କରୋନା ଚିକିତ୍ସା ଉପକରଣର କଳାବଜାର

ବାଲେଶ୍ୱର ଅଫିସ, ୧୭।୫-ବାଲେଶ୍ୱର ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକମାନେ ଘରେ ରହି ଚିକିତ୍ସିତ ହେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉଛି। ଅନଲାଇନ ସ୍ବାସ୍ଥ୍ୟସେବା ଏବଂ ଟେଲିଫୋନ ଯୋଗେ ଡାକ୍ତରଙ୍କ ସହ ଯୋଗାଯୋଗ କରି ଔଷଧ ସେବନ କରିବା ସହ କରୋନା ଚିକିତ୍ସା ଉପକରଣ ଅକ୍ସିଜେନ୍‌ ସିଲିଣ୍ଡର, ଅକ୍ସିମିଟର, ଷ୍ଟିମର ମେଶିନ୍‌ ଆଦି କିଣି ଘରେ ରଖୁଛନ୍ତି। ଏହାର ସୁଯୋଗ ନେଇ ବ୍ୟବସାୟୀମାନେ ଉକ୍ତ ସାମଗ୍ରୀଗୁଡ଼ିକର କଳାବଜାର ଆରମ୍ଭ କରିଦେଇଛନ୍ତି। ଜିଲା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ ଅଦ୍ୟାବଧି ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୮ହଜାର ୯୬୮ରେ ପହଞ୍ଚତ୍ଥିବା ବେଳେ ସେଥିମଧ୍ୟରୁ ୧୫ହଜାର ୮୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ୩ହଜାର ୧୩୩ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି। କରୋନାର ଦ୍ୱିତୀୟ ଲହର ଏବେ ଭୟଙ୍କର ହେବା ସହ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଲୋକେ ଏକପ୍ରକାର ଭୟଭୀତ ଅବସ୍ଥାରେ ରହିଛନ୍ତି। ସେହିପରି ବଜାରରୁ ତିନି ଗୁଣା ଅଧିକ ମୂଲ୍ୟରେ ଅକ୍ସିଜେନ୍‌ ସିଲିଣ୍ଡର, ଅକ୍ସିମିଟର, ଷ୍ଟିମର ମେଶିନ୍‌ ଆଦି କିଣି ଘରେ ରଖୁଛନ୍ତି। ଫଳରେ ବଜାରରେ ଏବେ ଏହାର କଳାବଜାରୀ ଆରମ୍ଭ ହୋଇଯାଇଛି। ସୂଚନା ଅନୁସାରେ, ୧୦ଲିଟର ମେଡ଼ିକାଲ ଗ୍ରେଡ୍‌ କ୍ଲାସ-ଡି ଅକ୍ସିଜେନ୍‌ ସିଲିଣ୍ଡରର ମୂଲ୍ୟ ପାଖାପାଖି ୪ହଜାର ଟଙ୍କା ରହିଥିବା ବେଳେ ଏହାକୁ ବର୍ତ୍ତମାନ ୧୫ରୁ ୨୦ହଜାର ଟଙ୍କାରେ ବିକ୍ରି କରାଯାଉଛି। ସେହିପରି ଅକ୍ସିମିଟରର ମୂଲ୍ୟ ୩ଶହରୁ ୪୫୦ ଟଙ୍କା ଥିବାବେଳେ ଏବେ ଲୋକେ ତାକୁ ୨ହଜାରରୁ ୨୫୦୦ ଟଙ୍କା ଏବଂ ଷ୍ଟିମ୍‌ ମେଶିନର ଦାମ୍‌ ୧୧୦ ଟଙ୍କା ରହିଥିବା ବେଳେ ଏହା ଏବେ ୪ଶହରୁ ୫ଶହ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି। ସେହିପରି ସର୍ଜିକାଲ ମାସ୍କ ଓ ନେବୋଲାଇଜର ମେଶିନ ମୂଲ୍ୟ ବି ବୃଦ୍ଧି ପାଇଛି। କରୋନା ଆକ୍ରାନ୍ତମାନଙ୍କର ଘରୋଇ ଚିକିତ୍ସା ପାଇଁ ଅକ୍ସିଜେନ ଓ ଉକ୍ତ ଉପକରଣ ଆବଶ୍ୟକ ଥିବା ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ଫଳରେ ରୋଗୀଙ୍କ ପରିବାର ଲୋକ ଅନ୍ୟ କିଛି ବିକଳ୍ପ ନ ଥିବାରୁ ଜୀବନ ରକ୍ଷା ପାଇଁ ବାଧ୍ୟ ହୋଇ ଅଧିକ ମୂଲ୍ୟରେ ଏସବୁ କିଣୁଛନ୍ତି।
ଏନେଇ ବାଲେଶ୍ୱର ଅକ୍ସିଜେନ୍‌ କମ୍ପାନୀ ମାର୍କେଟିଂ କର୍ମଚାରୀ ମାନସ ମହାନ୍ତିଙ୍କୁ ପଚାରିବାରୁ ସେ କହନ୍ତି, ଆମ ପାଖରେ ସିଲିଣ୍ଡର ବିକ୍ରି ପାଇଁ ନାହଁି। ଯାହା ଥିଲା ସେସବୁକୁ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ଡାକ୍ତରଖାନାକୁ ଦିଆଯାଉଛି। ସରକାରୀ ଡାକ୍ତରଖାନାକୁ ଛାଡ଼ିଦେଲେ କାଁ ଭାଁ କେତେକ ଲୋକ ଆସି ସିଳିଣ୍ଡର ଫିଲିଂ କରି ନେଉଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?