍ଷତା ନିର୍ମାଣକୁ ପ୍ରୋତ୍ସାହିତ କରିବାକୁ ଏକ ମୁଖ୍ୟ ସାଧନ ଭାବେ ଜି୨୦ ସୁଯୋଗକୁ ଉପଯୋଗ କରିବା ଲାଗି ମୋଦି ସରକାର ଆଶା କରୁଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri