ବଢୁଛି କଳାହୀରାର କଳାବଜାର

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୧୨ା୧: କଳାହୀରା ଭାବେ ପରିଚିତ କୋଇଲାର କଳାବଜାର ତାଳଚେରଠାରୁ ଯାଜପୁର ଜିଲା ପର୍ଯ୍ୟନ୍ତ ଲମ୍ବିଛି। ଗତ କିଛି ଦିନ ହେଲା ଜିଲାର ପାଣିକୋଇଲି ଓ କୋରେଇ ଥାନା ଅଞ୍ଚଳରେ ଚୋରା କୋଇଲାର ଡିପୋ ଓ ଚୋରା ଚାଲାଣ କାରବାର ଜୋର ଧରିଛି। ବେଆଇନ ଡିପୋରୁ ଯାଜପୁର ରୋଡ ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଦୂରତା ପ୍ରାୟ ୧୫ କି.ମି. ହୋଇଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ ଜାଣିଶୁଣି ନୀରବ ରହିଥିବା ଚର୍ଚ୍ଚା ହେଉଛି। ଗତ କିଛିମାସ ତଳେ ଗଣମାଧ୍ୟମରେ ଏ ନେଇ ବାରମ୍ବାର ଖବର ପ୍ରକାଶ ପାଇଥିଲା। ଖଣି ବିଭାଗ ଓ ସ୍ଥାନୀୟ ପୋଲିସ ନିଜ ଭାବମୂର୍ତ୍ତି ରକ୍ଷା କରିବାକୁ ଏହି କାରବାରକୁ କିଛିଦିନ ପାଇଁ ବନ୍ଦ କରିଥିଲେ। ମାତ୍ର ଅନାୟାସରେ ଦରମା ବାହାରେ ମୋଟା ଲାଭର ମୋହ ସମ୍ପୃକ୍ତ ଅଧିକାରୀମାନଙ୍କୁ ଧୈର୍ଯ୍ୟଚ୍ୟୁତି କରିଥିଲା। ବେଶିଦିନ ଚୁପ ରହି ନ ପାରି ପୂର୍ବଭଳି ଏହି କାରବାର କାୟା ବିସ୍ତାର କରିଥିବା ଅଭିଯୋଗ ହେଉଛି।
ପୂର୍ବରୁ ପାଣିକୋଇଲି ଅଞ୍ଚଳର ପଥରପଦା ପଞ୍ଚାୟତ ଖସାଗଡ଼ିଆ ମୌଜାରେ ଥିବା ଜୟ ଜଗନ୍ନାଥ କୋକ ଇଣ୍ଡଷ୍ଟ୍ରି ନାମରେ ବେଆଇନ କୋଇଲା କାରବାର ଉପରେ କୋରେଇ ବ୍ଲକ ଜନଶୁଣାଣୀରେ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଖୁବଶୀଘ୍ର କୋଇଲା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଜିଲାପାଳ ତାଙ୍କ ପ୍ରତିଶ୍ରୁତିକୁ ଭୁଲି ଯାଇଥିବା ମନେ ହେଉଛି। ଫଳରେ ଅନୁମତିଠାରୁ ଢେର ଗୁଣା ଅଧିକ ଜମିରେ କୋଇଲା କୁଢ଼ କରି ସ୍ଥାନୀୟ ଅଞ୍ଚଳକୁ ପ୍ରଦୂଷିତ କରୁଥିବା ଅଭିଯୋଗ ହେଉଛି। ଏବେ ମଧ୍ୟ ଏହି ଇଣ୍ଡଷ୍ଟ୍ରି ନିକଟରେ ବାସ କରୁଥିବା ପରିବାର ସଦସ୍ୟମାନେ କୋଇଲା ପ୍ରଦୂଷଣରେ ଅତି ଦୟନୀୟ ଅବସ୍ଥାରେ କାଳତିପାତ କରୁଛନ୍ତି । ପୁନର୍ବାର ଏହି ଅଞ୍ଚଳରେ କୋଇଲାର କଳା କାରବାର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ୧୬ନଂ. ଜାତୀୟ ରାଜପଥର ପାଣିକୋଇଲି ଓ ଷଠିପୁର ଅଞ୍ଚଳର ଦୁଇ ପାର୍ଶ୍ୱରେ ୨୦ରୁ ଊର୍ଦ୍ଧ୍ୱ ବେଆଇନ କୋଇଲା ଡିପୋ ରହିଛି। ମୂଳାପାଳ ପଞ୍ଚାୟତର କ୍ଷୀରୋ ଗ୍ରାମ, ମାଳଆନନ୍ଦପୁର ପଞ୍ଚାୟତର ନମିଟିକିରି, ବ୍ରଜନଗର ଆଦି ଗ୍ରାମରେ ଅନେକ ବେଆଇନ କୋଇଲା ଡିପୋ ରହିଛି। ଏଥିସହିତ ପାଣିକୋଇଲି ଅଞ୍ଚଳରେ ଏକାଧିକ ଓଜନ କଣ୍ଟା ସ୍ଥାପନ ହୋଇଛି। ସବୁଠାରୁ ବଡ଼କଥା ହେଉଛି ତାଳଚେର ଦେଇ ଆସୁଥିବା କୋଇଲା ବୋଝେଇ ଭାରିଯାନକୁ ଏହି ବେଆଇନ ଡିପୋଗୁଡ଼ିକରେ ଅଟକାଇ ହାର୍ଡ କୋକଗୁଡ଼ିକୁ କାଢ଼ି ସେହି ଓଜନ ଅନୁପାତରେ ବାଲି, ଗୋଡି ଓ ବଢ଼ ବଡ଼ ପଥର ଭର୍ତ୍ତି କରାଯାଉଛି । ପରେ ଟ୍ରକ ଗୁଡ଼ିକୁ ପୁନର୍ବାର କଣ୍ଟାରେ ଓଜନ କରି ଛାଡ଼ି ଦିଆଯାଉଛି। ଏହି ଚୋରା କାରବାରକୁ ପାଣିକୋଇଲି ଅଞ୍ଚଳର କେତେଜଣ ବ୍ୟକ୍ତି ଓ ଜିଲାର ଜଣେ ପ୍ରଭାବଶାଳୀ ନେତାଙ୍କ ଅନୁଗତ ସାମିଲ ଥିବା ଚର୍ଚ୍ଚା ହେଉଛି । କୋଇଲା ଗାଡ଼ି ଚଳାଉଥିବା କେତେଜଣ ଖଳ ପ୍ରକୃତିର ଡ୍ରାଇଭରମାନଙ୍କୁ ହାତ କରି ଏହି ବ୍ୟବସାୟୀମାନେ ପାଣିକୋଇଲି ଅଞ୍ଚଳରେ ଦୀର୍ଘଦିନ ହେବ ଏହି ବ୍ୟବସାୟ କରି ଲାଭବାନ ହେଉଥିବାବେଳେ ସରକାରଙ୍କ ବିପୁଳ କୋଟି ଟଙ୍କାର ରାଜସ୍ବ ହାନୀ ଘଟୁଛି । ଯାଜପୁର ରୋଡ଼ ଖଣି ବିଭାଗ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଯାଏଁ ସମସ୍ତେ ଏ ବିଷୟରେ ଜାଣି ଅଜଣା ହେବାର ଅଭିନୟ କରୁଥିବା ମତପ୍ରକାଶ ପାଇଛି । ତଳସ୍ତରର ପୋଲିସ ଅଧିକାରୀଙ୍କ ସହ ସମ୍ପୃକ୍ତ ଗୋଷ୍ଠୀଙ୍କ ସମ୍ପର୍କ ଥିବା କାରଣରୁ ଲୋକେ ଏ ନେଇ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜଣାଇଲେ ପରବର୍ତ୍ତୀ ସମୟରେ ଉକ୍ତ ବ୍ୟବସାୟୀଙ୍କ ରୋଷର ଶିକାର ହେବାକୁ ପଡୁଛି । ଫଳସ୍ବରୂପ ଲୋକେ ମଧ୍ୟ ଆଉ ତଳସ୍ତରର ଅଧିକାରୀଙ୍କୁ ନ ଜଣାଇ ଉଚ୍ଚ ଅଧିକାରୀଙ୍କୁ ସୂଚନା ଦେଉଛନ୍ତି। ତଥାପି କୌଣସି ସୁଫଳ ମିଳି ପାରୁନାହିଁ ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ରୋଡ ଖଣି ଉପନିର୍ଦ୍ଦେଶକ ବିଭୁତି ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ଅଭିଯୋଗ ସଂକ୍ରାନ୍ତରେ ଅନୁଧ୍ୟାନ କରି ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ପହଞ୍ଚିଥିଲେ। ମଧୁବାବୁଙ୍କ...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri