କରୋନା ଚିକିତ୍ସା ଉପକରଣର କଳାବଜାର

ବାଲେଶ୍ୱର ଅଫିସ, ୧୭।୫-ବାଲେଶ୍ୱର ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକମାନେ ଘରେ ରହି ଚିକିତ୍ସିତ ହେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉଛି। ଅନଲାଇନ ସ୍ବାସ୍ଥ୍ୟସେବା ଏବଂ ଟେଲିଫୋନ ଯୋଗେ ଡାକ୍ତରଙ୍କ ସହ ଯୋଗାଯୋଗ କରି ଔଷଧ ସେବନ କରିବା ସହ କରୋନା ଚିକିତ୍ସା ଉପକରଣ ଅକ୍ସିଜେନ୍‌ ସିଲିଣ୍ଡର, ଅକ୍ସିମିଟର, ଷ୍ଟିମର ମେଶିନ୍‌ ଆଦି କିଣି ଘରେ ରଖୁଛନ୍ତି। ଏହାର ସୁଯୋଗ ନେଇ ବ୍ୟବସାୟୀମାନେ ଉକ୍ତ ସାମଗ୍ରୀଗୁଡ଼ିକର କଳାବଜାର ଆରମ୍ଭ କରିଦେଇଛନ୍ତି। ଜିଲା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ ଅଦ୍ୟାବଧି ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮ହଜାର ୯୬୮ରେ ପହଞ୍ଚତ୍ଥିବା ବେଳେ ସେଥିମଧ୍ୟରୁ ୧୫ହଜାର ୮୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ୩ହଜାର ୧୩୩ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି। କରୋନାର ଦ୍ୱିତୀୟ ଲହର ଏବେ ଭୟଙ୍କର ହେବା ସହ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଲୋକେ ଏକପ୍ରକାର ଭୟଭୀତ ଅବସ୍ଥାରେ ରହିଛନ୍ତି। ସେହିପରି ବଜାରରୁ ତିନି ଗୁଣା ଅଧିକ ମୂଲ୍ୟରେ ଅକ୍ସିଜେନ୍‌ ସିଲିଣ୍ଡର, ଅକ୍ସିମିଟର, ଷ୍ଟିମର ମେଶିନ୍‌ ଆଦି କିଣି ଘରେ ରଖୁଛନ୍ତି। ଫଳରେ ବଜାରରେ ଏବେ ଏହାର କଳାବଜାରୀ ଆରମ୍ଭ ହୋଇଯାଇଛି। ସୂଚନା ଅନୁସାରେ, ୧୦ଲିଟର ମେଡ଼ିକାଲ ଗ୍ରେଡ୍‌ କ୍ଲାସ-ଡି ଅକ୍ସିଜେନ୍‌ ସିଲିଣ୍ଡରର ମୂଲ୍ୟ ପାଖାପାଖି ୪ହଜାର ଟଙ୍କା ରହିଥିବା ବେଳେ ଏହାକୁ ବର୍ତ୍ତମାନ ୧୫ରୁ ୨୦ହଜାର ଟଙ୍କାରେ ବିକ୍ରି କରାଯାଉଛି। ସେହିପରି ଅକ୍ସିମିଟରର ମୂଲ୍ୟ ୩ଶହରୁ ୪୫୦ ଟଙ୍କା ଥିବାବେଳେ ଏବେ ଲୋକେ ତାକୁ ୨ହଜାରରୁ ୨୫୦୦ ଟଙ୍କା ଏବଂ ଷ୍ଟିମ୍‌ ମେଶିନର ଦାମ୍‌ ୧୧୦ ଟଙ୍କା ରହିଥିବା ବେଳେ ଏହା ଏବେ ୪ଶହରୁ ୫ଶହ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି। ସେହିପରି ସର୍ଜିକାଲ ମାସ୍କ ଓ ନେବୋଲାଇଜର ମେଶିନ ମୂଲ୍ୟ ବି ବୃଦ୍ଧି ପାଇଛି। କରୋନା ଆକ୍ରାନ୍ତମାନଙ୍କର ଘରୋଇ ଚିକିତ୍ସା ପାଇଁ ଅକ୍ସିଜେନ ଓ ଉକ୍ତ ଉପକରଣ ଆବଶ୍ୟକ ଥିବା ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ଫଳରେ ରୋଗୀଙ୍କ ପରିବାର ଲୋକ ଅନ୍ୟ କିଛି ବିକଳ୍ପ ନ ଥିବାରୁ ଜୀବନ ରକ୍ଷା ପାଇଁ ବାଧ୍ୟ ହୋଇ ଅଧିକ ମୂଲ୍ୟରେ ଏସବୁ କିଣୁଛନ୍ତି।
ଏନେଇ ବାଲେଶ୍ୱର ଅକ୍ସିଜେନ୍‌ କମ୍ପାନୀ ମାର୍କେଟିଂ କର୍ମଚାରୀ ମାନସ ମହାନ୍ତିଙ୍କୁ ପଚାରିବାରୁ ସେ କହନ୍ତି, ଆମ ପାଖରେ ସିଲିଣ୍ଡର ବିକ୍ରି ପାଇଁ ନାହଁି। ଯାହା ଥିଲା ସେସବୁକୁ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ଡାକ୍ତରଖାନାକୁ ଦିଆଯାଉଛି। ସରକାରୀ ଡାକ୍ତରଖାନାକୁ ଛାଡ଼ିଦେଲେ କାଁ ଭାଁ କେତେକ ଲୋକ ଆସି ସିଳିଣ୍ଡର ଫିଲିଂ କରି ନେଉଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖଣ୍ଡଳମଣିଙ୍କ ପାଇଁ ଆସିଲା ଲଗ୍ନ ଚିଟାଉ

ଆରଡ଼ି, ୧୯।୫ (ଡି.ଏନ.ଏ.) – ଭଦ୍ରକ ଜିଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠ ଶନିବାର ଉତ୍ସବମୁଖର ରହିଥିଲା। ଆସନ୍ତା ଜୁନ୍‌ ୭ ତାରିଖରେ ଦେବଦେବ ମହାଦେବଙ୍କ...

ଡାହାଣୀ ସନ୍ଦେହ : ମହିଳାଙ୍କୁ ମାଡ଼ ମାରି ବିଷ୍ଠା ଖୁଆଇଲେ

ଢେଙ୍କିକୋଟ, ୨୬।୫(ଡି.ଏନ୍‌.ଏ.)- ଡାହାଣୀ ସନ୍ଦେହ ଭଳି ଅନ୍ଧବିଶ୍ୱାସକୁ ନେଇ କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅଧୀନ ଆମ୍ବୁଆପଡ଼ା ଗ୍ରାମରେ ଜଣେ ମହିଳାଙ୍କୁ ବୁଧବାର ଅପରାହ୍ନରେ ଉଲଗ୍ନ...

ଋଣ ଦେବା ନାମରେ ୨୩ଲକ୍ଷ ଠକେଇ: ଧାରଣା ଦେଲେ ସଂଯୋଜକ

ଖଇରା, ୨୬।୨(ଡି.ଏନ.ଏ.): ଋଣ ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ଅଞ୍ଚଳର...

ପ୍ରେମ ନିବେଦନରେ ବିଫଳ ହେବା ପରେ ଯୁବକଙ୍କ ଉନ୍ମତ୍ତକାଣ୍ଡ: ନାବାଳିକାଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ

ଖଇରା,୧୦।୬(ଡି.ଏନ୍‌.ଏ): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ତୁଟୋ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ନିବେଦନରେ ବିଫଳ ହେବା ପରେ ଜଣେ ଯୁବକ...

ଖବରକାଗଜ ହକରଙ୍କୁ ସହାୟତା ଦେଲେ ପୂର୍ବତନ ଏମ୍‌ପି

ବାଲେଶ୍ୱର ଅଫିସ,୨୮।୪- କରୋନା ପାଇଁ ସମଗ୍ର ବିଶ୍ୱ ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଥିବାବେଳେ ରାଜ୍ୟରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି...

ଲଗାଣ ବର୍ଷାରେ କାନ୍ଥ ଭୁଶୁଡିଲା: ଜଣେ ମୃତ, ୨ ଗୁରୁତର

ଜଳେଶ୍ୱର, ୨୫।୧୦-ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ୩ ଦିନ ଧରି ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା...

ବାଲେଶ୍ୱରର ୩ ପର୍ଯ୍ୟଟନ ସ୍ଥଳୀରେ ୧୪୪ ଧାରା ଜାରି

ସଜନାଗଡ଼,୧୮।୩(ଡି.ଏନ୍‌.ଏ.): ରାଜ୍ୟରେ କରୋନା ରୋଗୀ ଚିହ୍ନଟ ପରେ ସଚେତନତା ନେଇ ପ୍ରଶାସନ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର...

ମହାବଳ ନା କଲରାପତରିଆ ବାଘ, ପାଦ ଚିହ୍ନକୁ ନେଇ ଦ୍ୱନ୍ଦ୍ୱରେ ବନବିଭାଗ

ସଜନାଗଡ଼, ୨୨।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟ ୨୭୨.୭୩ ବର୍ଗକିଲୋମିଟର ପରିବ୍ୟାପ୍ତ। ଏହା ଭିତରେ କିଛି ନିର୍ଦ୍ଦିଷ୍ଟ ସ୍ଥାନୀୟ ଅଞ୍ଚଳରେ ବାଘର ପାଦଚିହ୍ନ...

Advertisement
Archives

Model This Week